ପାତାଳରେ ବସିଥିଲା ଛଳନା

ପାତାଳରେ ବସିଥିଲା ଛଳନା
---------------------------------
ତୁମେ ମୋ ପଦବୀକୁ ବାହା ହେଲ ନା ମୋ ଦେହକୁ,
ତୁମେ ମୋ ସୌନ୍ଦର୍ଯ୍ୟକୁ ବାହା ହେଲ ନା ମୋ ଆତ୍ମାକୁ,
ତୁମେ ହେଲ ମୋ ସ୍ପନ୍ଦନ, ଯେବେଠୁ ହେଲା ଦେଖା ତୁମକୁ,
ବାହାହେଲି ଆଜି ସତ, ଭେଦି ଥିଲ ଯେବେ ମୋ ପାତାଳକୁ।

କୁହ, ନୁହେଁ ମୋର ପ୍ରଶ୍ନ ଜଟିଳ,
କୁହ, ନୁହେଁ ମୋର ଆତ୍ମା ଶିଥିଳ,
ଉତ୍ତର ସୁସ୍ପଷ୍ଟ, ତୁମ ନୟନ ଯୁଗଳ,
ହେଲେ ମୋଠି ବି ନାହିଁ ବିକଳ୍ପ।

ରହସ୍ୟ ତୁମ ହସ, ରହସ୍ୟ ତୁମ ବିତିଲା ଜୀବନ,
ତୁମ ପାତାଳ ଭିନ୍ନ, ପଶିପାରିବନୀ ସାମାନ୍ୟ,
ମୋ ପାତାଳ ମୋ ହୃଦୟ, ଭେଦିଲ ନଦେଇ ଅଙ୍ଗ,
ତୁମେ କେବଳ ଏକ ଶରୀର, ସେ ଭେଦି ନଥିଲା ମୋ ଗର୍ଭଗୃହ।

ଗର୍ଭ ପାତ ହେଲା ଆଜି ମୋର,
ଆଶ୍ୱସ୍ତି, ରହିବନି ଆଉ ହୋଇ ମୋର,
ମୋର ଭୁଲ, ନୁହେଁ ତୁମର, 
ଶୁକ୍ରାଣୁ ସେ ପ୍ରହେଳିକା, ଡିମ୍ୱାଣୁ ମୋ ମନ।

ଡୁଇଟ୍ ଡେଭିଡ ଫିଲିପ
ଓକିଲ ଓ ସମାଜ ସେବକ,
ଭବାନୀପାଟଣା, କଳାହାଣ୍ଡି,
୯୪୩୭୧୦୪୩୦୩
୩୦/୧୨/୨୦୨୩
www.pensofdavid.com

edit

No comments:

Post a Comment

Contact Here

Name

Email *

Message *