ବିୟୋଗ ଭଲ ଲାଗେ

ବିୟୋଗ ଭଲ ଲାଗେ
--------
ବରଷା ଛାଡିଯାଏ,
ନିଦ ଛାଡିଯାଏ,
ବଦନାମି ବି ଛାଡିଯାଏ, ଭଲ ଲାଗେ,
ଭଲ ଲାଗେନା ତେବେ ଯେବେ ପ୍ରେମିକାର ମନ ଛାଡ଼ି ଯାଏ,
ପ୍ରଥମ ଅନୁଭୂତି ସବୁବେଳେ ମନେ ପଡ଼ିଯାଏ।

ଦୁଃଖ ଦେହକୁ ଖାଇ ଯାଏ,
ତରଙ୍ଗ ମାଟିକୁ ଖାଇ ଯାଏ,
ପାପ ଆତ୍ମାକୁ ଖାଇ ଯାଏ,
ସ୍ୱପ୍ନର ଦୁନିଆକୁ ଜାଣିନି କିଏ ଖାଏ, ପ୍ରାଣ ଖାଇ ଯାଏ, ଯେବେ ପ୍ରେମିକାର ସ୍ନେହ ସରି ଯାଏ,
ପ୍ରଥମ ଅନୁଭୂତି ସବୁବେଳେ ମନେ ପଡ଼ିଯାଏ।

ଅନୁଭୂତିର ଦୁଇ ପାଖରେ ଥିଲେ କିଏ କିଏ,
ଅନୁଭୂତି ଅନୁଭୂତିକୁ ପଚାରେ, ମୁଁ କିଏ ଓ ତୁ କିଏ,
ସମୟ ବିତି ଯାଏ,
ସ୍ୱାସ୍ତ୍ୟବି ବିତି ଯାଏ,
ବିୟୋଗ ଭଲ ଲାଗେ।

ଡୁଇଟି ଡେଭିଡ ଫୀଳିପ
ଭବାନୀାଟଣା, କଳାହାଣ୍ଡି
୯୪୩୭୧୦୪୩୦୩
klddavid@rediffmail.com
www.pensofdavid.com
୨୦ ଅକଟୋବର ୨୦୨୩

edit

No comments:

Post a Comment

Contact Here

Name

Email *

Message *