କୁଆଁ କୁଆଁ ଶବ୍ଦ ଅବୁଝା
Friday, December 1, 2023
କୁଆଁ କୁଆଁ ଶବ୍ଦ ଅବୁଝା
--------
ମାଠିଆରେ ତୋତେ ଗଢ଼ିଲାଜିଏ ସେ ହେଲା ମଇଳା,
ଥାଳିରେ ତୋତେ ଗଢ଼ିଲଜିଏ ସେ ହେଲା କାଳୀଆ,
ଛାତରେ ତୋତେ ଗଢ଼ିଲାଜିଏ ସେ ହେଲା ଝାଳରେ ଓଦା,
ମଇଳା, କାଳୀଆ, ଝାଳରେ ଓଦା, ତାକୁ କହନ୍ତି ଏ ଶୁଣିଯା।
ପଗଡ଼ି ପିନ୍ଧା, ଅଣ୍ଟା ବନ୍ଧା, ମାଲିକ ପାଖରେ ଛନ୍ଦା,
ପଗଡ଼ି ପିନ୍ଧା, ଅଣ୍ଟା ବନ୍ଧା, "ଏ" ଶୁଣେନି ସେ ପ୍ରକୃତରେ ଏଠି ରାଜା,
ଆସିଲା ଭୋଟ ହାତ ଯୋଡ଼ିଲା, କହେ ରାଜା ଶାସନ ଗଲା,
କିଏ ବିଧାତା, "ଏ" ଶୁଣେନି ସେସିନା ପ୍ରକୃତ ରାଜା।
କୁକୁଡ଼ା ଡାକିଲା, ମାଲିକ ଆସିଲା, ବିନା ହାତ କଡିରେ ଯେ ବନ୍ଧା,
ଦେହ ସମାନ, କିଏ ବନ୍ଧା ତ କିଏ ଖୋଲା, ଭୋଟ ଦେଲେବି ଅସୁବିଧା,
କୁଆଁ କୁଆଁ କରି କିଏ ନ ଆସିଲା, ଅର୍ଥ ସିନା ଥିଲା ଅବୁଝା
କିଏ କହୁଥିଲା ମୁଁ ଆଶୁଛି ରାଜା, କିଏ କହୁଥିଲା ମୁଁ ହେବି କାହିଁକି ପ୍ରଜା?
ଡୁଇଟ୍ ଡେଭିଡ ଫିଲିପ
ଓକିଲ ଓ ସମାଜ ସେବକ,
ଭବାନୀପାଟଣା, କଳାହାଣ୍ଡି,
୯୪୩୭୧୦୪୩୦୩
୩୦/୧୧/୨୦୨୩ ଟ୍ରେନରେ
www.pensofdavid.com
edit
No comments:
Post a Comment