ରଙ୍ଗ ଖେଳିବ କାହାର

ରଙ୍ଗ ଖେଳିବ କାହାର
-----------
ବାଘ ନିଶ ହଲାନା,
ସପ୍ତ ରଙ୍ଗ କଳନା,
ଦିନ ରାତ୍ରି କଳ୍ପନା,
ଋତୁ ଚକ୍ର ସୃଜନା,
ପୃଥିବୀ ତୁମ ବିନା,
ବକ୍ଷ୍ୟ ବଡ ସ୍ରଷ୍ଟା,
ଆଶ୍ଚର୍ୟ୍ଯ ତୁମ ରଙ୍ଗ ଖେଳା ।

କଣା, ଛୋଟା, ଅନ୍ଧ, ମୂକ ରଙ୍ଗ ତାଙ୍କର,
ମଣିଷ ଜନ୍ମ, ମୃତ୍ୟୁ, ଏନ୍ତୁଡ଼ି ସାଳରୁ, ଶ୍ମଶାନ,
ଖଟ୍ଟା, ମିଠା, ସିଠା, ପିତା ରାଗ ତାଙ୍କ ଶୃଜନ,
ବର୍ଣ, ଜାତି, ଧର୍ମ, ଉଚ୍ଚ, ନୀଚ୍ଚ ମଣିଷଙ୍କର,
କାହା ରଙ୍ଗ ବାସ୍ତବ, କାହା ରଙ୍ଗ ଅବାସ୍ଥବ,
ଖେଳ ଖେଳିବ କାହାର?

ମୋଦିଙ୍କ ରଙ୍ଗ ଗେରୁଆ,
ନେହେରୁଙ୍କର ଗୁଲାବିଆ,
ସାସ୍ତ୍ରୀଜୀଙ୍କ ରଙ୍ଗ ସାଗୁଆ,
ଗାନ୍ଧୀମାନେ ରକ୍ତରେ ବର୍ଣା 
ବାଛୁଛି, ରଙ୍ଗ ଖେଳିବା।

ରଙ୍ଗବି ଅଛି ରାଗ, ହିଂସା, କ୍ରୋଧ, ବିରକ୍ତ,  
ବଜାରେ ମିଳୁଛି ବହୁତ,
ପ୍ରେମ, କ୍ଷମା, ହସ, ସ୍ୱଳ୍ପ, ଦାମ୍ ପଡୁଛି ଅଧିକ,
ରଙ୍ଗ ଖେଳିବ କାହାର?

ଡୁଇଟ୍ ଡେଭିଡ ଫିଲିପ୍
ଓକିଲ ଓ ସମାଜ ସେବୀ
କଳାହାଣ୍ଡି, ୯୪୩୭୧୦୪୩୦୩
(ଭାରତୀୟଙ୍କ ପାଇଁ ସମର୍ପିତ)

edit

No comments:

Post a Comment

Contact Here

Name

Email *

Message *