Pen of Dwit David Philip
Poem & Articles on Vulnerability/Dark side of Humanity
Search Poems & Articles
Featured Poems, Articles, Posts
ନ ଦେଖି ବିଶ୍ୱାସ, ବଡ ପ୍ରସ୍ତାବ
ନ ଦେଖି ବିଶ୍ୱାସ, ବଡ ପ୍ରସ୍ତାବ ---------- ସ୍ୱର୍ଗରେ ଦେଖା ହେବ, ଖ୍ରୀଷ୍ଟ ଧର୍ମର ଆସ୍ଥା କୋଟି କୋଟିଙ୍କ ଥିବ ସେଠି ବ୍ୟବସ୍ଥା ! ମୁଁ ଯାଇ ରହିବି ବାପା ଯେଉଁଠି ଥିବ...
Total Visitors
Popular Poems, Posts, Articles
-
The Leadership Style of Jesus Christ in the Gospel of John Dwit David Philip MA, LLB, PG Rural Management, PG Industrial Management,...
-
ମୁଁ ରହିବି ନୀରବ --------------------- ମାଡ଼କୁ ବ୍ରହ୍ମାଙ୍କ ଡର ମୃତ୍ୟୁକୁ ଜମର କାତର ଜନ୍ମ ଈଶ୍ୱରଙ୍କ ଗୌରବ ପାଗଳ ହାତରେ ବୋମା ଶିଶୁ ହାତରେ ବିଷ ଦେଖିବା ତା ଛୁଆ,...
-
ନ ଦେଖି ବିଶ୍ୱାସ, ବଡ ପ୍ରସ୍ତାବ ---------- ସ୍ୱର୍ଗରେ ଦେଖା ହେବ, ଖ୍ରୀଷ୍ଟ ଧର୍ମର ଆସ୍ଥା କୋଟି କୋଟିଙ୍କ ଥିବ ସେଠି ବ୍ୟବସ୍ଥା ! ମୁଁ ଯାଇ ରହିବି ବାପା ଯେଉଁଠି ଥିବ...
-
ମୋର ରଙ୍ଗ ଖେଳା --------------------- ଶିଶୁ କେବେ ତ କେବେ ଯୁବା ହେଉଛି ବୃଦ୍ଧ ନହୋଇ କେବେ ଶ୍ଳଥ ହେଇଛି ବାସ୍ତବର ଓ ଆଦର୍ଶର ରଙ୍ଗ ବାଛିଛି ଭୋଗ ଯେ କରୁଛି ସେ, ପର...
-
ନୂଆ ଯୋଜନା ଆସିଛି ------------------------- ଇଶ୍ଵର "ମୁଁ" କୁ ତାଙ୍କ ସ୍ଥାନ ଛାଡି ଦେଲେ! ଏବେ ସବୁ "ମୁଁ" କରିବ ପୃଥିବୀରେ ସମସ୍ତଙ୍କୁ ମୋ...
-
କାହାକୁ ଦେଇ ହୁଏନା ------------------------ ସେ ସବୁ, ତାର ନାହିଁ ସତ୍ତା, ଆସିଲେ କେବେ ମଜା, କେବେ ସଜ୍ଜା, ଆସିଯାଏ, ଜାଣି ହୁଏନା, ପରିଶ୍ରମ କୁ ଅନ...
-
ରେଜା --------- କିଏ ହେବ ମାମୁ, କକା, ମଉସା, ପିଉସା କିଏ ହେବ ବଡ଼ ଭାଇ, ଗୁରୁ ଦେବତା ଜନ୍ମ ହୋଇ କେବେ କିଶୋରୀ ହେଲି ଗରିବର ଦରକାର କଣ ବୁଝିଲ ନାହିଁ? ଶାଗ ପଖାଳ ଖା...
-
କମୋଡର ଆରାମ --------------------- କମୋଡ଼ ପାଇଖାନାଥି ମିଲ୍ସି ସିନା ବସିଥିଲେ ଆରାମ, ଭାବ୍ଲେ କେଭେ ବର୍ଦାସ୍ତ ନାଇ ହୁଏ ନୃଶଂସ ଆଉ ଉତ୍ପୀଡନର କାମ, ନୂଆପଡ଼ାର ଏସ.ଆ...
-
ମନର ଆଳାପ ---------------------------- ମନ, ମୋ ମନକୁ କହିଲା, ତୁ, ନା ନିଜକୁ ଭଲ ପାଉଛୁ ନା, ମୋତେ ଭଲ ପାଉଛୁ ଖୋଜି ବୁଲୁଛୁ ବାହାରେ, କିଏ ମୋତେ ଭଲ ପାଆନ୍ତା କି...
-
ସମ୍ବିଧାନର କ୍ଷୀର ----------------- ସମାଜ ବାଦି ଗଣତନ୍ତ୍ର ଅଟଇ ଭାରତ ହେବନି ଉଦ୍ୟୋଗୀ, ହିତାଧିକାରୀ ହୋଇ ରହୁ ଗରିବ ଡିରେକଟିବ ପ୍ରିନସିପୁଲ ଅଫ ଷ୍ଟେଟ ପଲିସି ମୂଷ...
---------
"ଏ ଡମ୍, ଏ ଗଣା, ଏ ପାଣ" ଏହି ସମ୍ବୋଧନ ହୁଏତ କ୍ରୋଧିତ ବା ଅପମାନିତ କରିପାରେ, କିନ୍ତୁ ଏହି ସମ୍ବୋଧନ ଶୁଣି ମୁହଁ ଓ ଦେହର ଚମଡା, ମୋ ଶରୀର ଭିତରେ ଜୀର୍ଣ୍ଣ ହୋଇ ଯିବା ମୁଁ ସେଦିନ ଅନୁଭୂଵ କରୁଥିଲି। ଆଜି ବି ମୁଁ ସେଦିନ ଭୂଳିପାରିନି। ଅଷ୍ଟମ ଶ୍ରେଣୀର ପ୍ରାର୍ଥନା ସଭାରେ ଏହା ମୋର ପ୍ରଥମ ଅନୁଭୂତି। ଅପମାନରେ ଜର୍ଜରିତ ହୋଇ ଥିଲି। ସମ୍ବୋଧନ କାରି ସାଥିଙ୍କୁ ମୁଁ ନିସ୍ତୁକ ମାଡ ମାରିଥିଲି। ତିରିଶ ବର୍ଷ ପୁରୁଣା ସମ୍ବୋଧନ ଆଜିର ରାଜନୀତି ପୁନରୁଦ୍ଧାର କରୁଛି। ଅନେକ ସବର୍ଣ୍ଣଙ୍କ ସ୍ଵର ଓ ବ୍ୟବହାର ସେ ପ୍ରକାର। ଏସ. ସି ଓ ଏସ.ଟି ଏଟ୍ରୋସିଟି ଏକ୍ଟ ବା ଅନୁସୂଚିତ ଜାତୀ ଓ ଅନୁସୂଚିତ ଜନ ଜାତୀ ଅଧିନିୟମ ୧୯୮୯ ରେ ଆସିଲା। ମୋ ସହିତ ଘଟିଥିବା ଘଟଣାଟି ୧୯୮୩ ର। ଆଜି ଏହି ଆଇନ ବଳରେ ଜଣେ ଦଣ୍ଡ ପାଉଛି। କିନ୍ତୁ ଏସ. ସି ଓ ଏସ.ଟି ପାଇଁ ମନୋଭାବ ବଦଳି ନାହିଁ । ଯଦିଓ ଶିକ୍ଷା ପାଇଁ ଏସ. ସିଙ୍କ ହିନ ମନ୍ୟତା କମିଛି।
କଳାହାଣ୍ଡିର ନର୍ଲାରେ କାମ କଲା ସମୟରେ ୨୦୧୧ ର ଘଟଣା, ଗଉଡ କାମ ବାଲି କିଛିଦିନ କାମ ଛାଡ଼ିଦେବା ଓ ବ୍ରାହ୍ମଣ ପଡୋଶୀ ଆମ ମିଠା ତାଙ୍କୁ ଦେଲେ, ନଖାଇ ଚାକରଙ୍କୁ ବାଣ୍ଟି ଦେବା ଜାଣି, ନାର୍ଲା ଛାଡ଼ିବା, ଆଜିବି ଭୁଲି ହୋଇନି। ବିହାରରେ ମୁଷହାରି ତାଠୁ ହିନ। ମୋର କଲେଜରେ ଅନେକ ବ୍ରାହ୍ମଣ ସାଙ୍ଗ ଆମ ଘରେ ରହିଛନ୍ତି ଓ ମୋତେ ତାଙ୍କ ଘରେ ଅନେକ ଦିବାରାତ୍ରି ଆତିଥ୍ୟ କରିଛନ୍ତି। ଏଗୁଡିକ ସୁଶିକ୍ଷା ଓ ସଂସ୍କାରର ପରିଣତି ଓ ତାହା ପ୍ରସଙ୍ଗସନୀୟ ଚିତ୍ର, ଅସ୍ବୀକାର କରିହେବ ନାହିଁ।
ହାଥରସ, ଗୁଜରାଟ, ରାଜସ୍ଥାନ କାହିଁକି, ଭାରତ ସାର ସ୍କୁଲ, କଲେଜ, ଦପ୍ତର, ବଜାର, ସାହି, ପଡ଼ିଶାରେ ଆଜିବି ନିଚ୍ଚ ଜାତି ହାତରୁ ନ ଖାଇବା ଓ ସମ୍ବୋଧନ ଓ ବ୍ୟବହାରରେ ନିଚ୍ଚ କରିବା ଚାଲିଛି। ଅନୁସୂଚିତ ଜାତୀ ଓ ଅନୁସୂଚିତ ଜନ ଜାତୀ ଅଧିନିୟମ ୧୯୮୯ ର ଯଥେଷ୍ଟ ବ୍ୟବହାର ନିଜେ କରି ପାରୁ ନାହାନ୍ତି। ଅନେକ ଦଣ୍ଡ ବିଧାନ ପରେବି ସହର ଅପେକ୍ଷା ଗ୍ରାମାଞ୍ଚଳରେ ଜାତୀ ଭିତ୍ତିକ ହିନ ବ୍ୟବହାର ବହୁତ୍ ବେଶି।
ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା, ରାଷ୍ଟ୍ର ପତ୍ତି ମୁର୍ମୁଙ୍କ ଦ୍ଵାରା କିମ୍ବା, ଅଛୁଆ, ଏକ ଶିକ୍ଷକ ଦ୍ଵାରା, ବା ମାଡ ଖାଇ ଥିବା ଗୁଜରାଟର ଦଳିତ ଛାତ୍ରଙ୍କ ଦ୍ଵାରା, କିମ୍ବା ବିରୋଧୀ ଦଳ ନେତା ମଲିକାର୍ଯୁନଙ୍କ ଦ୍ଵାରା ହୋଇ ଥିଲେ, ଆଜି ମୋଦୀଙ୍କ ଭାରତରେ ଜାତିଆଣ ପ୍ରଥା ସମ୍ପୂର୍ଣ ଲୁପ୍ତ ହେବା ପ୍ରକ୍ରିୟା ଆରମ୍ଭ ହୋଇ ଗଲା ବୋଲି ସର୍ବ ସାଧାରଣରେ ଅନୁଭବ ହୋଇ ଥାଆନ୍ତା। କିନ୍ତୁ, ଭୟ, ହିନ୍ଦୁ ରାଷ୍ଟ୍ର ହେଲେ ଦଳିତ ଦଳିତ ହୋଇ ରହିଯିବ।
ଜଣେ ଶଙ୍କରାଚାର୍ଯ୍ୟ କହିଲେ, "ପ୍ରାଣ ପ୍ରତିଷ୍ଠା, ମହା ଆତ୍ମିକ ସମାରୋହରେ, ବର୍ଣ୍ଣା ଶ୍ରମ ଧର୍ମ, ପାଳନ କରିବା ଉଚିତ୍।" ଏଥିରୁ ଜଣା ପଡୁଛି, ମୋଦି ମଧ୍ୟ, ପୁରୋହିତ କାର୍ଯ୍ୟ ପାଇଁ ଯୋଗ୍ୟ ନୁହନ୍ତି। ତାହା ହେଲେ ବର୍ଣ୍ଣାଶ୍ରମର ଠିକାଦାରମାନେ, ରୀତି ନୀତିର ପୁରୋହିତ ମାନେ, ଆଜିବି ଭାରତୀୟ ସମାଜକୁ ଆଇନ ଓ ପ୍ରଶାସନ ଦ୍ବାରା ନିଶ୍ଚିତ କରାଇବା ପାଇଁ ଲାଗି ପଡ଼ିଛନ୍ତି। ୧୭% ଜନତା ସୁଦ୍ର, ସେମାନେ, କେତେଦିନ ଯାଏଁ ଏହି ବର୍ଣ୍ଣ ଭିତ୍ତିକ ସାମାଜିକ, ସାଂସ୍କୃତିକ, ଧାର୍ମିକ ବାରଣ ସହ୍ୟ କରିବେ, ଆକଳନ କରି ହେଉନାହିଁ। ବୁଦ୍ଧ, ଜୈନ, ଖ୍ରୀଷ୍ଟିଆନ, ମୁଷଲ୍ ମାନ ଧର୍ମ ଯଦି କିଏ ଏହି କାରଣରୁ ଗ୍ରହଣ କରିଛି, ତାହା ହୀନଉଦ୍ଧାର କରିବାରେ ବ୍ୟର୍ଥ ବିକଳ୍ପ ହୋଇଛି। ସ୍ଵାଭିମାନୀ ଆମ୍ବେଦକର, କହିଲେ ମୁଁ ହିନ୍ଦୁ, ଶୁଦ୍ର ହୋଇ ଜନ୍ମ ହେଲି ସତ କିନ୍ତୁ, ଶୁଦ୍ର ହୋଇ ମାରିବି ନାହିଁ। ତଥାପି ଶୁଦ୍ର ହୋଇ ବୁଦ୍ଧ, ଜୈନ, ଖ୍ରୀଷ୍ଟିଆନ, ମୁସଲମାନ ନିଜ ଧର୍ମର ସବର୍ଣ୍ଣ ବିଶ୍ବାସୀ ଦ୍ଵାରା ଅଗୃହିତ।
ସ୍କୁଲ କଲେଜ ଓ ଅଫିସ ମାନଙ୍କରେ ଆଉ ଥରେ ସରସ୍ଵତୀ ପୂଜା, ଗଣେଶ ପୂଜା ଓ ସମାଜରେ ଅନ୍ୟାନ୍ୟ ପୂଜା ଗୁଡ଼ିକ ବଢ଼ି ଚାଲିଛି। ଏଥିପାଇଁ ଆଗେ ଛାତ୍ର ଛାତ୍ରୀ, ଅଭିଭାବକ ପଇସା ଚାନ୍ଦା ଦେଉ ଥିଲେ। ଆଜି କିନ୍ତୁ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକ ଓ ରାଜନୀତିରେ ଥିବା ନେତା ମାନେ ମୋଟା ଚାନ୍ଦା ଦେବା ଅଣସ୍ବୀକାର୍ଯ୍ୟ ନୁହେଁ। ଆରମ୍ଭରୁ ଭସାଣି ପର୍ବର ରଙ୍ଗ ମଞ୍ଚ ପଯ୍ୟନ୍ତ, ବାଦ୍ୟ ଯନ୍ତ୍ର ଓ ବାରୁଦ ବମର ଶବ୍ଦରେ କର୍ଣ୍ଣ ବଳୟ ଦୋହଲି ଯାଉଛି। ଏହି ବାତାବରଣ ଦେଖିବାକୁ ଅନେକଙ୍କୁ ଭଲ ଲାଗୁଛି, କିନ୍ତୁ, ପୂଜା ବ୍ରାହ୍ମଣହିଁ କରୁଛି ଓ ଶୁଦ୍ର ଘରୁ ଅସୁଦ୍ର ଘରକୁ ଖାଇବା ପଠାଇଲେ, ବାରଣବି ଦେଖିବାକୁ ମିଳୁଛି। ପୂଜା ମାଧ୍ୟମରେ ବର୍ଣ୍ଣାଶ୍ରମର ଭାବନା ପୁନଃରୁଦ୍ଧାର ଗାଁ ଠାରୁ ରାଷ୍ଟ୍ର ଯାଏ ଚାଲିଛି, ଓ ବର୍ଣ୍ଣାଶ୍ରମର ପୁନର୍ ଉଦ୍ଧାର ହେଉଛି ମନେ ହେଉଛି?
ଭଲ ଲାଗୁଛି, ପାଣ ବାଜା ବା ହାଡ଼ି ବାଜା ଯାହାକୁ ହିନ କରାଯାଉଥିଲା, ଆଜି ସବର୍ଣ୍ଣବି ବଜାଉଛି ଓ କେତେକ ସବର୍ଣ୍ଣଙ୍କ ଲାଭ ଦାୟକ ବ୍ୟବସାୟ ରୂପରେ ପରିଣତ ହୋଇଛି। ଦୁଃଖର ବିଷୟ, କେତେକ ଖ୍ରୀଷ୍ଟିଆନ ହସ୍ପିଟାଲ ମାନଂକରବି, ମଳ, ମୁତ୍ର ଓ ଆବର୍ଜନା ସଫା କରିବା କାମ ଆଜିବି ଜାତୀ ପ୍ରଥା ଭିତ୍ତିରେ ଚାଲିଛି। ପରିବର୍ତ୍ତନ ଅଛି, କିନ୍ତୁ ପରିବର୍ତ୍ତନ ଜି.ଡ଼ି.ପି ବେଗରେ ହୋଇ ପାରୁନାହିଁ। ଯେପରି ଜି.ଡି.ପିର ବଡ ଭାଗ ହିତାଧିକାରୀ ସବର୍ଣ୍ଣ, ସେପରି ମଳ, ମୁତ୍ର ଓ ଆବର୍ଜନା ସଫା କରିବା କାମ ଆଜିବି ବଡ ଭାଗ ଦଳିତ କରୁଛି।
ଭାରତରେ ଦଳିତ ମାନେ ଖ୍ରୀଷ୍ଟିଆନ, ମୁସଲମାନ ଓ ବୁଦ୍ଧ ଧର୍ମ ଗ୍ରହଣ କରିବା ଚର୍ଚ୍ଚା ହୁଏ। ଏହା ସମ୍ପୂର୍ଣ ଅସତ୍ୟ ନୁହେଁ। କିନ୍ତୁ ଧର୍ମ ପରିବର୍ତ୍ତନ ପରେବି ସେମାନେ ଦଳିତ। ଆଟ୍ଟ୍ରୋସିଟୀ ଏକ୍ଟ୍ ସେମାନେ ବ୍ୟବହାର କରିପାରନ୍ତି ନାହିଁ। ଦଳିତ ସମାଜବି ସେମାନଙ୍କୁ ହିନ କରନ୍ତି, ନିଆଁ ଓ ପାଣି ବାରଣ କରନ୍ତି। ଦଳିତ ମାନେ ଖ୍ରୀଷ୍ଟିଆନ ଓ ମୁସଲମାନ ହେଲା ପରେ ଦଳିତ ଆରକ୍ଷଣ ପାଇ ପାରନ୍ତି ନାହିଁ। ଅନୁସୂଚିତ ଜାତୀ ଓ ଅନୁସୂଚିତ ଜନ ଜାତୀ ଆଇନ ୧୯୮୯କୁ ବ୍ୟବହାର କରି ଦଣ୍ଡ ଆବେଦନ କରିପାରନ୍ତି ନାହିଁ। ତାଙ୍କର ଖ୍ରୀଷ୍ଟିଆନ ଓ ମୁସଲମାନ ସମାଜ ସରକାରୀ ଏସ.ସି ସ୍ଥାନ ସଂରକ୍ଷଣର ଫାଇଦା ନନେବାକୁ ଉତ୍ସାହ ଓ ପ୍ରବର୍ତ୍ତନା ଦିଅନ୍ତି।
ଏହି ବିଗତ କିଛି ବର୍ଷ ମଧ୍ୟରେ, ସାମ୍ପ୍ରଦାୟିକ ବାରଣକୁ ଗତି ମିଳିଛି ବୋଲି ଅନୁଭବ ହୁଏ। ସାଂଖ୍ୟ ଲଘୁ, ଅସୁରଖିତ୍ତ ମନେ କରିବା ମଣିପୁର, କାଶ୍ମୀର ଓ ଉତ୍ତର ପ୍ରଦେଶର ଘଟଣା ଗୁଡ଼ିକ ସୃଷ୍ଟି କରିଛି।
ବିହାର ପ୍ରଦେଶର ବିହାର ସରିଫ, ନାଳନ୍ଦା ଜିଲ୍ଲାର ସଦର ମହାକୁମାରେ, ଯେଉଁ ଦଙ୍ଗା ଗତବର୍ଷ ଘଟିଗଲା, ଏହା ବିଗତ ଦୁଇ ବର୍ଷ ପୂର୍ବରୁ ରାମ ନବମୀ ମେଢ଼ର ଯାତ୍ରା ଦେଖି ଆଶଙ୍କା କରାଯାଉ ଥିଲା। ଆଜି ଭାରତର ଅନେକ ସହର ଓ ବସ୍ତିରେ ସେହି ପ୍ରକାର ଯାତ୍ରା ଓ ପର୍ବ ପାଳନ, ଖଣ୍ଡା, ତଲୱାର୍, ତ୍ରିଶୂଲ ଓ ଜୟର ନାରାରେ ସକ୍ରିୟ ହେବାକୁ ଲାଗିଛି। ଏହା ମୁଁ ବିହାରରୁ ଝାଡ଼ଖଣ୍ଡର ଚାଇବସା ଆସି ସେ ଦୃଶ୍ୟ ଦେଖିଲି। ସେ ସବୁ ସମାରୋହ ଦେଖିବାକୁ ଭୟ ଲାଗୁଛି। ଏହି ଯାତ୍ରାରେ, ଖଣ୍ଡା, ତଲ୍ଵାର, ଘୋଡ଼ା ପ୍ରଦର୍ଶନ, ଏକ ଶାନ୍ତି ଯାତ୍ରା ଅନୁଭୂତ ନହୋଇ ରଣ ଯାତ୍ରା ବା ବିଜୟ ଯାତ୍ରା ବା ହୁଙ୍କାର ମାରିବା ଯାତ୍ରା ପରି ମନେ ହେଉଛି। ଏପରିକି ଶକ୍ତି ପ୍ରଦର୍ଶନର ସମୟ ପରି ଅନୁଭୂଵ ହେଉଛି। ଲାଗେ, ରଣ କ୍ଷେତ୍ରକୁ ଓହ୍ଲାଇ ଆସିଛନ୍ତି ଏକ କ୍ଷତ ଗ୍ରସ୍ତ ପୁରୁଣା ପରାଜୟର ପ୍ରତିଶୋଧ ନେବା ପାଇଁ ଏକ ଦଳ। ଡି.ଯେ ବାଦ୍ୟର ଘମ ଘମ୍, ଦମ୍ ଦମ୍ ଶବ୍ଦ, ଧମନିରେ ରକ୍ତ ବେଗ ବଢ଼ାଇ ଦିଏ, ସାଧାରଣ ମଣିଷର ଶରୀର, ଅସାଧାରଣ ବଳ ପାଇ ଯାଏ। ୧୯୯୯ ରେ ଏମ୍.ଏ ପରୀକ୍ଷା ସମୟରେ, ଛତିଶଗଡ଼ର ରାଇପୁର ସହରରେ, ମୁସଲମାନ ଭାଇ ମାନଙ୍କ ଇଦ୍ ଯାତ୍ରା ସମୟରେ, ଠିକ୍ ସେପ୍ରକାର ଭୟ ଅନୁଭବ କରିଥିଲି।
ମନ୍ଦିର, ମସଜିଦ, ଗିର୍ଜା, ଇତ୍ୟାଦି ମୋତେ ଓ ମୋର ଦାୟାଦ ମାନଙ୍କୁ ଯଦି ହୀନ ମନ୍ୟ ଅନୁଭବ କରିବା ପାଇଁ ଓ ଆତଙ୍କିତ ହେବାପାଇଁ ବାଧ୍ୟ କରୁଛି, ତେବ ବର୍ଣ୍ଣ, ଜାତୀ ଓ ଧର୍ମରୁ କିପରି ତ୍ରାହି ପାଇବି କାହିଁକି ଜଣେ ଚିନ୍ତା କରିବ ନାହିଁ। ହୁଏତ ସବର୍ଣ୍ଣ ତାହା ଚିନ୍ତା କରିନଥାଇ ପାରେ।
ଭାରତର ଆଦିବାସୀ କେଉଁ ଧର୍ମାବଲମ୍ବି ଅଟନ୍ତି ତାହାର ଉତ୍ତର ସୁସ୍ପଷ୍ଟ ନୁହେଁ, ଯେହେତୁ ସେମାନେ ବର୍ଣ୍ଣାଶ୍ରମ ବ୍ୟବସ୍ଥାର ଆବିର୍ଭାବ ପୂର୍ବରୁ ଭାରତର ଆଦିବାସୀ/ଜନ ଜାତି। ସେମାନଙ୍କ ଭିତରୁ ଅନେକ ନିଜକୁ ହିନ୍ଦୁ, ଖ୍ରୀଷ୍ଟିଆନ, ବୁଦ୍ଧ ବା ମୁସଲମାନ କହିବା ବା ସେ ଧର୍ମ ଗ୍ରହଣ କରିବା ଉଚିତ୍ ମନେ କରନ୍ତି ନାହିଁ। ତାଙ୍କର ନିଜସ୍ୱ ଧର୍ମ ଭିତ୍ତିକ ଭାବନା ଓ ପରମ୍ପରା ମାନ ରହିଛି। ସେମାନେ ହିନ୍ଦୁ, ଖ୍ରୀଷ୍ଟିଆନ, ବୁଦ୍ଧ ବା ମୁସଲମାନ ଧର୍ମଠୁ ପୁରୁଣା। ଆଦିବାସୀ, ପୃଥିବୀର ସବୁ ମହାଦେଶରେ ଅଛନ୍ତି। ସେମାନେ ଧର୍ମ ମାନଙ୍କଠୁ ପୁରୁଣା।
ଯିହୁଦି, ଖ୍ରୀଷ୍ଟିଆନ ଓ ଇସ୍ଲାମ ଧର୍ମ, ' ମଣିଷ ' କୁ ୟୋହୋଵା ବା ଗଡ୍ ବା ଆହ୍ଲା ସୃଷ୍ଟି କରିଛନ୍ତି ବୋଲି ବିଶ୍ୱାସ କରନ୍ତି। ବର୍ଣ୍ଣ ବା ଜାତୀ, ଭାରତରେ ଧର୍ମର ' ଭଗବାନଙ୍କ ' ସୃଷ୍ଟି ବୋଲି କେତେକେ ବିଶ୍ୱାସ କରନ୍ତି ଓ କେତେ ଏହା ମଣିଷ ସମାଜର ସୃଷ୍ଟି କହନ୍ତି। ଯିହୁଦି ଅଣ ଯିହୁଦିକୁ ହିନ ମାନିବା ଓ ହିନ ବ୍ୟବହାର କରିବା ବାଇବେଲରେ ମଧ୍ୟ ଦେଖିବାକୁ ମିଳେ। ବଇଦିକ ଧର୍ମ ଓ ୟୋହୋବା ଧର୍ମ ପୂର୍ବରୁ ମଣିଷ ଥିଲା, କିନ୍ତୁ ଜାତୀ ପ୍ରଥା ନଥିଲା ସ୍ଵିକାର୍ଯ୍ୟ।
ଜଣେ ଶୁଦ୍ର ଭାରତରେ ଯେକୌଣସି ଧର୍ମ ଗ୍ରହଣ କରି ପାଣ, ଡମ୍ବ, ହାଡ଼ି ସମ୍ବୋଧନରୁ ଓ ତୁଚ୍ଛ ବ୍ୟବହାରରୁ ତ୍ରାହି ପାଇ ପାରେ ନାହିଁ। ସେ ପ୍ରକାର କିଛି ନଥାଇ, ଅନେକ ସବର୍ଣ୍ଣ ଉଚ୍ଚ ବୋଲି ଅଗାଧ ଆତ୍ମ ତୃପ୍ତି ଅନୁଭବ କରିପାରନ୍ତି। ଏହି ଦୁଇ ମାନସିକତାରୁ ତ୍ରାହି ନପାଇବା ଭାରତୀୟତା ମନେ ହୁଏ।
ସବର୍ଣ୍ଣ ଗରିବ-ଅଶିଖିତ୍ତ ହେଉ ପଛେ, ସିଖିତ୍ତ ଦଳିତ ସମ୍ମୁଖରେ ସେ ଉଚ୍ଚ ଭାବି ଆତ୍ମତୃପ୍ତି ଲାଭ କରିବା ଭାରତରେ ସାଧାରଣ ଅନୁଭୂତି। ସେପ୍ରକାର ଦଳିତ ଯେତେ ଧନୀ, ଶୁଶିକ୍ଷିତ ହେଲେବି ସବର୍ଣ୍ଣ ପାଖରେ ନିଜକୁ ନୀଚ୍ଚ ଭାବିବା ହେଉଛି, ସାଧାରଣ ଅନୁଭୂତି ଗୁଡ଼ିକ। ଏହି ମନୋଭାବକୁ ଆବାହମାନ କାଳରୁ ଦୂରକରିବାର ପ୍ରଚେଷ୍ଟା ହୋଇଆସୁଥିଲା କିନ୍ତୁ ମନେ ହୁଏ, ଏବେ ତାହା ପ୍ରଖର ହେବାକୁ ଲାଗିଛି। ଦଳିତ ଆଜିବି "ଏ ଡମ୍, ଏ ଗଣା, ଏ ପାଣ"। ପ୍ରଶ୍ନ, ହିନ୍ଦୁ ରାଷ୍ଟ୍ର ହେଲେ, ମୋତେ ଆଉ ଡକା ଯିବନିତ ଡମ୍ବ, ଗଣା, ଘାସି ଓ ପାଣ?
ଡୁଇଟ ଡେଭିଡ ଫିଲିପ୍
ଓକିଲ ଓ ସମାଜ ସେବୀ
ଭବାନୀପାଟଣା, କଳାହାଣ୍ଡି ୯୪୩୭୧୦୪୩୦୩
ଯୀଶୁଙ୍କର ପ୍ରାଶଙ୍ଗିକତା
---------
ଯୀଶୁ କହିଦେଲେ, ଅନେକଙ୍କୁ ବିଦେଶୀ ଓ ଗୋରା ମାନଙ୍କର ଭଗବାନ ବା କୃର, ନିଷ୍ଠୁର, ଧନ ଓ ପଦବୀର ଲାଳସା ଥିବା ଲୋକଙ୍କ ଦେବତା ପରି ଲାଗେ। ସଂସ୍କୃତି ଛଡା ଲୋକର ଧର୍ମ ଗୁରୁ ପରି ଲାଗେ। ଘୃଣା ଓ ବିତୃଷ୍ନାରେ ମୁଣ୍ଡ ଗରମ ହୋଇ ଯାଏ। ଅସୁଚିର ମନୋଭାବ ବଳେ ସୃଷ୍ଟି ହୋଇ ଯାଏ। କିନ୍ତୁ ଯିଏ ଯୀଶୁଙ୍କୁ ବ୍ୟକ୍ତିଗତ ଭାବରେ ଜାଣିଛି, ଅନୁଭୂତିରୁ, କିମ୍ବା ବାଇବେଲ ପଢ଼ି, କିମ୍ବା ଇତିହାସ ପଢ଼ି, ତାଙ୍କୁ ଯୀଶୁ ଶଦ୍ଦ୍ ବାହାରେ କେଉଁଠି ଶୁଣିଲେ, ମନ ଖୁସିରେ ବିଭୋର ହୋଇ ଯାଏ। ଯିଏ ଯୀଶୁଙ୍କୁ ଜାଣିଛି କିନ୍ତୁ ପ୍ରକାଶରେ ଗ୍ରହଣ କରିପାରି ନାହିଁ, ସେ ନିଜକୁ ଦୋଷୀ ଓ ମନରେ ଅସ୍ଵଭାବବିକ ମନେକରେ।
ଆପଣ କେଉଁ ଦଳ ଭିତରେ ଯାଆନ୍ତି ମୁଁ ଜାଣି ନାହିଁ, କିନ୍ତୁ ମୁଁ ଜାଣି ଆଶ୍ଚର୍ଯ୍ୟ ହୁଏଁଯେ, ଯିଏକି କୌଣସି ଏକ ସହରରେ ଜନ୍ମ ହୋଇ ନଥିଲେ, କୌଣସି ଏକ କଲେଜରେ ପଢ଼ି ନଥିଲେ, କୌଣସି ଏକ ବହିଟିଏ ଲେଖିନ ଥିଲେ, ଯାହାର କୌଣସି ଅଫିସଟିଏ ନଥିଲା, ଯିଏକି ୨୦୦ ମାଇଲରୁ ଅଧିକ ଦୂର ଯାତ୍ରା କରିନଥିଲେ, ଯାହାଙ୍କୁ ସେସମୟର ସରକାର ଓ ଧାର୍ମିକ ନେତାମାନେ ବିରୋଧ କଲେ, ଯାହାଙ୍କୁ ନିଜ ସାଙ୍ଗ ସାଥୀ ଛାଡି ଚାଲିଗଲେ, ଯାହାଙ୍କ କଥାକୁ ଥଟ୍ଟା କରି, କୃଷରେ ହତ୍ୟା କରାଗଲା, ଯାହାଙ୍କର ନିଜର ସ୍ଥାବର ସମ୍ପତ୍ତି ବୋଲି କିଛି ନଥିଲା, ଯାହାଙ୍କ ମୃତ ଶରୀରକୁ ଅନ୍ୟର କବରରେ ଅନ୍ତିମ କ୍ରିୟା କରାଗଲା, ସେ ୨୦୦୦ ବର୍ଷ ପରେବି ପୃଥିବୀର ଜ୍ଞାନୀ ମାନଙ୍କ ପାଇଁ ଅପ୍ରାଶଙ୍ଗିକ ହୋଇ ନାହାନ୍ତି। ତାହାଙ୍କ ଜନ୍ମ ଦିନ ପୃଥିବୀ ଇତିହାସକୁ ଦୁଇ ଭାଗ କରି ଦେଇଛି।
ମୋର ମନେ ହୁଏ, କ୍ଷମା ବିନା ପରିବାର, ସମାଜ, ଦେଶ ଓ ପୃଥିବୀରେ ଶାନ୍ତି ଅସମ୍ଭବ, ଯେହେତୁ ଆମେ ସମସ୍ତେ ଅକ୍ଷମଣୀୟ ଭୁଲ, ସବୁ ବେଳେ କରୁଛୁ। ଯୀଶୁଙ୍କ ଶ୍ରେଷ୍ଠ ଉପଦେଶ: ପରସ୍ପରକୁ ପ୍ରେମ କର ଓ କ୍ଷମାକର।
ଆପଣଙ୍କୁ ଯୀଶୁ ଖ୍ରୀଷ୍ଟଙ୍କର ୨୦୨୩ ତମ ଜନ୍ମ ଉତ୍ସବର ଶୁଭେଚ୍ଛା।
ଯେଉଁମାନେ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାକୁ ଚାହୁଁଛନ୍ତି, ତାଙ୍କ ପାଇଁ ସୂଚନା। ଯୀଶୁଙ୍କ ନାମ, ଜନ୍ମ ସ୍ଥାନ, ଅବିବାହିତ କନ୍ୟରୁ ଜନ୍ମ ହେବେ, ତାଙ୍କ ମୃତ୍ୟୁର ଦୁଃଖଦ ବିବରଣୀ, ମୃତ୍ୟୁରୁ ପୁନରୁତ୍ଥାନ, ସ୍ୱର୍ଗହୋରଣ, ଆଲୌକିକ କାର୍ଯ୍ୟ କରିବେ, ଇତ୍ୟାଦି, ଯୀଶୁଙ୍କ ଜନ୍ମର ସହ ସହ ବର୍ଷ ପୂର୍ବରୁ ଭବିଷ୍ୟତ ବାଣୀ ଲେଖା ହୋଇ ଥିଲା। ଯିହୁଦୀ ମାନେ, ଯୀଶୁଙ୍କ ଏହି ପୁରୁଣା ଭବିଷ୍ୟତ ବାଣୀକୁ ବିଶ୍ୱାସ କରି ଆଜିବି ଅପେକ୍ଷା କରୁଛନ୍ତି। ଭାରତର କିଛି ଗ୍ରନ୍ଥ ମଧ୍ୟ ଏହାର ସୂଚନା ସାଧୁ ଚିଲାପ୍ପାଙ୍କ 'ସତ୍ୟକେ ଔର ଏକ ଖୋଜ' ବହିରେ ସଂକଳିତ ହୋଇଛି।
ଯୀଶୁ ନିଜ ମୃତ୍ୟୁର ଦୁଃଖଦ ପ୍ରକ୍ରିୟାକୁ ଭବିଷ୍ୟତ ବାଣୀ କରି ମୃତ୍ୟୁ ପୂର୍ବରୁ ଜଣାଇ ଦେଇଥିଲେ। ଯୀଶୁ ରୋଗୀଙ୍କୁ ସୁସ୍ଥ କରୁଥିଲେ। ଭୋକିଲାଙ୍କୁ ପ୍ରାର୍ଥନା ବଳରେ ଖାଦ୍ୟ ଖୁଆଉ ଥିଲେ। ଯୀଶୁ ମନ କଥା ଜାଣୁଥିଲେ ଓ କହି ଦେଇ ଅନ୍ୟକୁ ଆଶ୍ଚର୍ଯ୍ୟ କରି ଦେଉଥିଲେ। ଯୀଶୁ ମୃତ୍ୟୁ ପରେ ଆଉଥରେ ଜୀବିତ ହୋଇ ଅନେକଙ୍କୁ ଦର୍ଶନ ଦେଇଥିଲେ। ଯୀଶୁ ନିଜକୁ ୟୋହୋବା ଇଶ୍ଵରଙ୍କ ସନ୍ତାନ ଓ ନିଜକୁ ୟୋହୋବ ଦାବି କହୁଥିଲେ। ଏହି କାରଣରୁ ଯୀଶୁଙ୍କୁ ଦୋଷୀ ବୋଲି ଆକ୍ଷେପ କରି, କୃଷରେ ମୃତ୍ୟୁ ଦଣ୍ଡ ଦିଆ ଯାଇଥିଲା।
ଯୀଶୁଙ୍କର ଜ୍ଞାନୀ ଓ ଧନୀ ଶିଷ୍ୟ, ତଥା ଯୀଶୁଙ୍କ ଶିକ୍ଷିତ୍ତ, ଅଶିଖିତ୍ତ ଓ ଗରିବ ଶିଷ୍ୟ, ଉଭୟେ ଯୀଶୁଙ୍କ ମୃତ୍ୟୁ ପରେ, ନିଜ କୌଳିକ ବୃତ୍ତିକୁ ଫେରି ଯାଇଥିଲେ। ଯୀଶୁ ଯେତେବେଳେ ମୃତ୍ୟୁପରେ ବାର ବାର ସ୍ଵଶରୀରରେ ଦେଖାଦେଲେ, ଯୀଶୁଙ୍କ ଜ୍ଞାନୀ ଓ ଧନୀ ଶିଷ୍ୟ ତଥା ଯୀଶୁଙ୍କ ଦ୍ୱାରା ସୁଶିକ୍ଷିତ୍ତ ଓ ଗରିବ ଶିଷ୍ୟ, ଯୀଶୁଙ୍କ ଆଦେଶ ଓ ବାଣୀ ମାନି ଯୀଶୁ ଓ ୟୋହୋବା ଇଶ୍ୱରଙ୍କ ପ୍ରେମ ଓ କ୍ଷମା ଗୁଣ ଓ ଅନନ୍ତ ଜୀବନର ସୁତ୍ରକୁ ପ୍ରଚାର କଲେ।
ଯିଏ ଯୀଶୁଙ୍କୁ ଗ୍ରହଣ କରେ, ସେ ଯୀଶୁ ଓ ୟୋହୋବା ଇଶ୍ୱରଙ୍କ ପ୍ରେମ ଓ କ୍ଷମା ଗୁଣ ଓ ଅନନ୍ତ ଜୀବନର ସୁତ୍ରକୁ ପ୍ରଚାର କରେ, ଯେହେତୁ ଆଜିବି ତାହା ଯୀଶୁଙ୍କ ଶିଷ୍ୟ ମାନଙ୍କ ପାଇଁ ପରାମର୍ଶ ଅଟେ।
ଯୀଶୁଙ୍କ ଇଶ୍ଵରତ୍ୱକୁ ପୃଥିବୀର ଦକ୍ଷିଣାଞ୍ଚଳ, ଆଫ୍ରିକା, ଦକ୍ଷିଣ ଏସିଆ, ଦକ୍ଷିଣ ଆମେରିକାର ଦେଶ ମାନେ ବେଶୀ ଗ୍ରହଣ କରୁଛନ୍ତି। ୟୁରୋପ ଓ ଆମେରିକାର ଦେଶ ମାନଙ୍କରେ ଖ୍ରୀଷ୍ଟିଆନ ସଂଖ୍ୟା କମୁଛି, ପୃଥିବୀରେ ଅଶାନ୍ତି ବଢୁଛି।
ଯୀଶୁ ଆଜିବି ଦେଖା ଦେଉଛନ୍ତି ବୋଲି କେତେକେ ପ୍ରମାଣ ଦେଇ ଯୀଶୁଙ୍କୁ ଗ୍ରହଣ କରିବା ମୁଁ ଶୁଣିଛି ଓ ପଢୁଛି।
ମୋ ଜୀବନରେ, ମୁଁ ଯୀଶୁଙ୍କୁ ପ୍ରାର୍ଥନା କରି ଅନେକ ଥର ସୁସ୍ଥ ହୋଇଛି, ଅନେକ ବିପଦରୁ ମୁକ୍ତି ପାଇଛି, ଉପାର୍ଜନ ଲାଭ କରିଛି, ଶିକ୍ଷା ଓ ଆୟ ଉପାୟ ପାଇଛି।
ଅଲୌକିକ କାର୍ଯ୍ୟର ସାକ୍ଷ୍ୟତ ସବୁ ଧର୍ମାବଲମ୍ବି, ସାକ୍ଷ୍ୟ ଓ ପ୍ରମାଣ ଦିଅନ୍ତି। କିନ୍ତୁ ମୁଁ ଆଶ୍ଚର୍ଯ୍ୟ ଯେ, ଇତିହାସରେ ଯୀଶୁଙ୍କ ବିଷୟରେ ବିଭିନ୍ନ ଧର୍ମ ଗ୍ରନ୍ଥ, ଏପରିକି ଭାରତର କେତେକ ଧର୍ମ ଗ୍ରନ୍ଥ ମଧ୍ୟ ସୂଚନା ଦିଏ।
ଅନୁଭୂତି ଆସ୍ଥା ଜନ୍ମାଏ। ଯାତ୍ରା ଆରମ୍ଭ କଲେ ଅନୁଭୂତି ଆରମ୍ଭ ହୁଏ। ଯାତ୍ରା ଲମ୍ବା ହେଲେ ଅନୁଭୂତି ଗୁଡ଼ିକ ବିଶ୍ୱାସକୁ ସୁଦୃଢ କରେ। ଧର୍ମ ପ୍ରଚାର ଉଚିତ୍ ନୁହେଁ, ଏହା ମୋରବି ବିଶ୍ୱାସ ଓ ନୀତି। ଅନୁଭୂତି ଅନ୍ୟକୁ ନକହି ରହି ହୁଏ ନାହିଁ। ଅନେକ ଧର୍ମର ପରିବେଶରେ, ଧର୍ମ ପ୍ରଚାର ଅପ୍ରାଶଙ୍ଗିକ ଭିତ୍ତିହିନ-ଜିଦ୍ ବୋଲି ମୁଁ ଭାବେ। କିନ୍ତୁ, ଅନୁଭବ ଏକ ଝଡ ତାକୁ ଚାପି ହୁଏନି। ଯୀଶୁଙ୍କ ସହିତ, ମୋ ପାଇଁ ମୋ ଯାତ୍ରା, ତାଙ୍କ ବିଶୟରେ ରଚିତ ବାଇବେଲ ଓ ମୋ ଜୀବନର ଘଟଣା ଗୁଡ଼ିକ ଅନୁଭୂତି। ତାହା ନକହି ରହି ହୁଏନି।
ଜେଲରୁ ଆଜିବି ପ୍ରାର୍ଥନା ବଳରେ କଏଦୀ ଖଲାସ ହେବା, ବିନା ଚାକିରୀରେ ଉପାର୍ଜନ, ବିନା ରୋଗରେ ଜୀବନ, (ବାପାଙ୍କ) ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା ଓ ଉତ୍ତର, ଅସ୍ବୀକାର କରି ରହିହେବନି। ଯୀଶୁଙ୍କର ପ୍ରାଶଙ୍ଗିକତା ଆକାଟ୍ୟ, ସେଥିପାଇଁ ମୃତ୍ୟୁ, ରାଜ ଦଣ୍ଡ, ଭୋକ, ହିନ ମନ୍ୟତା ଯୀଶୁଙ୍କୁ ଅସ୍ବୀକାର କରିପାରୁନାହିଁ ଓ ଆଜିବି ଦକ୍ଷିଣ ପୃଥିବୀ ଯୀଶୁଙ୍କୁ ପ୍ରଭୁ ଇଶ୍ଵର ବୋଲି ବହୁସଂଖ୍ୟାରେ ଗ୍ରହଣ କରି ଚାଲିଛି। ଗାନ୍ଧୀ ଭାରତୀୟ ହୋଇ ଆଫ୍ରୀକାରେ ପ୍ରାଶଙ୍ଗିକ ହୋଇ ପାରିଲେ, ଗୌତମ ବୁଦ୍ଧ ଭାରତୀୟ ହୋଇ ଚିନ୍, ଜାପାନ କୋରିଆରେ ପ୍ରାଶଙ୍ଗିକ, ତେବେ ବିଶ୍ଵଶାନ୍ତି ପାଇଁ କ୍ଷମାର ବାର୍ତ୍ତା ଅପ୍ରସଙ୍ଗିକ ନୁହେଁ। ଯୀଶୁଙ୍କ କ୍ଷମାର ବାର୍ତ୍ତା ଭିନ୍ନ। କରଣ, ଯୀଶୁଙ୍କ ବାର୍ତ୍ତା: ନିଜେ କଷ୍ଟ ପାଇ ଓ କ୍ଷତି ସହି ଅନ୍ୟକୁ କ୍ଷମା ଦେବା ବାର୍ତ୍ତା। ପରଷ୍ପର ଭିତରେ ଭୁଲ ଗୁଡ଼ିକର ଡେବିଟ ଓ କ୍ରେଡିଟ ବା କେତେ ଗଲା, କେତେ ମିଳିଲା ଏହି ହିସାବ କଲେ, ଘରେ, ସମାଜରେ, ଦେଶରେ ଓ ପୃଥିବୀରେ ମୟିତ୍ରୀ ସ୍ଥାପନ ହୋଇ ପାରିବ ନାହିଁ।
ଯୀଶୁଙ୍କ ପ୍ରେମ ଓ କ୍ଷମାର ବାର୍ତ୍ତା ଅନେକଙ୍କ ଦ୍ଵାରା ଉପେକ୍ଷିତ, କାରଣ ଯୀଶୁ ମନୁଷ୍ୟର ଅନନ୍ତ ଜୀବନ ପାଇଁ ପ୍ରେମ ଓ କ୍ଷମା ପାଇଁ ଅୟିଶ୍ୱରୀୟ ଅନୁଗ୍ରହର ବାର୍ତ୍ତାକୁ ପ୍ରଦାନ କରନ୍ତି। ପ୍ରକୃତି ଓ ସୃଷ୍ଟି କର୍ତ୍ତାଙ୍କ ଅନୁଗ୍ରହରେ ଦୟା, କ୍ଷମା ଓ ପ୍ରେମ ରହିଛି। ଗଛ ହାଣି, ପ୍ରକୃତିକୁ ଦୂଷିତ କରି ଆମେ ବାୟୁରୁ ନିଶ୍ବାସ, ପାଣି ଓ ମାଟିରୁ ଖାଦ୍ୟ ପାଉଛୁ। ପ୍ରକୃତିର ମାଲିକ ଯଦି କୌଣସି ଏକ ପ୍ରଭୁ ବା ଇଶ୍ଵର ବା ଗଡ୍, ତେବେ ସେହି ଗଡଙ୍କ ବାର୍ତ୍ତା ହେଉଛି, ଅନୁଗ୍ରହ, ଦୟା, କ୍ଷମା ଓ ପ୍ରେମ। ଅନୁଗ୍ରହ ଦରକାର, ଯେହେତୁ ଆମେ ଯାହା କ୍ଷତି କରିସାରିଛୁ ତାହା ଅପୂରଣୀୟ ଯାହା ପାଇଁ ଆମେ ଦଣ୍ଡର ଯୋଗ୍ୟ। ଯୀଶୁଙ୍କ ସାର ବାର୍ତ୍ତା ହେଉଛି, ଅନୁଗ୍ରହ, ଦୟା, କ୍ଷମା ଓ ପ୍ରେମ। ବିଶ୍ୱ ପ୍ରଚୂର୍ଯ୍ୟୟରେ ଭରପୁର, କିନ୍ତୁ କ୍ଷୁଧା, ତୃଷା ଓ ଅଭାବରେ ଶିଶୁ, ଯୁବା, ବୃଦ୍ଧ ସବୁ ଦେଶରେ ଜର୍ଜରିତ। ଯୀଶୁଙ୍କ ବାଣୀ ଓ ପ୍ରକୃତିର ବାଣୀ ଭିନ୍ନ ନୁହେଁ, ତାହା ଏକ ଏବଂ ତାହା ଶାନ୍ତ ବାଣୀ। ଆଜିର ସମୟରେ କାହିଁକି, ଯୁଗ ଯୁଗ ପାଇଁ ଯୀଶୁଙ୍କ ବାଣୀ ପ୍ରାସଙ୍ଗିକ। ଅନୁଗ୍ରହ, ଦୟା, କ୍ଷମା ଓ ପ୍ରେମ କୌଣସି ଦେଶ, ବର୍ଣ୍ଣ, ସଂସ୍କୃତି ଓ ଦଳ ପାଇଁ ଅପ୍ରାଶଙ୍ଗିକ ହୋଇ ପାରିବ ନୁହେଁ। ଅନୁଗ୍ରହ, ଦୟା, କ୍ଷମା ଓ ପ୍ରେମ ନ ଥାଇ ନିଜକୁ ଯୀଶୁଙ୍କ ଲୋକ, ଧାର୍ମିକ ସମାଜ, ଗୋଷ୍ଠୀ, ଜାତି, ବର୍ଣ୍ଣ, ଦେଶ, କହିପାରିବା ନାହିଁ।
ଡୁଇଟ ଡେଭିଡ ଫିଲିପ
ଆଇନଜୀବି ଓ ସମାଜସେବୀ,
ବଡ଼ପଡ଼ା, ଭବାନୀପାଟଣା, ୭୬୬୦୦୧ ଫୋନ୍ ୯୪୩୭୧୦୪୩୦୩
Sunday, November 5, 2023
Godly feeling
-------------
When climate touches,
I feel, I am a living being,
When sorrow touches,
I feel, I am a human being,
When anger touches,
I feel, I am an animal in the body,
When love touches,
I feel, I am a social being,
When sin touches,
I feel, I am a rejected being,
When tiredness touches,
I feel, I am sleepy,
When a women touches,
I feel, I am a man, with masculine,
Without a touch, I am lonely,
Without a feel, I am deadly,
Without touches and with feelings, one is Godly.
DWIT DAVID PHILIP
Advocate and Social Worker
9437104303
klddavid@rediffmail.com
www pensofdavid.com
Understanding the Entitlement Failures and Sciences of Primitive Tribes in the Light of Kutia Kandh of Kalahandi
--------------
Introduction: Songs, dances, music, and food give an identity to any racial group. Their functions and festivals, indigenous knowledge, techniques, and medicines, along with their smiles and tears, depict their originality and identity. Their anthropology and tombs preserve their ethos, and that is the same with Kutia Kandha, who dwell in the dance forest and hill terrain of Kalahandi, Raigada, and Kandhamal districts with their own identity and test of primitive life styles since time immemorial. With their forests, streams, flora, and fauna, Kutia Kandha has no separate identity. Their name is their life, their religion, their economy, their physiology, and even their sociology. They themselves are an academic discipline, a philosophy, and an institution. And there is enough to be unpacked by champions and scholars of the humanities and physical sciences in the domain of academic disciplines at universities around the Globe to bring their hidden truth into the light.
The Private Vulnerable Tribal Group is named PVTG. This is to specifically identify those who are prone to extinction. They are distinguished from other tribal communities for their pre-agricultural forest-based economy. Though they have low levels of literacy and isolated habitations, they are socio-economically vulnerable and dependent on forest-based livelihoods, but they have better social cohesion and bonding among themselves and with nature.
Out of 635 tribal communities in India, 62 are found in Odisha. Among the STs, 13 are Particularly Vulnerable Tribal Groups (PVTGs) spread over 12 districts in the state, namely, Kalahandi, Nuapada, Sundargarh, Deoghar, Anugul, Mayurbhanj, Keunjhar, Malkangiri Rayagada, Kandhamal, Gajapati, and Ganjam. The scheduled tribe communities have distinct social, cultural, and occupational practices and traits. Tribals speak as many as 74 dialects. The Particularly Vulnerable Tribal Group in Odisha includes Bonda, Chuktia, Bhunjia, Didayi, Gongria, Kandha, Juang, Hill Kharia, Kutia, Kandha, Lanjia, Saora, Lodha, Mankiridia, Pauudi, Bhuyan, and Saora. [1]
Strength of the community: Kutia Kandhas are different from other Kandhas in many respects. By language, they speak Kui [2], a Dravidian language. Language is a science of communication that gives information to act and react. They identify themselves as Kuienju. The climate of Kutia Kandha areas is cooler. Life is tuned to the climate. Their food, clothes, and shelter are designed according to the climate. Sal (Soria robusta) is the prime tree of their forests and is related to their socio-economic and religious lives. Mango, Mahul, Sagopalm, Kusum, Asan, and many others are also part of their life line. Shiali and Baboo are useful for their cottage and boundaries. Different edible roots and berries are added to their food. Animals like elephants, leopards, deer, bears, wild goats, boars, monkeys, deer, peacocks, wild fowl, snakes, mongooses, etc. are inevitable parts of their lives.
House: Kutia Kandh stays together with high social bonding and mutual cooperation. Their houses are constructed in two or more lines, with a courtyard in the middle and houses on both sides of the courtyard, where they get ample sun light.
Food: Generally, they eat three times a day: in the morning, in the afternoon, and at night. The foods they eat are maze, millet, ragi, and rice. In their food, green leaves, shoots, tubers, roots, stems, flowers, fruits, seeds, mango, kernels, etc. are common. Shifting cultivation is their prime agriculture. They get a lot of food from it. They grow pulses, millets, and miner's millets. Green leaves, vegetables, fish or dried fish, and meat are important components of their food. Revenue Acts and Forest Acts control their access to and independent use of land, on which they have belonged and depended for generations since time immemorial.
Language: They have their own Kutia dialect mixed with Kui. Kui is the dialect of other tribal groups in neighboring districts. Being in Odisha, they speak the Odia language, as transection of livelihood needs is done with them. Being exposed to government staff and the markets of the nearby towns, some of them know Hindi, and they know many English words. The OPELIP project has tried to collect the Kutia words in Odia scripts with their meanings. But there is much to do to establish and preserve the language. Their language holds their culture, values, ethos, and practices. The dance, drama, songs, and music live in their dialect.
Role in natural resource management: Kutia Kandha knows their soil, water, weather, and forest. They cultivate on slopes where water flows. That way, soil erosion is controlled. Tubers they eat, but while collecting, they do not destroy them for the continuation of their availability; they replant the tuber tops before leaving the field. They do not destroy growing trees. Like kendu, chahar, harida, bahada, oanla, mahula, panasha amba, khajuri, barakoli, lembu, kamala, kushuma, kanticoli, sapuri, salap, bamboo, tamarin, costard apple, khursha, shiali,
Seeds they eat: tamarin, Shaili seeds, Khursha
Flowers they eat: Neem, Kuler, Kanchan, Agasti, drumstick,
Leaves: Kuler, Gunjer, Bahal, Kobi, Sunia, Kalam, Kosla, Khada, Khapri, Leutia, Kauria, Leutia,
They don’t want to leave the forest, though the Act is dissociating them or forcing them to leave the forest because their faith revolves around the "Dharni Khuta," their God, which is there in different parts of the forest. Their God and the mountain are almost one. Separating from the forest is separating them from their God and from their religious faith. And around Dharani Khuta, their lives, language, culture, and values revolve.
Gender: It is looked at from the perspective of access and control to resources, activity profile, and role in day-to-day life, especially in the life cycle of birth, marriage, and death. As such, there is no gender difference relating to work, but the harder work is done by men and the lighter work is done by women. But mostly women find themselves busy around the clock. Women and men cultivate together. And while the equipment, like frames and settings, is made by the male, the rest of the work is done together. The frames of the houses are made by men. But plastering and flooring in mud and their beautification are done by women. Grinding and cooking are mostly done by women. Before farming and cultivation in each season, males take the lead in rituals and sacrifices to the spirits. Sacrificial meat and ceremonial food are neither cooked nor eaten by the female folk due to socio-religious prohibitions. The Kutia Kandha do not drink milk. Eating eggs and pork is strictly prohibited for women. The emerging youth of both sexes have given up eating beef. During pregnancy, a few food taboos are observed. Some men marry more than one wife but stay together and share all their belongings. Women with whom and barren are given diverse A woman goes for a purification ceremony after a child is born to her.
Technology and engineering: Art, craft, musical instruments, nets, ornaments, housing frames, and farm equipment show their skills and innovations. Their cloth garments and utensils in wooden, metal, and earthen materials show their expertise for living and surviving. The frame of the house, carpentry of furniture, lifting water against the slopes, and agriculture equipment manifest their engineering skill; their food preservation, use of forest leaves, tubers, herbs, and animal body parts during health issues manifest their Sense of medicine; and their Calculation of Days, weeks, Months, and years based on the solar and lunar calendars and climatic predictions shows their knowledge in astronomy. In spite of this, Kutia and the PVTG, due to their lack of knowledge of numbers and letters, are considered backward and are ignored in different walks of life.
Work and earning: Kutia Kandh engage themselves in cultivation, wood cutting, gathering forest products, road making, plantations, and selling their own cattle, crops, and forest products. They do not work with other ethnocultural groups.
Borrowing and mortgaging is done during food scarcity, marriage, festivals, bride prices, and court cases with land lords, middlemen, or shopkeepers. They are an opportunity for credible investment for a better return, as they are faithful borrowers.
Entitlement: The moment s/he takes birth, an individual is surrounded by land, but the pity is that not all have the right to it because of a lack of rights over the land. Like that, many Kutias have had no right over the land where they were born, dwell, and cultivate since their ancestors. The village where they reside has no record of their rights to show anyone.
Disability: It is seen that many of them are undernourished or malnourished. They don’t go for treatment or certification to avail themselves of government disability benefits. Due to working in forests and climbing trees, many of them get injured. They do the local indigenous treatment. Often, it does not bear fruit.
Leadership and Judiciary: leadership is both traditional and as per government by election. Traditional clan leaders are Mutha Majhi and Majhi, and religious leaders are Jani, who is a magico-religious leader who is also an astrologer and healer, and they continue to serve the community hereditably. Birth, death, and marriage are social functions led by leaders. Stealing, begging, and robbery are not found in Kutia Kandh.
Marriage, as diverse as premarital, extramarital, postmarital, and interclan marriage, exists, but it is not a regular practice. In this kind of situation, a financial fine is imposed on the culprits who are convicted. Punishment and restrictions are imposed. The pregnancy of unmarried girls is seriously considered. Marriage by love, capture, exchange, and intrusion is also practiced. Sororate and junior levirate are also practiced. Marriage by bridesmaid is done in an arranged marriage, and it is costly.
Festivals and merrymaking: Major festivals are Meriah sacrifice, Phush Puni, Nua Khaee, Dadbinere, Dasehera, Kandanga, Dakina, Basa Dakina, etc. The Meriah festival (Bia Katina Dakina) is the most significant and expensive occasion of Kutia Kandh.
Threat to the community: On the visit to Taldumer and Uper Dumer, it was seen that there is an accessible road to these interior villages after the Multinational Corporate House, Vedanta Township. After the township, the road became narrower. After it, there is a dance forest until one comes to these villages. There are many villages scattered in the forest and hills, even after Taldumer. People who are not fully clothed look slim. From their villages, the watershed streams flow down to the valleys of the district. The mountain Niyamgiri, which is the biggest bauxite store in Asia, seems to be going out of their control. [3] Deforestation due to industrialization and urbanization in Lanjigarh's head quarters is clearly visible. Topo spare in many areas is seen opened, looking red uncovered from the green coverings. People say the number of animals, timber, and forest coverage is decreasing at a very fast rate, though the number of forest staff is increasing. Vehicle movements and industrial products, both consumable and non-consumable, are increasing. There are Schools and staff like Anganwadi and Accredited Social Health activists, but kindergarten care and maternal care are at a crude stage.
Development is a concept taught in Schools and Universities with many sophisticated definitions and analyses with many parameters and indicators, but the human development Index, parameters, and indicators look paralyzed in villages like Taldumer and Uper Dumer. The present Chief Secretary of Odisha, who was a District Collector, Magistrate, and Project Director of the District Rural Development Agency, and who says Kalahandi is his Second Home District, may cry seeing this entitlement failure of Kutia Kandha, because now the district remembers when the Collector was touring in a Maruti Gypsy, and driving by self has given no result, though now the colorful Government Offices, Banks, panchayats, and Vedanta Almunia Setup look functional and active.
Conclusion: Over all, among the Kutia Kandh, there is gross entitlement. Failure: The Indian population can be broadly divided into tribals and non-tribals, as can the population of Kalahandi. Though there are different kinds of tribes, it is believed that the primitive tribes of Kalahandi are the original inhabitants of the district. Most of them are lagging behind in comparison to tribes in other parts of the world, the state, and the district. The Primitive Tribes are still in remote locations and are forest dwellers with their survival strategy. Their survival strategy has distinct science. Their language is a science; their agriculture, food, medicine, and food storage are sciences. Their irrigation, cottages, village, and set-up are engineering and science. Their days, months, and year calculations are a science. They manage their flora and fauna; their animals and birds are science. Though their goods and materials seem primitive, they are innovators and have been sustaining science since time immemorial, which is sustainable. Their interpersonal relations, group behavior, and concept of rules and disciplines are different from sociology, which has values and doctrines. They respect it, and the values and doctrines bind them together and give them a special identity in spite of modernism.
The non-tribes’ dwell mostly in plain areas, villages, towns, and cities. The socio-economic situation of tribes is relatively lagging behind. In education, health, and other parameters of development, that amounts to further backwardness. The reason is that their dreams and expectations are not so high. They are dependent on nature and forest products. They are not prone to migration. They are not exposed to higher education.
Apart from education, the availability of loans is their new issue. Now the government and the Forest Act say they have no authority in the forest where their God, in the form of Dharni Khuta, Jani Khuta, or Saru Penu (the Mountain God), is. It is a stump for the non-tribe, but it is their traditional God, not matching any other religion. So far as the different definitions of Entitlement failure are concerned, it is not having ownership of food, shelter, clothes, land, or water in spite of the exchange of capacity and capabilities with the state and society. Tribes in India, especially the primitive tribes, do not have land rights, though for generations they have been inhabitants of this land. But the issue is that with the failure of entitlement to the forest land, no one will take away their age-old scientific knowledge on land, water, forest, and their animals and society, but by departing from the forest land, the science they have in their dialect, interpersonal relations, and in their goods and belongings will be lost. The science of primitive tribes must be restored.
Dwit, David Philip
Leheri Thana,
Kantapar,
Bihar Sharif, Police Station,
Nalanda 803101 Mother’s Care School
Badpada
Bhawanipatna
Kalahandi, 766001
[1] Annual activity report of the OPELIP Annual Report of the Govt. of Odisha
[2] Eighth Schedule of the Constitution of India
[3] Geological Survey of India