ହିନ୍ଦୁ ରାଷ୍ଟ୍ର ହେଲେ, ମୋତେ ଆଉ ଡକା ଯିବନି ଡମ୍ବ, ଗଣା, ଘାସି ଓ ପାଣ
Friday, March 1, 2024
ହିନ୍ଦୁ ରାଷ୍ଟ୍ର ହେଲେ, ମୋତେ ଆଉ ଡକା ଯିବନି ଡମ୍ବ, ଗଣା, ଘାସି ଓ ପାଣ
---------
"ଏ ଡମ୍, ଏ ଗଣା, ଏ ପାଣ" ଏହି ସମ୍ବୋଧନ ହୁଏତ କ୍ରୋଧିତ ବା ଅପମାନିତ କରିପାରେ, କିନ୍ତୁ ଏହି ସମ୍ବୋଧନ ଶୁଣି ମୁହଁ ଓ ଦେହର ଚମଡା, ମୋ ଶରୀର ଭିତରେ ଜୀର୍ଣ୍ଣ ହୋଇ ଯିବା ମୁଁ ସେଦିନ ଅନୁଭୂଵ କରୁଥିଲି। ଆଜି ବି ମୁଁ ସେଦିନ ଭୂଳିପାରିନି। ଅଷ୍ଟମ ଶ୍ରେଣୀର ପ୍ରାର୍ଥନା ସଭାରେ ଏହା ମୋର ପ୍ରଥମ ଅନୁଭୂତି। ଅପମାନରେ ଜର୍ଜରିତ ହୋଇ ଥିଲି। ସମ୍ବୋଧନ କାରି ସାଥିଙ୍କୁ ମୁଁ ନିସ୍ତୁକ ମାଡ ମାରିଥିଲି। ତିରିଶ ବର୍ଷ ପୁରୁଣା ସମ୍ବୋଧନ ଆଜିର ରାଜନୀତି ପୁନରୁଦ୍ଧାର କରୁଛି। ଅନେକ ସବର୍ଣ୍ଣଙ୍କ ସ୍ଵର ଓ ବ୍ୟବହାର ସେ ପ୍ରକାର। ଏସ. ସି ଓ ଏସ.ଟି ଏଟ୍ରୋସିଟି ଏକ୍ଟ ବା ଅନୁସୂଚିତ ଜାତୀ ଓ ଅନୁସୂଚିତ ଜନ ଜାତୀ ଅଧିନିୟମ ୧୯୮୯ ରେ ଆସିଲା। ମୋ ସହିତ ଘଟିଥିବା ଘଟଣାଟି ୧୯୮୩ ର। ଆଜି ଏହି ଆଇନ ବଳରେ ଜଣେ ଦଣ୍ଡ ପାଉଛି। କିନ୍ତୁ ଏସ. ସି ଓ ଏସ.ଟି ପାଇଁ ମନୋଭାବ ବଦଳି ନାହିଁ । ଯଦିଓ ଶିକ୍ଷା ପାଇଁ ଏସ. ସିଙ୍କ ହିନ ମନ୍ୟତା କମିଛି।
କଳାହାଣ୍ଡିର ନର୍ଲାରେ କାମ କଲା ସମୟରେ ୨୦୧୧ ର ଘଟଣା, ଗଉଡ କାମ ବାଲି କିଛିଦିନ କାମ ଛାଡ଼ିଦେବା ଓ ବ୍ରାହ୍ମଣ ପଡୋଶୀ ଆମ ମିଠା ତାଙ୍କୁ ଦେଲେ, ନଖାଇ ଚାକରଙ୍କୁ ବାଣ୍ଟି ଦେବା ଜାଣି, ନାର୍ଲା ଛାଡ଼ିବା, ଆଜିବି ଭୁଲି ହୋଇନି। ବିହାରରେ ମୁଷହାରି ତାଠୁ ହିନ। ମୋର କଲେଜରେ ଅନେକ ବ୍ରାହ୍ମଣ ସାଙ୍ଗ ଆମ ଘରେ ରହିଛନ୍ତି ଓ ମୋତେ ତାଙ୍କ ଘରେ ଅନେକ ଦିବାରାତ୍ରି ଆତିଥ୍ୟ କରିଛନ୍ତି। ଏଗୁଡିକ ସୁଶିକ୍ଷା ଓ ସଂସ୍କାରର ପରିଣତି ଓ ତାହା ପ୍ରସଙ୍ଗସନୀୟ ଚିତ୍ର, ଅସ୍ବୀକାର କରିହେବ ନାହିଁ।
ହାଥରସ, ଗୁଜରାଟ, ରାଜସ୍ଥାନ କାହିଁକି, ଭାରତ ସାର ସ୍କୁଲ, କଲେଜ, ଦପ୍ତର, ବଜାର, ସାହି, ପଡ଼ିଶାରେ ଆଜିବି ନିଚ୍ଚ ଜାତି ହାତରୁ ନ ଖାଇବା ଓ ସମ୍ବୋଧନ ଓ ବ୍ୟବହାରରେ ନିଚ୍ଚ କରିବା ଚାଲିଛି। ଅନୁସୂଚିତ ଜାତୀ ଓ ଅନୁସୂଚିତ ଜନ ଜାତୀ ଅଧିନିୟମ ୧୯୮୯ ର ଯଥେଷ୍ଟ ବ୍ୟବହାର ନିଜେ କରି ପାରୁ ନାହାନ୍ତି। ଅନେକ ଦଣ୍ଡ ବିଧାନ ପରେବି ସହର ଅପେକ୍ଷା ଗ୍ରାମାଞ୍ଚଳରେ ଜାତୀ ଭିତ୍ତିକ ହିନ ବ୍ୟବହାର ବହୁତ୍ ବେଶି।
ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା, ରାଷ୍ଟ୍ର ପତ୍ତି ମୁର୍ମୁଙ୍କ ଦ୍ଵାରା କିମ୍ବା, ଅଛୁଆ, ଏକ ଶିକ୍ଷକ ଦ୍ଵାରା, ବା ମାଡ ଖାଇ ଥିବା ଗୁଜରାଟର ଦଳିତ ଛାତ୍ରଙ୍କ ଦ୍ଵାରା, କିମ୍ବା ବିରୋଧୀ ଦଳ ନେତା ମଲିକାର୍ଯୁନଙ୍କ ଦ୍ଵାରା ହୋଇ ଥିଲେ, ଆଜି ମୋଦୀଙ୍କ ଭାରତରେ ଜାତିଆଣ ପ୍ରଥା ସମ୍ପୂର୍ଣ ଲୁପ୍ତ ହେବା ପ୍ରକ୍ରିୟା ଆରମ୍ଭ ହୋଇ ଗଲା ବୋଲି ସର୍ବ ସାଧାରଣରେ ଅନୁଭବ ହୋଇ ଥାଆନ୍ତା। କିନ୍ତୁ, ଭୟ, ହିନ୍ଦୁ ରାଷ୍ଟ୍ର ହେଲେ ଦଳିତ ଦଳିତ ହୋଇ ରହିଯିବ।
ଜଣେ ଶଙ୍କରାଚାର୍ଯ୍ୟ କହିଲେ, "ପ୍ରାଣ ପ୍ରତିଷ୍ଠା, ମହା ଆତ୍ମିକ ସମାରୋହରେ, ବର୍ଣ୍ଣା ଶ୍ରମ ଧର୍ମ, ପାଳନ କରିବା ଉଚିତ୍।" ଏଥିରୁ ଜଣା ପଡୁଛି, ମୋଦି ମଧ୍ୟ, ପୁରୋହିତ କାର୍ଯ୍ୟ ପାଇଁ ଯୋଗ୍ୟ ନୁହନ୍ତି। ତାହା ହେଲେ ବର୍ଣ୍ଣାଶ୍ରମର ଠିକାଦାରମାନେ, ରୀତି ନୀତିର ପୁରୋହିତ ମାନେ, ଆଜିବି ଭାରତୀୟ ସମାଜକୁ ଆଇନ ଓ ପ୍ରଶାସନ ଦ୍ବାରା ନିଶ୍ଚିତ କରାଇବା ପାଇଁ ଲାଗି ପଡ଼ିଛନ୍ତି। ୧୭% ଜନତା ସୁଦ୍ର, ସେମାନେ, କେତେଦିନ ଯାଏଁ ଏହି ବର୍ଣ୍ଣ ଭିତ୍ତିକ ସାମାଜିକ, ସାଂସ୍କୃତିକ, ଧାର୍ମିକ ବାରଣ ସହ୍ୟ କରିବେ, ଆକଳନ କରି ହେଉନାହିଁ। ବୁଦ୍ଧ, ଜୈନ, ଖ୍ରୀଷ୍ଟିଆନ, ମୁଷଲ୍ ମାନ ଧର୍ମ ଯଦି କିଏ ଏହି କାରଣରୁ ଗ୍ରହଣ କରିଛି, ତାହା ହୀନଉଦ୍ଧାର କରିବାରେ ବ୍ୟର୍ଥ ବିକଳ୍ପ ହୋଇଛି। ସ୍ଵାଭିମାନୀ ଆମ୍ବେଦକର, କହିଲେ ମୁଁ ହିନ୍ଦୁ, ଶୁଦ୍ର ହୋଇ ଜନ୍ମ ହେଲି ସତ କିନ୍ତୁ, ଶୁଦ୍ର ହୋଇ ମାରିବି ନାହିଁ। ତଥାପି ଶୁଦ୍ର ହୋଇ ବୁଦ୍ଧ, ଜୈନ, ଖ୍ରୀଷ୍ଟିଆନ, ମୁସଲମାନ ନିଜ ଧର୍ମର ସବର୍ଣ୍ଣ ବିଶ୍ବାସୀ ଦ୍ଵାରା ଅଗୃହିତ।
ସ୍କୁଲ କଲେଜ ଓ ଅଫିସ ମାନଙ୍କରେ ଆଉ ଥରେ ସରସ୍ଵତୀ ପୂଜା, ଗଣେଶ ପୂଜା ଓ ସମାଜରେ ଅନ୍ୟାନ୍ୟ ପୂଜା ଗୁଡ଼ିକ ବଢ଼ି ଚାଲିଛି। ଏଥିପାଇଁ ଆଗେ ଛାତ୍ର ଛାତ୍ରୀ, ଅଭିଭାବକ ପଇସା ଚାନ୍ଦା ଦେଉ ଥିଲେ। ଆଜି କିନ୍ତୁ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକ ଓ ରାଜନୀତିରେ ଥିବା ନେତା ମାନେ ମୋଟା ଚାନ୍ଦା ଦେବା ଅଣସ୍ବୀକାର୍ଯ୍ୟ ନୁହେଁ। ଆରମ୍ଭରୁ ଭସାଣି ପର୍ବର ରଙ୍ଗ ମଞ୍ଚ ପଯ୍ୟନ୍ତ, ବାଦ୍ୟ ଯନ୍ତ୍ର ଓ ବାରୁଦ ବମର ଶବ୍ଦରେ କର୍ଣ୍ଣ ବଳୟ ଦୋହଲି ଯାଉଛି। ଏହି ବାତାବରଣ ଦେଖିବାକୁ ଅନେକଙ୍କୁ ଭଲ ଲାଗୁଛି, କିନ୍ତୁ, ପୂଜା ବ୍ରାହ୍ମଣହିଁ କରୁଛି ଓ ଶୁଦ୍ର ଘରୁ ଅସୁଦ୍ର ଘରକୁ ଖାଇବା ପଠାଇଲେ, ବାରଣବି ଦେଖିବାକୁ ମିଳୁଛି। ପୂଜା ମାଧ୍ୟମରେ ବର୍ଣ୍ଣାଶ୍ରମର ଭାବନା ପୁନଃରୁଦ୍ଧାର ଗାଁ ଠାରୁ ରାଷ୍ଟ୍ର ଯାଏ ଚାଲିଛି, ଓ ବର୍ଣ୍ଣାଶ୍ରମର ପୁନର୍ ଉଦ୍ଧାର ହେଉଛି ମନେ ହେଉଛି?
ଭଲ ଲାଗୁଛି, ପାଣ ବାଜା ବା ହାଡ଼ି ବାଜା ଯାହାକୁ ହିନ କରାଯାଉଥିଲା, ଆଜି ସବର୍ଣ୍ଣବି ବଜାଉଛି ଓ କେତେକ ସବର୍ଣ୍ଣଙ୍କ ଲାଭ ଦାୟକ ବ୍ୟବସାୟ ରୂପରେ ପରିଣତ ହୋଇଛି। ଦୁଃଖର ବିଷୟ, କେତେକ ଖ୍ରୀଷ୍ଟିଆନ ହସ୍ପିଟାଲ ମାନଂକରବି, ମଳ, ମୁତ୍ର ଓ ଆବର୍ଜନା ସଫା କରିବା କାମ ଆଜିବି ଜାତୀ ପ୍ରଥା ଭିତ୍ତିରେ ଚାଲିଛି। ପରିବର୍ତ୍ତନ ଅଛି, କିନ୍ତୁ ପରିବର୍ତ୍ତନ ଜି.ଡ଼ି.ପି ବେଗରେ ହୋଇ ପାରୁନାହିଁ। ଯେପରି ଜି.ଡି.ପିର ବଡ ଭାଗ ହିତାଧିକାରୀ ସବର୍ଣ୍ଣ, ସେପରି ମଳ, ମୁତ୍ର ଓ ଆବର୍ଜନା ସଫା କରିବା କାମ ଆଜିବି ବଡ ଭାଗ ଦଳିତ କରୁଛି।
ଭାରତରେ ଦଳିତ ମାନେ ଖ୍ରୀଷ୍ଟିଆନ, ମୁସଲମାନ ଓ ବୁଦ୍ଧ ଧର୍ମ ଗ୍ରହଣ କରିବା ଚର୍ଚ୍ଚା ହୁଏ। ଏହା ସମ୍ପୂର୍ଣ ଅସତ୍ୟ ନୁହେଁ। କିନ୍ତୁ ଧର୍ମ ପରିବର୍ତ୍ତନ ପରେବି ସେମାନେ ଦଳିତ। ଆଟ୍ଟ୍ରୋସିଟୀ ଏକ୍ଟ୍ ସେମାନେ ବ୍ୟବହାର କରିପାରନ୍ତି ନାହିଁ। ଦଳିତ ସମାଜବି ସେମାନଙ୍କୁ ହିନ କରନ୍ତି, ନିଆଁ ଓ ପାଣି ବାରଣ କରନ୍ତି। ଦଳିତ ମାନେ ଖ୍ରୀଷ୍ଟିଆନ ଓ ମୁସଲମାନ ହେଲା ପରେ ଦଳିତ ଆରକ୍ଷଣ ପାଇ ପାରନ୍ତି ନାହିଁ। ଅନୁସୂଚିତ ଜାତୀ ଓ ଅନୁସୂଚିତ ଜନ ଜାତୀ ଆଇନ ୧୯୮୯କୁ ବ୍ୟବହାର କରି ଦଣ୍ଡ ଆବେଦନ କରିପାରନ୍ତି ନାହିଁ। ତାଙ୍କର ଖ୍ରୀଷ୍ଟିଆନ ଓ ମୁସଲମାନ ସମାଜ ସରକାରୀ ଏସ.ସି ସ୍ଥାନ ସଂରକ୍ଷଣର ଫାଇଦା ନନେବାକୁ ଉତ୍ସାହ ଓ ପ୍ରବର୍ତ୍ତନା ଦିଅନ୍ତି।
ଏହି ବିଗତ କିଛି ବର୍ଷ ମଧ୍ୟରେ, ସାମ୍ପ୍ରଦାୟିକ ବାରଣକୁ ଗତି ମିଳିଛି ବୋଲି ଅନୁଭବ ହୁଏ। ସାଂଖ୍ୟ ଲଘୁ, ଅସୁରଖିତ୍ତ ମନେ କରିବା ମଣିପୁର, କାଶ୍ମୀର ଓ ଉତ୍ତର ପ୍ରଦେଶର ଘଟଣା ଗୁଡ଼ିକ ସୃଷ୍ଟି କରିଛି।
ବିହାର ପ୍ରଦେଶର ବିହାର ସରିଫ, ନାଳନ୍ଦା ଜିଲ୍ଲାର ସଦର ମହାକୁମାରେ, ଯେଉଁ ଦଙ୍ଗା ଗତବର୍ଷ ଘଟିଗଲା, ଏହା ବିଗତ ଦୁଇ ବର୍ଷ ପୂର୍ବରୁ ରାମ ନବମୀ ମେଢ଼ର ଯାତ୍ରା ଦେଖି ଆଶଙ୍କା କରାଯାଉ ଥିଲା। ଆଜି ଭାରତର ଅନେକ ସହର ଓ ବସ୍ତିରେ ସେହି ପ୍ରକାର ଯାତ୍ରା ଓ ପର୍ବ ପାଳନ, ଖଣ୍ଡା, ତଲୱାର୍, ତ୍ରିଶୂଲ ଓ ଜୟର ନାରାରେ ସକ୍ରିୟ ହେବାକୁ ଲାଗିଛି। ଏହା ମୁଁ ବିହାରରୁ ଝାଡ଼ଖଣ୍ଡର ଚାଇବସା ଆସି ସେ ଦୃଶ୍ୟ ଦେଖିଲି। ସେ ସବୁ ସମାରୋହ ଦେଖିବାକୁ ଭୟ ଲାଗୁଛି। ଏହି ଯାତ୍ରାରେ, ଖଣ୍ଡା, ତଲ୍ଵାର, ଘୋଡ଼ା ପ୍ରଦର୍ଶନ, ଏକ ଶାନ୍ତି ଯାତ୍ରା ଅନୁଭୂତ ନହୋଇ ରଣ ଯାତ୍ରା ବା ବିଜୟ ଯାତ୍ରା ବା ହୁଙ୍କାର ମାରିବା ଯାତ୍ରା ପରି ମନେ ହେଉଛି। ଏପରିକି ଶକ୍ତି ପ୍ରଦର୍ଶନର ସମୟ ପରି ଅନୁଭୂଵ ହେଉଛି। ଲାଗେ, ରଣ କ୍ଷେତ୍ରକୁ ଓହ୍ଲାଇ ଆସିଛନ୍ତି ଏକ କ୍ଷତ ଗ୍ରସ୍ତ ପୁରୁଣା ପରାଜୟର ପ୍ରତିଶୋଧ ନେବା ପାଇଁ ଏକ ଦଳ। ଡି.ଯେ ବାଦ୍ୟର ଘମ ଘମ୍, ଦମ୍ ଦମ୍ ଶବ୍ଦ, ଧମନିରେ ରକ୍ତ ବେଗ ବଢ଼ାଇ ଦିଏ, ସାଧାରଣ ମଣିଷର ଶରୀର, ଅସାଧାରଣ ବଳ ପାଇ ଯାଏ। ୧୯୯୯ ରେ ଏମ୍.ଏ ପରୀକ୍ଷା ସମୟରେ, ଛତିଶଗଡ଼ର ରାଇପୁର ସହରରେ, ମୁସଲମାନ ଭାଇ ମାନଙ୍କ ଇଦ୍ ଯାତ୍ରା ସମୟରେ, ଠିକ୍ ସେପ୍ରକାର ଭୟ ଅନୁଭବ କରିଥିଲି।
ମନ୍ଦିର, ମସଜିଦ, ଗିର୍ଜା, ଇତ୍ୟାଦି ମୋତେ ଓ ମୋର ଦାୟାଦ ମାନଙ୍କୁ ଯଦି ହୀନ ମନ୍ୟ ଅନୁଭବ କରିବା ପାଇଁ ଓ ଆତଙ୍କିତ ହେବାପାଇଁ ବାଧ୍ୟ କରୁଛି, ତେବ ବର୍ଣ୍ଣ, ଜାତୀ ଓ ଧର୍ମରୁ କିପରି ତ୍ରାହି ପାଇବି କାହିଁକି ଜଣେ ଚିନ୍ତା କରିବ ନାହିଁ। ହୁଏତ ସବର୍ଣ୍ଣ ତାହା ଚିନ୍ତା କରିନଥାଇ ପାରେ।
ଭାରତର ଆଦିବାସୀ କେଉଁ ଧର୍ମାବଲମ୍ବି ଅଟନ୍ତି ତାହାର ଉତ୍ତର ସୁସ୍ପଷ୍ଟ ନୁହେଁ, ଯେହେତୁ ସେମାନେ ବର୍ଣ୍ଣାଶ୍ରମ ବ୍ୟବସ୍ଥାର ଆବିର୍ଭାବ ପୂର୍ବରୁ ଭାରତର ଆଦିବାସୀ/ଜନ ଜାତି। ସେମାନଙ୍କ ଭିତରୁ ଅନେକ ନିଜକୁ ହିନ୍ଦୁ, ଖ୍ରୀଷ୍ଟିଆନ, ବୁଦ୍ଧ ବା ମୁସଲମାନ କହିବା ବା ସେ ଧର୍ମ ଗ୍ରହଣ କରିବା ଉଚିତ୍ ମନେ କରନ୍ତି ନାହିଁ। ତାଙ୍କର ନିଜସ୍ୱ ଧର୍ମ ଭିତ୍ତିକ ଭାବନା ଓ ପରମ୍ପରା ମାନ ରହିଛି। ସେମାନେ ହିନ୍ଦୁ, ଖ୍ରୀଷ୍ଟିଆନ, ବୁଦ୍ଧ ବା ମୁସଲମାନ ଧର୍ମଠୁ ପୁରୁଣା। ଆଦିବାସୀ, ପୃଥିବୀର ସବୁ ମହାଦେଶରେ ଅଛନ୍ତି। ସେମାନେ ଧର୍ମ ମାନଙ୍କଠୁ ପୁରୁଣା।
ଯିହୁଦି, ଖ୍ରୀଷ୍ଟିଆନ ଓ ଇସ୍ଲାମ ଧର୍ମ, ' ମଣିଷ ' କୁ ୟୋହୋଵା ବା ଗଡ୍ ବା ଆହ୍ଲା ସୃଷ୍ଟି କରିଛନ୍ତି ବୋଲି ବିଶ୍ୱାସ କରନ୍ତି। ବର୍ଣ୍ଣ ବା ଜାତୀ, ଭାରତରେ ଧର୍ମର ' ଭଗବାନଙ୍କ ' ସୃଷ୍ଟି ବୋଲି କେତେକେ ବିଶ୍ୱାସ କରନ୍ତି ଓ କେତେ ଏହା ମଣିଷ ସମାଜର ସୃଷ୍ଟି କହନ୍ତି। ଯିହୁଦି ଅଣ ଯିହୁଦିକୁ ହିନ ମାନିବା ଓ ହିନ ବ୍ୟବହାର କରିବା ବାଇବେଲରେ ମଧ୍ୟ ଦେଖିବାକୁ ମିଳେ। ବଇଦିକ ଧର୍ମ ଓ ୟୋହୋବା ଧର୍ମ ପୂର୍ବରୁ ମଣିଷ ଥିଲା, କିନ୍ତୁ ଜାତୀ ପ୍ରଥା ନଥିଲା ସ୍ଵିକାର୍ଯ୍ୟ।
ଜଣେ ଶୁଦ୍ର ଭାରତରେ ଯେକୌଣସି ଧର୍ମ ଗ୍ରହଣ କରି ପାଣ, ଡମ୍ବ, ହାଡ଼ି ସମ୍ବୋଧନରୁ ଓ ତୁଚ୍ଛ ବ୍ୟବହାରରୁ ତ୍ରାହି ପାଇ ପାରେ ନାହିଁ। ସେ ପ୍ରକାର କିଛି ନଥାଇ, ଅନେକ ସବର୍ଣ୍ଣ ଉଚ୍ଚ ବୋଲି ଅଗାଧ ଆତ୍ମ ତୃପ୍ତି ଅନୁଭବ କରିପାରନ୍ତି। ଏହି ଦୁଇ ମାନସିକତାରୁ ତ୍ରାହି ନପାଇବା ଭାରତୀୟତା ମନେ ହୁଏ।
ସବର୍ଣ୍ଣ ଗରିବ-ଅଶିଖିତ୍ତ ହେଉ ପଛେ, ସିଖିତ୍ତ ଦଳିତ ସମ୍ମୁଖରେ ସେ ଉଚ୍ଚ ଭାବି ଆତ୍ମତୃପ୍ତି ଲାଭ କରିବା ଭାରତରେ ସାଧାରଣ ଅନୁଭୂତି। ସେପ୍ରକାର ଦଳିତ ଯେତେ ଧନୀ, ଶୁଶିକ୍ଷିତ ହେଲେବି ସବର୍ଣ୍ଣ ପାଖରେ ନିଜକୁ ନୀଚ୍ଚ ଭାବିବା ହେଉଛି, ସାଧାରଣ ଅନୁଭୂତି ଗୁଡ଼ିକ। ଏହି ମନୋଭାବକୁ ଆବାହମାନ କାଳରୁ ଦୂରକରିବାର ପ୍ରଚେଷ୍ଟା ହୋଇଆସୁଥିଲା କିନ୍ତୁ ମନେ ହୁଏ, ଏବେ ତାହା ପ୍ରଖର ହେବାକୁ ଲାଗିଛି। ଦଳିତ ଆଜିବି "ଏ ଡମ୍, ଏ ଗଣା, ଏ ପାଣ"। ପ୍ରଶ୍ନ, ହିନ୍ଦୁ ରାଷ୍ଟ୍ର ହେଲେ, ମୋତେ ଆଉ ଡକା ଯିବନିତ ଡମ୍ବ, ଗଣା, ଘାସି ଓ ପାଣ?
ଡୁଇଟ ଡେଭିଡ ଫିଲିପ୍
ଓକିଲ ଓ ସମାଜ ସେବୀ
ଭବାନୀପାଟଣା, କଳାହାଣ୍ଡି ୯୪୩୭୧୦୪୩୦୩

edit
No comments:
Post a Comment