ଯାହା ବାନ୍ଧି ପାରିଲାନି ଯୌବନ
Friday, October 20, 2023
ଯାହା ବାନ୍ଧି ପାରିଲାନି ଯୌବନ
-------
ତୁମେ ନୁହଁ ମୋର ପ୍ରଥମ ପ୍ରେମ,
ତୁମେବି ନୁହଁ ମୋର ପ୍ରଥମ ଯୌଵନର ବଡ ସ୍ପନ୍ଦନ,
ତୁମର ବହୁ ପୂର୍ବରୁ ଥିଲା ମୋର ପ୍ରଥମ ପ୍ରେମ,
ନାଁ ମନେ ନାହିଁ,
ଚେହେରା ମନେ ନାହିଁ,
ଯାଉଥିଲୁ ସାଙ୍ଗ ହୋଇ,
ଆଶୁଥିଲୁ ସାଙ୍ଗ ହୋଇ,
କଣ ଗପୁ ଥିଲୁ ମନେ ନାହିଁ,
ଜାଗା ମନେ ପଡ଼ିଲେ, ଲାଗେ କବିତା, ଗଳ୍ପ, ଫୁଲ ବଗିଚା ପରି,
ଛନ୍ଦି ହୁଏ ସେଇଠି ମନ,
ବାସ୍ତବ, କିନ୍ତୁ ଲାଗେ ଗାଢ଼ ନିଦର ସ୍ବପ୍ନ।
ସେ ହିଁ ମୋର ପ୍ରଥମ ପ୍ରେମ,
ସବୁ ଫିକା, କେହି ନୁହେଁ ସେ ଶମାନ,
ମିଶିଲେ କହନ୍ତି ନହୋଇ ଭାବ ପ୍ରବଣ,
'ତୁଚ୍ଛ ତୁମର ଓ ମୋର ଯୌବନ',
'କେତେ ଭଲ ସେ ପିଲା ଦିନ,
ବାନ୍ଧି ଦେଲ ହୃଦୟକୁ କୁନି ହାତ, ଛୋଟ ବେଣି, ଛୋଟ ଫ୍ରକ୍, ଛୋଟ ହସ ଦେଇ, ପ୍ରଥମ ପ୍ରେମ,
ଯାହା ବାନ୍ଧି ପାରିଲାନି ତୁମ ଆମ ଯୌବନ'।
edit
No comments:
Post a Comment