ପୁରୁଷ ର ଡାକରା, ଆ,
Sunday, October 15, 2023
ପୁରୁଷ ର ଡାକରା, ଆ,
-------------
ତୁମକୁ ମିଳିଛି ବେଦନା,
ଘର୍ଷଣେ ଅକାଳରେ ଜନ୍ମ ମୁଁ ନମୁନା,
ମୋତେ ମିଳିଛି ବେଦନା,
ଘର୍ଷଣେ ଅକାଳରେ ଏକାନ୍ତରେ କରି ଯାତ୍ରା,
କିଏ ମାତା,
କିଏ ଧର୍ଷିତା,
ତୁମେ ଜନ୍ମ ଦେଇ ମା,
କିଏ ଜନ୍ମ ଦେବା ପୂର୍ବରୁ ଧର୍ଷିତା।
ଉତପ୍ତ ହେଲା ଗୋଟିଏ ଜାଗା,
ଝିଅ, ଯୁବତୀ, ନାରୀ ସେମାନଙ୍କ ନା,
ରସନା ତାର ଆଉ ଏକ ନା,
ବିଶ୍ବର ପୌରୁସ୍ଵତ୍ତ୍ୱ ପାଏ ସେଇଠି ନିଦ୍ଦା।
ଝରୁଛି ଗୁପ୍ତ ଜାଗା, ହେଉନି ଚିକିତ୍ସା
ଖପୁରୀ ସିନା ଦିଶୁନି ଓଦା,
ତୁମ ଘର୍ଷଣେ ତ୍ରୁପ୍ତ କି ତୁମ ରସନା,
ପିତା, ମାତା ଓ ଆଉ ଏକ ପୌରୁଷ କାନ୍ଦୁଛି ହୋଇ ନେହୁରା।
ଗଢିଛି ବିଧାତା,
କାଣୀ, ଛୋଟି, ପାଗଳି, କୁନ୍ଦି, ନଶୁଣି, ଶିଶୁ, ବୁଢ଼ୀ ଇତ୍ୟାଦି ଯଦିଓ ନା,
କିଏ ଘର୍ଷଣେ କିଏ ବିନା ଘର୍ଷଣରେ, ଘରେ ଓ ବାହାରେ ଧର୍ଷିତା,
ପୁରୁଷର ଗୋଟିଏ ଡାକରା, ଆ, ନା କହିଲେ ଘର୍ଷଣେ ପାଇବୁ ନିଦ୍ଦା।
ଡୁଇଟି ଡେଭିଡ ଫୀଳିପ
ଭବାନୀାଟଣା, କଳାହାଣ୍ଡି
୯୪୩୭୧୦୪୩୦୩
klddavid@rediffmail.com
www.pensofdavid.com
edit
No comments:
Post a Comment