କୁଡ଼ିଆର ପ୍ରେମ କବିତା କଂକ୍ରିଟ ଘରକୁ

କୁଡ଼ିଆର ପ୍ରେମ ନିମନ୍ତ୍ରଣ କଂକ୍ରିଟ ଘରକୁ
----
କଂକ୍ରିଟ ତୁମେ କେତେ ଶକ୍ତ, ବିଶାଳ, ଖରା ବର୍ଷା ଶୀତ ଅଭେଦ୍ୟ,
ପାଣି, ପବନ, ସୂର୍ଯ୍ୟ କିରଣର ତୁମକୁ ନାହଁ ଭୟ
କୁଡିଆ ମୋଘର, ସମସ୍ତଙ୍କ ପ୍ରଶ୍ନ ଆଉକି ରହିବ?
ଥରେତ ଦେଖି ଆସ ମୋର ଭଲ ମନ୍ଦ।

ଅମାବାସ୍ୟା, ପୂର୍ଣ୍ଣିମା, ସବୁ ଗ୍ରହଣ,
ମୋ ଛାତ ଉପରେ ସଭେ ବିଦ୍ୟମାନ,
ପାଣି, ପବନ, ସୂର୍ଯ୍ୟ କିରଣ,
ଅଗାଧ ପ୍ରବେଶ, ଜୀବ, ଜନ୍ତୁ, ସରିସୃପ, ସ୍ବୀକାର ମୋ ଆଚରଣ।

ଏଠି ଯେ ରହନ୍ତି ସେ ତୁମକୁ ଗରିବ ହିନ,
ରଖନ୍ତି ନାହିଁ ଯଥେଷ୍ଟ ଖାଦ୍ୟ, ବସ୍ତ୍ର, ଉପକରଣ,
ପୃଥିବୀରେ ମୋର ଜନ୍ମ ଆବାହାମାନ ସମୟ,
ଛବି ପାଲଟିଛି ମୁଁ, ନାହିଁ ମୋର ଆଉ ଜନ୍ମ।

ବେଦ, ବାଇବଲ ଓ କୁରାନ,
ମୋଠି ଲେଖା ମୋର ଜୀବନ,
ତୁମଠି ଲେଖା ଆଇଟି ଓ ରିଲେଟିଭିଟି ବିଜ୍ଞାନ,
ତୁମରି ଲେଖା ତୁମ ପରମାଣୁ ବମ।

ଡୁଇଟ୍ ଡେଭିଡ ଫିଲିପ
ଭବାନୀପାଟଣା, କଳାହାଣ୍ଡି,
୯୪୩୭୧୦୪୩୦୩
www.pensofdavid.com

edit

No comments:

Post a Comment

Contact Here

Name

Email *

Message *