ତୁମେ ଗଲାପରେ
Friday, September 8, 2023
ତୁମେ ଗଲାପରେ
----------
ତୁମେ ଗଲାପରେ
ସୂର୍ଯ୍ୟବି ଉଇଁଲା
ବର୍ଷାବି ହେଲା
ଶୀତ ବି ହେଲା.....
ତୁମେ ଗଲାପରେ
କୋଇଲି ବି ରାବିଲା
ବେଙ୍ଗ ବି ଡାକିଲା
କୋକିଶିଆଳୀ ବି ଗାଇଲା......
ତୁମେ ଗଲାପରେ
ଚାଷ ବି ହେଲା
ରନ୍ଧା ବି ହେଲା
ଖିଆବି ଗଲା........
ମୁଁ ଗଲାପରେ, ଲେଖା ରହିଗଲା,
ଆସିଥିଲ, ନା ଥିଲ, ନା ଅଛ, ନା ଥିବ, ମନ ଅବୁଝା
ସ୍ବପ୍ନ ଟି କିନ୍ତୁ ଭଲ ଲାଗିଲା
ଗାଧେଇଲା,
ଶ୍ରୀଙ୍ଗାର କଲା,
ସ୍ୱପ୍ନର ଓଢ଼ଣା ଭଲ ଲାଗୁଥିଲା,
ପାଖକୁ ଆସି କହିଲା,
"ତୁମେ ଗଲାପରେ ମୁଁ ' ସ୍ବପ୍ନ ' ବିଧବା"
ଡୁଇଟି ଡେଭିଡ ଫିଲିପ୍
ଆଇନ ଜୀବୀ ଓ ସମାଜ ସେବୀ
୯୪୩୭୧୦୪୩୦୩
www.pensofdavid.com
edit
No comments:
Post a Comment