ସୀମାକୁ

ସୀମାକୁ
------------
ଯାଇ ସାରିଲାଣି ମଣିଷ ଚନ୍ଦ୍ର ଓ ଶନି ଗ୍ରହକୁ,
ଭାଷା ଓ ହୃଦୟ ସୀମିତ, ଆଗ୍ରହ ନାହିଁ ବଢ଼ାଇବାକୁ,
ଅସୀମ ହେଲେ ସସୀମ, ମଣିଷ ମାନୁନି ସୀମାକୁ,
ସୂର୍ଯ୍ୟକୁ ଗଲେ ହେବ ନି କି ଭସ୍ମ, ପଚାରୁଛି ମୁଁ ମୋ ମନକୁ।

ଘରର ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତା ପସନ୍ଦ ଆସୁ ନି ମନକୁ,
ଖୋଜୁଛି ବଡ଼ ବଡ଼, ମର ଶରୀର ଭୋଗିବାକୁ,
ଶୋଇବାକୁ ପାଇବ କି ନାହିଁ ଦୁଇ ଗୁଣନ ଛଅ ଫୁଟକୁ,
ଖଟର ଆକାର ବରାଦୁଛି, ବଢାଇ ପିଲା ମାନଙ୍କୁ।

ଭାଷା, ମନ ଓ ସାହିତ୍ୟ ପାଠକୁ,
ପାଟି, ହାତ ଓ ଗୋଡ ଦେହକୁ,
ପ୍ରଶାରିବ ଯଦି ଆଗକୁ, 
"ଏ ବାବୁ / ଏ ମା ଥିଲେ ଭିନ୍ନ", କହିବେ ଲୋକେ ମରଣ ଦିନଠୁ।

ଡୁଇଟି ଡେଭିଡ ଫିଲିପ୍
ଆଇନ ଜୀବୀ ଓ ସମାଜ ସେବୀ
କଳାହାଣ୍ଡି
୯୪୩୭୧୦୪୩୦୩
୪ ଅକ୍ଟୋବର ୨୦୨୩
www.pensofdavid.com

edit

No comments:

Post a Comment

Contact Here

Name

Email *

Message *