ମୁଁ ରହିବି ନୀରବ

ମୁଁ ରହିବି ନୀରବ
---------------------
ମାଡ଼କୁ ବ୍ରହ୍ମାଙ୍କ ଡର
ମୃତ୍ୟୁକୁ ଜମର କାତର
ଜନ୍ମ ଈଶ୍ୱରଙ୍କ ଗୌରବ

ପାଗଳ ହାତରେ ବୋମା
ଶିଶୁ ହାତରେ ବିଷ ଦେଖିବା

ତା ଛୁଆ, ତା ସ୍ତ୍ରୀ, ତା ଘର, ପରିବାର
ଏ ତା' ସ୍ଵାଧୀନତା, ନିରବ ଆମେ ରହିବା 

ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, 
ସର୍ବ ଦେଶୀୟ ଶିଖରରେ ଆମରି ମିଳନ
ବିଜ୍ଞାନ ଓ ସଭ୍ୟତା ଆମରି ବେଶୀ  
ଇତିହାସ ଓ ଭୂଗୋଳ ପାଠ୍ୟ ଖସଡାରେ ହସୁଛି

ବିନ ଲାଦେନ୍, ସଦାମ ହସେନ୍, ବାଗଦାଦି ଏକ ଛତ୍ରବାଦି
ନୁହେଁ ପୁଟିନ? 
ତାଙ୍କୁ ମାର, ମାନବିକତା ରକ୍ଷଣ ଆମ ନୀତି

ବିହାର, ୟୁପି, ଆଫ୍ରିକା ଇତ୍ୟାଦି
ଟଙ୍କାଟେ ପାଇ ହେଉ କି ଭତ୍ତା ପାଇ କାକୁକ୍ତି
ଏବେବି ଝୁପୁଡ଼ି, ୟୁକ୍ରେନ ପାଇ ପୁଟିନ ଭାବିଛି

ପତ୍ର ରୁ ଡ୍ରେସ 
ଲଜ୍ଜା ନିବାରଣ ପାଇ ଫଟ୍ଟା ଜିନସ୍, ମିନି, ସ୍ଲିବ ଲେସ,  
ପରମାଣୁ ବମ, ପେଟ୍ରୋଲ ପମ୍ପ 
ମାନବିକତା, ଆଧୁନିକତା, ସୁରକ୍ଷା ନାଟୋ, ସିଆଟୋ କ୍ୟାମ୍ପ

ଯୁଦ୍ଧକୁ ସ୍ଵୀକୃତି, ମୁଁହ ଖୋଲି, ଅବା ତେଢ଼ା କହି
ଡିପ୍ଲୋମେଶି ଅବା କୂଟ ନୀତି 
ଜୟ ଓ ଶାନ୍ତିର ସଂଜ୍ଞା "ମୋ ଅନୁଯାଇ"

ମଣିଷ ମାରି କିଏ ଜେଲରେ, କିଏ ଫାଶି
ସାକ୍ଷୀ ହୋଇ କିଏ ମାଳା ପାଉଛି
ହଜାର ହଜାର ମାରି ନା ମୁଁ ଦୋଷୀ, ନା ମୁଁ ଦେଖିଛି

ମାଡ଼କୁ ବ୍ରହ୍ମାଙ୍କ ଡର
ମୃତ୍ୟୁକୁ ଜମର କାତର
ଜନ୍ମ ଈଶ୍ୱରଙ୍କ ଗୌରବ

ମୁଁ ରହିବି ନିରବ

ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ, 
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩
Labels:
edit

No comments:

Post a Comment

Contact Here

Name

Email *

Message *