ଯୀଶୁଙ୍କର ପ୍ରାଶଙ୍ଗିକତା

ଯୀଶୁଙ୍କର ପ୍ରାଶଙ୍ଗିକତା
---------
ଯୀଶୁ କହିଦେଲେ, ଅନେକଙ୍କୁ ବିଦେଶୀ ଓ ଗୋରା ମାନଙ୍କର ଭଗବାନ ବା କୃର, ନିଷ୍ଠୁର, ଧନ ଓ ପଦବୀର ଲାଳସା ଥିବା ଲୋକଙ୍କ ଦେବତା ପରି ଲାଗେ। ସଂସ୍କୃତି ଛଡା ଲୋକର ଧର୍ମ ଗୁରୁ ପରି ଲାଗେ। ଘୃଣା ଓ ବିତୃଷ୍ନାରେ ମୁଣ୍ଡ ଗରମ ହୋଇ ଯାଏ। ଅସୁଚିର ମନୋଭାବ ବଳେ ସୃଷ୍ଟି ହୋଇ ଯାଏ। କିନ୍ତୁ ଯିଏ ଯୀଶୁଙ୍କୁ ବ୍ୟକ୍ତିଗତ ଭାବରେ ଜାଣିଛି, ଅନୁଭୂତିରୁ, କିମ୍ବା ବାଇବେଲ ପଢ଼ି, କିମ୍ବା ଇତିହାସ ପଢ଼ି, ତାଙ୍କୁ ଯୀଶୁ ଶଦ୍ଦ୍ ବାହାରେ କେଉଁଠି ଶୁଣିଲେ, ମନ ଖୁସିରେ ବିଭୋର ହୋଇ ଯାଏ। ଯିଏ ଯୀଶୁଙ୍କୁ ଜାଣିଛି କିନ୍ତୁ ପ୍ରକାଶରେ ଗ୍ରହଣ କରିପାରି ନାହିଁ, ସେ ନିଜକୁ ଦୋଷୀ ଓ ମନରେ ଅସ୍ଵଭାବବିକ ମନେକରେ।
ଆପଣ କେଉଁ ଦଳ ଭିତରେ ଯାଆନ୍ତି ମୁଁ ଜାଣି ନାହିଁ, କିନ୍ତୁ ମୁଁ ଜାଣି ଆଶ୍ଚର୍ଯ୍ୟ ହୁଏଁଯେ, ଯିଏକି କୌଣସି ଏକ ସହରରେ ଜନ୍ମ ହୋଇ ନଥିଲେ, କୌଣସି ଏକ କଲେଜରେ ପଢ଼ି ନଥିଲେ, କୌଣସି ଏକ ବହିଟିଏ ଲେଖିନ ଥିଲେ, ଯାହାର କୌଣସି ଅଫିସଟିଏ ନଥିଲା, ଯିଏକି ୨୦୦ ମାଇଲରୁ ଅଧିକ ଦୂର ଯାତ୍ରା କରିନଥିଲେ, ଯାହାଙ୍କୁ ସେସମୟର ସରକାର ଓ ଧାର୍ମିକ ନେତାମାନେ ବିରୋଧ କଲେ, ଯାହାଙ୍କୁ ନିଜ ସାଙ୍ଗ ସାଥୀ ଛାଡି ଚାଲିଗଲେ, ଯାହାଙ୍କ କଥାକୁ ଥଟ୍ଟା କରି, କୃଷରେ ହତ୍ୟା କରାଗଲା, ଯାହାଙ୍କର ନିଜର ସ୍ଥାବର ସମ୍ପତ୍ତି ବୋଲି କିଛି ନଥିଲା, ଯାହାଙ୍କ ମୃତ ଶରୀରକୁ ଅନ୍ୟର କବରରେ ଅନ୍ତିମ କ୍ରିୟା କରାଗଲା, ସେ ୨୦୦୦ ବର୍ଷ ପରେବି ପୃଥିବୀର ଜ୍ଞାନୀ ମାନଙ୍କ ପାଇଁ ଅପ୍ରାଶଙ୍ଗିକ ହୋଇ ନାହାନ୍ତି। ତାହାଙ୍କ ଜନ୍ମ ଦିନ ପୃଥିବୀ ଇତିହାସକୁ ଦୁଇ ଭାଗ କରି ଦେଇଛି।
ମୋର ମନେ ହୁଏ, କ୍ଷମା ବିନା ପରିବାର, ସମାଜ, ଦେଶ ଓ ପୃଥିବୀରେ ଶାନ୍ତି ଅସମ୍ଭବ, ଯେହେତୁ ଆମେ ସମସ୍ତେ ଅକ୍ଷମଣୀୟ ଭୁଲ, ସବୁ ବେଳେ କରୁଛୁ। ଯୀଶୁଙ୍କ ଶ୍ରେଷ୍ଠ ଉପଦେଶ: ପରସ୍ପରକୁ ପ୍ରେମ କର ଓ କ୍ଷମାକର।
ଆପଣଙ୍କୁ ଯୀଶୁ ଖ୍ରୀଷ୍ଟଙ୍କର ୨୦୨୩ ତମ ଜନ୍ମ ଉତ୍ସବର ଶୁଭେଚ୍ଛା।
ଯେଉଁମାନେ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାକୁ ଚାହୁଁଛନ୍ତି, ତାଙ୍କ ପାଇଁ ସୂଚନା। ଯୀଶୁଙ୍କ ନାମ, ଜନ୍ମ ସ୍ଥାନ, ଅବିବାହିତ କନ୍ୟରୁ ଜନ୍ମ ହେବେ, ତାଙ୍କ ମୃତ୍ୟୁର ଦୁଃଖଦ ବିବରଣୀ, ମୃତ୍ୟୁରୁ ପୁନରୁତ୍ଥାନ, ସ୍ୱର୍ଗହୋରଣ, ଆଲୌକିକ କାର୍ଯ୍ୟ କରିବେ, ଇତ୍ୟାଦି, ଯୀଶୁଙ୍କ ଜନ୍ମର ସହ ସହ ବର୍ଷ ପୂର୍ବରୁ ଭବିଷ୍ୟତ ବାଣୀ ଲେଖା ହୋଇ ଥିଲା। ଯିହୁଦୀ ମାନେ, ଯୀଶୁଙ୍କ ଏହି ପୁରୁଣା ଭବିଷ୍ୟତ ବାଣୀକୁ ବିଶ୍ୱାସ କରି ଆଜିବି ଅପେକ୍ଷା କରୁଛନ୍ତି। ଭାରତର କିଛି ଗ୍ରନ୍ଥ ମଧ୍ୟ ଏହାର ସୂଚନା  ସାଧୁ ଚିଲାପ୍ପାଙ୍କ 'ସତ୍ୟକେ ଔର ଏକ ଖୋଜ' ବହିରେ ସଂକଳିତ ହୋଇଛି।
ଯୀଶୁ ନିଜ ମୃତ୍ୟୁର ଦୁଃଖଦ ପ୍ରକ୍ରିୟାକୁ ଭବିଷ୍ୟତ ବାଣୀ କରି ମୃତ୍ୟୁ ପୂର୍ବରୁ ଜଣାଇ ଦେଇଥିଲେ। ଯୀଶୁ ରୋଗୀଙ୍କୁ ସୁସ୍ଥ କରୁଥିଲେ। ଭୋକିଲାଙ୍କୁ ପ୍ରାର୍ଥନା ବଳରେ ଖାଦ୍ୟ ଖୁଆଉ ଥିଲେ। ଯୀଶୁ ମନ କଥା ଜାଣୁଥିଲେ ଓ କହି ଦେଇ ଅନ୍ୟକୁ ଆଶ୍ଚର୍ଯ୍ୟ କରି ଦେଉଥିଲେ। ଯୀଶୁ ମୃତ୍ୟୁ ପରେ ଆଉଥରେ ଜୀବିତ ହୋଇ ଅନେକଙ୍କୁ ଦର୍ଶନ ଦେଇଥିଲେ। ଯୀଶୁ ନିଜକୁ ୟୋହୋବା ଇଶ୍ଵରଙ୍କ ସନ୍ତାନ ଓ ନିଜକୁ ୟୋହୋବ ଦାବି କହୁଥିଲେ। ଏହି କାରଣରୁ ଯୀଶୁଙ୍କୁ ଦୋଷୀ ବୋଲି ଆକ୍ଷେପ କରି, କୃଷରେ ମୃତ୍ୟୁ ଦଣ୍ଡ ଦିଆ ଯାଇଥିଲା।
ଯୀଶୁଙ୍କର ଜ୍ଞାନୀ ଓ ଧନୀ ଶିଷ୍ୟ, ତଥା ଯୀଶୁଙ୍କ ଶିକ୍ଷିତ୍ତ, ଅଶିଖିତ୍ତ ଓ ଗରିବ ଶିଷ୍ୟ, ଉଭୟେ ଯୀଶୁଙ୍କ ମୃତ୍ୟୁ ପରେ, ନିଜ କୌଳିକ ବୃତ୍ତିକୁ ଫେରି ଯାଇଥିଲେ। ଯୀଶୁ ଯେତେବେଳେ ମୃତ୍ୟୁପରେ ବାର ବାର ସ୍ଵଶରୀରରେ ଦେଖାଦେଲେ, ଯୀଶୁଙ୍କ ଜ୍ଞାନୀ ଓ ଧନୀ ଶିଷ୍ୟ ତଥା ଯୀଶୁଙ୍କ ଦ୍ୱାରା ସୁଶିକ୍ଷିତ୍ତ ଓ ଗରିବ ଶିଷ୍ୟ, ଯୀଶୁଙ୍କ ଆଦେଶ ଓ ବାଣୀ ମାନି ଯୀଶୁ ଓ ୟୋହୋବା ଇଶ୍ୱରଙ୍କ ପ୍ରେମ ଓ କ୍ଷମା ଗୁଣ ଓ ଅନନ୍ତ ଜୀବନର ସୁତ୍ରକୁ ପ୍ରଚାର କଲେ।
ଯିଏ ଯୀଶୁଙ୍କୁ ଗ୍ରହଣ କରେ, ସେ ଯୀଶୁ ଓ ୟୋହୋବା ଇଶ୍ୱରଙ୍କ ପ୍ରେମ ଓ କ୍ଷମା ଗୁଣ ଓ ଅନନ୍ତ ଜୀବନର ସୁତ୍ରକୁ ପ୍ରଚାର କରେ, ଯେହେତୁ ଆଜିବି ତାହା ଯୀଶୁଙ୍କ ଶିଷ୍ୟ ମାନଙ୍କ ପାଇଁ ପରାମର୍ଶ ଅଟେ।
ଯୀଶୁଙ୍କ ଇଶ୍ଵରତ୍ୱକୁ ପୃଥିବୀର ଦକ୍ଷିଣାଞ୍ଚଳ, ଆଫ୍ରିକା, ଦକ୍ଷିଣ ଏସିଆ, ଦକ୍ଷିଣ ଆମେରିକାର ଦେଶ ମାନେ ବେଶୀ ଗ୍ରହଣ କରୁଛନ୍ତି। ୟୁରୋପ ଓ ଆମେରିକାର ଦେଶ ମାନଙ୍କରେ ଖ୍ରୀଷ୍ଟିଆନ ସଂଖ୍ୟା କମୁଛି, ପୃଥିବୀରେ ଅଶାନ୍ତି ବଢୁଛି।
ଯୀଶୁ ଆଜିବି ଦେଖା ଦେଉଛନ୍ତି ବୋଲି କେତେକେ ପ୍ରମାଣ  ଦେଇ ଯୀଶୁଙ୍କୁ ଗ୍ରହଣ କରିବା ମୁଁ ଶୁଣିଛି ଓ ପଢୁଛି।
ମୋ ଜୀବନରେ, ମୁଁ ଯୀଶୁଙ୍କୁ ପ୍ରାର୍ଥନା କରି ଅନେକ ଥର ସୁସ୍ଥ ହୋଇଛି, ଅନେକ ବିପଦରୁ ମୁକ୍ତି ପାଇଛି, ଉପାର୍ଜନ ଲାଭ କରିଛି, ଶିକ୍ଷା ଓ ଆୟ ଉପାୟ ପାଇଛି।
ଅଲୌକିକ କାର୍ଯ୍ୟର ସାକ୍ଷ୍ୟତ ସବୁ ଧର୍ମାବଲମ୍ବି, ସାକ୍ଷ୍ୟ ଓ ପ୍ରମାଣ ଦିଅନ୍ତି। କିନ୍ତୁ ମୁଁ ଆଶ୍ଚର୍ଯ୍ୟ ଯେ, ଇତିହାସରେ ଯୀଶୁଙ୍କ ବିଷୟରେ ବିଭିନ୍ନ ଧର୍ମ ଗ୍ରନ୍ଥ, ଏପରିକି ଭାରତର କେତେକ ଧର୍ମ ଗ୍ରନ୍ଥ ମଧ୍ୟ ସୂଚନା ଦିଏ।
ଅନୁଭୂତି ଆସ୍ଥା ଜନ୍ମାଏ। ଯାତ୍ରା ଆରମ୍ଭ କଲେ ଅନୁଭୂତି ଆରମ୍ଭ ହୁଏ। ଯାତ୍ରା ଲମ୍ବା ହେଲେ ଅନୁଭୂତି ଗୁଡ଼ିକ ବିଶ୍ୱାସକୁ ସୁଦୃଢ କରେ। ଧର୍ମ ପ୍ରଚାର ଉଚିତ୍ ନୁହେଁ, ଏହା ମୋରବି ବିଶ୍ୱାସ ଓ ନୀତି। ଅନୁଭୂତି ଅନ୍ୟକୁ ନକହି ରହି ହୁଏ ନାହିଁ। ଅନେକ ଧର୍ମର ପରିବେଶରେ, ଧର୍ମ ପ୍ରଚାର ଅପ୍ରାଶଙ୍ଗିକ ଭିତ୍ତିହିନ-ଜିଦ୍ ବୋଲି ମୁଁ ଭାବେ। କିନ୍ତୁ, ଅନୁଭବ ଏକ ଝଡ ତାକୁ ଚାପି ହୁଏନି। ଯୀଶୁଙ୍କ ସହିତ, ମୋ ପାଇଁ ମୋ ଯାତ୍ରା, ତାଙ୍କ ବିଶୟରେ ରଚିତ ବାଇବେଲ ଓ ମୋ ଜୀବନର ଘଟଣା ଗୁଡ଼ିକ ଅନୁଭୂତି। ତାହା ନକହି ରହି ହୁଏନି।
ଜେଲରୁ ଆଜିବି ପ୍ରାର୍ଥନା ବଳରେ କଏଦୀ ଖଲାସ ହେବା, ବିନା ଚାକିରୀରେ ଉପାର୍ଜନ, ବିନା ରୋଗରେ ଜୀବନ, (ବାପାଙ୍କ) ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା ଓ ଉତ୍ତର, ଅସ୍ବୀକାର କରି ରହିହେବନି। ଯୀଶୁଙ୍କର ପ୍ରାଶଙ୍ଗିକତା ଆକାଟ୍ୟ, ସେଥିପାଇଁ ମୃତ୍ୟୁ, ରାଜ ଦଣ୍ଡ, ଭୋକ, ହିନ ମନ୍ୟତା ଯୀଶୁଙ୍କୁ ଅସ୍ବୀକାର କରିପାରୁନାହିଁ ଓ ଆଜିବି ଦକ୍ଷିଣ ପୃଥିବୀ ଯୀଶୁଙ୍କୁ ପ୍ରଭୁ ଇଶ୍ଵର ବୋଲି ବହୁସଂଖ୍ୟାରେ ଗ୍ରହଣ କରି ଚାଲିଛି। ଗାନ୍ଧୀ ଭାରତୀୟ ହୋଇ ଆଫ୍ରୀକାରେ ପ୍ରାଶଙ୍ଗିକ ହୋଇ ପାରିଲେ, ଗୌତମ ବୁଦ୍ଧ ଭାରତୀୟ ହୋଇ ଚିନ୍, ଜାପାନ କୋରିଆରେ ପ୍ରାଶଙ୍ଗିକ, ତେବେ ବିଶ୍ଵଶାନ୍ତି ପାଇଁ କ୍ଷମାର ବାର୍ତ୍ତା ଅପ୍ରସଙ୍ଗିକ ନୁହେଁ।  ଯୀଶୁଙ୍କ କ୍ଷମାର ବାର୍ତ୍ତା ଭିନ୍ନ। କରଣ, ଯୀଶୁଙ୍କ ବାର୍ତ୍ତା: ନିଜେ କଷ୍ଟ ପାଇ ଓ କ୍ଷତି ସହି ଅନ୍ୟକୁ କ୍ଷମା ଦେବା ବାର୍ତ୍ତା। ପରଷ୍ପର ଭିତରେ ଭୁଲ ଗୁଡ଼ିକର ଡେବିଟ ଓ କ୍ରେଡିଟ ବା କେତେ ଗଲା, କେତେ ମିଳିଲା ଏହି ହିସାବ କଲେ, ଘରେ, ସମାଜରେ, ଦେଶରେ ଓ ପୃଥିବୀରେ ମୟିତ୍ରୀ ସ୍ଥାପନ ହୋଇ ପାରିବ ନାହିଁ। 
ଯୀଶୁଙ୍କ ପ୍ରେମ ଓ କ୍ଷମାର ବାର୍ତ୍ତା ଅନେକଙ୍କ ଦ୍ଵାରା ଉପେକ୍ଷିତ, କାରଣ ଯୀଶୁ ମନୁଷ୍ୟର ଅନନ୍ତ ଜୀବନ ପାଇଁ ପ୍ରେମ ଓ କ୍ଷମା ପାଇଁ ଅୟିଶ୍ୱରୀୟ ଅନୁଗ୍ରହର ବାର୍ତ୍ତାକୁ ପ୍ରଦାନ କରନ୍ତି। ପ୍ରକୃତି ଓ ସୃଷ୍ଟି କର୍ତ୍ତାଙ୍କ  ଅନୁଗ୍ରହରେ ଦୟା, କ୍ଷମା ଓ ପ୍ରେମ ରହିଛି। ଗଛ ହାଣି, ପ୍ରକୃତିକୁ ଦୂଷିତ କରି ଆମେ ବାୟୁରୁ ନିଶ୍ବାସ, ପାଣି ଓ ମାଟିରୁ ଖାଦ୍ୟ ପାଉଛୁ। ପ୍ରକୃତିର ମାଲିକ ଯଦି କୌଣସି ଏକ ପ୍ରଭୁ ବା ଇଶ୍ଵର ବା ଗଡ୍, ତେବେ ସେହି ଗଡଙ୍କ ବାର୍ତ୍ତା ହେଉଛି, ଅନୁଗ୍ରହ, ଦୟା, କ୍ଷମା ଓ ପ୍ରେମ। ଅନୁଗ୍ରହ ଦରକାର, ଯେହେତୁ ଆମେ ଯାହା କ୍ଷତି କରିସାରିଛୁ ତାହା ଅପୂରଣୀୟ ଯାହା ପାଇଁ ଆମେ ଦଣ୍ଡର ଯୋଗ୍ୟ। ଯୀଶୁଙ୍କ ସାର ବାର୍ତ୍ତା ହେଉଛି, ଅନୁଗ୍ରହ, ଦୟା, କ୍ଷମା ଓ ପ୍ରେମ। ବିଶ୍ୱ ପ୍ରଚୂର୍ଯ୍ୟୟରେ ଭରପୁର, କିନ୍ତୁ କ୍ଷୁଧା, ତୃଷା ଓ ଅଭାବରେ ଶିଶୁ, ଯୁବା, ବୃଦ୍ଧ ସବୁ ଦେଶରେ ଜର୍ଜରିତ। ଯୀଶୁଙ୍କ ବାଣୀ ଓ ପ୍ରକୃତିର ବାଣୀ ଭିନ୍ନ ନୁହେଁ, ତାହା ଏକ ଏବଂ ତାହା ଶାନ୍ତ ବାଣୀ। ଆଜିର ସମୟରେ କାହିଁକି, ଯୁଗ ଯୁଗ ପାଇଁ ଯୀଶୁଙ୍କ ବାଣୀ ପ୍ରାସଙ୍ଗିକ। ଅନୁଗ୍ରହ, ଦୟା, କ୍ଷମା ଓ ପ୍ରେମ କୌଣସି ଦେଶ, ବର୍ଣ୍ଣ, ସଂସ୍କୃତି ଓ ଦଳ ପାଇଁ ଅପ୍ରାଶଙ୍ଗିକ ହୋଇ ପାରିବ ନୁହେଁ। ଅନୁଗ୍ରହ, ଦୟା, କ୍ଷମା ଓ ପ୍ରେମ ନ ଥାଇ ନିଜକୁ ଯୀଶୁଙ୍କ ଲୋକ, ଧାର୍ମିକ ସମାଜ, ଗୋଷ୍ଠୀ, ଜାତି, ବର୍ଣ୍ଣ, ଦେଶ, କହିପାରିବା ନାହିଁ।
ଡୁଇଟ ଡେଭିଡ ଫିଲିପ
ଆଇନଜୀବି ଓ ସମାଜସେବୀ,
ବଡ଼ପଡ଼ା, ଭବାନୀପାଟଣା, ୭୬୬୦୦୧ ଫୋନ୍ ୯୪୩୭୧୦୪୩୦୩


edit

No comments:

Post a Comment

Contact Here

Name

Email *

Message *