ମୋର ରଙ୍ଗ ଖେଳା

ମୋର ରଙ୍ଗ ଖେଳା
---------------------
ଶିଶୁ କେବେ ତ କେବେ ଯୁବା ହେଉଛି
ବୃଦ୍ଧ ନହୋଇ କେବେ ଶ୍ଳଥ  ହେଇଛି
ବାସ୍ତବର ଓ ଆଦର୍ଶର ରଙ୍ଗ ବାଛିଛି

ଭୋଗ ଯେ କରୁଛି ସେ, ପରିଚୟ ମୋହର
ମୁଁ ଜାଣେ ମୁଁ କିଏ, ଯାହା ମୋ ଅନ୍ତର

ଭୁଞ୍ଜୁଛି ଗୋଟେ
ପିନ୍ଧୁଛି ଗୋଟେ
କହୁଛି ଗୋଟେ
କରୁଛି ଗୋଟେ
ଏକାନ୍ତ ଜୀବନ, କହୁଛି ମୁଁ କିଏ 
କି ରଙ୍ଗ ମୁଁ ଭଲ ପାଏ

ପ୍ରଣାମ, ମୁଁ କରେ, କି ମୋତେ କିଏ କରେ
ମୋର ବାସ୍ତବ ପରିଚୟ ମୁଁ ଜାଣେ
ଜାମା ମୁଁ ପିନ୍ଧୁଛି ବାଛି ବାଛି କେତେ

ହୁଏ ସକାଳରୁ ହୋଇ ଯାଏ ସନ୍ଧ୍ୟା 
ଶିଶୁରୁ, ଯୁବା ତାପରେ ବୃଦ୍ଧା
ଜାମା ବଦଳାଇ ବଦଳାଇ ହୋଉଛି ପିନ୍ଧା

ଭଲ ଖରାପ, ପାପ ପୁଣ୍ୟ, ନୀତି ଅନୀତି 
କେଉଁଟା ମୋର ହୃଦୟର ଆଦର୍ଶ ହୋଇଛି?

ମୂଷଳ ବର୍ଷା,
ଘୂର୍ଣ୍ଣିବାତ୍ୟା
ପ୍ରକୃତି ଆଣେ
ଭୂମିକମ୍ପ, ମାଇନସ ଡିଗ୍ରୀ ଶୀତ ଲହରା

ଉଲଙ୍ଗ କରେ ଜନ ଜୀବନ
ଉଲଙ୍ଗ ଜନ୍ମ ପ୍ରକୃତିର ନିୟମ

ଆଦର୍ଶ ଓ ବାସ୍ତବ ଚକ୍ରରେ ଏ ଜୀବନ
ମନ ପଚାରୁଛି ଜାମା ଯେ ବଦଳାଉଛୁ ନାନା  ରଙ୍ଗର 

ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ, 
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩
Labels:
edit

No comments:

Post a Comment

Contact Here

Name

Email *

Message *