“My House is Cooler than Jail in Every Respect”

https://www.groundxero.in/2026/06/09/68-days-in-jail-the-story-of-umuri-majhi-and-the-resistance-in-sijimali/

‎After 68 Days in Jail, Kumerdei Majhi @ Umuri Majhi of Talampadar, Kalahandi Says, “My House is Cooler than Jail in Every Respect”


‎Kumerdei Majhi, whose original name is Umuri Majhi as per her Aadhaar Card, from Village: Talampadar, PO/PS: Karlapat, Block: Thuamul Rampur, District: Kalahandi, Odisha, spent 68 days in jail for an alleged offence, yet to be proved, with the accused not clearly specified. She had a gloomy face while inside the jail, especially after the release of nine female co-accused, but now appears smiling after her release.


‎As her advocate, I visited her to understand the human aspects of her experience and that of the co-accused, while also reflecting on the psychology and emotional condition before and after release.


‎This is a time for witnessing and examining independent India — its police, companies, and politicians — who, it is felt, are snatching away the smiles of innocent forest dwellers in the name of Viksit Bharat. These are Indians who may not identify with Sanatanism, Hindutva, or political democracy in conventional terms, yet remain equal citizens under the written and accepted Constitution of India, holding Aadhaar cards and voter identity cards.


‎It is felt that legal action should be considered against the police for recording her as Kumerdei Majhi, whereas her actual identity, as per the Aadhaar card, is Umuri Majhi. At her home, she offered Mandia sarbat, the only drink she had, serving it with a warm smile.


‎This is not merely the story of 23 May 2026; it reflects a deeper pain — a human tragedy in independent India, where BJP, Congress, BJD, and all of us in one way or another share responsibility for failing to aggressively pursue justice in every sphere, aspect, and corner of society, while becoming opportunistic consumers and beneficiaries of corporate interests. Here in Talampadar, villagers are fighting for survival alone. Meanwhile, the Sijimali ecosystem continues to sustain the wider ecology of Kalahandi. Water available at 30 feet in Bhawanipatna today may no longer remain possible after bauxite excavation is completed. Heat may further intensify.


‎The company is presumed by many to be behind the arrests, because the real struggle lies between the company and the natural inhabitants of Talampadar and its 52 targeted neighbouring villages. The incident involving villagers attacking an alleged dalal appears to be just a triggering point; the conflict itself has a long history.


‎Yes, many among us are concerned and making small efforts to support the villagers, but it is not enough, because the effects of mining are far-reaching and multifold.


‎The chronology of events suggests that, L&T had once attempted to take control of the Sijimali range and its villages. With villagers, activists and NGOs, protested and eventually resisted the company’s efforts a few years ago. Now, according to villagers and certain documents, Maitri and Vedanta are seen as the companies involved, obtaining permissions from gram sabhas, government departments, and securing support from political leaders, administrative systems, and police, while attempting to silence and suppress opposition. Whether companies succeed or fail in mining, NGOs, activists, drone operators, media depictions of police action, authorities, and intermediaries may all gain recognition in different ways. Yet those imprisoned remain the true sufferers, even if mining ultimately fails. Jail means punishment, confinement, and disruption of the cohesive social life of Tribal and Dalit communities, many of whom survive with or without formal land ownership documents. Families and prisoners alike lose their means of livelihood. Sources of survival are disrupted. These villagers depend on agriculture, forest produce, and small local businesses for food and income. Separation from one another causes psychological trauma affecting family and community life.


‎Kumerdei Majhi @ Umuri Majhi was imprisoned along with her son and daughter. Her house lies at the edge of the village, close to the forest and Sijimali hill. It is difficult to imagine that she crossed nearly 150 houses at night to attack someone in another hamlet. She, along with her son and daughter, was arrested on 12 April 2026 by Karlapat police station, located around 10–15 km from the village. Based on reports from co-villagers, despite names not appearing in the FIR, arrests were reportedly made on suspicion.


‎Today's India, appears increasingly influenced by companies. They renovate roads in remote villages and brand government hospitals and schools in their names. Yet after mining operations end, the names, logos, and facilities often disappear as well. Outsiders frequently become landholders, businessmen, and owners of schools and hospitals. Prices rise sharply. Locals often become mere consumers, customers, servants, helpers, cleaners, and support staff. Environmental pollution increases, while alcohol, medicine dependency, junk food, and social disruptions begin to prevail.


‎Yesterday, Bhawanipatna experienced temperatures of 42°C, while Talampadar remained below 30°C. Kumerdei Majhi says, “In jail everything was hot — police, food, room, bed, toilet, toiletries, garments — everything burned my life and soul. No ragi/mandia was available to cool me. Now I feel cool here, and I do not want to go to jail again.” Yet the struggle appears far from over, as villagers continue processions from village to village with the slogan: “Sijimali amarta, naise eta kahar buarta” (“Sijimali belongs to us, not to the fathers of others”), while police continue monitoring protesters in large numbers as if it belongs to state and are not influenced by company and government and time will make it clear.


‎Dwit David Philip

‎Advocate

‎Bhawanipatna, Kalahandi, Odisha


ବିବାହ ବର୍ଷିକ କେକ୍

‎ତୋ ପଠାଇ ଥିବା ବିବାହ ବର୍ଷିକ କେକ୍ ପାଇ, 
‎ଆଶ୍ଚର୍ୟ୍ଯ ହେଲି ସ୍ୱପ୍ନଟି ଦେଖି।
‎ଦେଖିବାକୁ ଆକୃତି ସବ ପରି,
‎ମୁଣ୍ଡ ଓ ଶରୀରର ଧଳା କପଡାରେ ଘୋଡାହୋଇଛି,
‎ତା ଉପରେ ଫୁଲ ପଡ଼ି ଲାଗୁଛି ସେଶକୃତି,
‎ତା ଉପରେ ତୁ ବସି ହସୁଛୁ ସୁନ୍ଦରୀ ହୋଇ......?
‎ପାଖରେ ଅଛନ୍ତି ସାଥୀ ଜଣା ଶୁଣା ରମଣି,
‎ଚଳ ଚଞ୍ଚଳା ଅଟନ୍ତି ସବ ସଜାଡ଼ି,
‎ସବ ଆକୃତିର ବଡ କେକ, ବଡ଼ ପ୍ରଶ୍ନ, ପଠାଇଲୁ କେମିତି?
‎ସ୍ୱପ୍ନରେ ଆସିଲା କେମିତି?
‎ଦେଖୁଛି, ତା ପୂର୍ବରୁ, ତୁ ସୁନ୍ଦର ଶାଢୀରେ ଚଉକିରେ ବସି,
‎ଓକିଲ ପଣ୍ଡାଙ୍କୁ କହୁଛୁ, ବିରହ ବେଦନାର ଦୁଃଖ କାହାଣୀ,
‎ପ୍ରେମ ବଖାଣି, ଲୁହ ଝରୁଛି........
‎ଆଜି ୨୪ ତମ ବିବାହ ବାର୍ଷିକୀ,
‎ତିନି ଦିନ ଧରି ମତରେ ଅନ୍ତରି, 
‎ଶୋଇଛି ସ୍ତ୍ରୀ ମୋଠି ଚାପି ହୋଇ,
‎ଦେଖୁଛି ସ୍ୱପ୍ନରେ, କେକ୍ କୁ ତୋର, ଆଶ୍ଚର୍ୟ ହୋଇ।
‎ଡୁଇଟ୍ ଡେଭିଡ ଫିଲିପ୍
‎ଓକିଲ
‎ଭବାନୀପାଟଣା
‎୯୪୩୭୧୦୪୩୦୩

‎ତୁ ଗୁହାରି କରିବୁ ଜାହାକୁ, ମୁଁ ଘଇତା କରିଛି ତହାକୁ। ‎

‎ତୁ ଗୁହାରି କରିବୁ ଜାହାକୁ, ମୁଁ ଘଇତା କରିଛି ତହାକୁ। 
‎---------
‎ଶେଷରେ କଣ ହେଲା, 
‎ଦେଶକୁ ଆଉ ଥରେ ଜାତି ଓ ଧର୍ମରେ ଭାଗ କରିଦେଲ। SIR କରି ଖ୍ରୀଷ୍ଟିଆନ, ମୁସଲମାନ ମାନଙ୍କୁ ନାଗରିକତାରୁ ବାହାର କରୁଛ, ଆମେ ଯିବୁ କେଉଁଠିକି। ଆମର ଡି.ଏନ୍.ଏ. ଭାରତର। ତୁମ ଧର୍ମ ଓ ତୁମ ଜାତି ବାଦ୍ କୁ କାହିଁକି ଗ୍ରହଣ କରିବୁ। 
‎ମୁଖ୍ୟ ନିର୍ବାଚନ ଆୟୋଗ ଯଦି ପକ୍ଷ ନିଅନ୍ତି ତୁମର, ମୁଖ୍ୟ ବିଚାରପତି ଯଦି ପକ୍ଷ ନିଅନ୍ତି ତୁମର, ରାଷ୍ଟ୍ର ପତି ଯଦି ପକ୍ଷ ନିଅନ୍ତି ତୁମର, ମୁୁଖ୍ୟ ସୂଚନା ଅଧିକାରୀ ଯଦି ପକ୍ଷ ନିଅନ୍ତି ତୁମର, କାହିଁକି ନ କହିବ, "ତୁ ଗୁହାରି କରିବୁ ଜାହାକୁ, ମୁଁ ଘଇତା କରିଛି ତହାକୁ" । ୧୯୪୭ ପୂର୍ବରୁ ଯାହା ନଥିଲା ଆମ ଭାରତ ସମାଜ, ତାହା ଆଜି ଆମର ସମାଜ ହୋଇ ସାରିଛି। ଆଜିର ସମାଜ, ଆଗଠୁ ଆଉ ବିଭାଜିତ।
‎ଏବେତ ଦେଶକୁ କିଏ ଆକ୍ରମଣ କରିବେନି, ତୁମେ ଆମକୁ, ଖ୍ରୀଷ୍ଟିଆନ, ମୁସଲମାନ, ଶୁଦ୍ର ଓ ଦଳିତଙ୍କୁ, ଆଉ ଜଙ୍ଗଲ ନ ଛାଡ଼ିଲେ ଆଦିବାସୀଙ୍କୁ ଆକ୍ରମଣ କରୁଛ। କିନ୍ତୁ ତୁମେ ଏଥିପାଇଁ ଦାୟୀ ନୁହଁ, ତୁମ ପଛର ଉପନିବେଶବାଦ ଏହାର ଗୋଟି ଚାଳକ। ସେମାନେ ମାରୁଛନ୍ତି। ପଇସା ବା ସମ୍ପତି ସର୍ବସ୍ୱ ଏହା ଧର୍ମଗୁରୁ ଓ ରାଜନେତାଙ୍କ ଚିନ୍ତା ନୁହେଁ, ଏହା କମ୍ପାନୀ ବାଦି ମାନଙ୍କର। ସେ ପଇସା ବା ସମ୍ପତି ପାଇଁ ଜୀବନ ନେଇ ପାରନ୍ତି। ଟ୍ରମ୍ପ ଓ ନିତେୟାହୁଙ୍କୁ କମ୍ପାନୀ ଯୁଦ୍ଧ ଖୋର୍ କରିଛି ଓ ମଣିଷଙ୍କୁ ମାରୁଛି। ଶିଶୁ, ମହିଳା, ବିକଳାଙ୍ଗ, ବୃଦ୍ଧଙ୍କୁ ବି ଛାଡୁନାହିଁ।
‎ତୁମେ ଆମକୁ କେମିତି ମାରୁଛ, ଭୋଟର ଲିଷ୍ଟରୁ ବାହାରକରି ମାରୁଛ, ସାମାଜିକ ସୁରକ୍ଷା ସ୍କିମ୍ସରୁ ବାହାର କରି ମାରୁଛ, ସରକାରୀ ଜମି ବୋଲି ଅଧିଗ୍ରହଣ କରି ମାରୁଛ। ତୁମ ପାର୍ଟିରେ ଥିଲେବି ନିର୍ବାଚିତ ହେବା ପାଇ ପାର୍ଟି ଟିକେଟରୁ ବାଦ ଦେଇ ମାରୁଛ। ନବାଜ ଅଦା କରିଗଲେ, ଗୀର୍ଜା ଗଲେ ମାରୁଛ, ଆମ ତିଆରି ଓ ପରିଚାଳିତ ସ୍କୁଲ କଲେଜ, ହସ୍ପିଟାଲରେ ତୁମ ନିୟମ ଗୁଡ଼ିକ ଲଗାଇ ଆମକୁ ମାରୁଛ। 
‎ଆମେ ବା ଆମ ପରିବାର ର ଲୋକ କଣ କରିବୁ? ତୁମ ଧର୍ମରେ କେମିତି ମିଶିବୁ? ତୁମର କେଉଁ ଜାତିରେ ମିଷିବୁ? ତୁମ ଜାତି ଓ ଧର୍ମ କଣ ଆମକୁ ବଞ୍ଚିବାକୁ ଦେବ? ଆମ ପୁଅ ଝିଅ କାହାକୁ ବାହା ହେବେ। ଆମେ କଣ ମନ୍ଦିରର ପୂଜାରୀ ହୋଇ ପାରିବୁ?
‎ତୁମେ ବି ଏସବୁ କରି ନିଜ ଧର୍ମର ଓ ଜାତିର ଉନ୍ନତି କରୁ ନାହଁ। ତୁମେ ଜନ ସାଧାରଣଙ୍କ ଧର୍ମ ଓ ଜାତି ଭିତ୍ତିକ ମନସ୍ତାତ୍ତ୍ୱିକ ସ୍ଥିତିକୁ ଓ ଶିକ୍ଷାକୁ ଓ ଅପରିପକ୍ୱ ଭାବନାକୁ ଉଦ୍ରେକ କରି, ଭଗବାନ ମାନଙ୍କ ନାମ ନେଇ, ଭୋଟ ଟାଣି ଶାସନରେ ରୀତିମତ ରହିବା ପାଇଁ ଚାଲ ଖେଳୁଛ। 
‎ତୁମର ଆର୍ଥିକ ନୀତିକୁ, ମୋନଟେକ୍ସ ଆଲୁୱାଲିଆ, ଅମର୍ତ୍ତ୍ୟ ସେନ୍, ଅଭିଜିତ୍ ବାନାର୍ଜୀ, ରଘୁରାମ ବାନାର୍ଜୀ, କାହିଁକି ପସନ୍ଦ କରୁନାହାନ୍ତି? ତୁମର ଇତିହାସ ବ୍ୟାଖ୍ୟା, ସାମାଜିକ ଓ ରାଜନୀତି ଗୋଟି ଚାଳନାକୁ ରାମ ପୁନିଆ, ରୋମିଲା ଥାପର କାହିଁକି ପସନ୍ଦ କରୁ ନାହାନ୍ତି?
‎ଜିଡିପି ଓ ହ୍ୟୁମାନ ଡେଭଲପମେଣ୍ଟ ଇଣ୍ଡେକ୍ସରେ ଭାରତ କାହିଁକି ଖସୁଛି? ତୁମେତ ବିଦେଶରେ ତୁମର ପଇସା ଲଗାଉଛ, ଭାରତରେ ନିବେଶ କମାଉଛ କାହିଁକି?
‎ସରକାରୀ ସ୍କୁଲ ବନ୍ଦ ହୋଇ ପ୍ରାଇଭେଟ୍ ସ୍କୁଲ କାହିଁକି ଖୋଲୁଛ? ସରକାରୀ ହସ୍ପିଟାଲ୍ ନ ବଢ଼ାଇ ପ୍ରାଇଭେଟ୍ ହସ୍ପିଟାଲ୍ ଏତେ କାହିଁକି ଖୋଲୁଛ?
‎ଭାରତକୁ ଆକ୍ରମଣ କରିଥିବା ହିଂସ୍ରକ ଶାସକଙ୍କୁ ଆମେବି ତିରସ୍କାର କରୁଛୁ, କିନ୍ତୁ ସେମାନଙ୍କର ତିଆରି ଧରୋହରକୁ ଭାଙ୍ଗି ଓ ତାଙ୍କ ନାମରେ ନାମିତ ସ୍ଥାନକୁ, ରାସ୍ତାକୁ, ଛକକୁ ନାମ ପରିବର୍ତ୍ତନ କରି ଆମକୁ ତାଙ୍କ ସହିତ କାହିଁକି ଯୋଡୁଛ? ଏହା ଧର୍ମ ବିରୋଧୀ ଭାବନାକୁ ଉଦ୍ରେକ କରିବାର ପ୍ରୟାସ ନୁହେଁକି?
‎ନାମ ବଦଳିଲେ ଇତିହାସ ବାଦେଳିବ ନାହିଁ। ମନସ୍ତାତ୍ତ୍ୱିକ ଭାବନାକୁ ଉଦ୍ରେକ କରି ମଣିଷ ମଣିଷ ଭିତରେ ବଇରି ସୃଷ୍ଟି କରି ସମାଜକୁ ଭାଙ୍ଗି ରଣ ଖେତ୍ରରେ ପରିଣତ କରିବାର ତୁମର ଏହିଁ ସବୁ ପ୍ରୟାସ। 
‎ଜାତିବାଦ ଓ ସାମାଜିକ ନ୍ୟାୟ ପାଇଁ ଯେଉଁମାନେ କାମ କଲେ, ଯୋତିବା ଫୁଲେ, ମହାତ୍ମା ଗାନ୍ଧୀ, ରାଜା ରାମ ମୋହନ ରାୟ ଇତ୍ୟାଦିଙ୍କ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣ କରି ଆଗକୁ ବଢ଼ିବା ନା ପଛକୁ ଯିବା। ଭାରତରେ ଅନେକ ଦର୍ଶନ ଶାସ୍ତ୍ର ଓ ସ୍ଵୀକୃତ ପଥ ଗୁଡ଼ିକ ରହି ଆସିଛି। ନାସ୍ତିକ ଓ ଆସ୍ତିକ ବି ସେଥିରେ ଅନ୍ତର୍ନିହିତ। ତୁମେ କିଏ ଯେ କହିବ, କିଏ କେଉଁ ଧର୍ମ ଗ୍ରହଣ କରିବ, କଣ ଖାଇବ ଓ ପିନ୍ଧିବ। ତୁମେ ବିତ ବିଦେଶ ଯାଇ ଯାହା ଇଚ୍ଛା ତାହା କରୁଛ। ଭାରତ ଭିତରେ ତୁମର ଦୋହୋରା ନୀତି କାହିଁକି?
‎ଆମେ ଉପେକ୍ଷିତ ହୋଇ ରହିବୁ, କିନ୍ତୁ ମଣିଷ ମଣିଶକୁ ହିନ କରିବା, ମଣିଷ ପଣିଆ ନୁହେଁ। ଆଜି ନିଜକୁ ବ୍ରାହ୍ମଣ ଘରେ ଜନ୍ମ ପାଇ, ନିଜକୁ ବ୍ରାହ୍ମଣ ବୋଲାଇବା ପାଇଁ ଅନେକ ବ୍ରାହ୍ମଣ ବନ୍ଧୁ ଉଚିତ୍ ମନେ କରନ୍ତି ନାହିଁ। ବରଙ୍ଗ, ଜାତିବାଦ ବିରୁଦ୍ଧରେ ସେମାନେ ମୁଖ୍ୟ ଭୂମିକା ନିଭାଇ ଆସିଛନ୍ତି। ସେମାନଙ୍କୁ ଅନେକ ଅନେକ ପ୍ରଣାମ।
‎ରଙ୍ଗ ବାଦ, ଭାଷା ବାଦ, ଧର୍ମ ବାଦ, ଜାତି ବାଦ ଯୁଗେ ଯୁଗେ ସମାଜକୁ ଭ୍ରଷ୍ଟ ଓ ବିଭାଜିତ କରି ରାଷ୍ଟ୍ରକୁ ଦୁର୍ବଳ କରିଛି ଓ ମଣିଷ ଓ ରାଷ୍ଟ୍ରର ଇତିହାସ ପୃଷ୍ଠାକୁ ଦୁର୍ଗନ୍ଧ ମୟ କରିଛି।
‎ସବୁ ଖ୍ରୀଷ୍ଟିଆନ ଓ ମୁସଲମାନ, କେବେ ଧର୍ମ ବଦଳାଇ ପାରିବେ ନାହିଁ। ଧର୍ମ ନିର୍ବିଶେଷରେ, ଅନେକ ନାସ୍ତିକ ହେଉଛନ୍ତି, କିନ୍ତୁ ଧର୍ମବାଦି ହେଉ ନାହାନ୍ତି। ଧର୍ମ ଓ ବିଚାର ପରିବର୍ତ୍ତନ ଏକ ବ୍ୟକ୍ତିଗତ ବିଷୟ ଓ ମାନବିକ ଅଧିକାର।
‎ତେବେ ଜାତି ଓ ଧର୍ମକୁ ନେଇ ଭୋଟ ପଲିଟିକ୍ସ କେତେ ଦିନ କରିବ। ହଁ କରିବ, ଯେତେ ଦିନ ଯାଏଁ ପୁଞ୍ଜି ଓ ଚୌକି ମିଳୁଥିବ। କିନ୍ତୁ ଯେଉଁ ଦିନ କମ୍ପାନୀ ସ୍ପୋନ୍ସର କରିବା ଛାଡ଼ିବ ସେଦିନ, ଏସବୁ ଖେଳ ସରିଯିବ। 
‎ଆଜି କମ୍ପାନୀ ମାନେ ଭାରତର ଧର୍ମ ଓ ଜାତିକୁ ନେଁଇ, ନିଜର ଉପନିବେଶ ବାଦକୁ ରୂପ ଦେବା ପାଇଁ ଧର୍ମ ଭିତ୍ତିକ ରାଜନୀତିକୁ ପ୍ରୋତ୍ସାହିତ କରୁଛି। ଏହା ପାଇଁ ରାଜନୈତିକ ଦଳ ଦାୟୀ ନୁହନ୍ତି। ଗୋଟି ଚାଳକ ପଇସା ବାଲା ଦାୟୀ।
‎ଡୁଇଟ ଡେଭିଡ୍ ଫିଲିପ୍
‎ଓକିଲ
‎ଭବାନୀପାଟଣା
‎ଓଡିଶା ୭୬୬୦୦୧
‎ଫୋନ: ୯୪୩୭୧୦୪୩୦୩

କଳାହାଣ୍ଡିର ଭାତ ହାଣ୍ଡି,  ଜାଗିବା ଯଦି ପାଇବା ଫେରି

‎କଳାହାଣ୍ଡିର ଭାତ ହାଣ୍ଡି,  ଜାଗିବା ଯଦି ପାଇବା ଫେରି

‎--------------

ଆମକୁ କଳାହାଣ୍ଡିଆ କହି, ଆମ ଭୌଗୋଳିକ, ଆର୍ଥିକ ଓ ସାମାଜିକ ସ୍ଥିତି ପାଇଁ, ସବୁବେଳେ ଆମକୁ ଉପେକ୍ଷିତ କରାଯାଇଛି। ଆମ ଜାଗାରେ ଅନ୍ୟମାନେ ସ୍ଥାନ ପାଇଛନ୍ତି। ଜଙ୍ଗଲ, ଆଦିବାସୀ, ଡମ୍ୱ, ପାଣ, ଶିଶୁ ମୃତ୍ୟୁହାର, ପିଲା ବିକ୍ରି, ମରୁଡିରେ ଆମେ ପରିଚିତ।


‎ପ୍ରକୃତ ରୂପ ତାହା ନୁହେଁ, ସ୍ୱାଧୀନତାର ବହୁ ପୂର୍ବରୁ, ଗ୍ରେଟ ବେଙ୍ଗଲ ଟ୍ରେଜେଡିରେ କଳାହାଣ୍ଡିରୁ ଚାଉଳ ଯିବା ଘଟଣା, ଘୁମୁରା ବାଦ୍ୟ, ଜଙ୍ଗଲ ଓ ଏହାର ସମ୍ପଦ ପାଇଁ ସବୁବେଳେ ବିଶ୍ୱ ଦରବାରରେ କଳାହାଣ୍ଡିକୁ ଭିନ୍ନ ପରିଚୟ ଦେଇଛି।


‎ରାଜା ମାନଙ୍କ ଶାସନ, ଶିକ୍ଷା ପାଇଁ ସ୍କୁଲ, ଚାଷ ପାଇଁ କୁଲଥାଙ୍କୁ ଆହ୍ୱାନ, ଜଳ ସେଚନ ଓ ମତ୍ସ୍ୟ ପାଇଁ ଅନେକ ପୋଖରୀ ଖନନ, ପରେ ଇନ୍ଦ୍ରାବତୀ ଯୋଜନା, କର ସଂଗ୍ରହ ଓ ପ୍ରଶାସନ ପାଇଁ ଜମିଦାରୀ ବ୍ୟବସ୍ଥା, କଳାହାଣ୍ଡିର ଇତିହାସକୁ ସମୃଦ୍ଧ କରିଥିଲା।


‎ଗୁଡ଼ହାଣ୍ଡି, ବେଲଖଣ୍ଡି, ନର୍ଲା, ଜୁନାଗଡ଼, ଭବାନୀପାଟଣା, କର୍ଲାପାଟ, ମଦନପୁର ରାମପୁର, ଜୟପାଟଣା, ଇତ୍ୟାଦିର ସ୍ତୁପ ଓ ଜମିଦାରୀ ମହଲ ଗୁଡ଼ିକ, ରାଜା ଓ ଜନତାଙ୍କ ଅଇତିହାସିକ ସମୃଦ୍ଧି, ଏକତା ଓ ପ୍ରୟାସକୁ ସ୍ପଷ୍ଟ କରେ।


‎୧୯୪୭ ରେ ଭାରତର ସ୍ୱାଧିନତା ପରେ, କଳାହାଣ୍ଡି ମଧ୍ୟ ଗଣତାନ୍ତ୍ରିକ ଭାରତ ରାଷ୍ଟ୍ରର ଅବିଚ୍ଛେଦ୍ୟ ଅଙ୍ଗ ବିଶେଷରେ ପରିଣତ ହୋଇ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଯାତାୟାତ, ପରିବହନ ଇତ୍ୟାଦିରେ ବୃଦ୍ଧି ହୋଇ ଆସିଲା। ଏହାର ସଂସ୍କୃତି, ପରମ୍ପରା, ଶସ୍ୟ, ଖାଦ୍ୟ, ବସ୍ତ୍ର, ଗୀତ, ବାଦ୍ୟ ବିଶ୍ୱ ଦରବାର ରେ ଆଦର ପାଇଲା। କିନ୍ତୁ ଆଦିବାସୀ ଓ ଭୂମିହୀନ ଯଥେଷ୍ଟ ଉନ୍ନତ୍ତି କରି ପାରିଲେ ନାହିଁ। ବିଶେଷ କରି ଥୁଆମୂଳ ରାମପୁର, ଲାଞ୍ଜିଗଡ ଓ ପୂର୍ବତନ କଳାହାଣ୍ଡିର ବ୍ଲକ୍, କାଶୀପୁର ଉନ୍ନତି କରିପାରିଲା ନାହିଁ। ଏହାର ଜଙ୍ଗଲ, ଜନ୍ତୁ, ଆକାଶ ଛୁଆ ପାହାଡ, ପର୍ବତ, ନାଳ ଓ ଝରଣା ବିକାଶର ପ୍ରତିବନ୍ଧକ ହୋଇ ରହିଲା।


‎କଳାହାଣ୍ଡିର ଯୁବା ଓ ଯୁବତୀ କଳାହାଣ୍ଡିରେ କିମ୍ବା କଳାହାଣ୍ଡି ବାହାରେ ସରକାରୀ ହେଉ କି ବେସରକାରୀ ଅନୁଷ୍ଠାନ, କମ୍ପାନୀ, ଉଦ୍ୟୋଗରେ ସେତେ ବେଶୀ ନିଯୁକ୍ତି ଅନ୍ୟ ତୁଳନାରେ ପାଇବାର ନଜିର ମିଳିଲା ନାହିଁ। କଳାହାଣ୍ଡିର ଲୋକେ, ଯୁବା ଓ ଯୁବତୀ, ୧୯୬୦ ରୁ ଆଜି ଯାଏଁ ଆପଦକାଳୀନ ଓ ବାଧ୍ୟତା ମୂଳକ ସ୍ଥାନାନ୍ତର ବା ପଳାୟନ ପାଇଁ ସବୁବେଳେ ସମ୍ବାଦ ପତ୍ର, ସଂସଦ ଓ ବିଧାନ ସଭାରେ ନାମ କଲେ। ଶିଶୁ ଶ୍ରମିକ, ଆଜିବି ଉଚ୍ଛେଦ ହୋଇ ପାରି ନାହିଁ। ପରୋକ୍ଷରେ ପୋକ୍ସୋ କେସ ଓ ଜୁଭେନାଇଲ କେସ ଗୁଡ଼ିକ ଦେଖିବାକୁ ମିଳୁଛି।


‎ଥାନା ଓ ବିଚାରାଳୟର ମକଦ୍ଦମାରେ ଗରିବ ଆଦିବାସୀ ଓ ହରିଜନଙ୍କ ମାମଲା ଅଧିକ ଦେଖିବାକୁ ମିଳୁଛି। ଯଦିଓ ଚାଷରେ ଓ ଚାଷ ଭିତ୍ତିକ ବ୍ୟବସାୟରେ କଳାହାଣ୍ଡି ଆଗୁଆ, କିନ୍ତୁ ୪୦-୫୦% ଲୋକ ଜମି ହୀନ, ଏଥିପାଇଁ ସାଧାରଣ ପରିବାର ମାନଙ୍କଠାରେ ଆୟ ଓ ଉପାୟ ନାହିଁ, ସେମାନେ ଦ୍ୟିନିକ ମଜୁରିଆ। ସରକାରୀ ଭତ୍ତା ଗୁଡ଼ିକ ପାଇଁ ଗରିବୀ ଜଣା ପଡୁ ନାହିଁ। ମହିଳା ମାନେ ସର୍ବ ନିମ୍ନ ମଜୁରୀ ସହରରେ ବି ପାଆନ୍ତି ନାହିଁ।


‎ଆଜିର ଯୁବା ଯୁବତୀଙ୍କୁ, ଗୁଣାତ୍ମକ ଶିକ୍ଷା, ପୋଷାକ, ପରିବହନ ସୁବିଧା, ସୂଚନା ପାଇଁ ଭଲ ଫୋନ ବା ଲାପଟପ୍, ଘର ଓ ସ୍ଥାୟୀ ଆୟର ଆବଶ୍ୟକତା ରହିଛି। ଆଜି ଏହି ରୁଚି ଯୁବପିଢ଼ିକୁ ପଳାୟନ ପାଇଁ ଆହୁରି ବାଧ୍ୟ କରୁଛି।


‎ମେଡିକାଲ କଲେଜ୍, କୃଷି କଲେଜ୍, ଇଞ୍ଜିନିୟରିଂ କଲେଜ ଆମ ଜିଲ୍ଲା କଳାହାଣ୍ଡିରେ ହେଲା, କିନ୍ତୁ ଏହାର ଛାତ୍ର ଓ ଶିକ୍ଷକ ଆମ ଜିଲ୍ଲାରୁ କାଆଁ ଭାଆଁ ହୋଇ ପାରୁଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରଶାସନ, ବ୍ୟିସଇକ କ୍ଷେତ୍ରରେ ନିଯୁକ୍ତି, ରାଜ୍ୟ ହେଉ କି କେନ୍ଦ୍ରରେ, ଆମ ପିଲା ପଛରେ ରହନ୍ତି। ଅନ୍ୟ ଜିଲ୍ଲା ପିଲା ଆମ ଜିଲ୍ଲାରେ ବହୁଳ ମାତ୍ରାରେ ଆମ ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲାରେ ନିଯୁକ୍ତି ପାଉଛନ୍ତି। ଜିଲ୍ଲା ଭିତ୍ତିକ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଅନେକ କ୍ଷେତ୍ରରେ ନାହଁ।


‎ବିକଳ୍ପ ଉପାୟ କ'ଣ, ଆମ ଜିଲ୍ଲାରେ ଶିଳ୍ପ ବିକାଶର ଆବଶ୍ୟକତା ଅଛି। ଏଥି ପାଇଁ ଆମ ଜିଲ୍ଲାରେ ଯଥେଷ୍ଟ କଞ୍ଚା ମାଲ ବକ୍ସାଇଟ ଅଛି। ଭାରତର ୫୧-୫୨ % ବକ୍ସାଇଟ କଳାହାଣ୍ଡି ଓ ରାୟଗଡା ଜିଲ୍ଲାରେ। କିନ୍ତୁ ଶିଳ୍ପ କହିଲେ, ଅଣ ସରକାରୀ ଉଦ୍ୟୋଗ ଆମ ଦେଶର ଏକ ମାତ୍ର ବିକଳ୍ପ ବୋଲାଉଛି। ସବୁ ଆଖି ଲାଭ ଖୋରି, ପ୍ରାଇଭେଟ୍ କମ୍ପାନୀ ଉପରେ।  ଯଦି କାଲି ବକ୍ସାଇଟ ରିଫାଇନାରୀ ବା ଏଣ୍ଡ ପ୍ରଡଡକ୍ଟ ପାଇଁ, ଯଦି କଳାହାଣ୍ଡିରେ ଶିଳ୍ପ ଉଦ୍ୟୋଗ ପ୍ରତିଷ୍ଠା କରାଯାଇ ଏହାର ଲାଭକୁ କଳାହାଣ୍ଡିରେ ବ୍ୟୟ କରାଯାଏ, କଳାହାଣ୍ଡିର ଭୂମିହୀନ, ଛୋଟ ଚାଷୀ, ଚାଷୀ ଓ ଅନ୍ୟାନ୍ୟ ଘରର ସବୁ ପିଲା ସୁଶିକ୍ଷିତ ହେବେ, ଚାକିରୀ ପାଇବେ, ବ୍ୟବସାୟ ପାଇବେ, ସବୁ ପ୍ରକାର ସୁବିଧା ସୁଯୋଗ ପାଇବେ।

‎କିନ୍ତୁ ଏହା ହେବ ନାହିଁ। କଳାହାଣ୍ଡିର ବକ୍ସାଇଟକୁ ସରକାର, କମ୍ପାନୀ ମାନଙ୍କ ହାତକୁ ଟେକି ଦେଇ ସାରିଲେଣି। ରାଜନେତା ପ୍ରାୟ ଚୁପ୍। ସରକାର ବିଭିନ୍ନ ପ୍ରକାର ସ୍ୱୀକୃତି ଦେଉଛନ୍ତି। ଆଦିବାସୀ ଓ ସେମାନଙ୍କ ସହଯୋଗୀଙ୍କ ସମର୍ଥନରେ ଗଣତାନ୍ତ୍ରିକ ଆନ୍ଦୋଳନ ଓ ଆଇନ ଗତ ପଦକ୍ଷେପ ଯୋଗୁଁ, ଏଲ୍.ଏଣ୍ଡ.ଟି କିଛି ବର୍ଷ ତଳେ ଫେରିଗଲା। କିନ୍ତୁ ବେଦାନ୍ତ, ମୟିତ୍ରି କମ୍ପାନୀ ଓ ଅନ୍ୟମାନେ ଏହା ଉପରେ ନଜର ପକାଇ ସରକାରୀ ସ୍ୱୀକୃତି ଗୁଡ଼ିକ ନେଉଛନ୍ତି।


‎ଯଦି ବକ୍ସାଇଟ ପାଇଁ ଆଦିବାସୀଙ୍କୁ ତାଙ୍କ ଭିଟା ମାଟିରୁ ଉଚ୍ଛେଦ କରାଯାଏ, ହଜାର ହଜାର ଏକର ଜଙ୍ଗଲ କାଟି ଦିଆ ଯାଏ, ଆଦିବାସୀ ସେୟାର ହୋଲ୍ଡର ନ ହୁଅନ୍ତି, ବକ୍ସାଇଟ ଦିନକୁ କେତେ ଉତ୍ତୋଳନ ହେଲା, କୁଆଡେ ଗଲା, କେତେରେ ବିକ୍ରି ଓ କେତେ ଲାଭ ହେଲା, ତାହା କଳାହାଣ୍ଡିର ଲୋକେ ତଦାରଖ ନ କରିବେ, ସବୁ ଡିପାର୍ଟମେଣ୍ଟ ଓ ସେକ୍ସନ୍ ରେ, ବ୍ୟିସୟୀକ ଓ ସାଧାରଣ କ୍ଷେତ୍ରରେ ଶିକ୍ଷା ପ୍ରାପ୍ତ ହୋଇ ସଂସ୍ଥାପିତ ଓ ମୁତୟନ ନ ହେଲେ, କଳାହାଣ୍ଡିର ଲୋକେ ଓ ବର୍ତ୍ତମାନର ଯୁବା ଓ ଯୁବତୀ ଗଣ, ପୁରା ଠକାମିରେ ପଡିଯିବେ ଓ ଏହିଁ ଠକାମି ନ କରିଦେବା ପାଇଁ ଆମେ କଳାହାଣ୍ଡି ଜନତା ପ୍ରସ୍ତୁତ ହେବା ଦରକାର। ଏହା ନ ହେଲେ ଭାବି ପିଢ଼ି ଆମକୁ ବୋକା କହିବେ।


‎କମ୍ପାନୀ ଓ ସରକର କଳାହାଣ୍ଡି ଲୋକଙ୍କୁ ନ ଠକିବା ପାଇଁ ରଣ ନୀତି ଆମ ପ୍ରତିନିଧି ସହିତ ମିଶି ନୀତି ପ୍ରସ୍ତୁତ କରିବା ଆବଶ୍ୟକ। ଏପରି ଯଦି ନ ହୁଏ, ଫଳାଫଳ, ୧) ଆମେ ବକ୍ସାଇଟ ଶିଳ୍ପର ସବୁ ସ୍ଥରରେ ନିଯୁକ୍ତି ପାଇ ପାରିବୁ ନାହି, ୨) ଜଙ୍ଗଲ, ଜମି, ଜୀବ, ନଷ୍ଟ ହୋଇ ଯିବ, ୩) କଳାହାଣ୍ଡିର ତାପମାତ୍ର ଖରାଦିନେ ଆହୁରି ବଢ଼ି ଯିବ, ୪) ଉପରେ ଓ ତଳେ ଥିବା ବ୍ଲକ, ପଞ୍ଚାୟତ ଓ ଗାଁ ମାନଙ୍କରେ ପାଣିର ଧାର ଶୁଖିଯିବ, ୫) ପରିବେଶ ଓ ସାମାଜିକ ପ୍ରଦୂଷଣ ଆହୁରି ବଢ଼ି ଚାଲିବ, ୬) ଆମ ପିଲା, ମାଁ ଓ ଭଉଣୀ ଅନ୍ୟ ଘରେ ସେବକ ଓ ସେବିକା କାମ କରିବେ, ୭) ଜିଲ୍ଲାରେ ଦର ଦାମ ଆହୁରି ବଢ଼ି ଚାଲିବ, ୮) ଜଙ୍ଗଲ ଜାତ ଦ୍ରବ୍ୟର ଘୋର ଅଭାବ ହେବ, ୯) ପଶୁ ଓ ପକ୍ଷୀ ଆଉ ଦେଖାଯିବେ ନାହିଁ। ହାତୀ, ହରିଣ, କୁଟୁରା, ସମ୍ବର୍, ବିଲୁଆ, ଗଧିଆ, ଚିତ୍ତା ବାଘ୍, ମାଙ୍କଡ଼ ରେ ପ୍ରସିଦ୍ଧ କଳାହାଣ୍ଡି, ଏଥିରେ ସଂପୂର୍ଣ୍ଣ ହ୍ରାସ ପାଇଯିବ, ୧୦) ଘର ଡିହ, ଓ ଚାଷ ଜମିର ଦାମ୍ ବଢ଼ିବ, ଆମେ କିଣି ପାରିବା ନାହିଁ, ୧୧) ବାହାରୁ କଳାହାଣ୍ଡି  ଭିତରକୁ ମାଇଗ୍ରେସନ ବଢ଼ିଜିବ, ୧୨) ଅନ୍ୟଙ୍କୁ ନେଇ ଏକ ମିଶ୍ରିତ ସଂସ୍କୁତି ସୃଷ୍ଟି ହେବ, ୧୩) ଖଣି ଖାଲି ହେଲାପରେ, ସେ ଅଞ୍ଚଳର ଭୂଭାଗ ଅବ୍ୟବହାର୍ୟ୍ଯ ହୋଇ ପଡ଼ି ରହିବ ବୋଲି ମନେ ହୁଏ।


‎ଆଜି କଳାହାଣ୍ଡି ବାସୀ ଏକ ହୋଇ ଆନ୍ଦୋଳନ କାରି ନିରୀହ ଆଦିବାସୀ, ଯିଏ ଗଣତାନ୍ତ୍ରିକ ଆନ୍ଦୋଳନ କରି ରହସ୍ୟ ଭିତ୍ତିକ ପରିସ୍ଥିତିରେ ଜେଲ୍ ଯାଇଛନ୍ତି, ତାଙ୍କ ଆନ୍ଦୋଳନରେ ଯଦି ଯୋଗ ନ ଦେବା, ତାଙ୍କ ସ୍ୱର ଆମ ସମସ୍ତଙ୍କର ସ୍ୱର ନ ହେବ, ତେବେ ଆମେ ଆମର ଶେଷ ଧନ ଓ ଆଶା "ବକ୍ସାଇଟକୁ"  ନିଶ୍ଚିତ ହରାଇବା ଓ ପ୍ରତିବଦଳରେ ଅବହେଳିତ ଓ ଗରିବ ହୋଇ ରହିଥିବା। ଆମ ଛାତି ଓ ପିଠିରେ ଆମ ସମ୍ପତ୍ତିକୁ ନେଇ ଆମର ଶତ୍ରୁ ପଇସାବାଲା, ପୁଞ୍ଜିପତି ଓ ବିକ୍ରିଗଲା ରାଜନେତା, ଆମ ଉପରେ ମାଲିକ ହୋଇ ଆମକୁ ଚାକର କରି ରଖିବେ।


‎ଡୁଇଟ ଡେଭିଡ ଫିଲିପ୍,

‎ଓକିଲ,

‎ଭବାନୀପାଟଣା, କଳାହାଣ୍ଡି, ଓଡିଶା

‎୭୬୬୦୦୧,


Post Arrest of 21 Villagers of Talampadar, Kalahandi

https://countercurrents.org/2026/05/kalahandi-arrests-tribal-resistance-and-the-human-cost-of-development/

https://countercurrents.org/2026/05/kalahandi-arrests-tribal-resistance-and-the-human-cost-of-development/

Post Arrest of 21 Villagers of Talampadar, Kalahandi
The arrest of 21 villagers from Talampadar in Thuamul Rampur, Kalahandi, and their custodial confinement for more than two months, appears to me as a stark demonstration of the power of the privileged over the powerless. A democracy that does not ensure equal access to justice and dignity for all its citizens risks becoming a mockery of the very principles on which it stands.
On 11 March 2026, a group of villagers allegedly attacked a person who was believed to have acted against the interests of the village and in support of a bauxite company reportedly backed by sections of the administration and police. The incident resulted in a head injury and bleeding. However, the reasons and circumstances surrounding the conflict have not been adequately documented or publicly discussed.
Following the FIR, the police arrested 21 persons based on available evidence, the truthfulness and validity of which will ultimately be determined during the course of the trial. As an advocate representing the arrested villagers, I wish to raise certain concerns and reflections regarding the consequences of these arrests and the larger issues involved.
Keeping individuals in custody for 68 days and nights without clearly establishing individual accountability raises serious questions concerning natural justice and the principles of jurisprudence.
The prolonged detention of breadwinners from forest-dwelling families inflicts severe hardship upon their households. While society continues with its routines under the relief of summer holidays and adjusted schedules, these families endure uncertainty, deprivation, and suffering.
Such prolonged incarceration, before guilt is established in a court of law, appears to be an additional form of suffering imposed upon vulnerable communities within a democratic system.
While no individual has the right to take the law into their own hands, the law itself must not be misused merely on the basis of suspicion or one-sided allegations before guilt is conclusively established.
The repeated arrests and continued confinement also reflect a deeper concern that the voices and grievances of marginalized communities are often unheard or dismissed.
The role and intentions of corporations, middlemen, political interests, and sections of the administration are rarely examined with equal scrutiny, whereas the resistance of poor, tribal, and marginalized communities receives immediate criminal attention.
The history of development in India — particularly in mining regions inhabited by Scheduled Tribes and Scheduled Castes — reveals a painful pattern where the benefits of development are often enjoyed by others while the losses are borne by indigenous communities. Whether intentional or structural, the reality remains that displacement, environmental destruction, and cultural erosion disproportionately affect tribal populations across mining zones in India.
As the advocate for these 21 arrested persons in the District Court of Kalahandi — where nine women have received bail while the bail applications of eleven men were rejected — I feel personally wounded. Being a son of Kalahandi myself, I recognize how generations of people from the plains and towns have benefited from the forests, rivers, climate, and natural wealth of regions such as Thuamul Rampur, Lanjigarh, and Kashipur in present-day Rayagada.
For generations, communities living in valleys and towns have consumed and benefited from products brought by tribal and Dalit communities from the hills — (kandul dal)arhar dal, (kardi) bamboo shoots, forest honey, green leaves, mushrooms, wild fruits, and many other natural resources. There was a time when places like Thuamul Rampur, Lanjigarh, and Kashipur were considered remote and difficult postings for government employees. Schools and offices functioned irregularly due to poor roads, remoteness, lack of housing, and absence of basic infrastructure.
When Self-Help Groups were initially introduced, many women were hesitant even to sit together on mats or speak openly with facilitators. Goods and agricultural products were sold at extremely low prices. Poultry, dairy, and agricultural products were abundant, natural, and affordable. Society enjoyed these resources while remaining largely disconnected from the lives and struggles of the people producing them.
The forests and hills of these regions were once filled with wildlife — sambars, wild boars, deer, elephants, monkeys, and countless birds — moving freely across the landscape. Stories and real incidents of hunting expeditions by royal families and elites remained common until the 1990s.
People in these areas lived with fewer clothes, fewer words, smaller homes, and without proper sanitary facilities for many years. People from urban areas have often looked down upon them. In spite of this, it is widely believed — and indeed a historical reality — that they are the original inhabitants of the district.
Manikeswari was originally their goddess, believed to have been located at Thuamul Rampur. Niyamgiri Hills, Sijimali, and other hills are revered by them as sacred embodiments of gods and goddesses. I too believe that it is part of human nature — since pre-scientific times — to regard elements of nature such as the sun, moon, wind, and rivers as divine, much like pantheistic traditions of worship. In the same way, these hills, being their source of livelihood and sustenance, are naturally regarded as their gods and goddesses.
However, with the discovery and commercialization of bauxite and mineral resources in these regions, the interests of governments, corporations, contractors, and political actors increasingly overshadow the emotions, traditions, faith, and livelihoods of tribal and Dalit communities. Development is often presented as inevitable, while the displaced are expected to silently bear its costs.
Had Kalahandi been a princely state, as it was before Independence and for a brief period thereafter, perhaps today the Government of India would have approached Kalahandi in the same way it has approached Kashmir in the interest of the nation. We, the people of Kalahandi, with our distinct identity in language (Kalahandia), food habits (mud bhat), traditional attire (kapta, dhoti, lungi), music (muhuri, madal, nisan, dom bazar, and ghumra), folk songs (on hills, waterfalls, streams, agriculture, marriage, birth, and death, each with its own rhythm), festivals (Lakh Bindga, Jieta, Cherchera, Puni, Chhitra, Podha Puja, Jue Madam, etc.), cereals and pulses (mandua, kulath, gurji, kodo, etc.), traditional dishes (purga, santula, kasha, parjha, etc.), and marriage customs (maga, jacha, biha, ghicha, and pala), would have contributed our unique heritage to the nation of India..
The true inhabitants of Kalahandi - The Kalahandias continue to struggle with the gradual erosion of their originality and heritage hidden within their soil, forests, culture, and collective memory.
In this context, the arrest and prolonged confinement of tribal and Dalit villagers protesting displacement, mining expansion, and infrastructure projects without meaningful local consent raises serious concerns regarding human rights, constitutional morality, and democratic ethics.
Movements and protests may be suppressed through institutional power, but the grief, pain, and memories carried by ordinary people cannot easily be erased. The events unfolding today in the soil of Kalahandi will continue to speak to future generations about both the gains and the losses of development — about progress, sacrifice, displacement, and the human cost borne by the vulnerable.
A nation may build roads, railways, industries, and grand infrastructure that captivate the eyes of the world. Yet history will continue to ask whether the unconsented exploitation of natural resources, the destruction of ecological beauty, and the displacement of indigenous communities can ever truly be justified or forgotten.

ସିଯିମାଲିର କ୍ଷତିପୁରଣ କେମିତିବା ଦେଇ ହେବ !

ସିଯିମାଲିର କ୍ଷତିପୁରଣ କେମିତିବା ଦେଇ ହେବ !
‎-------------------
‎କମ୍ପାନୀ ଶାସନ ଦେଶରେ ଚାଲିଛି, ଗଡ ବା ପ୍ରଭୁ ବା ଭଗବାନ୍ ନାଁରେ ଓ ପଇସାରେ ସମସ୍ତେ ବିକ୍ରି ହୋଇ ଚାଲିଛନ୍ତି, ସିଜୀମାଳି ବି କାହାର ଭଗବାନ୍ ତା କଥା କେହି ଶୁଣୁ ନାହାନ୍ତି। ବର୍ତ୍ତମାନର ଶାସକ ମାନଙ୍କୁ ଆମେ ଅନ୍ଧ ଭାବରେ ଭୋଟ ଦେଇ ବିଶ୍ଵାସରେ ଶାସନର ଭାରକୁ ଟେକି ତେଉଛୁ। ଭବିଷ୍ୟତ କିନ୍ତୁ ଅନ୍ଧକାର ଘେରକୁ ଚାଲି ଯାଉଛି। ମଣିଷ ତିଆରି ପ୍ରାକୃତିକ ବିପର୍ଯ୍ୟୟ, ଯୁଦ୍ଧ, ପ୍ରଦୂଷଣ, ସାମାଜିକ ଅସୁରକ୍ଷା ଏସବୁର ସୂଚକ, ଜାଣି ଚେଇଁ ସୋଉଛୁ।
‎ଆମର ନିସ୍ତାର ହେବାର ସଂଭାବନା ନାହିଁ।
‎ପଇସା ଓ ସତ୍ୟ ଗଡ ବା ପ୍ରଭୁ ବା ଭଗବାନ୍ ବା ଇଶ୍ୱରଙ୍କୁ ନ ଚିହ୍ନିବା ଯାଏଁ ବା ତାଙ୍କୁ ବହିଷ୍କାର ନକରିବା ଯାଏଁ, ଭାରତର ସ୍ୱାଧୀନତା ଫେରିବ ନାହିଁ। କମ୍ପାନୀ ରାଜନୈତିକ ଦଳ ଓ ଧର୍ମ ମାଧ୍ୟମରେ, ପଇସା ଦେଇ କିମ୍ବା ଚାହିଦା ମୁତାବକ ଗଡ ବିତରଣ କରି, ଭୋଟର ଓ ଅନୁଷ୍ଠାନ ଗୁଡିକକୁ ନିଜର କରି ନେଉଛି।
‎ବିଗତ ଶହେ ବର୍ଷରେ ଧର୍ମପରାୟଣ ଭାରତୀୟମାନେ, ବିକାଶର ଚକ୍ରରେ ଓ ପ୍ରହେଳିକାରେ, ଧର୍ମ ବିହୀନ ବିକାଶ ବାଦିଙ୍କ ବିକାଶ ନୀତିକୁ ସନ୍ଦେହ କରୁଥିଲେ ଓ ଧର୍ମକୁ ଧରି ରାଜନୀତି କରୁଥିବା ଲୋକ, ଧର୍ମହିଁ ପ୍ରକୃତ ବିକାଷର ମୂଳ ମନ୍ତ୍ର କହି ପ୍ରଚାର କରି ଚାଲିଲେ। 
‎ଭାରତ ଆଜି ଧର୍ମ ଓ ଅର୍ଥ ର ରାଜନୀତିର ଶିକାର। ଶିକାରୀ କମ୍ପାନୀ, ମଧ୍ୟମ, ଦଳ ଓ ପ୍ରୟୋଗ ଗଡ୍ ଓ ଟଙ୍କା।
‎ଇତିହାସ ଓ ଅର୍ଥ ଶାସ୍ତ୍ରକୁ ଯିଏ ପାଣ୍ଡିତ୍ୟ ତାର ସହିତ ବୁଝିଛି, ସେ ଧର୍ମ ଭିତ୍ତିକ ରାଜନୀତି ଓ ନେତାକୁ ସମର୍ଥନ କଲା ନାହିଁ। କିନ୍ତୁ ଧର୍ମକୁ ଧରି ଆଜି ଉଭୟ ପକ୍ଷର ଲୋକଙ୍କୁ ଓ ଲୋକଙ୍କର ଭୋଟକୁ କମ୍ପାନୀ ମାନେ କିଣୁଛନ୍ତି।
‎ଧର୍ମ ଭାବନାରେ, ଦେଶର ମୁଖ୍ୟ ଅନୁଷ୍ଠାନ ଗୁଡ଼ିକ ନୀତି ପ୍ରଣୟନ କରୁଛନ୍ତି ଓ ନିତିକୁ ବଦଳାଉଛନ୍ତି। ଜନସାଧାରଣ ନିର୍ବାକ ରହୁଛନ୍ତି।
‎ଧର୍ମ ନିରପେକ୍ଷ ବିବୃତ୍ତି, ପଦକ୍ଷେପ, ଓ ମତ ନବେ ପ୍ରତିଶତ ଭାରତୀୟଙ୍କୁ ଭଲ ଲାଗୁନାହିଁ। ଆମେ ସମସ୍ତେ ଧର୍ମ ପାଳନ କରୁ କିନ୍ତୁ ଅନ୍ୟ ଧର୍ମାବଲମ୍ବୀଙ୍କ ପାଇଁ ଆମର ପ୍ରେମ ନାହିଁ। ଧର୍ମ ନାମରେ ଆମେ ପ୍ରତକ୍ଷ ଓ ପରୋକ୍ଷରେ, ମାନସିକ ଓ ଶାରୀରିକ ଭାବରେ, ସହ ନାଗରିକଙ୍କୁ ରକ୍ତାକ୍ତ କରୁଛୁ।
‎ଆମର 'ଯୁବ ପିଢ଼ି', 'ଅବହେଳିତ ମାଁ ଓ ବାପା', 'ଶିକ୍ଷକ ଓ ଶିକ୍ଷୟତ୍ରୀ', ଓ 'ଅଭିଭାବକ ', ମାନଙ୍କ ପାଇଁ "ଜୟ" ପ୍ରଥମ ଶ୍ରେଣୀ ରୁ ଆରମ୍ଭ କରି ସମାଜ, ରାଜ୍ୟ, ଦେଶ ଓ ବିଦେଶର ଶୀର୍ଷ ଯାଏଁ, ଜୟ, ଅତ୍ୟନ୍ତ ଆବଶ୍ୟକ। ଜୟ ଭିତରେ, ପ୍ରାକୃତିକ, ସାମାଜିକ କ୍ଷତି ଗୁଡ଼ିକ ଯେ ଲୁଚି ରହିଛି, ଜୟର ନିଶା ବୁଝି ପାରୁନି। ଭୌତିକ ସମ୍ପତ୍ତି, ଚୌକି, ଯୌନ ଭୋଗ, ଆରାମ ଓ ଅବସର ସମୟ ଓ ବିନୋଦନ ଇତ୍ୟାଦିର ମୋହ, ଆମ ସମସ୍ତଙ୍କ ପାଇଁ ସର୍ବ ପ୍ରଧନ। 
‎ପ୍ରାକୃତିକ ସମ୍ପଦର ସଂରକ୍ଷଣ, ପରିବାର ଓ ସମାଜର ଅୟୀକ୍ୟତା, ସ୍ୱାସ୍ଥ୍ୟ ଓ ଦୀର୍ଘ ଆୟୁକୁ ଜଳାଞ୍ଜଳି ଦେଇ, ଛଳ  ଧର୍ମ ଓ ପଇସାରେ ଆମେ ବିକ୍ରି ହେଇ ଯାଉଛୁ।
‎ଶିଶୁଠୁ ଆରମ୍ଭ କରି ପାଠୁଆ ବୃଦ୍ଧଙ୍କ ଯାଏଁ, ସମସ୍ତଙ୍କୁ ଆଣ୍ଡ୍ରଏଡ ଫୋନ, ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଠ ଦରକାର। ଯୁବା ପିଢ଼ିକୁ ପ୍ରଜ୍ୟାପ୍ତ ଆୟ, ଅତ୍ୟାଧୁନିକ ଗାଡ଼ି, ଘୋଡ଼ା, ବେଶ ଭୂଷା ଓ ଆମୋଦ ପ୍ରମୋଦ ଆବଶ୍ୟକ। 
‎ନିଜେ ରୋଷେଇ ନକରି, କିଣା ଖାଦ୍ୟ ଖାଇବା, ସର୍ବ ସମ୍ପୂର୍ଣ୍ଣ ଆମୋଦ ଦାୟକ ଘରେ ରହିବା, ଆଜିର ଚାହିଦା। ଏହି ରୁଚି ଓ ଚାହିଦା, ହୋଟେଲ ସଂଖ୍ୟା, କିରାନା ଦୋକାନ, ଅନେକ ମହଲର ଦୋକାନ, ମଲ୍ଟିପ୍ଲେକ୍ସ, ଅତ୍ୟାଧୁନିକ ଘର ତୋଳା ଓ ସାଜ୍ଜସଜ୍ଜା ଇତ୍ୟାଦି ପାଇଁ, କମ୍ପାନୀ ଗୁଡ଼ିକ ହୁହୁ ହୋଇ ମୁଣ୍ଡ ଟେକୁଛି। ଖାଉଟି ବାଦ, ଗଡ ପାଖରେ ଆମ ସମସ୍ତଙ୍କର ପ୍ରାର୍ଥନା ଓ ମନ୍ତ୍ର।
‎ଆଗରୁ କମ୍ପାନୀ କହିଲେ ସେମାନେ ଯେଉଁମାନେ ଲୁହା, ପେଟ୍ରୋଲ, ସିମେଣ୍ଟ ଇତ୍ୟାଦି ଉପରେ ନଜର ରଖୁଥିଲେ, ଉତ୍ପାଦନ ଓ ଯୋଗାଣ କରାଇ ଦେଉଥିଲେ। ଆଜି କମ୍ପାନୀ, ତେଲ, ଲୁଣ ବ୍ୟତୀତ ମଣିଷର ସବୁ ପ୍ରକାର ଆବଶ୍ୟକତା କୁ ମେଣ୍ଟାଉଛି ଓ ସରକାର ଗୁଡ଼ିକ ଜନ ସାଧାରଣଙ୍କୁ ଖୁସି କରିବା ପାଇଁ, କମ୍ପାନୀ ଗୁଡ଼ିକ ହାତରେ, ସେସବୁ ସମ୍ପଦକୁ ଟେକି ଦେଇ ତାର ଉତ୍ପାଦନ ଓ ଯୋଗାଣର ଭାରକୁ ସେମାନଙ୍କୁ ଦେଇ ଦେଉଛି। 
‎କମ୍ପାନୀ ଗୁଡ଼ିକ ଏତେ ପଇସା ବାଲା ହୋଇ ସାରିଲେଣି ଯେ କେବଳ ଜନତା ନୁହେଁ, ଗୋଟିଏ ରାଷ୍ଟ୍ରକୁବି କିଣିଦେବାର ଦମ୍ ରଖୁଛନ୍ତି। ମନ୍ତ୍ରୀ ଓ ରାଷ୍ଟ୍ର ମୁକ୍ଷ ତାଙ୍କ ବିବାହ ଭୋଜିରେ ହାଜିରା ଦେଉଛନ୍ତି।
‎ଭାରତର ନାଗରିକ ମନରେ ଧର୍ମ ଭାବ ଭରିଛି। ତା ସାଙ୍ଗକୁ ପିଢ଼ି ପିଢ଼ି ଧରି ଆର୍ଥିକ ଅଭାବ ଓ ଜାତି ଧର୍ମ କୁ ନେଇ ଉପେକ୍ଷା, ଉଛ ଜାତି ଦ୍ଵାରା ଧର୍ମ ଭିତ୍ତିକ ଦେଖାଣିଆ ଆଦର, ଏ ଦୁଇ ଅଭିପ୍ସା, ବହୁସଂଖ୍ୟକ ଅବହେଳିତ ଆଦିବାସୀ, ଦଳିତ, ଅନ୍ୟ ଗରିବ ପିଛିଡ଼ା ଜାତିକୁ ଆକର୍ଷିତ କରୁଛି। ଧର୍ମ ନାମ ଓ ପଇସାର ପ୍ରଲୋଭନ, କମ୍ପାନୀ ମାନଙ୍କ ଦ୍ୱାରା ରାଜନୈତିକ ଜୟର ଲାଳସାକୁ, କମ୍ପାନୀ ନିଜ ସ୍ୱାର୍ଥୀ ପାଇଁ ପରୋଷି ଦେବା ପାଇଁ ସ୍ୱତଃ ପ୍ରବୃତ୍ତ।
‎ସିଜିମାଲି, ନିୟମଗିରି ଇତ୍ୟାଦି ଉପରେ ରହିବା ଲୋକ ସାରାପୃଥିବିରେ ବିଖ୍ୟୋପ ପାଇଁ ଲୋକଙ୍କ ଦୃଷ୍ଟିକୁ ଆସିବା ପୂର୍ବରୁ , ବକସାଇଟ୍ ପାଇ, ଙ୍କମ୍ପାନି, ରାଜନୈତିକ ଦଳ, ପ୍ରଶାସକ ଅଧିକାରୀ ଓ ଦଲାଲ ମାନଙ୍କର ଆଖିରେ, ପ୍ରଥମେ ଆସି ସାରିଥିଲା, ତାହା ଏବେ ଜଣା ପଡୁଛି। 
‎'ବିଜ୍ଞାନ, ପ୍ରଶାସନ, ଟଙ୍କା, ଧର୍ମ ଓ ଭୋକକୁ' ପରିଚାଳନା କରିବା ଓ ବ୍ୟବହାର କରିବା, ଉଚ୍ଚଶିକ୍ଷିତ, ଧର୍ମ ବାଦି, ଧନୀ, କମ୍ପାନି, ରାଜନୈତିକ ଦଳ, ପ୍ରଶାସନ ଅଧିକାରୀ ଓ ଦଲାଲ, ଯେତେ ଚିହ୍ନିଛନ୍ତି ଓ ଜାଣିଛନ୍ତି, ଆମେ ସର୍ବ ସାଧାରଣ ସେତିକି ଚିହ୍ନି ଜାଣି ନାହୁଁ, ଯେହେତୁ ଆମେ ବିଶ୍ଳେଣାତ୍ମକ ଶିକ୍ଷାରେ କମ ଶିକ୍ଷିତ। ଆମ ଅଞ୍ଚଳର ସିକ୍ଷା ଅନୁଷ୍ଠାନ ଗୁଡ଼ିକ ମଧ୍ୟ ସେ ସ୍ତରର ନୁହେଁ।
‎ଆମର ଧର୍ମ ଭାବନା ଓ ଆମର ନାନା ପ୍ରକାର ର ଭୋକର ପ୍ରତିକାର, କମ୍ପାନି, ରାଜନୈତିକ ଦଳ, ପ୍ରଶାସନ ଅଧିକାରୀ ଓ ଦଲାଲ, ଯେତେ କରିପାରୁଛନ୍ତି, ଆମେ ସବୁ, ପରିବାର ମାଧ୍ୟମରେ, ପଞ୍ଚାୟତ ମାଧ୍ୟମରେ ବା ସ୍ୱାୟତ୍ତ ଶାସନ ମାଧ୍ୟମରେ ଏକ ହୋଇ କରିପାରୁ ନାହୁଁ, ଯେହେତୁ ସମ୍ବଳ ସୃଷ୍ଟି, ବିନିଯୋଗ ଓ ବୃଦ୍ଧିର ମାଧ୍ୟମରେ ଆମେ ସୁଜ୍ଞାନି ନୋହୁଁ କିମ୍ବା ସେହି ବ୍ୟବସ୍ଥା ଭିତରେ ନାହୁଁ।
‎ଦେଶର ଗଣତନ୍ତ୍ର ଓ ଗଣ ତନ୍ତ୍ରର ସୁରକ୍ଷା କବଚ, ସଂସଦ, ନ୍ୟାୟାଳୟ,  ନିର୍ବାଚନ କମିଶନ, କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ, ସଂଘିୟ ଲୋକ ସେବା ଆୟୋଗ, ରିଜର୍ଭ ବ୍ୟାଙ୍କ୍ ଅଫ ଇଣ୍ଡିଆ,କେନ୍ଦ୍ରୀୟ ଶୁଚିତା ଆୟୋଗ ଓ ସୂଚନା ଆୟୋଗ, ଏସବୁ ଯଦି କିଣା ଯିବା ସମ୍ଭବ, ଅର୍ଥାତ୍ କମ୍ପାନୀ ଦ୍ୱାରା ଆକର୍ଷିତ, ସାଧାରଣ ଭୋଟରଙ୍କୁ କିଣିବା କାହିଁକି ସମ୍ଭବ ନୁହେଁ? ତେବେ ସିଯିମାଳି ଓ ନିୟମଗିରି ପରି ଗିରିକନ୍ଦରରେ ରହୁଥିବା ଲୋକଙ୍କୁ ଓ ସେଥିରେ ଥିବା ଦଲାଲ ମାନଙ୍କୁ କାହିଁକି କିଣି ଦିଆ ଯାଇ ପାରିବ ନାହିଁ? ଗ୍ରାମ ସଭା ଗୁଡ଼ିକ ସେପ୍ରକାର ହୋଇଛି ନା ଅଧିକ ଦାମ୍ ପାଇଁ ଜନରବ ହେଉଛି?
‎ଆଜି ସିଜିମାଲି କିନ୍ତୁ ଅନ୍ୟ ମାନଙ୍କ ପରି ବିକ୍ରି ଯିବା ପାଇଁ ଚାହୁନାହିଁ। ସିଜିମାଲି କେବଳ କିଛି ଗାଁର ଜନ ସାଧାରଣ ନୁହନ୍ତି। ସିଜିମାଲି ହେଉଛି ଅନେକ ଯିବ ଓ ନିର୍ଜିବଙ୍କ ସମଷ୍ଠି। ଏହାର ଭୂତ୍ୱକ, ଏହାର ପାହାଡ, ଜଙ୍ଗଲ, ନଦୀ ନାଳ, ପଶୁ ପକ୍ଷୀ, ସରୀସୃପ, ଜନ ବସତି ଏହାର ପଥର ଓ ବାଲି, ମାଟି ଓ ସ୍ମୃତି । 
‎ଜନତାଙ୍କୁ କ୍ଷତିପୂରଣ, ଭରଣା ଦିଆଯାଇ ପାରେ, ହେଲେ ଆରାଧ୍ୟ ସିଜିମାଲି, ସେ କଣ କ୍ଷତି ପୂରଣ ନେବ? ଏହାର ଭୂତ୍ୱକ, ଏହାର ପାହାଡ, ଜଙ୍ଗଲ, ନଦୀ ନାଳ, ପଶୁ ପକ୍ଷୀ, ସରୀସୃପ, ଜନ ବସତି, ନଦୀ ନାଳ ଓ ଏଥିରେ ଥିବା ସ୍ମୃତିର କ୍ଷତିପୂରଣ କିଏ ଗ୍ରହଣ କରିବ? କୌଣଷି ସରକାର ଓ କମ୍ପାନୀ ଦେଇ ପାରେ ନାହିଁ, ସେହି କ୍ଷତିପୂରଣ ଓ ଭରଣା। ଏହି ଶକ୍ତିସାଳି କମ୍ପାନୀମାନଙ୍କ ପାଖରେ ନାହିଁ ।
‎ଡୁଇଟ୍ ଡେଭିଡ ଫିଲିପ୍
‎ଆଇନ ଜିବୀ 
‎ବଡପଡା, ଭବାନୀପାଟଣା
‎୯୪୩୭୧୦୪୩୦୩

‎ଝର, ଝାର, ଝାଲ, ଆମର ସେ କି ତମର‎ଥୁଆମୁଲ ରାମପୁର ଆଉ ଲାଞ୍ଜିଗର୍ଡର ନୂଆ କାହାନି

ଝର, ଝାର, ଝାଲ, ଆମର ସେ କି ତମର
‎ଥୁଆମୁଲ ରାମପୁର ଆଉ ଲାଞ୍ଜିଗର୍ଡର ନୂଆ କାହାନି 
‎------------
‎କଳାହାଣ୍ଡି କହେଲେ ଲୋକ ପଛୁଆ ଭାବୁଥିଲେ, ଝାର ଜଙ୍ଗଲ, ପାହାଡ, ନାଲା, ବାଗ ଭାଲୁ ଇତ୍ୟାଦି ଭାବୁଥିଲେ। ଇତାର ଡରହେଁ, ଲୋକ ଚାକ୍ରି ବି କରି ନେଇ ଆସୁ ଥିଲେ।
‎ହେଲେ ଇନର ଲୋକ ଭୋକୁଆ ଅନ୍, ବ୍ୟବସାୟ ନାଇ ଜନନ୍ ବୋଲି ବ୍ୟବସାୟୀ ଜାତି କେ ରଜା ଆନଲେ, ସେନ୍ତା, ଚାଷ ନାଇ ଜାନି ଭାବି ଚାଷୀ ମାନକେ ଆନଲେ, ପୂଜା ନାଇ ଜାନି ବୋଲି ପୁଝାରୀ ଆନଲେ, ଜାନି ମାନେ କିନ୍ତୁ ଥିଲେ, ପାଠ ନାଇ ଜାନି ବୋଲି ପଢ଼ାବାକେ ବି ଲୋକ ଆନଲେ। ବହୁତ୍ ପୂର୍ଣା ଇତିହାସ। ଚତୁର୍ଥ ଶତାବ୍ଦୀ ବେଳେ ଗୁପ୍ତ ରାଜା ସମୁଦ୍ର ଗୁପ୍ତ ଇ କଳାହାଣ୍ଡି ଦି ଗଲା ବେଳେ ସେ ଅବସ୍ଥା ବଲି ଅନୁମାନ।
‎କଳାହାଣ୍ଡି ନାଇ ହେଲେ, ଖାଲି, କନ୍ଧ, କୁଟିଆ, ଗଣ, ଆଉ ଡମ, ଗଣା, ଇତ୍ୟାଦିଙ୍କ ର ଜାଗାହି କରି ଥିଲା। ଇତାର ଅର୍ଥ, ବିଭିନ୍ନ ଆଦିବାସୀ, ଆଉ ବିଭିନ୍ନ ହରିଜନ ମାନକର ରାଜ୍ୟ ହିକରି କଲାହାଣ୍ଡି ଥିଲା । ରଜା ଜେନ୍ତା କି ଗୁପ୍ତ, ଚୋଲା, ନାଗ, ଆଉ ମରାଠା ବି ଇନେ ପ୍ରଭାବ ବିସ୍ତାର କରି ଥିଲେ। ଗଉଡ଼ ଆଉ, ପାଇକବି ଥିଲେ କହେଶନ। ପରେ ପରେ ସଭେ ଆସଲେ। କିନ୍ତୁ ୧୯୫୧ ଜନଗଣନା ଅନୁସାରେ ଆଦିବାସୀ ମାତର ୨୮.୪ ଥିଲେ ଆଉ ହରିଜନ ୨୦.୬ ଶତକଡା ଥିଲେ ଜଣା ପଡ଼ୁଛେ।
‎ହେଲେ ବିଶେଷ କରି ଜଙ୍ଗଲ ମାନକର ଗାଁ ମାନକେ, ଆଦିବାସୀ ଆଉ କିଛି କିଛି ହରିଜନ ଥିଲେ। ମରୁଡି, ମହାମାରୀ ଯେନ୍ତାକି କଲେରା, ମେଲେରିଆ, ବସନ୍ତ, ମିଲମିଲା, ହଇଜାବି ହିକରି ଇ ଲୋକ ଜିଇ ରହି ଆସୁଥିଲେ।
‎ଉଭୟେ ଗୁଟେ ଭାଷା କହୁଥିଲେ, ଚାଷ କମ ଜଙ୍ଗଲ, ଜଲ, ଜନ୍ତୁ, ଜମିନ ଉପରେ ବେଶୀ ଥିଲା, ଆଉ ବେଶି ସେ ଠାନେ ନିର୍ଭର କରୁ ଥିଲେ, ଆରୁ ସେତାକେହଁ ପୂଜା ବି କରୁଥିଲେ। 
‎ସ୍ଵାଧୀନ ପୂର୍ବରୁ ବ୍ୟବସାୟୀ, ଚାଷୀ, ପୂଜକ, ଶିକ୍ଷକ ମାନେ ଆସି ଥିଲେନା, ବିଭିନ୍ନ ରାଜା ମାନେ ଜମି ବାଡ଼ି ଦିକରି କଳାହାଣ୍ଡି ସାରା ରଖିଥିଲେ, କିନ୍ତୁ ଆଦିବାସୀ ଆଉ ହରିଜନ ହିଁ ବେଶିକରି ଥିଲେ ଆଉ ସେମାନେ ସମସ୍ତେ ରଜା ଆଉ ଆସିଥିବା ଲୋକ ମାନଙ୍କର ସଙ୍ଗେ ମିଶିକରି ଚଲୁ ଥିଲେ। ଇଟା ପୂର୍ନା କଥା। 
‎ଲାଞ୍ଜିଗଡ ଆଉ ଥିଆମୂଲ୍ ରାମପୁର ଭିତରେ କେବଲ ଆଦିବାସୀ ଆଉ ହରିଜନ ଥିଲେ, ସାନ ସାନ ରାଜା ମାନେ ବି ଥିଲେ। ପାହାଡ ଉପରୁ ଲୋକ ତଲ୍ କେ କମ ଆଶୁ ଥିଲେ।
‎ସ୍ଵାଧୀନ ପରେ ଦେଶର ନୀତି ବଦଲି ଆସଲା, ଯାତାୟାତ ବଢଲା। ୧୯୮୦ ଦଶନ୍ଧିରେ ବି ଲାଞ୍ଜିଗଡ ଆଉ ଥିଆମୂଲ୍ ରାମପୁର କେ ବାଘ, ଭାଲୁ, ହାତୀ ଭୟରେ ପଶି ହେଉ ନାଇ ଥାଇ। ଫୁର୍ଲି ଝରନ୍, ପେଂଶୁଲ ଗଲେ, ପାଞ୍ଚ ବଜା ପୁର୍ବରୁ ଫିରି ଆସବାର ଚିନ୍ତା ହେଉଥିଲା। ଲୁକା ଛୁପା, ସହର ନେ କେବେ କେବେ ଜଙ୍ଗଲି ମାଂସ ମିଲୁ ଥିଲା।
‎ସେ ବେଲେ ଝର ଧରା ବର୍ଷା ହୁଏ, ଆଉ କନ କନା ସିତ ହୁଏ। ଜଙ୍ଗଲର ବର୍ଷାଦିନର କର୍ଡି, ନାନା ଜାତିର ଛତି, ଖରା ଦିନର କାନ୍ଦୁଲ, କୁଲଥ, ଝୁଡୁଙ୍ଗ, ଶାଗ ବଲେ, ଗୁଞ୍ଜେର, କୁଲେର, ବହଲ, ଉଶୋ ବଲେ ମହୁ, ଝୁଣା, ହରିଡା, ବାହାଡ଼ା, କେନ୍ଦୁ, ଭେଲୁଆ, ଚାହାର, ମହୁଲ, ଟୋଲ, ଗଦା ଗଦା ବଜାର କେ ଆସୁଥିଲା। ମାଣ୍ଡିଆ, କାଙ୍ଗ, କୁଷ୍ଲା, ଅପର୍ବଲ୍ ମିଳୁ ଥିଲା।  ଲୋକ ବାଉସ, ଖୁଟା, ଡେଲି, ପାଟି, ବଅଶା, ସବୁ ଜଙ୍ଗଲରୁ କିମ୍ବା ବାଜରୁ ପାଉଥିଲେ।
‎ଏନ.ଜି.ଓ, ବା ସମାଜ ସେବି ନାଁ ରେ ଉର୍ଲାଦନି, ବିଜେପୁର, କାଣୀଗୁମା ଇତ୍ୟାଦି ଜାଗା ମାନକେ ବାହାରୁ କିଛି ସଂସ୍ଥା ଆସଲେ। ଆଦିବାସୀ ଉନ୍ନତି ନାଁ ରେ କିଛି କିଛି କାମ କଲେ। ମାଷ୍ଟର, ସ୍ବାସ୍ଥ୍ୟ କର୍ମୀ, କୃଷି, ବ୍ଲକ କର୍ମଚାରୀ ବି ଆସି ବସଲେ। କଳାହାଣ୍ଡିରୁ ଯେତେ ସରକାରୀ ଚାକିରି ଲାଗି ନାଇ ଯାଇ ସେତେ ବାହାରୁ ଆସି ଗଲେ।
‎ଆଶ୍ଚର୍ୟ୍ଯ ଲାଗଶି ଏବେ ଆମର ପିଲା ପିଅନ, ଅଙ୍ଗନ ବାଡ଼ି, ମାଷ୍ଟର ଯେତେ ନାଇ ଦିଶ ବାର, ବାହାରୁ ଆସଲା ଲୋକ ସେତେ ଦିଶୁଛନ। ଭଲ କଥା ସ୍ଵାଧୀନ ଭାରତ, ଆମେ ସବେ ସବୁ ଆଡ଼େ ଯାଇ ପାରମା। ସବେ ଆସି ପାରବେ।
‎କିନ୍ତୁ ଆମେ ଭାବୁଛୁଁ, ଏସ.ଟି, ଏସ.ସି, ଆଉ ଓ.ବି. ସି. ସ୍ଥାନ ସଂରକ୍ଷଣ ସହିତ, ସବୁ ବ୍ଲକ୍ କେ ସୁଯୋଗ ଦେବାଲାଗି ସବୁ ସିଲେକ୍ସନ୍ ନେ ପଞ୍ଚାୟତ, ବ୍ଲକ୍, ଜିଲ୍ଲା ସଂରକ୍ଷଣ ରଖି ଥିଲେ, ସବୁ ଜିଲ୍ଲାର ପିଲା, ସବୁ ବ୍ଲକ୍ ର ପିଲା, ସବୁ ଠା ନେ, ସବୁ ମାତ୍ରାରେ ପୁଲିସ, ପ୍ରଶାସନ, କିରାଣୀ, ଅଫିସର ସବୁ ଠାନେ ସବୁ ଜିଲ୍ଲାରୁ ସୁଯୋଗ ପାଇ ଥିତେ। ସବୁ ଆଡ଼େ ସମାନ ସଚେତନତା  ହି ଥିତା। ଏବେ ଭଲ ଶିକ୍ଷା ଦିକ୍ଷା ପାଇ, ଉପକୂଳ କିମ୍ବା ଜିଲ୍ଲା ମହକୁମାରେ ହଁ ପ୍ରତିବାଦ କରି ପାରର୍ବାର ଲୋକ ଅଛନ।
‎ଆଜି ନିଜର ଅଧିକାର ଲାଗି ଆମର ଲୋକ ସ୍ୱର ଉଠାଇ ନାଇ ପାର ବାର, ଜେନ୍ତାକି:
‎ଆମର ଲାଞ୍ଜି ଗଡ ଆଉ ଥୁଆମୂଲ୍ ରାମ ପୁର ରେ ପାହାଡ ପର୍ବତ, ନାଲ ଜଙ୍ଗଲରେ ପଶୁ ପକ୍ଷୀ, ଖାଦ୍ୟ ପେୟ ଭର୍ତ୍ତି ଅଛେ ବଲି ସିନା ଜାନିଥିଲୂ, ଆଉ ଜଙ୍ଗଲ, ବିକାଶ କାମ ଲାଗି ସରୁଛେ ବଲି ଜାନିଥିଲୁ, କିନ୍ତୁ ଏସିଆ ମହାଦେଶର ସବୁ ଠାନୁ ବେଶୀ ବକସାଇଡ୍, ଆମର ଲାଞ୍ଜି ଗଡ ଆଉ ଥୁଆମୂଲ୍ ରାମ ପୁର ନେ ଅଛେ, କିଏ ଜାନି ଥିଲା। ଅବଶ୍ୟ ୧୯୬୧ ର statistic ରେ Dombmali, Dakapatua Parba 
‎Lakrish, Teljhiri, Sijimali, Kalrapat hill, Jiragaon hill, 
‎Kisanmali and Karniber ରେ ବକ ସା ଇଡ୍ ଥିବାର କଥା ଲେଖା ହିଛେ।
‎ଏବେ ଜଣା ପଡୁଛେ ସରକାର, କମ୍ପାନୀ ମାନକେ ଅଧିକାର ଦି ଦେଲେନା, ଆଉ ଗାଁ ମାନକେ ଉଠାବେ ବୋଲି ଲୋକ କହୁ ଛନ୍ । ଗାଆଁ ମାନକେ କମ୍ପାନୀର ଲୋକ ବୁଝାଉଛନ ପରେ ଯେ, ସେମନେ, ବିସ୍ଥାପିତ ହେବେ କିନ୍ତୁ କାହାର କିଛି କ୍ଷତି ନାଇ ହୁଏ। ସବକେ କ୍ଷତି ପୂରଣ ମିଲବା।
‎କିନ୍ତୁ ବଞ୍ଚି ଥିଲା, ଅଗ୍ଲୁଲା, ଜଙ୍ଗଲ, ପଶୁ, ପକ୍ଷୀ, ନାଲ, ନର୍ଦ୍ଦମା, ଗଛ, ଲତା, ସେ ମାନକର କାଣା ହେବା? ଜେନ ମାନେ, ଯୁଗ ଯୁଗ, ବର୍ଷ ବର୍ଷ ଧରି ଜଙ୍ଗଲ କେ ଦେବତା ଆଉ ଜୀବନ ଭାବିଥିଲେ, ଯାହାର ଠାନେ ପଟ୍ଟା ପରଚା ନାଇ, ସେ କାଇଁ କ୍ଷତି ପୂରଣ ପାଇବା। ଜଙ୍ଗଲ, ପଶୁ, ପକ୍ଷୀ, ନାଲ, ନର୍ଦ୍ଦମା, ଗଛ ଲତା, ସେମାନେ କାଏଁ କ୍ଷତି ପୂରଣ ପାଇବେ।
‎ରାମ ଲାଲା ଯେ, ମନ୍ଦିର, ଅଯୋଧ୍ୟାରେ ପାଇଲେ, ନିୟମଗିରି ଆଉ ତିଜମାଲି ଭଗବାନ, ସେମାନେ କାଣା ପାଇବେ, କେବେ ପାଇବେ, ତାକର କଥା କିଏ ପଚାରବା, କିଏ ଉତ୍ତର ଦେବା।
‎ସେନର, ସଂସ୍କୃତି, ସଭ୍ୟତା, ପରମ୍ପରା, ଇତିହାସ, ଖଣି ଖୁଲିକରି ତୁପି ଦିଆଜିବାକେଁ? ଆମେ କଳାହାଣ୍ଡି ବାଶି, ଆମର ଆଖିନେ ଦେଖି ଦେଖି ତୁମ ପଡ଼ି ଥିମାକେଁ। ସେ ଠାନେ ସିନା ନାଇ ରହିବାର, ସେନର ପାନି ପବନ ତୋ ଖାଉଛୁ।
‎ଏବେ ପରେ ସତେ କି ମିଛେ ଯେ, ଡ୍ରୋନ ମାନେ ଉଡୁଛେ, ଆଉ ପୁଲିସ ମାନେ ଗାଁ ଗାଁ କେ ବୁଲି କରି କମ୍ପାନୀ ଲାଗି ଲୋକ ଲଗାଇ କରି ଗାଁ ମାନେ ଖାଲି କରବାକେ ପ୍ରକ୍ରିୟା ଆରମ୍ଭ ହିଛେ। 
‎ଇଟା ଯଦି ସତ, ସରକାର ପୁରା କଳାହାଣ୍ଡିରେ ଡିଙ୍ଗ୍ରି ପିଟି କରି   କଳାହାଣ୍ଡିର ଶବକର ମତା ମତ ନେବାର ଉଚିତ୍। କାଏଁ କାଜେ ନେଇ କରୁଛନ?
‎ଆଉ ଗରିବ ଘରେ ସୁଂଦ୍ଦରି ଟୁକେଲଟେ ଅଛେ ବଲି, ତମର ଧନ ଜନ, ସମ୍ପତି, ପୁଲିସ, ଆଉ ପ୍ରଶାସନ ହାତେ ପାତେ ଅଛେ ବୋଲି ଆମ କେ ଖାତିର ନାଇ କରି ଆମର ସୁନ୍ଦରୀ ତୁକେଲ କେ ଉଠାଇ ନେବ?
‎ଲୋକେ ନାଇ ଚାହେଁ ବାର ବୋଲି ଜାନୁଛ ଯଦି, ମହା ପଞ୍ଚାୟତ ଆୟୋଜନ ହେଉ, ମିଟିଂ ହେଉ। ଗଣ ତନ୍ତ୍ରତ ନାଇ ମର ବାର ତାଲ, ଆଲୋଚନା ହେଉ। ଯଦି ସତ, କମ୍ପାନୀର ଲୋକ ଆଉ ପୁଲିସ, ମାଁ ବୁହେନ୍ ର ହାତ ଡେନା ଧରି ବାହାର କର୍ବା ତକ କଥା ନାଇ ଯିବାର କଥା। 
‎ଏବେତ, ଭବାନୀପାଟନା ଜେଲନେ ଥର ଥର କରି ଲୋକ ଭରୁଛନ। ଗଲା କିଛି ଦିନ ତଲେ ୨୧ ଲୋକ କେ ଆନିକରି ରଖିଛନ, ସେନେ ଦସ୍ ଟା ମା ବୁହେନ, ଶେନେବି ଗର୍ଭ ବତି ଆଉ କୁଆଁରୀ ଝିଅ ଅଛନ କହୁଛନ।
‎ଇକଥା ମାନେ ଯଦି ସତ, ଇଟା କାଏଁ ସହି ହେବା । ଆଇନ ଆଇନ ର କାମ କରୁ କିନ୍ତୁ, ଆମର କଳାହାଣ୍ଡିର ଦୁଃଖ ଦୂର ହେବାକେ? ଆମର ଅପାଠୁଆ ଆଦିବାସୀ, ହରିଜନ କେବକେ କାଣା ପାଇବେ। ଜଙ୍ଗଲ, ପଶୁ, ପକ୍ଷୀ, ନାଲ, ନର୍ଦ୍ଦମା, ଗଛ ଲତା, ସେମାନେ କାଏଁ କ୍ଷତି ପୂରଣ ପାଏବେ। ଆଉ ସେନର ଜଙ୍ଗଲ ଦେବତା କାଣ କାଣା ପାଇବେ?
‎ଆମର ଟାକେ ଆମେ ସୁରକ୍ଷା କର୍ବା ଟା ଆମର କାମ ନେଇ ସେ କେ? କେତେ ବେଲେ କେନ୍ କାଏଁ ପର୍ମିଶନ ମିଲିଛେ, କି ଦିଛେ ଯେ ଦେଖବାର କଥା।
‎ଆଜି କାଲି, ଦୁଖାବା ଏନ୍ତା ଲେଖା ଲେଖଲେ ସମ୍ପାଦକ ଆଉ ପତ୍ର ପତ୍ରିକାରର ଅଧିକାରୀ ମାନେ ଆଉ ସେ ପ୍ରକାର ଲେଖାକେ ନାଇ ବାହାର କରବାର। ଜେନ ଲେଖା ସରକାରୀ, କମ୍ପାନୀ, ପୁଲିସ ଆଉ ପ୍ରଶାସନ ସେପକ୍ଷରେ, ସେଟା ଏକା ପ୍ରକାଶ ପାଉଛେ। କିନ୍ତୁ ଆମର କଥା, ପ୍ରକୃତି ବଞ୍ଚଲେତ ଲୋକ, ସରକାର, କମ୍ପାନୀ, ପୁଲିସ ଆଉ ପ୍ରଶାସନ ସବେ ବଞ୍ଚବେ। ଆମେତ ସବୁ ଗୁଟେ।
‎ଆମର ଦୁଃଖ ହେଲା, ଆମର, ସ୍ଵୟଂ ସହାୟକ ସମିତିର ବିପ୍ଲବ, ଆମର ପଞ୍ଚାୟତି ରାଜ ବିପ୍ଲବ, କୁ-ପୋଷଣ ବିରୁଦ୍ଧରେ ବିପ୍ଲବ, ଚାଷର ବିପ୍ଲବ, ସ୍ୱାକ୍ଷରତାର ବିପ୍ଲବ, ପ୍ରକୃତି ସୁରକ୍ଷାର ବିପ୍ଲବ, ସବୁକେ ମଝିନୁ ଟଟି ଚିପି ଦେଉଛନ, "ସେମାନେ ସିଖାଉଛନ ଆରୂ ସେମାନେ ମାରୁଛନ" ।
‎ଡୁଇଟ ଡେଭିଡ ଫିଲିପ୍ 
‎ଭବାନୀପାଟଣା
‎କଳାହାଣ୍ଡି, ଓଡ଼ିଶା
‎୭୬୬୦୦୧,
‎ଫୋନ: ୯୪୩୭୧୦୪୩୦୩

ସମୟ ଲୁଚିଛି ଛାୟା ଚିତ୍ରରେ

ସମୟ ଲୁଚିଛି ଛାୟା ଚିତ୍ରରେ
---
ସମୟ ଲୁଚିଛି, ଏ ଛାୟା ଚିତ୍ରରେ,
ବହ୍ନିଯେ ଲୁଚିନି, ତୁମ ନୟନରେ

ସଂକେତ ଅନେକ, ସ୍ପଷ୍ଟ ନୁହେ ମେଘରେ,
ବକ୍ଷ ଆକାଶ, ମେଘ ଧରି କାନ୍ଦୁଛି ନୟନରେ,

ଜଗିଛି ପାହାଡକୁ ପାଇବ ଏକ ସ୍ପର୍ଶ,
ଭାବୁଛି ଭିଯାଇବ ମିଳିଲେ ସଂକେତ,

ସମୟ ଲୁଚିଛି, ଏ ଛାୟା ଚିତ୍ରରେ,
ବହ୍ନିଯେ ଲୁଚିନି, ଆପାଦ ମସ୍ତକେ,

ବୟସ ନୁହେଁ ଶିଶିର କି ବରଫ
ହୃଦୟ ଆଜିବି ଶିଶୁ ଓ ଯୁବାସ୍ମ

ଡୁଇଟ୍ ଡେଭିଡ ଫିଲିପ୍ 
୨୧ ଜାନ ୨୦୨୬

ସତ

ସତ
‎----------
‎ତୁମେ ଆସିବ ବୋଲି ମୁଁ ତାଙ୍କଠୁ ଶୁଣିଲି, 
‎ ସେ ଯେ କହିଲେ, ଜାଣିଲି ତୁମେ କହିଛ ବୋଲି,
‎ ଭାୟା ମିଡ଼ିଆ ଖବର ଭଲ ଲାଗୁନି,
‎ ସ୍ପଷ୍ଟ ବାଦି ସାହସୀ, ଏମିତି କାହିଁକି,
‎ ଆସିବ ଯଦି, ସିଧା ମୋତେ କହୁନ କହିକି? 
‎ ପ୍ରସ୍ତୁତ ହେବି ନୂଆ ପିନ୍ଧି
‎ ପ୍ରସ୍ତୁତ ହେବି ଘର ସଜାଡି
‎ ପ୍ରସ୍ତୁତ ହେବି ବ୍ୟଞ୍ଜନ ତିଆରି
‎ ପ୍ରସ୍ତୁତ ହେବି ଦୀପ ଜାଳି
‎ ଜଗିବି ପଥ, ତୁମକୁ ଚାହିଁ
‎ ଆଶିବ ଯଦି କହୁନ କାହିଁକି
‎ ମୁଁ ବି ତୁମର ହୋଇ ସାରିଛି
‎ ବର୍ଷା ହୋଇଛି ଭିଜି ଯାଏନି
‎ ଖରା ଆସିଛି ମଉଳି ଯାଏନି
‎ ଶୀତ ଆସିଛି କାକର ସହିଛି
‎ ଜାଗିବି ଯଦି, ସ୍ବପ୍ନ ରେ ଯଦି ଆସିବ?
‎ ଶୋଇବି ଯଦି, ଫେରି ଯଦି ଯିବ?
‎ କହିବ ଯଦି, ଉଜାଗାର ରହିବି
‎ କହିବ ଯଦି, ପଡ଼ି ଉଠି ଜଗିବି
‎ କହୁନ କାହିଁକି, ଖବର ସତ ନା ମିଛ? 
‎ ସତ, ସେ ଆସୁଛନ୍ତି କହୁଛିତ ଗ୍ରନ୍ଥ! 
ଖାଲି ଗ୍ରନ୍ଥ ନୁହେଁ, ମନବି କହୁଛି ସତ।

ଡୁଇଟ୍ ଡେଭିଡ ଫିଲିପ୍ 
୫/୧୨/୨୦୨୫

ତୁମ ଆଖି, ମୋ ମନ

ତୁମ ଆଖି, ମୋ ମନ
-----------
ମନ ପିଇବାକୁ ଚାହେଁ ସେହି ସମାନ,
କଁଳ ପତ୍ର, ଗଛ ନୂତନ,
ଗଛ ଭାବି ପାରୁନି, ମୁଁ କେମିତି ହେଲି ପୁରାତନ।

ଆଖି କୁ ମିଳିଛି ନୂଆ ଶିଢି,
ପତ୍ର ଯେ ଆଜି ପାକଳ ଓ କଅଳ, ମୁଁ ବୁଢ଼ୀ।

ଗଜା ହୋଇ ଯୁବା, ତାପରେ ବୟସ୍କା,
ଢଳିଲା ସମୟ ଆଉକି ହାତେ ରହିଲା।

ତୁମ ଆଖି ମୋ ରହସ୍ୟର ବାର୍ତ୍ତା,
ଶିଳ୍ପୀ ଆଖି ତୁମ, ଉଦ୍ଗାରୁ ଥିଲା ପଦ୍ମିନିର  ଭାଷା।

ଭଲ ଲାଗୁଥିଲା ଯେବେ ତୁମେ ମୋତେ ଦେଖି ହସ,
ଆଜି କାହିଁକି ଗଛକୁ ନ ଦେଖି ଦେଖୁଛ ମୋର ପତ୍ର।

ଆତ୍ମାତ ସମାନ,
ଭ୍ରମର ଖୋଜୁଛି ସଦ୍ୟ, ସତେଜ,
ବ୍ୟବହାର ଭିନ୍ନ,
ସମୟ ଅସମାନ,
ମନ ପିଇବାକୁ ଚାହେ ସମାନ।


ଡୁଇଟି ଡେଭିଡ ଫିଲିପ୍
ଭବାନୀପାଟଣା
୨୫/୦୫/୨୦୨୩
klddavid@rediffmail.com
https://www.pensofdavid.com/

ଅଣ ନିଶ୍ବାସୀ

‎  
ଅଣ ନିଶ୍ବାସୀ
‎-------------
‎  ମୁଁ ନିଶ୍ୱାସ ପାଇ ପାରୁନି
‎  ବାୟୁ କମି କମି ଯାଉଛି
‎  ମୁଁ ତ ପାରୁନି, ଛୁଆ ମୋ କରିବେ କେମିତି! 
‎  ଦଉଡ଼ି ଯିବି କି ସେଠିକି 
‎  ପାଇବି ନିଶ୍ୱାସ ଯେଉଁଠି
‎  ମୁଁ ତ ପାରୁନି, ଛୁଆ ମୋ କରିବେ କେମିତି!
‎ ବଞ୍ଚିଲେ ବଞ୍ଚାଇବି, ସେ ହେବନି
‎ ଅଣନିଶ୍ୱାସର ସମାଧାନ କାହିଁ?
‎ ନାକ ଫୁସ୍ ଫୁସ୍ ଆମରି, ବଦଳାଇ ବି, ହେବନି!
‎  ପ୍ରାଣ ମୋ ଯିବ ଏଇଠି 
‎  ବଞ୍ଚିବାକୁ ଦେବନି ଏ ସ୍ଥିତି
‎  ଦଳୀତ ମାଁ ଭୂମିହୀନ, ଅଛୁଆଁ, ମଜୁରିଆ ମୋ ଜାତି!
‎  ଥିଲା ସମ୍ବିଧାନ ଅକ୍ସିଯେନ୍ ହୋଇ
‎  ଆସୁଛି ମନୁସ୍ମୁତ୍ତି ପାଣି ଓ ପବନ ନେଇ,
‎  ଅଣ ନିଃଶ୍ୱାସିତ ଏବେବି, ଆସିଲେ କହିବ, "ତୋ କି ଜାତି" ?
‎ 
‎ କଥା କଥା କେ, "କି ଜାତି" 
‎ ଏବେତ ଅଣନିଶ୍ୱାସି, ସେ ଆସିଲେ ହେବ କେମିତି
‎ କାମେ, ବିବାହେ, ଦୋକାନେ, ଦେଖା କହିବେ "ଜାତି"! 
‎ ମନ୍ଦିର ଓ ଦିଅଁ ସାଜିବି 
‎ ନିଃଶ୍ୱାସ ନେବି ସେଇଠି, 
‎ କହିବେନିତ...... "ପୋଥି, ମନ୍ଦିର ଓ ଦିଅଁ, ତୁ ଛୁଇବୁ ନାହିଁ"! 
‎ ଆମ ଲୋକ ତାଙ୍କ ହାତ ବାରିଶି, ବିପ୍ଳବର ବାୟୁ ବହିବନି,
‎ ଆତ୍ମହୁତୀ ଦେବା, ତାଟି ଦେଇ, 
‎ ମାଟି କହିବ, ଦିନେ ଥିଲେ ଏଠି, ଦଳିତ ଓ ଆଦିବାସୀ, ଅଣ ନିଶ୍ବାସୀ
‎ ଡୁଇଟ ଡେଭିଡ ଫିଲିପ 
‎ ଭବାନୀପାଟଣା 
‎ କଳାହାଣ୍ଡି

ଗନ୍ଧ ଓ ବାସନା

ଗନ୍ଧ ଓ ବାସନା
‎-------
‎ଫୁଲର ବାସନା ଫୁଲକୁ ଅଜଣା
‎ମନର ଯନ୍ତ୍ରଣା ପିଣ୍ଡକୁ ଅଜଣା
‎ଦଳିୟ ରାଜନିତୀ କର୍ମୀଙ୍କୁ ଅଜଣା
‎ମଣିଷ ଥାଇ ମଣିଷ କୁକୁର ପୋଷିଲା 
‎ଶିଶୁ ଖତ ଗଦାରେ ଦିନ ସାରା ଖେଳିଲା
‎କିରାଣୀ ଦିନ ରାତି ଫାଇଲରେ ବାସିଲା
‎ପୁରୁଣା ଦିନର ଗାଥା ବୁଢ଼ା ବୁଢ଼ୀ ଗପିଲା
‎ଦଳୀୟ ନେତାଙ୍କୁ ଭଲ ଦଳୀୟ ବାସନା
‎ଗାନ୍ଧୀ, ନେହେରୁ ଗନ୍ଧ ଏବେ ଦେଶ ସାରା
‎ଖଦୀ ଛାଡ଼ି ସୁଟ ପିନ୍ଧା ସ୍କୁଲ ଦପ୍ତର ଅଧିକା
‎ଏମ୍ସ, ଆଇଆଇଟି, ଭାଭା, ରାଷ୍ଟ୍ରର ଗାଥା
‎ଜଣ ମନ ଅଧିନାୟକ ଗାନରେତ ଅସୁବିଧା 
‎ଫୁଲ ଦୋକାନ ଏତେ ସ୍ଥାନେ ସ୍ଥାନେତ ନଥିଲା
‎ଶୁଭେଚ୍ଛା ସମ୍ବାଦ କାନ ଏତେ ଶୁଣୁବି ନଥିଲା
‎ସଫଳତାରେ ଦେଶ ଉଧେଇବା ନୁହେଁ ମାୟା
‎ଜେନେରାଲ ୱାର୍ଡ, ବୋଗି, ବସ, ସ୍ଲମ୍ ଅଧିକା 
‎ଡୁଇଟ ଡେଭିଡ ଫିଲିପ
‎ଓକିଲ ଓ ସମାଜ ସେବକ
‎ଭବାନୀପାଟଣା, କଳାହାଣ୍ଡି
‎ଫୋନ: ୯୪୩୭୧୦୪୩୦୩

ସତ

ସତ
‎----------
‎ତୁମେ ଆସିବ ବୋଲି ମୁଁ ତାଙ୍କଠୁ ଶୁଣିଲି, 
‎ ସେ ଯେ କହିଲେ, ଜାଣିଲି ତୁମେ କହିଛ ବୋଲି,
‎ ଭାୟା ମିଡ଼ିଆ ଖବର ଭଲ ଲାଗୁନି,
‎ ସ୍ପଷ୍ଟ ବାଦି ସାହସୀ, ଏମିତି କାହିଁକି,
‎ ଆସିବ ଯଦି, ସିଧା ମୋତେ କହୁନ କହିକି? 
‎ ପ୍ରସ୍ତୁତ ହେବି ନୂଆ ପିନ୍ଧି
‎ ପ୍ରସ୍ତୁତ ହେବି ଘର ସଜାଡି
‎ ପ୍ରସ୍ତୁତ ହେବି ବ୍ୟଞ୍ଜନ ତିଆରି
‎ ପ୍ରସ୍ତୁତ ହେବି ଦୀପ ଜାଳି
‎ ଜଗିବି ପଥ, ତୁମକୁ ଚାହିଁ
‎ ଆଶିବ ଯଦି କହୁନ କାହିଁକି
‎ ମୁଁ ବି ତୁମର ହୋଇ ସାରିଛି
‎ ବର୍ଷା ହୋଇଛି ଭିଜି ଯାଇନି
‎ ଖରା ଆସିଛି ମଉଳି ଯାଇନି
‎ ଶୀତ ଆସିଛି କାକର ସହିଛି
‎ ଜାଗିବି, ସ୍ବପ୍ନ ରେ ଯଦି ଆସିବ?
‎ ଶୋଇବି ଯଦି, ଫେରି ନଯିବ?
‎ କହିବ ଯଦି, ଉଜାଗାର ରହିବି
‎ କହିବ ଯଦି, ପଡ଼ି ପଡ଼ି ଜଗିବି
‎ କହୁନ କାହିଁକି, ଖବର ସତ ନା ମିଛ? 
‎ ସତ, ସେ ଆସୁଛନ୍ତି କହୁଛି ଗ୍ରନ୍ଥ! 

ଡେଭିଡ
୫/୧୨/୨୦୨୫

Happy Birthday

Happy Birthday.
--------
Days are hot, days are also cool...
even though it's called a day...
night goes with it,
No title for nights, though excludes few nights,
Days covers it being bright,
Happy birthday, 
May not be like a day you had it, 
Nothing wrong, if it is like excluded nights.....

Passion kills passion delights,
Killer Passion always mesmerize,
Moments comes,
Moments goes,
Time is eternal,
Moments makes it brighter than light.

Salute to those nights
Whose fragrance is alive being coverd with time,
Happy birthday is moment, 
It's special time for you too because day, hour, minute, second is exclusively designed by devine.
Jump and grab it in close eyes,
It's, that you once liked.

Happy birthday we like.

dwitdavidphilip@gmail.com
Leheri Thana
Biharsharif
Nalanda,Laheri Mohalla) within Biharsharif is 803101


ସେ କ୍ଷତ, ମୁଁ ରକ୍ତାକ୍ତ

ସେ କ୍ଷତ, ମୁଁ ରକ୍ତାକ୍ତ 
--------
ରକତ ଝରେ, 
ଦେହ କଟିଲେ
ରକତ କ୍ଷରେ,
ଦେହ ରୁଗ୍ଣ ହେଲେ
ରକତ ବହେ,
ଯୁଦ୍ଧ ହେଲେ
ରକତ ପାତିତ ହୁଏ,
ପ୍ରେମିକ ପଶୁ ହେଲେ
ରକ୍ତ ପିଏ,

ରକତ ଧୁଏ,
ନିଜକୁ ପାପି ମଣିଲେ,
ସବୁ ରକତ ଶେଷ ହୁଏ
ତାଙ୍କର ନୁହେଁ,

ତାଙ୍କ ରକତ କ'ଣ ଯେ
ଲୋକେ ତାଙ୍କରି ହୋଇ ଜାଏ?

ମାଁ ର ରକ୍ତ,
ବାପା ର ରକ୍ତ,
ପଶୁ ପକ୍ଷୀ ମତ୍ସ୍ୟ ଯିବ ରକ୍ତ,
କାହିଁରେ ବି ନାହିଁ ଆଦର୍ଶ,
ପାପ ବୋହି କି ପାରିଛି ମର୍ତ୍ତ୍ୟ,
ତୁମ ରକ୍ତ ବୋହିଛି ସବୁ ପାପ ।

ଡୁଇଟ୍ ଡେଭିଡ୍ ଫିଲିପ୍ 
ଓକିଲ ଓ ସମାଜ ସେବକ
କଳାହାଣ୍ଡି

ମୋ ସୁପ୍ତ ସ୍ୱର

 ମୋ ସୁପ୍ତ ସ୍ୱର
--------
ଆହା,
ମୋ ବଗିଚା ନଷ୍ଟ କରିଦେଲ,
ସେ ନାଳ, ସେ ପାହାଡ, ସେ ବଣ,
ବୁଲ୍ଫେଜର ଚଢାଇ 
କଂକ୍ରିଟ ଢାଳି ଦେଲ,
କାଢି ନେଲ ଭୁଗର୍ଭରୁ ଯାହା ନ ଥିଲା ତୁମର,

ସେ କୋମଳ ତରୁ ଲତା, ସେ କ୍ଷୁଦ୍ର ଝିନ୍ଟିକା,
କଣ ବା କହି ଥାଆନ୍ତା,

ମଣୀସ ଦବିଲେ କାଢୁଛ,
ମୋତେ! ଜାଣିବି କୁଆଡେ ପରିଲ,
ମୁ ଜା ଦେଉଥିଲି ପ୍ରକୃତିକୁ,
ତାହା କି ଦେଖିଲ,
ଥିଲା ଏକ, ପ୍ରାକୃତିକ ଯଶ,
ତୁମ ବିଲ୍ଡିଂ ହାରିଯିବ,
ପାରିବକି ଫେରାଇ ତାଙ୍କ ଧରୋହର,

ମୁ ଆଶିବି,
କିନ୍ତୁ ତୁମେ ନ ଥିବ,

କହିଦିଅ 
ତୁମ ପିଲାଙ୍କୁ,
ପୃଥିବୀ କେବଳ ନୁହେଁ ତୁମର,

ଢ଼ାଳିବ ସେ ଅଗ୍ନି, ତୁମେ ବି ହେବ ଛାର ଖାର ।

ଶୁଣ ମୋ ସୁପ୍ତ ସ୍ୱର!
ଚେତାବନୀ ଅପ୍ରାକୃତିକ ଦୁର୍ବିପାକର

ରକ୍ଷକ ହେଲା ଭକ୍ଷକ?
ଖାଉଟି କି ହେବ ଦାତବ୍ୟ?

ଡୁଇଟ ଡେଭିଡ ଫିଲିପ
ସେବାରେ ଓକିଲ 
ଭବାନୀପାଟଣା
dwitdavidphilip@gmail.com 
9437104303

Undone

Undone 
----------
She gives
She gives
She gives

All her knowledge, wisdom, talent, and skills
Oozes out from plasmas she has
Comes out through her 

Eyes, she steer
Lips that speak
Hands, extend
Fingers that touch
Skin that feels
Brain, which camouflages her

Tired, doing from morning to night,

Children she has,
Birds that she has,
Dog she has,
Plants she has,
Utensil she has,
Floor and walls she is on and around,

Bed and cotton that awaits her,
Get a dividend while she rests on there.

She and they exchange love and gestures,
Curves, cords, floods and folds,
Close eyes, know together,
With passion, they are with each other.

In broad daylight, it's an exchange of deep love, passionate emotion,

My waiting being a husband, in the bed remains private, she does not bother......

Just alone, neither in bed nor in the day, goes alone, feel me trimmers

Finally got three options.

1. Kill her and replace her with someone, but she is not a replaceable woman I love.

2. Ruined all her passionate plants, birds, animals, and articles, but she blossoms being with them, which I love.

3. End myself, but this is the body that is serving till date for her love.

Looking for an injection, that's a panatia to resolve all.

Dwit David Philip
CONSULTENT 
Bhawanipatna,
KALAHANDI, Odisha 766001

ଖ୍ରୀଷ୍ଟାମୃତ

‎ଖ୍ରୀଷ୍ଟାମୃତ
‎_____
‎ତୁମେ ଖ୍ରୀଷ୍ଟ ଯେହେତୁ ମୁଁ ଅପବିତ୍ର,
‎ତୁମେ ଶ୍ରେଷ୍ଠ ଯେହେତୁ ମୁଁଜେ ନ୍ୟୁନ,
‎ତୁମେ ପବିତ୍ର ଯେହେତୁ ମୋଠି ପାପ,
‎ତୁମେ ସ୍ୱର୍ଗସ୍ଥ ଯେହେତୁ ମୁଁଜେ ପାର୍ଥିବ ।
‎ପ୍ରେମ, କୃଷ, ଜୀବନ କେମିତିଯେ ଏକ,
‎ତାତିଯାଏ ଇନ୍ଦ୍ରିୟ ଜାଣିଲେ ସେ ରହସ୍ୟ,
‎ଶୁଣିବାକୁ ମିଷ୍ଟ, ଗଭୀର, ଜଟିଳ ଓ ବ୍ୟାପ୍ତ,
‎ଗଳ୍ପ ନୁହେଁ ଏ ସତ୍ୟ, ଖ୍ରୀଷ୍ଟାମୃତ ଗୀତ ।
‎ଦେହର ରୋଗ, ମନର ପାପ, ଆତ୍ମାର ଅମରତ୍ଵ,
‎ଏହାର ଅଛି ବିକଳ୍ପ, ତାହାହିଁ ରହସ୍ୟ,
‎ଯୋଡ଼ି ହୋଇ ଯାଏ ମୃତକଙ୍କ ସହିତ,
‎ମୃତ ହୋଇ ସେ ହୁଏ ଅମର, ଅମୃତ ।
‎ଡୁଇଟ ଡେଭିଡ ଫିଳିପ
‎ଓକିଲ ସମାଜ ସେବକ
‎ଭବାନୀପଟଣା, କଳାହାଣ୍ଡି
‎dwitdavidphip@gmail.com
‎9437104303

ଚକ୍ର - ନାମ୍, କାମ୍ ଆଉ ଦାମ୍‎

ଚକ୍ର - ନାମ୍, କାମ୍ ଆଉ ଦାମ୍
‎--------
‎ଲୁହରେ ଓଦା ସବୁ ପ୍ରଶ୍ନ, ଭିଜା ଆଖି ଅତି ସୁନ୍ଦର?
‎ସନ୍ଧ୍ୟା ଘୋଡାଉଛି ଦୁଃଖ, ଖୋଲୁଛ ଯାହା ଭୋଗିବ,
‎ପେଟରେ ଭୋକ, ନାଭିକୁ ଦେଖି ଚାଲିଛ,
‎ଛାତିରେ କୋହ, ବକ୍ଷରେ ହାତ ଡେଉଛ,
‎ମୁଣ୍ଡରେ ବୋହିଲେ ବକ୍ଷ ଗରିବ,
‎କୋଦାଳ ଧରିଲେ ନିତମ୍ବ ଗରିବ,
‎ଛୁଆ କାନ୍ଦିଲେ, ସେକାହାର ପ୍ରସ୍ନ
‎ଠିକାଦାର ଅନେକ ଗରିବ ଝିଅର
‎ଗରିବ, ସମାନ ଶରୀର
‎ଦଳିତ, ସମାନ ମରଣ
‎ଆଇନ, ସଂସ୍କାର, ଧର୍ମ
‎ଅଲଗା ତୁମର, ମୋର
‎ସକାଳୁ ଖୋଜୁଛି କାମ 
‎ସନ୍ଧ୍ୟାରେ ମିଳେ ଦାମ
‎ସକାଳୁ ଖୋଜୁଛି ନାମ
‎ସନ୍ଧ୍ୟାରେ ବଦ+ନାମ
‎ଡୁଇଟ ଡେଭିଡ ଫିଳିପ
‎ଓକିଲ ସମାଜ ସେବକ
‎ଭବାନୀପଟଣା, କଳାହାଣ୍ଡି
‎dwitdavidphip@gmail.com
‎9437104303

‎ଆମେ ଭାରତୀୟ, ଆମର ସହିବା ଶକ୍ତି ବହୁତ୍‎

‎ଆମେ ଭାରତୀୟ, ଆମ ସହିବା ଶକ୍ତି ବହୁତ୍
‎________
‎ବସ ଯାଉଥାଏ, ଜଣେ ସହେ କିଲୋମିଟର ରୁ ଅଧିକ ଯାତ୍ରା କଲା ପରେ ବସ ପରିଶ୍ରା ଯିବା ପାଇଁ ଙ୍କୌନଶି ଜାଗାରେ ନ ରଖୁଥିବା ପାଇଁ କଣ୍ଡକ୍ଟର ଙ୍କୁ ବସ୍ ରଖି ପରିସ୍ରା କରାଇବାର ବ୍ୟବସ୍ଥା କରିବାକୁ କହିଲା କହିଲେ ଆଉ କୋଡ଼ିଏ ଲ କମିଟିର ପରେ ଡାକି ଦେବୁ କହିଲେ। ବସ ଟି ଭାଲ୍ଭୋ ଏସି, ଥଣ୍ଡରେ ପରିସ୍ରା ଆହୁରି ମାଡ଼ି ଆସୁଛି। ପ୍ୟାଣ୍ଟ୍ ଭିଜି ଲଜ୍ଜିତ ହେବି ଲାଗୁଥାଏ। ଅନୁରୋଧ ରକ୍ଷା କରି ମୁଁ ବସ୍ ରୁ ଓହ୍ଲାଇ ପଡ଼ିଲି। ରଖିଲି ମୋ ପଛେ ଅନେକ ଭାଇ ଓ କିଛି ଭାଉଣି ମଧ୍ୟ ଦୀଘା ସମୟ ଯାଏଁ ପରିସ୍ରା କରି ଚାଲିଛନ୍ତି। ବସ ରେ ମୁଁ ପ୍ରଥମେ ଓହ୍ଲାଇଥିଲେ ତେଣୁ ପ୍ରଥମେ ସାରି ବସ ରେ ପଶି ଦେଖିଲି ପ୍ରାୟ ବସ ଟି ଖାଲି।
‎ବଉଜିଲି ବୁଝିଲି, ଆମେ ଭାରତୀୟ, ଆମର ସହନ ଶକ୍ତି ଅଧିକ। 
‎ଟ୍ରେନ ରେ କେସିଙ୍ଗା ରୁ କଲିକତା ଯାଏଁ। ସମଲେଶ୍ଵରୀ ଏକ୍ସପ୍ରେସରେ ବାର ବର୍ ଦେଖିଛି, ଏସି ଖରାପ ହୋଇଯାଏ। କଅଁଳ ଶିଶୁ ବୃଦ୍ଧା ମାଁ, ବ୍ୟାକୁଳ ହେଉଥିଲେ ବି, ପ୍ରାୟ କେହି ଯାଇକି ଅଭିଯୋଗ କରନ୍ତି ନାହିଁ। ଯଦି ସମ୍ବଲପୁର କିମ୍ବା ରାଉରକେଲା ରେ କିଛି କରଗଲତ ଭଲ ନ ହେଲେ, କଷ୍ଟେ ମାଷ୍ଟେ ପହଞ୍ଚିବାକୁ ପଡ଼େ। ସେହି ପ୍ରସାଧନ ଏରୀୟା ର ସ୍ବଚ୍ଛତା କଥା ନ କହିଲେ ଭଲ। 
‎ ପ୍ୟାଣ୍ଟି କାର ସାଧା ଖାଦ୍ୟ ୮୦ ରେ ରେଲୱେ ଚାଟ କହିଲା ବେଳକୁ ସର୍ଭିସ ବଏ ଦାମ୍ ତାଠୁ ଅଧିକା ନିଅନ୍ତି। ଥରେ କଣ ଅନେକ ଥର ଅଭିଯୋଗ ଦେଇ, ଖାଦ୍ୟ ନ ପାଇ ହଇରାଣ ହେବାକୁ ପଡ଼ିଛି। 
‎ ପାଣି ଗଲିବା, ଶିଟ ଭିଯିଥିବା, ଷ୍ଟେସନ ନ ଥାଇ ରଖିବା ଓ ଷ୍ଟେସନ ଥାଇ ନ ରଖିବା ତ ସାଧାରଣ ବିଷୟ। କାରଣ ବୋଧେ, ଆମ ନିଷ୍ପତ୍ତି ନେବା ଅଭିଭାବକ, ମନ୍ତ୍ରୀ, ବିଚାର ପଟି, ଆଇ ଏ ଏସ ଏହି ପ୍ରକାର ଗାଡ଼ି ମାନଙ୍କରେ ଯାଆନ୍ତି ନାହି କିମ୍ବା ଗଲେବି, ବାଛି ବାଛି ସେ ପ୍ରକାର ଗାଡ଼ିରେ ଯାଆନ୍ତି। ବା ସେମାନଙ୍କୁ ଅଧିକାରୀ ମାନେ ବ୍ୟବସ୍ଥା ନିଶ୍ଚିତ କରାଇ ଦିଅନ୍ତି।
‎ଭାରତରେ ରେଳ, ବସ, ଉଡାଜାହାଜ ଏକସି ଡେଣ୍ଟ ସାଧାରଣରେ ଘଟୁ ଛି । ଆମ ସବୁ ପାଠକ ଘରେ ଏଲକସିଦେଣ୍ଟ ମୃତ୍ୟୁ ହୋଇ ଥିବ। ଯଦି ହୋଇନି, ଏସ୍ୱରଙ୍କୁ ଅଶେଷ ଧନ୍ୟବାଦ୍। ଗାଡ଼ି ନ ଚଲେଇ ଆଠଟି ଏକସିଦେଣ୍ଟର ଶିକାର ହୋଇଛି।
‎କିନ୍ତୁ ଆମେ ପରିଣାମ ଭୋଗି ସାରି ବି ଆମେ ଅଭିଯୋଗ ଦେଉନାହିଁ।
‎ରଅହୁଲ ରାହୁଲ ଗାନ୍ଧୀ ଅଭିଯୋଗ ଆଣି ଆଣି ଲଜ୍ଜିତ ଓ ହେୟ ମିନିତ। ନ୍ୟାୟାଳୟ ଉତ୍ତର ଦେବ। କିନ୍ତୁ ଭାରତର ଅନ୍ୟକ୍ ବିଚାର ଦଲିଲ, jurisprudenc ଓ ବତୁରାଇ ଜଷ୍ଟିସ ପଢ଼ିଲବଲକାଙ୍କୁ ରୁଚି ଲାଗୁ ନାହିଁ। ତେବେ ଆରୁଚା ହେଲେ ଆମେ କେତେଜଣ ଅଭିଯୋଗ ନେଇ ଠିଆ ହୋଇ ପାରିଛୁ। ସୂଚନାର ଅଧିକାର ଥାଇ ଆମ ଉଚିତ୍, ଅଜଆଗର୍ତା।
‎ଆଭିଯୋଗ, ବିକ୍ଷୋଭ ଓ ପ୍ରତିବାଦ କେବଳ ଗଣତାନ୍ତ୍ରିକ ଅଧିକାର ନୁହେଁ। ଏହା ଏକ ମାନବୀୟ ପ୍ରବୃତ୍ତି। ଶିଶୁ କାନ୍ଦେ। ମାଁ ଓ ଅଭିଭାବକ ଶୁଣନ୍ତି। ସୁଣିଚଳିଲେ ସମସ୍ୟା ସମାଧାନ ହୋଇ ଚାଲେ। ଶିଶୁ ଯିବାରୁ ବୃଦ୍ଧ ହେବାଯାଏ ଗୁଣାତ୍ମକ ଜୀବନ ବିତାଏ। ମାଁ କି ଅଭିଭାବକ ନ ଶୁଣିଲେ ଧୀରେ ଧୀରେ ଶିଶୁ ସେହିବାଟ ଟା କୁ ଅଭ୍ୟାସରେ ପାରି ଣତ ହୋଇ ଯାଏ। 
‎ଦାରିଦ୍ରୀୟତା, ଅବହେଳା, ସାହିବା ପରିସ୍ଥିତିର ପ୍ରତିଫଳନ। ଦରିଦ୍ରତାର ଚକ୍ର କୁ ଭାଙ୍ଗିବାକୁ ହେଲେ, ଆନ୍ଦୋଳନ, ବିପ୍ଳବ ଅର୍ଥାତ ସ୍ୱର ଉତ୍ତୋଳନ ଆବଶ୍ୟକ। 
‎ଆଜି ଓଡ଼ିଶାରୁ ଦୁଇ ଜଣ ଆଦିବାସୀ ବିକାଶର ବ୍ୟବସ୍ଥାର ପ୍ରମୁଖ ଭୂମିକାରେ। ନ୍ୟାୟ ଦେବା ଓ ପ୍ରଶାସନ ପରିଚାଳନା କରିବା ଓ ରାଜନୀତିର ଗୋଟି ଚାଳନା ତାଙ୍କରି ହାତରେ। କିନ୍ତୁ, ଆଦିବାସୀ, ଗିରିଯନ୍, ମୂଳ ନିବାସୀ, ପାନୀୟ ଜଳ, ଛାତ୍, ରାସ୍ତା, ପ୍ରସାଧନ, ବସନ ଇତ୍ୟାଦି ସୁବିଧରୁ ବାଞ୍ଛିତ। ଓଡ଼ିଶାରେ ଶ୍ରପ୍ରକର ଉପେଖିତଙ୍କ ସଂଖ୍ୟା ଦସ ଶତକଡା ନିଶ୍ଚିତ ହେବ। ଭାରତରେ ରାଷ୍ଟ୍ରପତି ଆଜି ମୁର୍ମୁ, ଓଡ଼ିଶାରେ ମୁଖ୍ୟ ମନ୍ତ୍ରୀ ମୋହନ।
‎ଗାନ୍ଧୀଙ୍କ ରାମ ରାଜ୍ୟ, ସ୍ବପ୍ନ ହୋଇ ରହିଲା ଏହି ଦଶନ୍ଧିରେ ବି। ମୋଦୀଙ୍କ ଘର ଘର ପାଇଖାନା, ଘର ଘର ପାଣି, ବିକଲି ଆଉ କେତେ ଦଶନ୍ଧି ଲାଗିବ ପ୍ରଶ୍ନ। 
‎ରଅସ୍ତ୍ରପତୀଙ୍କ ଶାଢ଼ୀ, ମୁଖ୍ୟ ମନ୍ତ୍ରୀଙ୍କ କୋର୍ଟ, ଦେଖି ମୋତେ ବକାସ କର୍ମିକୁ ଲାଗେ, ମୁଁ ତ ପାଇନି, ମୋର ଲାଞ୍ଜିଗଡ଼, ଥୁଆମୂଲ୍ ରାମପୁର ଓ ବାଇପରିଗୁଡ଼ା, ମଲ୍ଲଗିରି ର ଭାଇ ଭାଉଣୀ , ଲାଗେ ଦାଇପର ବା ସାନିଟାରୀ ପେଡ କଥା ଛାଡ, ଚଢ଼ି, ବ୍ଲାଉଜ, ବ୍ରା ଟେ କିଣିବାଠୁ ତେଲ ଲୁଣ କିଣିବା ପାଇଁ ବର୍ଷ ସାରା ଅର୍ଥ ରୋଜଗାର କରି ପାରୁନାହାନ୍ତି। ବ୍ୟବସାୟୀ ଓ ବୁଦ୍ଧିଜୀବୀ ୩୦ ଶତକଡା ଲକ୍ଷ୍ୟ ଉପରେ ମାସିକ ରୋଜଗାର କଲାବେଳକୁ, ୫-୧୦ ଶତକଡା ବିଶେ ସ କରି primitive tribe ଏବେବି କୁପୋଷଣ ର ଶିକାର। ଝାଡ଼ଖଣ୍ଡ ର ମାଲତୋ ଓ ହୋ, କଳାହାଣ୍ଡିର କୁଟିଆ, ମାଲକାନଗିରି ର ବଣ୍ଡା ଯାହାଙ୍କୁ ମୁଁ ୨୦୨୩-୨୫:ଭିତରେ ଏବେ ବି ଦେଖିଛି। ଲାଗେ ମୁଁ କଣ କରୁଛି। ମୁଁ କଣ ସ୍ୱର ଉଟୁଲାନ କରିଛି, ସଂଗ୍ରାମ, ବିପ୍ଳବ ଓ ଅଭିଯୋଗ କରିଛି।
‎ବଣ୍ଡା ଦସ୍ ପନ୍ଦ୍ର୍ବ କିଲୋମିଟର ଚାଉଳ ପଚିଶ କେଜି ପାଇଁ ପାହାଡ ଚଢ଼ି ଉତ୍ତୁରୁଛନ୍ତି। ଆମେ ଲିଫ୍ଟ ନାହିଁ ବୋଲି, ଟ୍ରେନ ବସ ରେ ନ ଜାଇ ଏରୋପ୍ଲାନ ରେ ଯାଉଛୁ।
‎ମୁତ୍ୟୁର ସମୟକୁ ଘୁଞ୍ଚାଇ ନେବାକୁ ଲୋକେ ସହର ବାସି। ଏମ୍ସ, ଆଇ ଆଇ ଏମ୍ମ, କୁଟିଆ, ମାଲତୋ ଓ ହୋ ଜନ ଜାତିଙ୍କ ଗହଣରେ ହୋଇ ପାରିନି। ସହର ବାସି ସେଠିକୁ ଜିବେନେ। ଜନ ଜାତି ଆସିବେ ସହରକୁ। କିନ୍ତୁ ବେଦାନ୍ତ, ରୁଗଟା, ତାତସେ କିନ୍ତୁ ତାଙ୍କ ଖଣି ଖନନ ପାଇଁ ଜଙ୍ଗଲ ଭିତରେ ଯାହାବି କରୁଛନ୍ତି।
‎ଦୁଃଖ ଲାଗେ ବେଦାନ୍ତ, ରୁଗଟା, ଟା ଟା ବୋଉନ୍ଦ୍ରୀକୁ ଲାଗି ଜରି ଘରେ ରହୁଛନ୍ତି ଆମ ଆଦିବାସୀ।
‎ଆଭିଯୋଗା ଥିଲେ ଆନ୍ଦୋଳନ ହେବ, ଆନ୍ଦୋଳନ ବିପ୍ଳବ ସୃଷ୍ଟି କରିବ ଓ ବିପ୍ଳବ ପରିବର୍ତ୍ତନ ଆଣିବ। ଫ୍ରାନ୍ସ, ଋଷିଆ, ଚିନ, ଭାରତ, ଆଫ୍ରିକା ଆମେରିକା, ବିପ୍ଳବର ପରିଣାମ।
‎ କିନ୍ତୁ ଆଜିର ଜନଜାତି ଓ ତାଙ୍କ ହେତେଶି କଣ ଫ୍ରାନ୍ସ, ଋଷିଆ, ଚିନ, ଭାରତ, ଆଫ୍ରିକା ରେ ନାହାଁନ୍ତି। 
‎ବହରତାର ଦଳିତଙ୍କ କଥା ନ କହିଲେ ଭଲ। ଅଛୁଆ ପ୍ରଥା, ସ୍କେଭେଙ୍ଗିଂ, ଭୂମିହୀନ ତା, କୁପୋଷଣ, ସାଇକଲ ସେଲ ସୋକେଶ ପରି ଦଳିତଙ୍କ ମଧ୍ୟରେ ରଖି ହଜି ନଯାଉ ବୋଲି ରଖା ଯାଇଛି।
‎ ରୁସୋ, ଗାନ୍ଧୀ, ଲିଙ୍କନ, ଲୁଥାର ବୋଧେ ଆଦିବାସୀ ଭିତରେ ଜନ୍ମ ନେଇ ନାହାଁନ୍ତି। କିନ୍ତୁ ବର୍ଷ ମୁଣ୍ଡା, ରିନ୍ଦୋମଜି ତ ଉଦାହରଣ ସୃଷ୍ଟି କରି ସାରିଛନ୍ତି।
‎ମଅଟେ ମୋତେ ଲାଗୁଛି ଆଜିର ରାଜ ନେତା ଓ ରାଜନୀତି ଦଳ କ୍ଷମତା ଓ ପ୍ରଚୂର୍ଯ୍ୟତର ଲୋଭରେ ଅଭିଯୋଗ, ଆନ୍ଦୋଳନ ଓ ବିପ୍ଳବ କରୁଛନ୍ତି କିନ୍ତୁ ହର୍ଡିକତା ନାହିଁ। ହର୍ଡିକଟତା ଥିଲେ ଶାସନକୁ ଆସିଲା ପରେ ଏତେ ଦାମି କପଡା ଅଭାବିଙ୍କୁ ଦେଖି ଦେଖି ପିଢ଼ି ହେବକି। ଗାନ୍ଧୀ ଭାରତ ସ୍ଵାଧୀନ ହେଲା ପରେ ଧୋତି ଓ ଗାମୁଛା ପିନ୍ଧା ଛାଡ଼ି ନଥିଲେ। ଦାମୀ ଆସବାବ ପତ୍ର ବ୍ୟବ ହର କରିନଥିଲେ। 
‎ଆର୍ ଏସ ଏସ ହେଉ କି କଂଗ୍ରେସ ଦଳ ହେଉ ବା ଆଉ କୌଣସି ଦଳ ହେଉ, ଦଳ ଅଭିଯୋଗ, ଆନ୍ଦୋଳନ ଓ ବିପ୍ଳବର ମାଧ୍ୟମ ହେବା ଉଚିତ୍ ଏହା ନିଜର ବା ଦଳ ର ଶେଷ ଉଦ୍ୟେଶ ନହୋଇ ଏକ ବିକାଶ କରାଇବାର କେବଳ ଏକ ମଧ୍ୟମ ହେବା ଉଚିତ୍।
‎ଆଅଣ ଆନ୍ନା ଆନ୍ଦୋଳନ ର ଅନେକ ନେତା ଗଣ ପ୍ରଶାସନ ଓ କ୍ଷମତା ପାଇ ଖାଦ୍ୟ, ବସ୍ତ୍ର, ଆସବାବ ପତ୍ର ଇତ୍ୟାଦି ଭୋଗ କଲେ, ସୁରକ୍ଷା ପାଇଁ ଯାହା ଆବଶ୍ୟକ ତାକୁ ପ୍ରଶ୍ନ ଉଠାଇ ହେବ ନାହି, କିନ୍ତୁ ଦେଶରେ ମୂଲ ନିବାସୀ ଓ ବସ୍ତି ବାସି ଥାଉ ଥାଉ, ରାଷ୍ଟ୍ରପତି, ପ୍ରଧାନ ମନ୍ତ୍ରୀ, ଗଭର୍ଣ୍ଣର ଓ ମୁଖ୍ୟ ମନ୍ତ୍ରୀ ଉଆସ ଓ ଖାଦ୍ୟ, ବସ୍ତ୍ର, ଆସବାବ ପତ୍ର ଇତ୍ୟାଦି କେମିତି ଜଣେ ଅଭିଯୋଗ କାରୀ , ଆନ୍ଦୋଳନ କରି, ବିପ୍ଳବୀ ଭୋଗ କରି ପାରିବ। 
‎ଆଜିର ରଜନ୍ୟତିକ ଅଭିଯୋଗ, ଆନ୍ଦୋଳନ ଓ ବିପ୍ଲବ କେବଳ ସୁବିଧା ପାଇ ବାର ଛଦ୍ମ ରୂପ ନ ହୋଇ ବାସ୍ତବ ରୂପ ନେଉ। ମୋର ପ୍ରାର୍ଥନା ଆଜିର ଗାଳି ଶୁଣା ମାଁ ଅଭିଯୋଗ କାରୀ, ଆନ୍ଦୋଳନ କାରୀ ଓ ବିପ୍ଲବ କାରୀ ଶିଶୁ ମାନଙ୍କୁ ଜନ୍ମ ଦେଉ ଯିଏ କି ସମ୍ବିଧାନ ଜନ ଜାତିଙ୍କ ପାଇଁ ଲେଖିବ ଓ ଯଥେଷ୍ଟ ସ୍ଥାନ ସମ୍ବିଧାନରେ ନ ମିଳିଲେ ଦିରେକ୍ଟିଭ ପ୍ରିନ୍ସିପ୍ଲେସ ଅଫ ଷ୍ଟେଟ ପଲିସି ଲେଖିବ।
‎ରାମାୟନ,ମହାଭାରତ, କୋରାନ, ଗ୍ରନ୍ଥାସହିବ ଓ ବାଇବେଲ ଆମ ଦେଶ ପାଇଁ ବୋଧ ହୁଏ କମ ପଡ଼ିଗଲା। ଏବେ ଏହିଗ୍ରନ୍ତର ଭୁମିକା ଗୁଡ଼ିକ ପୁରୁଣା ହୋଇ ଗଲେ ଣି। ଏବେ ଆମ ନୂଆ ବିବାହିତା କୁପୋଷଣ ଗ୍ରସ୍ଥା ମାଁ ମାନଙ୍କୁ ନୂଆ ଭୂମିକା ରେ ନୂଆ ଏକ୍ଟରଙ୍କୁ ଜନ୍ମ ଦେଇ ନୂଆ କାହାଣୀ ଲେଖିବାକୁ ପଡ଼ିବ। 
‎ଦୁଇଟ ଡେଭିଡ ଫିଳିପ୍ 
‎ବହୱାନିପାଟଣା 
‎କଳାହାଣ୍ଡି

with sartik

[27/01, 7:07 am] Dwit David Philip: How did you take it
Here writing poem is, sexually active on his lover but the counter part is inactive

Then the the activity are writing poetry

poet could persuade his counter part to be active active poetry writer 

The counter part stated

Then both wrote poem together actively and got sweat 

Then the poet appealing to rest. 
May be counter part still writing when both are already tired and sweating
[27/01, 7:52 am] Dwit David Philip: Your response compelled me to write again 

 Midnight poem
----------
Midnight poem
Expecting me to write again and again
Crafted with passion and dented again and again
Still expecting to go on
Reading is easy instead of into composition 
Enough is enough "you better write what you have known"

Midnight poem 
Scribbling started that is unknown 
Saw the passion, but rubbing the mistakes again and again
Still expecting to know how do I respond,
Reading is easy instead of into composition
Enough is enough "you are better writing than what I have known"

Midnight poem 
Together writen !
Each other's mistakes mended and dented with utmost satisfaction 
Response met and witnessed each other's passion  
Both reading and writing as if easy salvation 
Finally declared together "that's the poem to our best satisfaction"

Midnight poem together writen 
It's our kids we love

DWIT DAVID PHILIP 
Advocate and social worker 
Bhawanipatna, Kalahandi 
9437104303

ସମୟ କହିବ

ଅକ୍ଷର ଅ ଠୁ କ୍ଷ ନୁହେଁ କାହାର
ପାତାଳଠୁ ଆକାଶେ ଲେଖିପାର
ସମୟ ଓ ଲେଖନୀ ସବୁ ହାତେ
ଇତିହାସ ସୃଜନ ଯେ ଜନଙ୍କୁ ଗଣେ 

ସମୟ ତୁମେ ଅତି ସ୍ପଷ୍ଟ
ପ୍ରମାଣ ଓ ଛଳନା ତୁମ ବକ୍ଷ 
ଗାନ୍ଧୀବାଦ କି ଗଡସେବାଦ 
ମନୁବାଦ କି ସମ୍ବିଧାନ ଆମକୁ ପ୍ରଶ୍ନ 

ଆସିବ ନିଶ୍ଚେ ଭଲ ଦିନ,
ଲହରିବ ତ୍ରିରଙ୍ଗା ପାଇ ପବନ
ଗାଇବା ମିଶି ଜନ ଗଣ ମନ,
ଖୁସିରେ ଗାଇବେ ପିଲାଗଣ

ହିନ୍ଦୁ ମୁସଲମାନ ଶିଖ ଇସାଇ 
ଗଢିବେ ଭାରତ ସାଙ୍ଗ ହୋଇ
ସମୟ କହୁଛି ଭୁଲ ହେଲା
ସମୟ କହିବ ଠିକ୍ ହେଲା
ଗାନ୍ଧୀ ମରି ଗାନ୍ଧୀ ଜନ୍ମିଲା,
ଗାନ୍ଧୀ ହାରି ଗାନ୍ଧୀ ଆସିଲା,

ଗଲେ ଆସିଲେ ଭଲ

ଗଲେ ଆସିଲେ ଭଲ
------------------
କିଛି ଗଛ ମରି ଗଲେ ଭଲ
ଅନାବନା ସଫା ହୋଇଯାଏ
ଜିନିଷ ଡିଆ ଖାଇଲେ ଭଲ
ଅନାବଶ୍ୟକ ଜିନିଷ ଫିଙ୍ଗି ହୁଏ
କିଛି ଲୋକ ମରି ଗଲେ ଭଲ
ପୋଲ ପଟି ସବୁ ଢାଙ୍କି ହୁଏ

ମରଣ ଓ ଡିଆ ଉଭୟେ ଭଲ
ନୂଆ ପଞ୍ଜି କରଣକୁ ସୁବିଧା ମିଳେ

ମରୁଡି ଆସିଲେ ଭଲ
ଭୁଇଁ ବିଶ୍ରାମ ପାଏ 
ବଢ଼ି ଆସିଲେ ଭଲ
ଜମି ହିଡ ଲିଭି ଯାଏ 
କଳୀ ଆସିଲେ ଭଲ
ପରିବାର ଭାଙ୍ଗି ଯାଏ
ପିଢ଼ି ଚାଲି ଗଲେ ଭଲ
କହିବା ଲୋକ ନଥାଏ

ଏପ୍ରକାର ଚିନ୍ତକ ଭଲ
ସମାଜ ତାକୁ ଚିନ୍ନେ 

ଭାରତ ଏବେ କଣ?
ନୂଆ ପିଢ଼ି ସେ କହିବେ...... !

ଡୁଇଟ ଡେଭିଡ ଫିଲିପ୍ 
ଓକିଲ ଓ ସମାଜ ସେବୀ
ଭବାନୀପାଟଣା

ଭଲ
------------------
କିଛି ଗଛ ମରି ଗଲେ ଭଲ
ଅନାବନା ସଫା ହୋଇଯାଏ
ଜିନିଷ ଉଇ ଖାଇଲେ ଭଲ
ଅନାବଶ୍ୟକ ଜିନିଷ ଫିଙ୍ଗି ହୁଏ
କିଛି ଲୋକ ମରି ଗଲେ ଭଲ
ପୋଲ ପଟି ସବୁ ଢାଙ୍କି ହୁଏ

ମରଣ ଓ ଉଇ ଉଭୟେ ଭଲ
ନୂଆ ପଞ୍ଜି କରଣକୁ ସୁବିଧା ମିଳେ

ମରୁଡି ଆସିଲେ ଭଲ
ଭୂଇଁ ବିଶ୍ରାମ ପାଏ 
ବଢ଼ି ଆସିଲେ ଭଲ
ଜମି ହିଡ ଲିଭି ଯାଏ 
କଳୀ ଆସିଲେ ଭଲ
ପରିବାର ଭାଙ୍ଗି ଯାଏ
ପିଢ଼ି ଚାଲି ଗଲେ ଭଲ
କହିବା ଲୋକ ନଥାଏ

ଏପ୍ରକାର ଚିନ୍ତକ ଭଲ
ସମାଜ ତାକୁ ଚିହ୍ନେ 

ଭାରତ ଏବେ କଣ?
ନୂଆ ପିଢ଼ି ସେ କହିବେ...... !

ଡୁଇଟ ଡେଭିଡ ଫିଲିପ୍ 
ଓକିଲ ଓ ସମାଜ ସେବୀ
ଭବାନୀପାଟଣା

Lactating mum

Lactating mom
--------

Baby, I can't be your mom,
Though these look like Mum's,
But I too am very tender,
A female but not a mother.

Can't feed you,
I am yet to be a mom.
Cry not; she too left crying for us,
I too am waiting, without a father.

Milky brest adults too long,
Not due to starving, but for carnal fun.
She feeds in delight when you suck.
She feeds in pain when their money calls.

Manage with me,
Till Mum has not knocked,
Let me start with you,
Before money calls.

Temporary mother,
But, your permanent sister.

dwitdavidphilip@gmail.com 
Advocate for justice. 
Bhawanipatna, Kalahandi 
9437104303.

Leader in new paradigm

Leader in new paradigm 
----------
You can be a leader.
A whisper does murmur.
I don't feel confident; it could be anywhere.
The inner soul says, you can, dear.
Then what's that...?
Leadership in forgiving!
Leadership in giving!
Leadership in serving!
Leadership in fasting!
Leadership in praying!
Leadership in remaining silent!
Leadership in smiling!
Leadership in letting others!
Leadership in laboring hard!
Leadership in losing!
Leadership in a new paradigm!
Agreeing to these is your beginning.
You are the new leader the world needs ever.
Congratulations, leader.
The one divine is in need of, you're.

dwitdavidphilip@gmail.com 
Advocate & Social Worker
Bhawanipatna, Kalahandi 
9437104303

Leader in new paradigm

Leader in new paradigm 
----------
You can be a leader.
A whisper does say,
I don't feel confident; it could be anywhere.
The inner soul says,
You can, dear.
Then what's that...?
Leadership in forgiving!
Leadership in giving!
Leadership in serving!
Leadership in fasting!
Leadership in praying!
Leadership in remaining silent!
Leadership in smiling!
Leadership in letting others!
Leadership in laboring hard!
Leadership in a new paradigm!
Leadership in losing!
Agreeing to these is your beginning.
You are the new leader the world needs.
Congratulations, leader.
You are the one divine is in need of.

dwitdavidphilip@gmail.com 
Advocate & Social Worker
Bhawanipatna, Kalahandi 
9437104303

A vigil on post atrocity of Koya Christian believers of Malkangiri

Dear Sir,

Kindly read my article/writeup 

 If you feel good give space in some magazine or news paper

A vigil on post atrocity of Koya Christian believers of Malkangiri
______
A vigil on post atrocity of Koya Christian, of village Kotamateru of Panchayat Matapaka of Malkangiri District is narrated here. 

Kotamateru is the village where this incident took place. It's  around thirty kms away from Malkangiri District Headquarter. For them, Chattisgarh border is around two kilometres where their kith and kin live and they often visit. A river needs to be crossed to find shortest root to Chattisgarh by foot or cycle or bike. Sikpali of Odisha is a bordering market place for these villagers. Here they barter or sale out their produces and in turn, they purchase their requirements.

Ten to fifteen Koyas were beaten black and white and bleed on 21 June 2025 in this village by their own Koyas under the sky of Democracy, Peace and Tranquility. The results were, first they rushed to the forest, then one of them reported to the police over phone, then they felt banished from the native land, and then they left their own village for life. The villagers were admitted to the hospital and discharged.

Now the beaten Koyas have taken shelter at Kataliguda which stands fourty kms away from their own village in Malkangiri. Loosing shelter, missing their own sleep mattresses, reminiscing their belongings, the dishes and utensils they used, the charpaee where they had had their own earned food, the birds they had heard chirping, the evening community gossip, all they had together with other villagers, they left and that's the plight of these distressed. 

Eleven families, constituting around seventy people, left all their heart thrubs, behind their thrust for life. Among them, there are five widows, twenty five women, twenty five men and fifteen children. Children include both school going and infants as well. Few of them are lactating children. There are also a few pregnant mothers among them.

Who these Koyas are? Koya is a ethnic tribe and an Indian dialect as well in the down south of Orissa. "The Koya tribe is a significant indigenous group residing in the Malkangiri district of Odisha, India". "Physically they are classified as Australoid." The Koyas call themselves as "Koithur". They are known for their rich cultural heritage and unique way of life. Koyas also inhabit in parts of Andhra Pradesh and Chhattisgarh, but their largest concentration is in Malkangiri. (Google). They love food like rice, ragi, and forest produces. They love to hunt. They love to sing and dance.

Now, it's the rainy season, sky and earth meets, nature blossoms. Agriculture takes the cultivable land green. Nature becomes lively with koyas ethnic industies. It's time for them to do farming. They cultivate paddy and maze for the entire year. But now they are starving being out of home, the varitities of mushroom, tubers, leaves of the forest are being missed by them. Now the displaced koyas depend on the mercy of judicious compassionate human world.

The clans of the village, as said by them are, Madi, Sodi, Kartami, Beti, Koaahi, Godi etc. They marry among their own Koya clans. Its a History that, Tama Dora, who led the Koya rebellion against the Raja of Koraput and the British in the late 19th century. His resistance against the exploitative policies of the time is well-known. Other notable figures include, Queen Bangaru Devi and Aluri Sitarama Raju, who were also involved in the freedom movement. 

But till now their language, culture and belief system revolves around their existing nature. The displaced were once worshiping stones, wood, leaves, "ant hill" or "termite mound" etc. like the other Koyas. They were part of old Koya rits and rituals both in the time of joy and sorrow. Most of displaced Koyas have Aadhar card, voter card, Birth Certificate and they receive Government support like rice, old age pention, widow pention etc. In spite of that, they have not enough cultivable land. Only six families have cultivable land, without Record of Rights among these displaced. Heads of the families migrate seasonally to suppliment their livelihood needs, mostly as wage labours.

Due to food scarcity, especially i.e. food other than carbohydrates, it's observed and felt, all of them are thin, look pale and undernourished. The health registers of Asha and Anganwadi can give a better picture. Asha is their local personel and belongs to Koya community and Anganwadi didi is a person, mostly stays out of the village, as said by the displaced.

On the query, reason of becoming Christian was narrated. Widow Sikri Madi and her son Aita who is twenty four years old says, Sikri Madi was sick. She was roaming around the village and forest due to stomach pain. She had pain in her belly and it was bloated and swollen. She was restless for long time. They tried medicines local and foreign, traditional and cultural. She went on satisfying their ethnic spirit as per the demand of tradition through Peda, the village leader and Pujari the priest, who was offering goats and grains sacrifices to their gods. Expenses and worship did not bear them fruit. Rather that mounted their expenses. Aita was aware of a christian healer named Samru Muchaki of Chhatishgarh. That person was from village Nayapada of Sukma District. He took his mother Sikri Madi to treat there. The innocent and suffering got healed after staying there for some time. Like that Gangi Mardkami, had swelling in legs, unable to walk, she got advise from Aita. He too went to Nayapada and stayed there over a year and recovered. Once a TB patient Ganga Sodi and Bhima Karmi who too was unable to walk, went to that christian person of Nayapada, stayed their and got healing. 

These incidents of healing through prayer and worship of a christian, Samru Muchaki, made them to belive christian God Jesus. They have grown into a community of around seventy persons with their beliving keith and kin and stated praying to new God.  They stopped old practices of sacrifices, prayer and worship to nature gods and adpoted christian God Jesus, the new way of sacrifices, prayer and worship made them different from thier own Koyas. Healing and change of worship pattern and the God is the cause of dessimilation of Koyas.

Being beaten, one of them called the police over phone on the day of incident. They launched the FIR. Without receiving a result of assimilation and being threatened to life, they took shelter in Kataliguda village. Here their known and well wishers are there.

Now they are waiting for their administration to respond and to ensure safety and security for them without infringing but for continuing their new faith. The FIR says women too are beaten. Photographs says they were bleeding. They said they suffered like Jesus. Few of them were hospitalized.
 
Right to dwell, persue a faith, practice a belief as per the constitution of the nation has been infringed. Justice delayed is justice denied, it's the third attack they have witnessed. There is no blink of hope in the eyes of these spiritually, culturally and physically banished and the displaced people. It is felt that, there is vow in the face of displased Koyas to receive response from government to ensure tranquility among the the same Koya communities of same village.  Faith of the villagers are changing in the first changing world around them.

Once upon a time these communities were managed by their own socio, economic, political, religious leaders. Now they are exposed to new orders of state, market, food and healing system. No doubt food is flowing to the village by government, but at the same time, information, science, democracy too are flowing on to them by the marker. Now all these stuff are defined and managed by state and nation. 

The simple answer awaited is "tranquility" but it's a question of management of multifarious physical and abstract resources of market, forest, science and socity i.e. managed, corolled and directed by many power houses. Development of communication, information technology are making people critically aware, but people are contesting for each other's faith and experiences. 

Dwit David Philip
Advocate and social worker
Bhawanipatna, Kalahandi

ସ୍ଵୟଂ ସହାୟକ ଗୋଷ୍ଟି ନାରୀ ସୁରକ୍ଷାର ଏକ ବିକଳ୍ପ

ସମ୍ମାନନୀୟ sir 
ପ୍ରଣାମ,

ମୋ ଲେଖାକୁ ସ୍ଥାନ ଦେଉଛନ୍ତି ସେଥି ପାଇଁ କୃତଜ୍ଞତା ଜଣାଉଛି।

ବର୍ତ୍ତମାନର ନାରୀ ସୁରକ୍ଷା ସମସ୍ୟା ଉପରେ ଏହି ଲେଖାଟି ଲେଖିଲି। 
ମୋର ସମାଜରୁ ପାଇଥିବା ଅନୁଭୂତି ଓ ଦେଖିଥିବା ସମାଧାନର ବିକଳ୍ପକୁ ଲେଖିଲି।

ପଢ଼ିବେ, ଦରକାର ହେଲେ କାଟ ଛାଟ କରିବେ ଓ ପ୍ରକାଶନରେ ସ୍ଥାନ ଦେବେ।

ଭାବୁଛି ମୋର ଏହି ଦୃଷ୍ଟି କୋଣ ବି ଏକ ସୁଧାର ପାଇଁ, ଏକ ଉତ୍ତମ ପଦକ୍ଷେପ 


ଇତି 
ଡେଭିଡ ଫିଲିପ୍


‎ସ୍ଵୟଂ ସହାୟକ ଗୋଷ୍ଟି ନାରୀ ସୁରକ୍ଷାର ଏକ ବିକଳ୍ପ
‎------------
‎ଓଡିଶାରେ ବାର ବାର ଘଟୁଥିବା ନାରୀ ନିର୍ଯ୍ୟାତନାକୁ ଓ ସରକାର ମାନଙ୍କୁ ଯେତେ ନିନ୍ଦା କଲେବି, ନିନ୍ଦା ସେତେ କମ ହେବ ସତ, କିନ୍ତୁ ଏସବୁ ଘଟଣା ଗୁଡ଼ିକ ପାଇଁ ଓ ହାତ ଛଡା, ଲଗାମ ବିହିନ ସ୍ଥିତି ପାଇଁ, ସରକାର ମାନେ ଦାୟୀ କାହିଁକି ନହେବେ? ଯେହେତୁ, ସରକାରଙ୍କ ମାଧ୍ୟମରେ ନାଗରିକଙ୍କୁ ସୁରକ୍ଷା ଦେବା,  ରାଷ୍ଟ୍ରର କର୍ତ୍ତବ୍ୟ ଓ ରାଷ୍ଟ୍ରର ଦାୟିତ୍ଵ ।
‎ସୁରକ୍ଷା ବ୍ୟବସ୍ଥା ପାଇଁ ଆଇନ, ଅନୁଷ୍ଠାନ ଓ କର୍ମକର୍ତ୍ତାଙ୍କ ଆବଶ୍ୟକ ରହିଛି। ଓଡ଼ିଶାର ଚାରି କୋଟି ଜନତା ୫୩୮୪୫ ଗ୍ରାମର, ୬୭୯୪ ପଞ୍ଚାୟତ ରେ ରହନ୍ତି। ଛୋଟ ବଡ ସହର ଏଥିରେ ଗଣା ଯାଇ ନାହିଁ। ସୁରକ୍ଷା ଦୁଇ କୋଟି ନାରୀଙ୍କ ପାଇଁ କେତୋଟି ଅନୁଷ୍ଠାନ ଓ କର୍ମକର୍ତ୍ତାଙ୍କ ମୁତ୍ତୟନ କଲେ ଯଥେଷ୍ଟ ହେବ ପରିଚାଳନା ବିଜ୍ଞାନ ତାହା କହିବ। ଏହି ଆଲେଖ୍ୟଟି ଚାହୁଁଛି, ନାରୀ ନିର୍ଯ୍ୟାତନାର ଏକ ସ୍ଥାୟୀ ପ୍ରତିକାର।  
‎ଇଣ୍ଡିଆ ଟୁଡେ ଜଣାଏ, ଓଡ଼ିଶରେ ୧୧ ଜାନୁଆରୀ ୨୦୨୪ ରୁ ୩୧ ଜାନୁଆରୀ ୨୦୨୫, ଏଗାର ମାସ ମଧ୍ୟରେ ୨୭୯୭୩ ମହିଳା ଓ ଶିଶୁ ଅନ୍ୟାୟର ଶିକାର ହୋଇଛନ୍ତି। ଏହା ଯଦି ସତ, ଆଇନ ଭାଙ୍ଗିବାରେ ବର୍ତ୍ତମାନର ପିଢ଼ି ଅତି ଲଗାମ ଛଡା ଓ ଆଇନ ଓ ପ୍ରଶାସନ ଏହାକୁ ଦମନ କରିବାରେ ବିଫଳ। ସମାଜ, ଆଇନ ଓ ପ୍ରଶାସନ ଦୂର୍ବ୍ୟୁତ୍ୟଙ୍କ ଭିତରେ ଭୟ ସୃଷ୍ଟି କରିପାରି ନାହିଁ। 
‎"ଆମେ ଯେପରି ଦେଖିଛୁ, ଅଧିକାର ହେଉଛି ନଗରିକର ଦାବୀ ସମୂହ, ଯାହାକି ଜଣେ ବ୍ୟକ୍ତି ବଞ୍ଚିବା ଓ ଉନ୍ନତି କରିବା ପାଇଁ ନିହାତି ଦରକାର କରେ। ସେହି ଅର୍ଥରେ ଅଧିକାର ଗୁଡ଼ିକର ଏକ ଲମ୍ବା ତାଲିକା ରହିଛି। ଏହି ସମସ୍ତ ଅଧିକାର ସମାଜ ଦ୍ଵାରା ସ୍ଵୀକୃତ, କିନ୍ତୁ କେତେକ ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ ଅଧିକାର ରାଷ୍ଟ୍ରଦ୍ଵାରା ସ୍ଵୀକୃତ ଓ ସମ୍ବିଧାନରେ ଲିପିବଦ୍ଧ ହୋଇଛି। ଏହି ଅଧିକାର ଗୁଡିକକୁ ମୌଳିକ ଅଧିକାର କୁହାଯାଏ। ଏହି ଅଧିକାର ଗୁଡିକ ଦୁଇଟି କାରଣ ପାଇଁ ମୌଳିକ ବୋଲି କୁହାଯାଏ। ପ୍ରଥମତଃ, ଏଗୁଡିକ ସମ୍ବିଧାନରେ ଲିପିବଦ୍ଧ ହୋଇଛି, ଯିଏକି ସେମାନଙ୍କୁ ଏହି ଅଧିକାରର ପ୍ରତିଶୃତି ଦେଉଛି ଲ। ଦ୍ଵିତୀୟତଃ ଏଗୁଡିକ ଆଇନସିଦ୍ଧ ଅର୍ଥାତ ନ୍ୟାୟାଳୟ ଦ୍ଵାରା ବାଧ୍ୟତାମୂଳକ ଅଟେ। “ନ୍ୟାୟ ପାଇବାର ଯୋଗ୍ୟ” ର ଅର୍ଥ ହେଉଛି, ଯଦି କୌଣସି ସ୍ଥଳରେ ଏହାର ବିଚ୍ୟୁତି ଘଟେ, ଜଣେ ବ୍ୟକ୍ତି ତାର ସୁରକ୍ଷା ପାଇଁ ନ୍ୟାୟାଳୟର ଆଶ୍ରୟ ନେଇପାରିବ। ଯଦି ସରକାର ଆଇନ ପ୍ରଣୟନ କରି ଏଥିରୁ କୌଣସି ଅଧିକାରକୁ ସଙ୍କୁଚିତ କରିଦିଅନ୍ତି, ଏହା ନ୍ୟାୟାଳୟ ଦ୍ଵାରା ଅଯୋଗ୍ୟ ଘୋଷଣା କରାଯାଏ। ଏହି ଅଧିକାର ସମ୍ବିଧାନର ୩ୟ ଭାଗରେ ପ୍ରଦାନ କରାଯାଇଛି ସମ୍ବିଧାନ ନାଗରିକକୁ ଛଅଟି ମୌଳିକ ଅଧିକାର ପ୍ରଦାନ କରିଅଛି। ଯଥା – (କ) ସମାନତାର ଅଧିକାର, (ଖ) ସ୍ଵାଧୀନତାର ଅଧିକାର (ଗ) ଶୋଷଣ ବିରୋଧୀ ଅଧିକାର (ଘ) ଧର୍ମଗତ ସ୍ଵାଧୀନତାର ଅଧିକାର (ଙ) ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର (ଚ) ସାମ୍ବିଧାନିକ ପ୍ରତିକାର ଅଧିକାର । ଯଦିଓ ଏହି ଅଧିକାର ଗୁଡିକ ସମସ୍ତଙ୍କ ପାଇଁ ପ୍ରଜୁର୍ଯ୍ୟ, ସମ୍ବିଧାନ କେତେକ ସ୍ଵତନ୍ତ୍ରତା ଓ ସୀମିତତା ରକ୍ଷା କରିଛି।" (ବିକାଶ ପେଡିଆ)।
‎ସ୍ଵାଧୀନତା, ବ୍ୟକ୍ତିର ବ୍ୟକ୍ତିତ୍ୱକୁ ବିକାଶ କରିବାରେ ସାହାଯ୍ୟକରେ। ରାଜ୍ୟ ଏହା ନାଗରିକ ପାଉ ବୋଲି ପୋଲିସ ଓ ନ୍ୟାୟାଳୟ ମାଧ୍ୟମରେ ନିଶ୍ଚିତ କରେ। ଆଇନ ନିଶ୍ଚିତ କରାଇବା ପାଇଁ ଏକ ଉପାଦାନ। ଆଇନ କିନ୍ତୁ ବ୍ୟବହାର କରି ହେଉନି କିମ୍ବା ଆଇନ ଅପାରାଙ୍ଗମ ଜେଉଁଥି ପାଇଁ ପୀଡ଼ିତା ଓ ପୀଡ଼ିତ ନ୍ୟାୟ ପାଉ ନାହାଁନ୍ତି ଓ ବିକ୍ଷୋଭ ଦେଖିବାକୁ ମିଳୁଛି। 
‎ତେବେ ନାରୀ ସୁରକ୍ଷାର ଭୟା ଭୟ ପରିସ୍ଥିତିରେ, ବିରୋଧୀ ଦଳ ସବୁ ହୋହାଲ୍ଲା କରିବା ସ୍ବଭାବିକ। କିନ୍ତୁ ସରକାର, କ'ଣ ସବୁ ପଦକ୍ଷେପ ନେବା ଉଚିତ୍, ତାହା ଉପରେ ବିରୋଧୀ ଦଳ ନେତା ମାନେ ସ୍ପଷ୍ଟ କରୁନାହାନ୍ତି। କିଛି ଜଣ କେତେକ ପଦକ୍ଷେପକୁ ଗୁରୁତ୍ବ ଦେଉଛନ୍ତି। ଯେପରିକି, ମହିଳା କମିଶନ ଗଠନ, ଗୃହ କମିଟି ଗଠନ, ସରକାର, ମନ୍ତ୍ରୀ, ନିର୍ବାଚିତ ସାଂସଦ ଓ ବିଧାୟକଙ୍କ ଇସ୍ତଫା, ଇତ୍ୟାଦି। 
‎ସାଧାରଣ ଜନତା ମତା ମତ ଦେଉଛନ୍ତି, ସାମାଜିକ ସଚେତନତା କିମ୍ବା କଠୋର ଦଣ୍ଡ ବିଧାନ, ଯେପରିକି ୨୪ ଘଣ୍ଟା ଭିତରେ ବିଚାର, ଦୋଷୀକୁ ଦଣ୍ଡ । ହାଇଦ୍ରାବାଦ ସହରରେ ଉସ୍ମାନିଆ ଛାତ୍ରିଙ୍କୁ ନିର୍ଯ୍ୟାତନା ଓ ମର୍ଡର ପାଇଁ ପୋଲିସ ସନ୍ଦିଗ୍ଧ ଯୁବକଙ୍କୁ ପଳାତକ ବାହାନାରେ ଅତ୍ୟାଚାରୀଙ୍କୁ ଏନକାଉଣ୍ଟରରେ ଗୁଳି କରି ମାରିଥିଲା। ଏହା ଏକ ଭୟ ଶ୍ରୁଷ୍ଟି କରିବାର ବିରଳ ଉଦାହରଣ। 
‎ଯେକୌଣସି ପୁରୁଷର ପ୍ରଥମ ଶିକ୍ଷକ ନାରୀ, ସେ ମାଁ। କିନ୍ତୁ ଆମ ସମାଜରେ ମାଁ ର ପାଳନ ପୋଷଣରେ ଭୁଲ ରହି ଯାଉଛି କି ଓ ସେ ପ୍ରାୟ ଉପେକ୍ଷିତ୍ତ ନୁହେଁ କି? ଆମ ମାଁ ମାନେ ପୁଅକୁ ସୁଶିକ୍ଷା ଦେଇ ପାରୁନାହାନ୍ତି କି? ବାପା ମାନେ ନାରୀକୁ ସମ୍ମାନ ଦେବା ଶିଖାଇ ପାରୁନାହାନ୍ତି କି? ନାରୀ ପରିବାରରେ ଉପେକ୍ଷିତ୍ତା। ସେ ଏକ ବ୍ୟବହାର୍ଯ୍ୟ ସାମଗ୍ରୀ ବା ଏକ ଉପକରଣ ମାତ୍ର ହୋଇ ରହିଛି। ରାକ୍ଷି ବାନ୍ଧିବା ସଂସ୍କୃତି ଥାଇ ଆମ ଝିଅ ଅସୁରକ୍ଷିତା।
‎ବସ ଷ୍ଟାଣ୍ଡରେ ଆଜି ସକାଳୁ ଜୟପୁର ବସ ଧରିବାକୁ ଜଗିବା ସମୟରେ ମୋ ୫୦ ବର୍ଷୀୟା ସ୍ତ୍ରୀ  ପ୍ରାୟ ୨୩ ବର୍ଷୀୟା ଗୋଟିଏ ଝିଅର ଜିନ ପ୍ୟାଣ୍ଟ୍ ଓ ଟି ସାର୍ଟ ପିନ୍ଧା ଦେଖି କହିଲା, "ଏମିତି ଭେଶ ପାଇଁ ବି ଝିଅ ମାନେ ନିର୍ଯ୍ୟାତନାର ଶିକାର ହେଉଛନ୍ତି"। ଆମର ଯାହାବି ପିନ୍ଧିବାର ଅଧିକାର ଅଛି ପିନ୍ଧି ପାରିବା କିନ୍ତୁ, ଝିଅ ର ନାଭି ଓ ପେଟ ଦିଶୁଥିବା ଓ ଉପର ଭାଗ ସ୍ପଷ୍ଟ ଦେଖା ଜିବା, ମୋ ସ୍ତ୍ରୀଙ୍କୁ ଭଲ ଲାଗିନଥିଲା। ପିନ୍ଧିବା ଉପରେ ଘରେ ଓ ସ୍କୁଲ ରେ ଶିକ୍ଷା ଦେବା ନିତାନ୍ତ ଆବଶ୍ୟକ ଏବଂ ଏହା ପ୍ରତ୍ୟେକ ଗର୍ଭବତୀ ସ୍ତ୍ରୀ କୁ, କିଶୋରୀ ବାଳିକାଙ୍କୁ, ଅଙ୍ଗନୱାଡ଼ି ଓ ସ୍କୁଲ ଶିକ୍ଷକଙ୍କ ଦ୍ଵାରା ଶିକ୍ଷାଦେବା, ଶିକ୍ଷା ଖସଡ଼ାରେ ବଧ୍ୟାତା ମୂଳକ ରହିବା ଆବଶ୍ୟକ।
‎ବର୍ତମାନ୍ ର ଆଧୁନିକ ବ୍ୟଞ୍ଜନ, ଫାର୍ଷ୍ଟ ଫୁଡ୍, ଖୋଲା ଖୋଲି ନିଶା ସେବନରେ ଛୁଟ ଇତ୍ୟାଦି, ଯୌନ ଉଦ୍ରେକ ବଢ଼ାଏବାରେ ସହାୟତା ପ୍ରଦାନ କରୁଛି ବୋଲି ଅନେକ ମତ ରଖନ୍ତି।
‎ଜଉଁ ମାତ୍ରାରେ ଫାର୍ଷ୍ଟ ଫୁଡ୍ ଦୋକାନ ଗୁଡ଼ିକ ଗ୍ରାମେ ଗ୍ରାମେ ଖୋଲିଲା, ବ୍ରୟେଲର କୁକୁଡ଼ା ଓ ସାର ଦିଆ ଗହମ, ଚାଉଳ ପନିପରିବା ମିଳିଲା, ଖାଦ୍ୟ ସୁରକ୍ଷା ହୋଇଛି ସତ, ୧୯୪୭ ର ୩୩ କୋଟି ଜନତା ଖାଦ୍ୟ ପାଇଁ ଅଭାବରେ ବିଦେଶକୁ ନିର୍ଭର କରୁଥିଲେ ସତ, କିନ୍ତୁ ବିଗତ ୨୫ ବର୍ଷରୁ ଉର୍ଦ୍ଧ ହେଲାଣି ରସାୟନ ଖତ, ଔଷଧ, ଭେକ୍ସିଁନ ଇତ୍ୟାଦି ପାଇଁ ତଥା ଖାଦ୍ୟ ଉତ୍ପାଦନ ଓ ଯୋଗାଣର ସମସ୍ୟା ନିବାରଣ ପାଇଁ, କିଛି ବନ୍ୟଞ୍ଚଳକୁ ଓ ସହରଙ୍କୁ ଛାଡ଼ିଲେ, ଖାଦ୍ୟ ଅସୁରକ୍ଷା ୧୪୦ କୋଟି ଜନସଂଖ୍ୟା ପାଇଁ ପ୍ରାୟ ହୋଇ ସାରିଛି। କିନ୍ତୁ ପରୋକ୍ଷରେ ବିଷାକ୍ତ ରସାୟନ ଖତ, ଔଷଧ, ଭେକ୍ସିଁନ ଘରେ ଘରେ ପ୍ରତ୍ୟେକ ଶରୀରକୁ ପଶିଯାଇଛି।
‎ତେବେ କହିବା କଥା, ସାର, ଔଷଧ, ଏବଂ ଖାଦ୍ୟ ଓ ଆଧୁନିକ ପାନୀୟ ରେ adultaration ବା ମିଲାବଟ, ପର୍ଯ୍ୟାପ୍ତ ଯୌନ ଉଦ୍ରେକ ସୃଷ୍ଟି କରୁ ନାହିତ?
‎ସହର ମାନଙ୍କରେ ଡାନ୍ସ ବାର, ଥିଏଟର, କ୍ଲବ ମାନଙ୍କରେ କାହିଁକି ଆଜି ଫ୍ରିଜ୍ ରେ ମଦ ରଖି କିଛି କିଛି ପରିବାର ମାନଙ୍କରେ ସପରିବାର ପାନ କରି ନାଚୁଛନ୍ତି। 
‎ମଲ୍ଟୀ ପ୍ଲେକ୍ସ, ମଲ ଓ ଲୁଗା ଦୋକାନର ଉଦ୍ରେକ ଭରା ପୋଷ୍ଟର ଓ ସିନେମା ପୋଷ୍ଟର, ଯୁବା କାହିଁକି ବୃଦ୍ଧା ଓ ବୃଦ୍ଧଙ୍କ ଶରୀରରେବି ଯୌନ ଉଦ୍ରେକ ରାସ୍ତା ଉପରେ ସୃଷ୍ଟି କରୁଛି। ଗାଁ ଗାଁ କୁ ଅନେକ ଔଷଧ ଦୋକାନ ଖୋଲି ଲାଣି। ସେହି ଦୋକାନ ମାନଙ୍କରେ ନଗ୍ନ ଚିତ୍ରର କଣ୍ଡୋମ୍ ଡବା ସବୁଠୁ ଆଗରେ ସଯା ହୋଇ ରଖା ହୋଇ, ସବୁ ପ୍ରକାର ଗ୍ରାହାକର ଆଖିକୁ ଅନାବଶ୍ୟକ ଭାବରେ ଆକର୍ଷିତ କରି ଦୋକାନରୁ ସମାଜକୁ ଓ ଘରକୁ ପ୍ରେରିତ କରୁଛି।
‎ଭ୍ରୁଣ ହତ୍ୟା, ଅନିଚ୍ଛା ଗର୍ଭ ଧାରଣ, ବିବାହ ବହିର୍ଭୂତ ସମ୍ପର୍କ, ବିବାହ ପୂର୍ବରୁ ଯୌନ ଅନୁଭୂତି, କଣ୍ଡୋମ୍, ନିଶା ସେବନ, ଇତ୍ୟାଦି ଶବ୍ଦ, ଆଜିର ସମାଜରେ ସାମାନ୍ୟ ହୋଇ ସାରିଛି। ଏସବୁର କାରଣ ଓ ପ୍ରଭାବ ହେଉଛି, ଯୌନ ନିର୍ଯ୍ୟାତନା, ନାରୀ ଉତ୍ପିଡ଼ନ, ହତ୍ୟା ଇତ୍ୟାଦି।
‎ଆଗେ ନିଜ ଗ୍ରାମ ଓ ନିଜ ସହରରେ ହୋଟେଲ ଖିଆ ଲାଜ ଲାଗୁଥିଲା, ଆଜି କିନ୍ତୁ ଆୟ ଏତେ ବୃଦ୍ଧି ହେଲାଣି ଓ ସମୟ ଏତେ କମ ମିଲୁଛିଯେ ଅନେକେ ଜଳ ଖିଆଠୁ ଆରମ୍ଭ କରି ରାତିର ଡିନର ବା ରାତ୍ର ଭୋଜନ ବି ହୋଟେଲରୁ ଆଣି ଖାଉଛନ୍ତି। ସେଥିର ଦେଶୀ ବିଦେଶୀ ମସଲା, ତେଲ, ପ୍ରସ୍ତୁତି ପ୍ରଣାଳୀ ସନ୍ଦେହ ଜନକ। 
‎ରୋଗକୁ ରୋଗ, ତା ସାଙ୍ଗକୁ ଯୌନ ଉଦ୍ରେକ ସୃଷ୍ଟି କରୁଛି ବୋଲି ଅନୁମାନ କରାଯାଏ। ଛୋଟ ଝିଅ ଆଠ, ନଅ ବର୍ଷରୁ ଋତୁ ଶ୍ରାବର ସମ୍ମୁଖୀନ ହେବାଟା, ଦେଖିବାକୁ ମିଳୁଛି।  ପୁଅ ପିଲା ସେହି ବୟସରେ ଗାର୍ଲ୍ ଫ୍ରେଣ୍ଡ୍ ଖୋଜୁଛନ୍ତି। ପିତା ମାତାବି ଉତ୍ସାହିତ କରୁଛନ୍ତି। ଜନ୍ମ ଦିନ ପାଳନ ଦୃଶ୍ୟ, ପ୍ରିୱେଡିଂ ଦୃଶ୍ୟ ଗୁଡ଼ିକ ଏହା ସ୍ପଷ୍ଟ କରୁଛି।
‎ତାଉପରେ ଯୌନ ଉଦ୍ରେକ ଔଷଧବି ଆଜି ବଜାରରେ ଯଥେଷ୍ଟ ମିଳୁଛି। ବିକ୍ରୀ କରିବା ଉପରେ କିଛି ଲଗାମ ଓ ଆଇନ ଅଛି କି ନାହିଁ କହି ହେବନି।
‎ପାରିବାରିକ ଅଭାବ ଯୋଗୁ ପୁଅ ଓ ଝିଅ, ଅନ୍ୟ ସହରକୁ ଯାଇ ଅଳ୍ପ ବୟସରୁ ଉପାର୍ଜନ କ୍ଷମ ହେଉଛନ୍ତି। ଅଳ୍ପ ବୟସରୁ ଏକୁଟିଆ ରହି, ଉପାର୍ଜନ କ୍ଷମ ହେବା, ସ୍ଵାଧୀନ ଅନୁଭବ କରି ବିଳାସ ପ୍ରେମୀ ମାଲିକଙ୍କୁ ଅନୁସରଣ କରି ବଞ୍ଚୁଛନ୍ତି। 
‎କର୍ପୋରେଟ ସଂସ୍କୃତି (ପାର୍ଟି କଲଚର) ରେ ପଶି ଅନେକ ଯୁବା ଯୁବତୀ, ମଦ ଓ ମଦ୍ୟପିଙ୍କ ଅଭ୍ୟାସ ଗୁଡିକକୁ ହାତଉଛନ୍ତି। ସି.ଇ.ଓ ଓ ସଂସ୍ଥା ମାନଙ୍କର ମୁଖ୍ୟ କାର୍ଯ୍ୟ ଭାର ହାଲୁକା କରିବା ପାଇଁ ମଦ ଓ ଅସ୍ବାଭାବିକ ସମ୍ପର୍କକୁ ପ୍ରୋତ୍ସାହିତ କରୁଛନ୍ତି। କର୍ମଚାରୀ ଓ ନୂଆ ପିଢ଼ି ଏହାକୁ ପ୍ରଗତିର ଚିହ୍ନ ଓ ଆଦର୍ଶ ଭାବି ବଂଚୁଛନ୍ତି। 
‎ଅନେକ୍ ଛାତ୍ର ଛାତ୍ରୀ, ଉଚ୍ଚ ଶିକ୍ଷା ଓ ଭଲ ସିକ୍ଷା ପାଇଁ ଦୂରକୁ ଜାଇ, ଭୁଲ ଶିକ୍ଷକ ଓ ଶିକ୍ଷୟତ୍ରୀ ବା ଫାକଲ୍ଟୀଙ୍କ ବଡବଡିଆ ଅଭ୍ୟାସର ଶିକାର ହେଉଛନ୍ତି। ଭୁବନେଶ୍ୱର ଯାଇ ୧୯୯୫ ରେ ଏକ ହାଇ ଫାଇ ଅନୁଷ୍ଠାନରେ ପଢ଼ି ଏପ୍ରକା ବିଷୟ ଗୁଡ଼ିକ ସେ ସମୟରୁ ଦେଖିବାକୁ ମିଳିଥିଲା। ଶିକ୍ଷା ଅନୁଷ୍ଠାନ କୁ ଯାଇ ପିଲା ମଦ୍ୟପ ଓ ବ୍ୟଭିଚାରର  ଶିକାର ହେବା ସେବେଠୁ ଦେଖିବାକୁ ମିଳିଛି। 
‎ଜଉନ ନିର୍ଯ୍ୟାତନା, ସହରରେ ପାଠୁଆ ଓ ଧନୀ ମାନଙ୍କ ମଧ୍ୟରେ ହେଲେ, ହୂଆ ହଟ୍ଟା ହେଉଛି ଓ ଲୋକ ଲୋଚନକୁ ଆସୁଛି। କିନ୍ତୁ କୋର୍ଟ କଚେରୀରେ ଏହା ନିତିଦିନିଆ ଉଦାହରଣ।  ଭିନ୍ନକ୍ଷମ, ଦରିଦ୍ର, ଗରିବ, ଅପାଠୁଆଙ୍କ ଯୌନ ନିର୍ଯ୍ୟାତନା ଗୁଡ଼ିକ ଲୋକ ଲୋଚନକୁ ଆସୁ ନାହିଁ। 
‎ଭାରତରେ, ବୃଦ୍ଧା ଓ ଶିଶୁ ମାନଙ୍କ ପ୍ରତି ଯୌନ ଉତ୍ପୀଡନବି ଏକ ବ୍ୟାପକ ସମସ୍ୟା। ଏହି ଦୁଇ ଗୋଷ୍ଠୀ ପ୍ରାୟ, ଅଭିଯୋଗ କରନ୍ତି  ନାହିଁ, କାରଣ ସେମାନଙ୍କ ଠାରେ ଅଭିଯୋଗ ସମ୍ବନ୍ଧୀୟ ସୂଚନା ଓ ଯାତାୟାତ ପାଇଁ ସକ୍ଷମତା ନଥାଏ।
‎ଉପରୋକ୍ତ ଆଲୋଚନା ଗୁଡିକରୁ ଏହା ଜଣା ପଡୁଛି, ଯୌନ ନିର୍ଯାତନା ଉପରେ preventive ଓ qurative ଉଭୟ ନିବାରଣତ୍ମକ ଓ ଦୂରୀକରଣ ବା ଚିକିଶାତ୍ମକ ପଦକ୍ଷେପ ନେବାକୁ ପଡିବ।
‎ସରକାର ଉଭୟ ପ୍ରତିକାର ଋଣ ନୀତି ପାଇଁ ଗାଁ ଠୁ ଆରମ୍ଭ କରି ସାଂସଦ ଯାଏଁ, ସଭା ସମିତି ଆୟୋଜନ କରି ଜନ ମତ ସଂଗ୍ରହ କରି, ପଦକ୍ଷେପ ନେବା ଉଚିତ୍। 
‎ଭୟ ସୃଷ୍ଟି କରିବା ପାଇଁ ଆଇନ ପ୍ରଣୟନ କରାଯାଇ ପରେ କିନ୍ତୁ ଅନୁଷ୍ଠାନ, ବ୍ୟବସ୍ଥା ଓ ଦାୟିତ୍ଵ ଗ୍ରାମ୍ୟ ସ୍ତରରୁ ଆରମ୍ଭ କରି ବଜାର, ଅଫିସ, ସାଂସଦ ଓ ବନ୍ଦ କୋଠରୀ ରି ଠୁ ଆରମ୍ଭ କରି ମଲ୍ ଓ ଷ୍ଟାଡିୟମ ଯାଏଁ ପୋଲିସିଂ ବ୍ୟବସ୍ଥା ଓ ଅଧିକାରୀ ମୁତୟନ କରିବା ଉଚିତ୍। ଏହା ବେତନ ଦେଇ କରିବା ସମ୍ଭବ ଜଣା ପଡୂ ନାହିଁ। 
‎ଏଇଥି ପାଇଁ, ଛତିଶଗଡର ନିଶା ନିବାରଣ ରେ ମହିଳା କମାଣ୍ଡୋଙ୍କ ଉଦାହରଣ ମନେ ପଡେ। 
‎ପରତ୍ୟେକ ସ୍ଵୟଂ ସହାୟକ ଗୋଷ୍ଠୀକୁ ମହିଳା କମାଣ୍ଡୋ ଘୋଷଣା କରି ସେମାନଙ୍କୁ ରାତିରେ ଓ ଦିନରେ ନିଶା ନିବାରଣ, ନାରୀ ନିଜ୍ୟତାନା, ପ୍ରତିରୋଧ କରିବା ପାଇଁ, ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାଧ୍ୟମରେ ନାଲି ଟୋପି, ୱିସିଲ ଓ ଠେଙ୍ଗା ଦିଆଯାଇଛି। ଏମାନେ ମଦ୍ୟପଙ୍କୁ ଓ ନାରୀ ନିର୍ଯ୍ୟାତନା କରୀଙ୍କୁ ମିଳିତ ଭାବରେ ଦମନ୍ କରନ୍ତି ଓ ପୋଲିସକୁ ରିପୋର୍ଟ ଦିଅନ୍ତି। ପରେ ପୋଲିସ ଏହା ଉପରେ କାର୍ଯ୍ୟାନୁଷ୍ଠାନ କରନ୍ତି। 
‎ସେମାନେ ଗ୍ରାମରେ ତଳସ୍ତରୀୟ ସୂଚନା ସଂଗ୍ରହକରି ଓ ପୋଲିସଙ୍କୁ ଅବିଳମ୍ବେ ସୂଚନା ପ୍ରଦାନ କରନ୍ତି। ଆବଶ୍ୟକ ସ୍ଥଳେ ଘାଟନା ସ୍ଥାନରେ ପହଞ୍ଚି ୱିଶିଲ ବଜାଇ ଏକଜୁଟ ହୋଇ ମହିଳା ନିର୍ଯ୍ୟାତନାକୁ ପ୍ରତିରୋଧ କରନ୍ତି। ଏହି କାର୍ଯ୍ୟକୁ ସମ୍ମାନ ଦେଇ ଭାରତ ସରକାର  ଗୁଣ୍ଡର୍ଦେହି, ଦୁର୍ଗ, ଛତିଶଗଡ଼ର ଶ୍ରୀମତୀ ସମଶାଦ୍ ବେଗମ୍ ଙ୍କୁ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଛନ୍ତି। 
‎ଓଦିଶାର  ମିଶନଶକ୍ତି ମାଧ୍ୟମରେ ଗ୍ରାମେ ଗ୍ରାମେ ସ୍ଵୟଂ ସହାୟକ ଗୋଷ୍ଟିଙ୍କୁ ସହାୟତା ପ୍ରଦାନ କରା ଯାଉଅଛି। ଏହି ମିଶନ, ମହିଳାଙ୍କୁ ଆତ୍ମ ନିର୍ଭର କରିବା ପାଇଁ ଅନେକ ତାଲିମ ଦେଇ ସାରିଲାଣି। ଏବେ ନାରୀ ସୁରକ୍ଷା ଉପରେ, କିଛି ଆଇନ ବ୍ୟବସ୍ଥା ଉପରେ, ଯେପରିକି ପୋଲିସ କାମ, ଯେପରିକି ସନ୍ଦିଗ୍ଧଙ୍କ ଉପରେ ସୂଚନା ସଂଗ୍ରହ, ପୋଲିସକୁ ସୂଚନା ବିତରଣ ଓ ଜରୁରି କାଳୀନ ଅବସ୍ଥାରେ ଠେଙ୍ଗା ଦେଖାଇ ଦମନ କରିବା ଇତ୍ୟାଦି ଅଧିକାର ଗୁଡ଼ିକ ଦେବା ଉଚିତ୍। 
‎ଆତ୍ମ ସୁରକ୍ଷା କରିବା ଅଧିକାର ପ୍ରତ୍ୟେକ ନାଗରିକଙ୍କୁ ଆଇନ ଦେଇଛି। କିନ୍ତୁ ଆମ ଦେଶରେ ମହିଳା ଏହାର ସତବିନିଯୋଗ କରି ପାରୁ ନାହିଁ ଓ ମହିଳାଙ୍କ ପାଇଁ ପୋଲିଶିଂ ବ୍ୟବସ୍ଥା ନାହିଁ। ମହିଳା ଥାନା ସବୁଜଗରେ କରିହେବ ନାହିଁ। କିନ୍ତୁ ପ୍ରତ୍ୟକ୍ ସ୍ଵୟଂ ସହାୟକ ଗୋଷ୍ଟି ଆଙ୍ଗସିକ ଭାବର ଏହି ଦାୟିତ୍ଵ ନେଇ ପାରିବେ। ମହିଳାଙ୍କୁ ଗୋଷ୍ଟି ଗତ ଭାବରେ ନିଜର ଓ ଅନ୍ୟ ମହିଳାଙ୍କର ଆଇନ ଗତ ସୁରକ୍ଷାର ଅଧିକାର ଦେବା ଅତି ଆବଶ୍ୟକ ହୋଇ ସାରିଛି। 
‎ସହରରେ, ବଜାରରେ ପ୍ରତ୍ୟେକ ୫୦ ରୁ ୧୦୦ ପରିବାର ମଧ୍ୟରେ ବା ଗାଁ କୁ ଗୋଟିଏ ଦଳକୁ ଦାୟିତ୍ଵ ଦେଲେ, ସଚେତନତାବି ବଢିବ, ଦୂର୍ବ୍ୟୁତ୍ତଙ୍କ ଭିତରେ ଭୟ ସୃଷ୍ଟି ହେବ, ସୂଚନା ଆଦାନ ଓ ପ୍ରଦାନ ବି ସହଜରେ କରି ହେବ।
‎ସୋସିଆଲ ମିଡ଼ିଆ, ଯୌନ ଉଦ୍ରେକରେ କିଛି କମ କାରଣ ହୋଇକି ରହିନାହିଁ। ଏହାର ଦମନ ପାଇଁ ମଧ୍ୟ ସରକାର ସ୍କେନର, ସେନ୍ସର୍ ଓ ତଦାରଖ ର ମାଧ୍ୟମ ଗୁଡ଼ିକ ଆପଣାଇବାକୁ ପଡିବ।
‎ସର୍ବୋପରି, ବୟସ ପୁର୍ବରୁ ମା ଓ ବାପା ହେବା, ଶିକ୍ଷକ ଓ ଶିକ୍ଷୟତ୍ରୀ ଆଇନକୁ ଭୟ ନକରିବା, ଶିକ୍ଷା ପ୍ରାପ୍ତ ଅଧିକାରୀ କଠୋର ଆଇନ ଓ କାର୍ଯ୍ୟ ଶିଳ ଆଇନ ଦ୍ୱାରା ଆୟତ୍ତରେ ନ ଆସିବା ଯଦି ଲାଗିରହେ, ତେବେ, ଅସାମାଜିକ ଯୌନ ଉତ୍ପୀଡନ, ଏହି ଦେଶରେ ଓ ବିଶେଷ କରି ଓଡ଼ିଶାରେ ଯୌନ ଉତ୍ତ୍ପିଡନ ଓ ଯୌନ ଜନିତ ହତ୍ୟାକୁ କାବୁ କରି ହେବ ନହିଁ। 
‎ଡୁଇଟ ଡେଭିଡ ଫିଲିପ, 
‎ଓକିଲ ଓ ସମାଜ ସେବକ, 
‎ଭବାନୀପାଟଣା, କଳାହାଣ୍ଡି, ୯୪୩୭୧୦୪୩୦୩, klddavid@rediffmail.com

ନିଆଁ

ହାରିଲି ଜୀବନ ମୋ ମାନ ପାଇଁ
ମାନ ଗଲା ସିନା ପାଇଲି ନାହିଁ
ଉଲଙ୍ଗ ହେବାକୁ ଚାହିଁଲି ନାହିଁ
ଉଲଙ୍ଗ ହେଲି ତୁମ ନିଆ ପାଇଁ

ଦେଇ ପାରିଲିନି ନ୍ୟାୟ ଲଢ଼ିକି
ଜାଳିଛି ନିଆଁ ସଂଗ୍ରାମ ପାଇଁ
ଲିଭାଅନି ନିଆଁ ଜଳୁ କୃର ପାଇଁ
ଛାଡି ଗଲି ନିଆଁ ତାଙ୍କ ପାଇଁ 

ଭିଡ଼ ଭିତରେ ନ୍ୟାୟ ମିଳୁନି।

ଭିଡ଼ ଭିତରେ ନ୍ୟାୟ ମିଳୁନି। 
ଗଣତନ୍ତ୍ର, ବେଳେ ବେଳେ ଲାଗୁଛି ଏକ ଭିଡ। ଭିଡ଼ ଭିତରେ ଭିନ୍ନ କ୍ଷମ, ଅନ୍ଧ, ଛୋଟା କାଲା, ଜନ୍ଦି ହୋଇ ଯାଉଛନ୍ତି। କାଁ ଭାଁ କାହାକୁ କେତେବେଳେ ସାହାରା ମିଳି ଯାଉଛି। କିଏ କେତେବେଳେ ଜନ୍ଦି ଦେଇ ଚାଲି ଗଲାଣି, ଜାଣି ହେଉନି। ପାଠୁଆ, ପଦାଧିକାରୀ ଓ ବଳୁଆ, ଜାଣି ଜାଣିବି ଜନ୍ଦି ଦେଇ ଯାଉଛନ୍ତି। କିନ୍ତୁ ସେମାନଙ୍କୁ ପ୍ରକୃତ ବଳୁଆ ବା ପାଠୁଆ କାହିଁକି କହାଜ୍ବାଇବ ? ଜନ୍ଦିଦେଲା ବାଲାଙ୍କୁ ଉଠାଇବା ଲୋକ ଏବେ ଏ ଜଗତରେ ବହୁତ୍ କମ। ହିନ୍ଦୀ ଚଳଚ୍ଚିତ୍ର "ଶ୍ରୀ ଚାର୍ଶୋ ବିଶ" ର ଡାଇ ଲଗ୍ ମନେ ପଡେ, "ୟେ ମୁମ୍ବାଇ ହେ ମେରେ ଜାନ, ୟାହା ଗିର୍ନେ ବାଲୋକୋ  ଉଠାନେ ବାଲା କୋଇ ନହିଁ ହୋତା", "ୟାହା ଗିର୍ନେ ବାଲୋକୋ ହସ୍ନେ ବାଲା ବହୁତ୍ ହୋତେ ହେ"। ଏବେ ପୁରା ଭାରତ ଟା ଯାକ ସେମିତି ହେବାକୁ ବସିଲାଣି। 
ଗଣତାନ୍ତ୍ରିକ ରାଜ୍ୟ ମାନଙ୍କରେ କମିଟି ମାନଂକର ନେତା ମାନେ ଗଣତାନ୍ତ୍ରିକ ଭାବେ ନିର୍ବାଚିତ ହେଉଛି, କିନ୍ତୁ ପ୍ରଚ୍ଛଦ ପଟରେ ଚାଟୁବାଦ ଓ ପଇସା ବଡ କାମ କରୁଛି। ସମାଜରେ, ଶିକ୍ଷା ଅନୁଷ୍ଠାନଠୁ ଆରମ୍ଭ କରି, କୃଷି ହେଉ କି ଶିଳ୍ପ କ୍ଷେତ୍ରରେ ହେଉ, ନିଜ ନିଜ ଜାତିର ସମାଜ ହେଉ, କିମ୍ବା ଗାଁ ପଞ୍ଚାୟତ ମାନଙ୍କର କଥା ହେଉ, ଗାଁ ଓ ସହରଠୁ ଆରମ୍ଭ କରି ସର୍ବଦେଶୀୟ ସ୍ଥରରେ କମିଟି ଗୁଡିକ ଅଛି। କିନ୍ତୁ ଏହି ଗଠନ ପ୍ରକ୍ରିୟାରେ ଅବହେଳିତ, ଭିନ୍ନକ୍ଷମ, ମହିଳା ଓ ଶିଶୁ ସବୁବେଳେ ସବୁ କମିଟିରେ ସ୍ଥାନ ପାଉନାହାନ୍ତି। ଏମାନେ ସ୍ଥାନ ପାଇଲେବି, ଅନେକ ସମୟରେ ସେମାନେ ସଭା ମାନଙ୍କରେ ଆଖି ଦୁଶିଆ ହୋଇ ପାରନ୍ତି ନାହିଁ। ଭିଡ଼ ଭିତରେ ନ୍ୟାୟ ନାହିଁ। 
ସମସ୍ୟା ସମାଧାନର ଯୋଜନା, ସଭା ମାନଙ୍କରେ ହୁଏ, କିନ୍ତୁ ଭିଡ ଭିତରେ ସେସବୁ ହଜିଯାଏ।  ଭିଡ଼ ହେଉଛି ବାସ୍ତବ ଦୁନିଆ, ଯେଉଁଠି ସମସ୍ୟାର ସମ୍ମୁଖୀନ ହେବାକୁ ହୁଏ, ଓ ସମସ୍ୟା ସେଇଠି ବାଲି ପରି ଛୋଟ ଠୁ ଆରମ୍ଭ କରି ପାହାଡ ପରି ରୂପ ନିଏ। ଭାରତ ପରି ଜନ ବହୁଳ ଦେଶରେ ସମସ୍ୟା ଭିଡ ମାନଙ୍କରେ ଦିଶୁଛି ଓ ସଭା ମାନଂକର ବାହାରେତ ସମସ୍ୟା ସଂଖ୍ୟା ଅସମ୍ଭାଳ। କୁହା ଯାଉଛି ସମସ୍ତଙ୍କୁ ସନ୍ତୁଷ୍ଟ କରା ଯାଇ ପାରିବ ନାହିଁ।
ଭାରତର ନ୍ୟାୟିକ ପ୍ରକ୍ରିୟାରେ ମୁଦଲା ବା ମୁଦେୟୀ, ନ୍ୟାୟାଳୟର ଦ୍ବାରସ୍ଥ ବା ସମ୍ମୁଖୀନ ହେଉଛନ୍ତି। ଭିଡ଼ ଭିତରୁ ନ୍ୟାୟଲୟରେ ପହଞ୍ଚି, ନିଜେ ଓକିଲାତି କଲେ କିମ୍ବା ଓକିଲ ଧରିଲେ ନ୍ୟାୟ ବହୁ କଷ୍ଟରେ ମିଳୁଛି।  ସେଇଠିବି ଅତୃପ୍ତ ହେବାଟା, ଉଭୟ ମୁଦଲା ଓ ମୁଦେୟୀଙ୍କଠୁ ଶୁଣିବାକୁ ମିଳେ। ତାଙ୍କ ମତ ସବୁଯେ ସତ ଏହାବି ନୁହେଁ। 
ଦୁନିଆଟା ଏକ ବଜାର। ଆମେ ସମସ୍ତେ ବଜାର ଭିତରେ ଗ୍ରହାକ। ବିନା ଗ୍ରାହକ ହୋଇ କିଏ ଜନ୍ମ ହେଉନି। ଜନ୍ମ ପୂର୍ବରୁ, ମାଁ ପେଟକୁ ଆସିବା ପୂର୍ବରୁ ଆମେ ପ୍ରାୟ ସମସ୍ତେ ଆସନ୍ନ ଗ୍ରାହକ। ଜନ୍ମ ପରେ ଆମେ ସମସ୍ତେ ସମ୍ପୂର୍ଣ୍ଣ ଗ୍ରାହକ। ଆଉ ଏହି  ଗ୍ରାହକ ମାନଙ୍କ ପାଇଁ ପରିବାର କିମ୍ବା ରାଷ୍ଟ୍ର ଗ୍ରାହାକର ବା ଖାଉଟିର ପରିଚୟ ସୃଷ୍ଟି କରି ରଖିଛି। ଏଠି ମୂଲ୍ୟର ଚଢ଼ା ଉତ୍ତୁରା ଚାଲେ। ଆମେ ସମସ୍ତେ ଭୁସମ୍ପତ୍ତି, ଜଳ, ଖାଦ୍ୟ, ବାସ ଗୃହ, ସୁବିଧା ସୁଯୋଗ ଓ ନାମର ଗ୍ରାହକ। ଯେ ଏସବୁର ବେପାରୀ ସେ ବଡ। ସୃଷ୍ଟି କର୍ତ୍ତା ଏସବୁର ବେପାର ହେବ ବୋଲି ଭାବି ନଥିବେ। କିଏ ଜାଣି ଜାଣି ବେପାରିତ କିଏ ଅଜାଣତରେ, କିନ୍ତୁ ସମସ୍ତେ ଗ୍ରାହକ କିମ୍ବା ଖାଉଟି। ଖାଉଟି ଅଧିନିୟମ ବା ଆଇନ ସବୁଠି କାମରେ ଆସୁନି ଓ ଖାଉଟି ନ୍ୟାୟାଳୟକୁ ସବୁ ମାମଲା ଯାଉନି। ଯାହା ଦ୍ରବ୍ୟ ଭିତ୍ତିକ ନୁହେଁ ବା ସେବା ଭିତ୍ତିକ ନୁହେଁ ତାହା କାହିଁକି ବା ଯିବ।
ନା ବାଳିକା ଗର୍ଭ ବତି ହେବା, ବିକଳାଙ୍ଗ ଗର୍ଭ ବତି ହେବା, ଶିଶୁଙ୍କ କିଡନୀ ବା ଫୁସଫୁସ ବା ଆଖି ଗାଏବ ହୋଇଯିବା, ସନ୍ଦିଗ୍ଧ ଅବସ୍ଥାରେ ମୃତ ଦେହ ମିଳିବା, ଏସବୁ ଗଣତନ୍ତ୍ରର
ଭିଡ଼ ଭିତରେ ସବୁଦିନିଆ "ବେପାରର ଚାପ" ଏବଂ ଏହା ନିତିଦିନର କଥା ହୋଇ ସାରିଛି। 
ସମସ୍ତଙ୍କ ପାଇଁ ଥୟୀଥାନର ବ୍ୟବସ୍ଥା, ଗଣତନ୍ତ୍ରଯେ କରିନି ଓ କରୂନି ଏହା କହିବା ଭୁଲ। କିନ୍ତୁ କେତେ ଶତକଡା ସେଥିରେ ତୃପ୍ତ। ଭିଡ଼ ଭିତରେ ଦଳା ଚକଟା ସବୁଦିନ ଚାଲିଛି ଓ ଆମେ ସମସ୍ତେ ଦେଖୁଛୁ। 
ଟିକେଟ ନେବା ବେଳେ, କାଉଣ୍ଟରରେ ପଛରୁ ହାତ ଗଲାଇବା, ପଛ କବାଟରୁ ଚାକିରି ପାଇବା ଓ ଦେବା, ଜମି ଦଲାଲକୁ ଧରିଲେ ମାଟି ଖଣ୍ଡେ ପାଇବା, ବେସରକାରୀ ଟିୟୁସନ, କୋଚିଙ୍ଗ ନପାଇ, ଡାକ୍ତର, ଇଞ୍ଜିନିୟର, କଲେକ୍ଟର ନହୋଇ ରହି ଜିବା, ଏସବୁ ଗୁଡ଼ିକ ଭିଡ଼ ଭିତରେ ନ୍ୟାୟ ନମିଳିବାର ବଳିଷ୍ଠ ଉଦାହରଣ ନୁହେଁକି। କଥା ହେଲା, ଜୀବନ ଆଉଥରେ ଦୋହରା ଯାଇ ପରେ ନାହିଁ।
ନେତା, ମନ୍ତ୍ରୀ, ଏମଏଲ୍ଏ,  ଏମପିଙ୍କ ରାଜନୈତିକ ସଭାରେ ଅନେକ ଭିଡ ଜମେ, ଅନେକ ସିକୁରିଟି ଥାଆନ୍ତି। ସେଇଠି କେବେ କେବେ ଦେଖିବାକୁ ମିଳେ, ବିନା ଅନୁମତିରେ ଭିଡ ଚିରି, ବାରିକେଟ ଚଢ଼ି, ନେତା, ମନ୍ତ୍ରୀ, ଏମଏଲ୍ଏ,  ଏମପିଙ୍କ ପାଖରେ ଆବେଦନ ପତ୍ର ଦାଖଲ କରିବାକୁ ବାଧ୍ୟ ହୁଅନ୍ତି।  କିନ୍ତୁ ଏହା ସବୁବେଳେ ସମ୍ଭବ ହୁଏ ନୁହେଁ।
ଏସବୁ ଭିନ୍ନକ୍ଷମ ଓ ଦଳିତ ମାନେ କେବେବି କରି ପାରନ୍ତି ନାହିଁ। ଭିଡ଼ରେ ଦଳିତ ଓ ପଛୁଆ, ଦଳି ହୋଇ ଯାଏ। ବାଇବଲର ଗୋଟିଏ ଘଟଣା ମନେ ପଡେ, ଭିଡ ଭିତରୁ ଜଣେ ପକ୍ଷାଘାତି ରୋଗୀ ଉଚ୍ଚ ସ୍ଵରରେ ପଛରୁ ଡାକି କହିଲା, ହେ ଦାଉଦ ସନ୍ତାନ ଯୀଶୁ, ମୋତେ ସୁସ୍ଥ କର। ଯୀଶୁ ତାକୁ ସୁସ୍ଥ କଲେ। କିନ୍ତୁ ଏହାବି ସତ, ସମସ୍ତେ ଭିଡ଼ ଭିତରୁ ଡାକି ପାରନ୍ତି ନାହିଁ।
ମୁକ, ବଧିର, କାଲା, ଖଞ୍ଜ କେବଳଯେ ଭିନ୍ନ କ୍ଷମ ଓ ଦଳିତ ତାହା ନୁହେଁ, ପଞ୍ଚେନ୍ଦ୍ରୀୟ ଥାଇ ଅନେକେ ସାମାଜିକ ବ୍ୟବସ୍ଥା ପାଇଁ ମାନସିକ ଭାବେ ପଇସା ଓ ଚାଟୁ ବାଦ୍ ପାଇଁ ବିକଳାଙ୍ଗ।
ପଇସା ଓ ଚାଟୁ ବାଦ୍ ଗଣତନ୍ତ୍ରକୁ ଦୁର୍ବଳ କରିଦେଇଛି। ବିଶେଷ କରି ବଜାରରେ ପଇସା ବାଲାଙ୍କ ପାଇଁ ଓ ଚାଲାକିଆ ଲୋକଙ୍କ ପାଇଁ, ଅନେକେ ଆଜି ଭିଡ ଭିତରେ ପାଦେ ଦଳିତ। 
ଦଳିତ କେବଳ ଆଦିବାସୀ ଓ ହରିଜନ ନୁହେଁ, ଭିଡ଼ ଭିତରେ, ବଜାରରେ ଯୋଗ୍ୟତା ଥାଇ ଅନେକେ ଅନ୍ୟାୟର ଶିକାର ହେଉଛନ୍ତି। 
ଉଆସ ବା ପ୍ରକୋଷ୍ଠ ତିଆରି ଫଳକରେ, ମୂଲିଆ ସ୍ଥାନ ପାଏ ନାହିଁ, ଫୁଲ ମାଳଟେତ ସ୍ବପ୍ନ। ଉଦ୍ଘାଟନ କରିବା ଅତିଥି ଓ ଆବାହକ ଏଥିରେ ନାମ, ସ୍ଥାନ ଓ ଫୁଲ ପାଆନ୍ତି। ହଜି ଯାଆନ୍ତି, ଏହାର ଖଜଣା ଦାତା ଓ ଦାତ୍ରି ଯାହାଙ୍କ ପାଇଁ ଏସବୁ ତିଆରି ସମ୍ଭବ ହୁଏ। ଏହାର କୋଷାଧ୍ୟକ୍ଷ, ଅଡିଟ ବା ସମିକ୍ଷାର ସମ୍ମୁଖୀନ ହୁଅନ୍ତି, କିନ୍ତୁ ସେ ଉଦ୍ଘାଟନ ଫଳକରେ ସ୍ଥାନ ପାଏ ନାହିଁ। ବେତନ ଖାଲି କୋଷାଧ୍ୟକ୍ଷ ଓ ସମୀକ୍ଷକ ପାଉନି। ବେତନ, ଟଙ୍କା ଆକାରରେ ହେଉ କି ଦ୍ରବ୍ୟ ରୂପରେ ହେଉ କିମ୍ବା ନାମ ସ୍ଵୀକୃତି ଆକାରରେ ହେଉ, ଆଗଧାଡ଼ିର ପଇଶା ବଲା ଓ ଚାଟୁ କାର ଓ ଚାଲାକିଆ, କମିଟି ମାନଂକର ନେତା, ସେମସ୍ତେ କୌଣସି ନା କୌଣସି ରୂପରେ ପାଇ ଜଉଛନ୍ତି।
ଶ୍ରେଣୀରେ ପ୍ରଶାସକଙ୍କ ଛୁଆ ଓ ଧନୀଙ୍କ ଛୁଆ ଆଗରେ, ଯେପରି ମଜୁରିଆର ଛୁଆ ପାଦେ ଦଳିତ, ସେପରି ହସ୍ପିଟାଲରେ ଦଳିତ। ଶ୍ରେଣୀ ଓ ହସ୍ପିଟାଲ, ପ୍ରଶାସକଙ୍କ ଦପ୍ତର ଓ ମାଜିଷ୍ଟ୍ରେଟ ମାନଙ୍କର ପ୍ରକୋଷ୍ଠ, ବଜାରର ବହିର୍ଭୁତ ନୁହେଁ ବଜାରର ଅନ୍ତର୍ନିହିତ। ଆମେ ସବୁ ପାଠକ ଓ ଲେଖକ ପାଇଁ ଶ୍ରେଣୀ ଗୃହ କାହିଁକି, ରାଷ୍ଟ୍ର ଗୋଟିଏ ବଜାର। ପଇସା ଓ ନାମ ପାଇଁ ବିକ୍ରି ଓ ଖରିଦ୍ ଚାଲିଛି। କଲେକ୍ଟର ଛୁଆ ଓ ଧନୀର ଛୁଆ ସାଧାରଣ ବଜାରରେ ସେମାନେ ସଫଳ।
ଏହି ଅବହେଳିତ ମାନଙ୍କ ଛୁଆ ବଡ ହୋଇ କଣ ନ୍ୟାୟାଳୟର ଦ୍ୱାରସ୍ଥ ହେଉଛି। ଦୁନିଆ ରୂପକ ବଜାରରେ, କୌଣସି ନା କୌଣସି ସ୍ଥାନରେ ସେ ଜଣେ ଗ୍ରାହାକ। ଦୁନିଆଟି ଯଦି ନ୍ୟାୟାଳୟ, କୌଣସିନା କୌଣସି ସ୍ଥାନରେ ଆମେ ସମସ୍ତେ, ମୁଦେୟି କିମ୍ବା ମୁଦାଲା କିମ୍ବା, ଓକିଲ କିମ୍ବା ବିଚାର ପତି, ନଚେତ୍ ଆମେ କେବଳ ଏକ ସାଧାରଣ ଦର୍ଶକ। ଦର୍ଶକ ଯିଏ ଚୁପ୍, ତାକୁ କହନ୍ତି, "ୟାର ମାଇ ନାହିଁ କି ଗାଈ ନାହିଁ"। ତେଣୁ, ଆମକୁ ନ୍ୟାୟ ପାଇଁ ପଦକ୍ଷେପ କେବଳ ସଭାରେ ନୁହେଁ, ବଜାରର ଭିଡ ଭିତରେବି ନ୍ୟାୟ ପାଇଁ ପଦେ କହିବାକୁ ହେବ ଓ ପଦକ୍ଷେପ ନେବାକୁ ହେବ। ସମୟ ଅସମୟରେ, ବଜାର ବି ଗୋଟିଏ ନ୍ୟାୟାଳୟର ପ୍ରସସସ୍ଥ ସ୍ଥାନ। ସେଇଠି ଯେ ନିଷ୍ପତ୍ତି ନିଏ, ମୁଁହ ଖୋଲେ ସେ ଯୀଶୁ ଖ୍ରୀଷ୍ଟ ବା ଗାନ୍ଧୀ ବୋଲାଯାଏ। ଇଶ୍ଵର ବା ମହା ମାନବ। ଏମାନେବକେବଳ ନ୍ୟାୟାଳୟର ସମ୍ମୁଖୀନ ହେଲେ ତାହା ନୁହେଁ। ସେମାନେ ବଜାର ଓ ଭିଡ଼ର ସମ୍ମୁଖୀନ ହେଲେ। ଲେଖିଲେ ବି ଓ କହିଲେ ମଧ୍ୟ। ଯୀଶୁ, ଭିଡ ଭିତରେ ବାଲି ଉପରେ ଲେଖିଲେ, ପିଲାତ ଓ ହେରୋଦକୁ ଭିଡ଼ ଦେଖି ଡରିଲେ ନାହିଁ, ଭୟ କଲେ ନାହିଁ, କହିଲେ। ଗାନ୍ଧୀ ଡିଗ୍ରୀ ଓ ବସ୍ତ୍ର ନିଆଁ ଉପରେ ଫିଙ୍ଗି ଦେଲେ। କଲମ ଉଠାଇଲେ, ରାଣୀ ଭିକ୍ତ୍ତୋରିଆଙ୍କ  ଭୟରେ ଭିଡ଼ ଭିତରେ ସେ ସାଲିସ କଲେ ନାହିଁ।
ମୁଁ ଆଜି କଣ ଭିଡ ଭିତରେ ନିଷ୍ପତି ନେଇ ପାରୁଛିକି, ନା ଭିଡ଼ ଦେଖି ମୁଣ୍ଡ ଲୁଆଇଁ ଚାଲି ଯାଉଛି।
ଏକସିଡେଣ୍ଟ, ଅନ୍ୟାୟ, କୋର୍ଟ ଭିତରେ ନୁହେଁ କୋର୍ଟ ବାହାରେ, ସମାଜରେ, ବଜାର ର ଦୁନିଆରେ ସାଧାରଣତଃ ହୁଏ,  ଅନ୍ୟ ଅର୍ଥରେ ବଜାର ର ଭିଡ଼ ଭିତରେ, ସମାଜର ଭିଡ ଭିତରେ ଅନ୍ୟାୟ ହେଉଛି। ଆଜିର ସମାଜ ଏକ ବଜାର ବା ଭିଡ କିନ୍ତୁ ତାହା ମଧ୍ୟ ଏକ ବାସ୍ତବ କୋର୍ଟ ଓ ବାସ୍ତବ ନ୍ୟାୟାଳୟ, ଆମେ ସେଇଠି, ମୁଦେୟି କିମ୍ବା ମୁଦାଲା କିମ୍ବା, ଓକିଲ କିମ୍ବା ବିଚାର ପତି, ନଚେତ୍ ଆମେ କେବଳ ଏକ ସାଧାରଣ ଦର୍ଶକ। ଭିଡ଼ ଭିତରେ ଆପଣ କଣ। ଭିଡ଼ ଭିତରେ ନ୍ୟାୟ ମିଳୁନି!

ଡୁଇଟି ଡେଭିଡ ଫିଲିପ
ଓକିଲ ଓ ସମାଜ ସେବକ
ଭବାନୀପାଟଣା, କଳାହାଣ୍ଡି।
୯୪୩୭୧୦୪୩୦୩, 
klddavid@rediffmail.com 

Contact Here

Name

Email *

Message *