ଖ୍ରୀଷ୍ଟିଆନ୍ ତାଲିବାନି ଓ ସରକାରୀ ଆତଙ୍କବାଦ୍ ଅଗ୍ରହଣୀୟ ଉପାଖ୍ୟାନ ନୁହେଁକି?

ଖ୍ରୀଷ୍ଟିଆନ୍ ତାଲିବାନି ଓ ସରକାରୀ ଆତଙ୍କବାଦ୍ ଅଗ୍ରହଣୀୟ ଉପାଖ୍ୟାନ ନୁହେଁକି?
ପୃଥିବୀରେ ଗୋରା ସରକାର ଉପନିବେଶବାଦ ପାଇଁ ସଦା ଘୃଣ୍ୟ। ଦାସ ପ୍ରଥା ପାଇଁ ଇଉରୋପ ସଦା ବଦନାମ। ଦକ୍ଷିଣ ଆଫ୍ରୀକା ଓ ଆମେରିକା ଦ୍ଵାରା ଆପାଥାଏଡ ବା ଗୋରଙ୍କ ଗୋରାଙ୍କ ଦ୍ଵାରା କଳା ମାନଙ୍କୁ ଘୃଣା ଓ ଭେଦ ଭାବ ଯେପରି ଭାରତରେ ଶାସକଙ୍କ ଦ୍ଵାରା ଇତିହାସରେ ଜାତିବାଦ ସେପରି, ଶାସକ ଓ ଶାସନ ନିଜର କୁକୃତ୍ତି ପାଇଁ ମାନବ ଇତିହାସ ଚିର କାଳ ପାଇଁ ଲଜ୍ଜା ଭୋଗୁଛି । ଯେବେଠୁ ଗଣତନ୍ତ୍ର ଭାବନାର ଆବିର୍ଭାବ ହୋଇଛି, ଇତିହାସ ମାନବିକ ଅଧିକାର ଓ ମାନବିକତା ଲାଗି ସଭ୍ୟ ସମାଜ, ଶିଶୁ, ନାରୀ, ବୃଦ୍ଧ, ବିକଳାଙ୍ଗ, ଜନଜାତି ନପୁଂସକ ଓ ସମ ଲିଙ୍ଗି ପାଇଁ ନ୍ୟାୟ ବାନ ଓ ଉଦାର ହୋଇ ଆସୁଛି। 
ଶିଶୁ, ନାରୀ, ବୃଦ୍ଧ, ବିକଳାଙ୍ଗ, ଜନଜାତି କାହିଁକି, ପୁରୁଶଙ୍କ ପାଇଁବି ଉପନିବେଶବାଦ ଓ ଦାସ ପ୍ରଥାର ଶିକାର ମଣିଷ ହୋଇଥିଲା। ଅନେକ ଦେଶ ରାଷ୍ଟ୍ର, ଜାତି ଓ ଧର୍ମ ର ଲୋକ ମାନେ, ଉପନିବେଶବାଦ ଓ ଦାସ ପ୍ରଥାର ଜଘନ୍ୟ ଶିକାର ହୋଇଥିବା ପୃଥିବୀ ଜାଣିଛି। 
ବୁଦ୍ଧଦେବ, ଯିଶୁଖ୍ରୀଷ୍ଟ, ଗାନ୍ଧୀଯୀ, ନେଲସନ ମଣ୍ଡେଲା ପୃଥିବୀକୁ ମାନବ ଧର୍ମର ସୁଶିକ୍ଷା ଓ ସ୍ଥାପନ ପାଇଁ ଇଶ୍ୱରଙ୍କ ଶ୍ରେଷ୍ଠ ଦାନ କୁହାଯିବ। ସେ ପ୍ରକାର ପ୍ରଥମେ ବାବିଲୋନୀୟ, ତାପରେ ପାରସ୍ୟ, ତାପରେ ଗ୍ରୀକ୍, ତାପରେ ରୋମୀୟ, ଓ ଶେଷରେ ଇଂରେଜମାନଙ୍କର କୃର ସାଶନର ବର୍ବରତାର ବାସ୍ତବ ଉଦାହରଣ। ତଥାପିବି ଜଗତ ବର୍ବରତାକୁ ଘୃଣା କରୁନାହିଁ କିମ୍ଵା ପ୍ରତ୍ୟାଖ୍ୟାନ କରୁନାହିଁ। ଦେଖିଛି ଏସବୁ ଶାସନରେ ସବୁ ପ୍ରକାର, କଳା, ସ୍ଥାପତ୍ୟ, ସାହିତ୍ୟ, ବିଜ୍ଞାନର ବିକାଶ ହୋଇଛି। ଯେଉଁ କାଳରେ ମାନବ ସମାଜ ହନ୍ତ ସନ୍ତ ଓ ଜୀବନ ଦୁଷ୍କର ଓ ହିନ ହେଉଛି, ସେଇଠି ଇତିହାସ ସମୟକୁ ନାଁ ଦେଇଛି "କଳା ଯୁଗ" ବା dark age। ନିନ୍ଦା ବିହୀନ ହୋଇ ରହି ଯାଏନି ଶାସନ, ସମାଜ ଓ ଧର୍ମ। ହିନ୍ଦୁ ହେଉକି ଖ୍ରୀଷ୍ଟିଆନ ଧର୍ମ ଅବା ମୁସଲମାନ ଧର୍ମ, ସଂସ୍କାରର ସ୍ଲୋଗାନ ସମ୍ମୁଖରେ ସମସ୍ତେ ନତ ମସ୍ତକ। ବୁଦ୍ଧ ଓ ଜୟିନ ହିନ୍ଦୁ ପାଇଁ, ପ୍ରୋଟେଷ୍ଟାଡ ବିପ୍ଲବ ଖ୍ରୀଷ୍ଟିଆନ ପାଇଁ, ସିଆ, ସୁନ୍ନି ଓ ସୁଫି ପରି ଚିନ୍ତା ମୁସଲମାନ ପାଇଁ, ସଂସ୍କାର ବାର୍ତ୍ତାର ଉଦାହରଣ ଓ ତାର ସାହିତ୍ୟ ଓ ରଚନା ପିରାମିଡ୍ ପରି ଠିଆ ହୋଇ ସାକ୍ଷ୍ୟ ଦେଉଛି, ସଂସ୍କାର ଏବେବି ଆବଶ୍ୟକ। 
ଖ୍ରୀଷ୍ଟିଆନ ସମ୍ପ୍ରଦାୟରେବି ଜାତିଆଣ ଭାବ, ମହିଳାଙ୍କୁ ପ୍ରାର୍ଥନା ସଭାରେ ପାଳକୀୟ ନେତୃତ୍ୱ ସେବାରୁ ବାଦ୍ ଦେବା, ମହିଳାଙ୍କୁ ସମ୍ପତ୍ତିରୂ ବାଦ୍ ଦେବା, ଖ୍ରୀଷ୍ଟିଆନ୍ ତାଲିବାନି ଚିନ୍ତା ନୁହେତ ଆଉକଣ। ସରକାରଙ୍କ କର୍ମ ଚାରି ଦ୍ଵାରା ଲାଞ୍ଚ, ପୁଞ୍ଜି ପତ୍ତି ପାଇଁ ଭୂମି ସରକାରଙ୍କ ଦ୍ଵାରା ଅଧିଗ୍ରହଣ ଓ ଦଖଲ ସରକାରୀ ଆତଙ୍କବାଦ୍ ନୁହେଁ ତ କଣ? ଜଳ ଜଙ୍ଗଲ ଓ ଜମିରୁ ପ୍ରଶାସନର ଶକ୍ତିକୁ ଅପବ୍ୟବହାର କରି ଆଦିବାସୀଙ୍କୁ ଉଚ୍ଛେଦ ବିଭିନ୍ନ ମହାଦେଶରେ ସରକାରୀ ଆତଙ୍କବାଦ୍ ନୁହେଁ ତ କଣ। ନିର୍ଦ୍ଧିଷ୍ଟ ଧର୍ମ, ଶ୍ରେଣୀ ଓ ଜାତି ପାଇଁ ସରକାରୀ ସୁରକ୍ଷା ଓ ସରକାରୀ କୋହଳ ନୀତି ଅବା ନିର୍ଦ୍ଧିଷ୍ଟ ଧର୍ମ, ଶ୍ରେଣୀ ଓ ଜାତି ପାଇଁ ସରକାରୀ କଟ କଣା, ସରକାରୀ ଆତଙ୍କ ବାଦ୍ ନୁହେଁତ ଆଉ କଣ। 
ବୁଦ୍ଧ, ଯିଶୁ, ଗାନ୍ଧୀ, ମାଣ୍ଡେଲା ନିଜର ସାକ୍ଷ୍ୟ ମୟ ଜୀବନ ପାଇଁ ପୂଜ୍ୟ। ସେମାନଙ୍କର ଶ୍ରେଷ୍ଠ ଉପାଖ୍ୟାନ ଗୁଡ଼ିକ ହେଉଛି, ମଣିଷର ମଣିଷକୁ ବ୍ୟବହାର, ସେବା, ପ୍ରେମ ଓ କ୍ଷମା । ସାରା ବିଶ୍ବରେ ଖ୍ରୀଷ୍ଟିଆନ ସଂଖ୍ୟା ସର୍ବ ବୃହତ୍। ଯିଶୁଖ୍ରୀଷ୍ଟ କହି ଚାଲି ଗଲେ ପୋଡୋଷିକୁ ଆତ୍ମ ତୁଲ୍ୟ ପ୍ରେମ କର, ସାତ ଗୁଣ ସତୁରୀ ଥର କ୍ଷମା କର, ମୋତେ ଯଦି ପ୍ରେମ କରୁଛ, ଅନ୍ୟକୁ ପ୍ରେମ କର। ଖ୍ରୀଷ୍ଟିଆନ ଏହି ସାକ୍ଷ୍ୟ ବହନ କରୁଛି କି, ଧର୍ମ ମାନେ ଏହି ସାକ୍ଷ୍ୟ ବହନ କରୁଛନ୍ତି କି? 
ପଶୁବି ପ୍ରେମ ବୁଝେ। ପୋଷା ମାନେ। 
ସାମ୍ରାଜ୍ୟ ବାଦ୍ ଓ ପୁଞ୍ଜିବାଦ/ଖାଉଟି ବାଦ୍, ବିଜ୍ଞାନର ବିକାଶ ପାଇଁ ଖର୍ଚ୍ଚ କରେ ଓ ବିଜ୍ଞାନ ବ୍ୟବହାର ପାଇଁ ଚାହିଦା ବଢାଏ। ସାଧାରଣ ଓ ଅସାଧାରଣ ମଣିଷ ଏହାର ଶିକାର ଓ ଭୃତ୍ୟ। ଭୋଗ ବିଳାସର ବସ୍ତୁ କିଣିବା ପାଇଁ ପ୍ରଚାର ପ୍ରସାର ଚାଲେ ଓ ପାଇବା ପାଇଁ ଚାଲେ ଦୌଡ, ମଣିଷ କେବଳ ନୁହେଁ, ଜଳ, ଜଙ୍ଗଲ ଓ ଜମି ବ୍ୟତୀତ ସାହିତ୍ୟ, କଳା ଓ ଖାଦ୍ୟ, ବିଜ୍ଞାନ ନାଁରେ ସାମ୍ରାଜ୍ୟ ବାଦ୍, ପୁଞ୍ଜିବାଦ, ଖାଉଟି ବାଦର ପ୍ରଚାର ଓ ପ୍ରସାର ହେଇ ଚାଲିଛି। ସାମ୍ରାଜ୍ୟ ବାଦି ଓ ପୁଞ୍ଜିବାଦି ପୁଞ୍ଜି ନିବେଶ ନକଲେ ବିକାଶ ହୁଏନାହିଁ। ସରକାର ମାନଙ୍କଠୁ ସାମ୍ରାଜ୍ୟ ବାଦି ଓ ପୁଞ୍ଜିବାଦି ଅତି ପ୍ରଭାବୀ।
ପ୍ରତି କ୍ଷେତ୍ରରେ ମଣିଷ ଚାହେଁ, ଆୟ ବଢ଼ୁ, କାମ କମୁ ଓ ଉତ୍ତର ଦାୟି କେହି ନରହୁ। ସାମ୍ରାଜ୍ୟ ବାଦି ଓ ପୁଞ୍ଜିବାଦି ଏହା ଶୁନିସଚିତ୍ତ କଲା ବେଳକୁ, ସରକାର ଆଇନ ଓ ନ୍ୟାୟ ଏହାକୁ ଧରି ବ୍ୟକ୍ତିକୁ ଉତ୍ତର ଦାୟି କରିବା ପାଇଁ ଅନେକ ଦେଶରେ ସଙ୍ଘର୍ଷ କରୁଛନ୍ତି। ବିଜ୍ଞାନ ଓ କ୍ଷମତା ମଣିଷ ପାଇଁ ଆୟ ବୃଦ୍ଧି, କାର୍ଯ୍ୟ ବୋଝ ହ୍ରାସ ଓ ଉତ୍ତର ଦାୟୀତ୍ଵର ବୋଝକୁବି ହ୍ରାସ କରିବାରେ ମଧ୍ୟ ସମର୍ଥ ହେଉଛି। 
ଶିକ୍ଷା ଓ ଧନର ଅଭାବୀମାନଙ୍କୁ ବିଜ୍ଞାନ, ଆୟ ଓ କ୍ଷମତା ଯଦିଓ ଆକର୍ଷଣ କରୁଛି ଏହାର ସୁଯୋଗ କାନ୍ଧକୁ କାନ୍ଧ ମିଳାଇ ହାସଲ କରିବା ସମସ୍ତଙ୍କ ପାଇଁ ସାଧାରଣତଃ ସମ୍ଭବ ହେଇ ପରୁ ନାହିଁ।
ଇସ୍ରାଏଲ ଓ ପାଲେଷ୍ଟାଇନ/ହାମାଶ ଯୁଦ୍ଧରେ, ଆମେରିକା ଓ ଇଉରୋପର ଅନେକ ଦେଶ ବିନା ସର୍ତରେ ଇସ୍ରାଏଲକୁ ସମର୍ଥନ କରୁଛନ୍ତି। ଏହା ଅନେକଙ୍କୁ ଉଚିତ୍ ମନେ ହେଉଛି। ହାମାସ ପ୍ରଥମେ ଆକ୍ରମଣ କଲା ଓ ଶିଶୁ, ମହିଳା ଓ ସାଧାରଣ ନାଗରିକଙ୍କୁ ମାରିଲା ତେଣୁ ଏହି ଯୁଦ୍ଧ ଓ ଏହି ପ୍ରତିଶୋଧ ଯଥାର୍ଥ କୁହାଯାଉଛି। କିନ୍ତୁ ପ୍ରଶ୍ନ, ଆତଙ୍କବାଦୀଙ୍କୁ ମାରିବାପାଇଁ ଶିଶୁ, ମହିଳା ଓ ସାଧାରଣ ନାଗରିକଙ୍କୁ ମାରିବା କଣ ଯଥାର୍ଥ। ଆମେରିକା ବିନ ଲାଦେନକୁ ମାରିବା ପାଇଁ ସର୍ବ ସାଧାରଣଙ୍କୁ ବଳି ପକାଇ ନଥିଲା। ଶିଶୁ, ମହିଳା ଓ ସାଧାରଣ ନାଗରିକଙ୍କୁ ହଜାର ହଜାର ସଂଖ୍ୟାରେ ମାରିବା ଆମକୁ ଓ ଧର୍ମର ଠିକାଦାର ମାନଙ୍କୁ ଖରାପ ଲାଗୁନି କାହିଁକି? ବଡ଼ ଚିନ୍ତାର ବିଷୟ! ମନେ ହେଉଛି ପୃଥିବୀର ତିନୋଟି ଧର୍ମ, ଇସ୍ରାଏଲ ଓ ଯିରୁଶାଲେମ୍ ମାଟିରେ, ପୁଞ୍ଜିବାଦ ଓ ସାମ୍ରାଜ୍ୟ ବାଦର ବିନିଯୋଗରେ ନିଜର ଆତ୍ମହୁତି, ଦେଉଛନ୍ତି।
ଖ୍ରୀଷ୍ଟିଆନ ବିଶ୍ବାସୀ, ଯିଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରେ। ଯିଶୁ କହିଛନ୍ତି, 'ଶତ୍ରୁକୁ ପ୍ରେମ କର', 'ଅନ୍ୟକୁ ସାଠିଏ ଗୁଣ ସତୁରିଥର କ୍ଷମା କର', 'ଯିଏ ନିଜ ଭାଇକୁ କ୍ଷମା କରି ନାହିଁ ତାଠି ମୋର ଅଂସ ନାହିଁ'। 'ଯାଅ ସର୍ବ ଜଗତକୁ ପ୍ରଚାର କର, ବାପ୍ତିସ୍ମ ଦିଅ, ଶିଷ୍ୟ କର'। ତେବେ, ପ୍ରେମ ଓ କ୍ଷମାର ଧର୍ମ, ପ୍ରେମ ଓ କ୍ଷମାକୁ ଛାଡ଼ି ଯୀଶୁଙ୍କୁ କିପ୍ରକାରେ ପ୍ରଚାର କରିବ। 
ଅଧିକନ୍ତୁ, ଜିହୁଦି ମାନେ ଯୀଶୁଙ୍କୁ କୃଷରେ ଚଢାଇ ମାରି ଥିଲେ। ଯୀଶୁଙ୍କ ମୃତ୍ୟୁରୁ ଉଠିବା ସତ୍ୟତାକୁ ମନ ଗଢା କାହାଣୀ ବୋଲି କହିଲେ। ସେମାନେ ଯିଶୁ ଆସିନାହାନ୍ତି ଆସିବେ ବୋଲି ଅପେକ୍ଷା କରନ୍ତି। କିଛି ଯିହୁଦି ଖ୍ରୀଷ୍ଟିଆନ ଅଛନ୍ତି ସେମାନେ ଯୀଶୁଙ୍କୁ ବିଶ୍ୱାସ କରନ୍ତି ସତ କିନ୍ତୁ ତାଙ୍କ ସଂଖ୍ୟା ଅତି କମ୍। ବାଇବଲ କହେ, 'ଇସ୍ରାଏଲ ପାଇଁ ପ୍ରାର୍ଥନା କର'। ଏହାର ଅର୍ଥ ନୁହେଜେ, ବାଇବଲ ଆଜି ରକ୍ତ ପାତର ସମର୍ଥନ କରେ। 
ଗୋରା ସରକାର, ଖ୍ରୀଷ୍ଟିଆନ ବିଶ୍ବାସୀଙ୍କ ଏକ ପ୍ରତୀକ ବୋଲି ଅନେକ ଗ୍ରହଣ କରି ନେଇଛନ୍ତି। ଭାରତରେ ଖ୍ରୀଷ୍ଟିଆନ କହିଲେ ବିଦେଶୀ ଓ ଇଂରେଜ ମାନଙ୍କୁ ସାଧାରଣତଃ ବୁଝନ୍ତି। ଇଂଲଣ୍ଡ, ଜର୍ମାନ ଓ ପର୍ତ୍ତୁଗୀଜ୍ ହିଁ ଭାରତରେ ଖ୍ରୀଷ୍ଟ ଧର୍ମ ପ୍ରଚାର ପ୍ରସାର କଲେ , କିନ୍ତୁ ଇତିହାସ କହେ, ଯିଶୁ ଖ୍ରୀଷ୍ଟଙ୍କ ଜନ୍ମ ପୂର୍ବରୁ ଯିହୁଦି ମାନେ ଭାରତକୁ ଆସୁଥିଲେ ଓ ଇଂଲଣ୍ଡ, ଜର୍ମାନ ଓ ପର୍ତ୍ତୁଗୀଜ୍ ଦେଶମାନେ, ଯୀଶୁଙ୍କୁ ଜାଣିବା ପୂର୍ବରୁ ସାଧୁ ଥୋମାସ ଭାରତରେ ପହଞ୍ଚି ସାରି ଯୀଶୁଙ୍କ ବାଣୀ ପ୍ରଚାରକରି ଥିଲେ। 
ଇଂଲଣ୍ଡ, ଜର୍ମାନ ଓ ପର୍ତ୍ତୁଗୀଜ୍ କାହିଁକି, ସାରା ଇଉରୋପ ପୁଞ୍ଜିବାଦୀ, ସାମ୍ରାଜ୍ୟ ବାଦି ଥିଲା ଓ ସ୍ଥାନୀୟ ଲୋକଙ୍କୁ ଖୁସି କରିବା ପାଇଁ ସରକାର ମାନେ ସ୍ଥାନୀୟ ଧର୍ମ ଗୁଡ଼ିକକୁ ସମର୍ଥନ କରି ସ୍ଥାନୀୟ ଲୋକର ପ୍ରିୟ ହେଉଥିଲେ, ରାଜ୍ୟ ଅଧିକାର କରୁଥିଲେ। ରୋମ ସରକାର ଯିହୁଦିଙ୍କୁ ପ୍ରଥମେ ସମର୍ଥନ କରିଥିଲା ଓ ଯିଶୁ ଖ୍ରୀଷ୍ଟଙ୍କୁ କୃଷରେ ଟାଙ୍ଗିବାରେ ସହଯୋଗ କରିଥିଲେ। ରୋମ ସରକାର ବାଧ୍ୟ ହୋଇ ଥିଲା ଖ୍ରୀଷ୍ଟିଆନ ଧର୍ମକୁ ସମର୍ଥନ କରିବା ପାଇଁ ଯେହେତୁ, ଖ୍ରୀଷ୍ଟିଆନ ସଂଖ୍ୟା ଏସିଆ ଓ ଇଉରୋପ ରେ ହୁହୁ ହୋଇ ବଢ଼ୁ ଥିଲା। 
ଶାସକ ଓ ସାମ୍ରାଜ୍ୟ ବାଦି ମାନେ, ତଥା ଯୀହୁଦି ମାନେ କେବେବି ଯୀଶୁଙ୍କ ଜନ୍ମ ଓ ଯୀଶୁଙ୍କ ମୃତ୍ୟୁରୁ ଆଉଥରେ ବଞ୍ଚିଉଠିବା ପ୍ରମାଣକୁ ଗ୍ରହଣ ଓ ସମର୍ଥନ କରି ନାହାନ୍ତି । ରୋମ ସରକାର ଓ ଯିହୁଦି ନେତା ପ୍ରମାଣ ନଷ୍ଟ ଓ ଖ୍ରୀଷ୍ଟ ଯୀଶୁଙ୍କ ପ୍ରଚାର ବିରୋଧୀ ଥିଲେ। କଁ ଭାଁ କିଛି କିଛି ଜାଗାରେ ଓ ଦେଶରେ ଏହା କିଛି କିଛି ବ୍ୟକ୍ତି ଓ କିଛି କିଛି ପ୍ରଶାସକଙ୍କ ଦ୍ଵାରା ସମର୍ଥିତ। 
ପୃଥିବୀରେ ଇତିହାସ ଓ ପରିସ୍ଥିତି ଏପରି ଗୋଳିଆ ହୋଇ ସାରିଛି ବିନା ପ୍ରେମ ଓ କ୍ଷମାରେ ପରସ୍ପର ଭିତରେ ଶାନ୍ତି ଆସି ପାରିବ ନାହିଁ, ଯୁଦ୍ଧର ଇତିହାସ ଓ ବର୍ତ୍ତମାନ ଏହାର ସମାଧାନ ନୁହେଁ। ୱାର ବିଗେଟସ ୱାର। ଯୁଦ୍ଧ ଯୁଦ୍ଧ କୁ ଜନ୍ମ ଦିଏ। ଅନ୍ଧ ଇସ୍ରାଏଲ ସମର୍ଥକ ଓ ଅନ୍ଧ ଭାବରେ ବାଇବେଲକୁ ଧର୍ମକୁ ବୁଝିଲେ ବାଇବେଲ ଓ ଧର୍ମ ଗ୍ରନ୍ଥ ମାନଙ୍କର ଓ ଯୀଶୁଙ୍କର ତଥା ବୁଦ୍ଧ, ଗାନ୍ଧୀ, ମାଣ୍ଡେଲା ଇତ୍ୟାଦିଙ୍କ ପ୍ରେମ ବାର୍ତ୍ତା ନଷ୍ଟ ହେଉଛି। ରକ୍ତ ପାତ ମହା ପାପ ଏହା ଯୁଗେ ଯୁଗେ ଇଶ୍ୱରଙ୍କୁ ଓ ତାଙ୍କ ସତଭକ୍ତ ମାନଙ୍କୁ ଦୁଃଖିତ କରିବ। ତେଣୁ ଖ୍ରୀଷ୍ଟିଆନ୍ ତାଲିବାନି ଓ ସରକାରୀ ଆତଙ୍କବାଦ୍ ଅଗ୍ରହଣୀୟ ଉପାଖ୍ୟାନ ଅଟେ।


edit

No comments:

Post a Comment

Contact Here

Name

Email *

Message *