ଛିଣ୍ଡାଇଛି ଫୁଲ
Friday, December 1, 2023
ଛିଣ୍ଡାଇଛି ଫୁଲ
---------
ଯାଉଛି ତୁ ଥିବୁ
ହେବ ଯଦି କରି ଆସିବୁ
ଭାବୁଥିଲି ଯୌବନେ ଦୁନିଆ ମୋର
କରିବି ଭୋଗ ଓ ପୁଣ୍ୟ ଅନେକଙ୍କର
ଭାବୁଛି ଏବେ ଦୁନିଆ ଆଉ ନୁହେଁ ମୋହର
ନଦେଲେବି ଏହାକୁ ହାତରେ ତୋହର
ଆସିବା ପୂର୍ବରୁ ପାଇବୁ ଅନେକ ସମୟ
ପେଟ, ଆରାମ, ଅଧିକାର, ସମ୍ମାନ, ପାଇଁ ହେବୁନି ବ୍ୟାକୁଳ
ପର ଉପକାରେ ପାଇବୁ ଯାହା ଦୁନିଆ ପାଇଁ ଅପାର।
ଫୁଲ ବାଶିଲେ ଫୁଲ ତୋଳିବାକୁ ବ୍ୟାକୁଳ
ମାଟି, ପାଣି, ମଞ୍ଜି ଯୋଗାଡ କଷ୍ଟ ନୁହେଁ ସେମାନଙ୍କର
ଛିଣ୍ଡାଇଛି ସାଜିବାକୁ ମୋ ଘର ଦ୍ବାର
ଯାଉଛି ଶିଖି, ଶିଖାଇବିନି, ନାହିଁ ସମୟ
ଭାଷଣ ପେଲୁଛି କବିତାରେ, କରିବୁନି ମୋପରି ବିଦ୍ରୋହ।
ହାଏ ମୋ ଯୌବନ ଭୁଲେ ଶିଶୁ ଓ ଶୈଶବ ସମୟ।
ହାଏ ମୋ ପ୍ରୌଢ଼, ଛିଣ୍ଡାଇଛି ପେଟ, ଆରାମ, ଅଧିକାର, ସମ୍ମାନ, ପାଇଁ ଫୁଲ।
ଡୁଇଟ୍ ଡେଭିଡ ଫିଲିପ
ଓକିଲ ଓ ସମାଜ ସେବକ,
ଭବାନୀପାଟଣା, କଳାହାଣ୍ଡି,
୯୪୩୭୧୦୪୩୦୩
୨୬/୧୧/୨୦୨୩
www.pensofdavid.com
edit
No comments:
Post a Comment