ଉପେକ୍ଷା ଓ ଇର୍ଷା କେବଳ ରାଜନୀତିରେ ନା ଟ୍ରେନ, ବସ ଓ ସାଧାରଣ ସମାଜରେବି!

ଉପେକ୍ଷା ଓ ଇର୍ଷା କେବଳ ରାଜନୀତିରେ ନା ଟ୍ରେନ, ବସ ଓ ସାଧାରଣ ସମାଜରେବି!
-------
ଟ୍ରେନରେ ଯାତ୍ରା କରୁଛି। ସନ୍ଧ୍ୟା ସାତ ଟା ହୋଇଛି। ଜଣେ ଯାତ୍ରୀ, ମୋ ବେଗ୍ କୁ ଆର ସିଟ୍ କୁ ଫିଙ୍ଗି, ବସି ପଡ଼ୁଛନ୍ତି। କହୁଛନ୍ତି, 'ସାତଟା ରୁ ଏଠି କଣ ଲୋକ ସୋଇ ପଡିଲେଣି '। ପୁଣି ଫୋନରେ ଜଣଙ୍କୁ କହୁଛନ୍ତି, ' ସକାଳ ସାତଟା ସୁଦ୍ଧା ସେ ହସ୍ପିଟାଲକୁ ପହଞ୍ଚି ଯିବେ ଓ ତାଙ୍କ ବାପାଙ୍କର ଚିକିତ୍ସା ଆରମ୍ଭ ହୋଇ ଯିବ '। ଯାତ୍ରୀ ଜଣକ ଜାଣି ପାରିଲେନି, ଫିଙ୍ଗି ଥିବା ବେଗରେ ମୋର ଯାବତୀୟ ଔଷଧ ଓ ପଥି ଅଛି ଓ ମୁଁ ବି ଗୋଟିଏ ରୋଗୀ। ଜାଣି ପାରୁନାହାନ୍ତି, ଅନ୍ୟ ଯାତ୍ରୀ ଭିତରେବି ଅନେକ, ରୋଗୀ ଯେ ଅଛନ୍ତି। ମୁଁ ଯେହେତୁ ପ୍ରାରମ୍ଭରୁ ବସିଛି, ଶୁଣି ଶୁଣି ସମସ୍ତଙ୍କ ପରିସ୍ଥିତି ଜାଣି ପାରୁ ଥାଏଁ। ସେମିତିବି ଘରେ ନ ପହଞ୍ଚିବା ଯାଏଁ ' ସବୁ ଯାତ୍ରୀ ରୋଗୀ, ପହଞ୍ଚିଲେ ନିରୋଗୀ ' ଏହା ସର୍ବ ସାଧାରଣଙ୍କ ଅନୁଭୂତି। ସେ ଏବେ ଆସି ଜାଣି ପାରୁନାହାନ୍ତି କାହାର ପରିସ୍ଥିତି କ'ଣ। ହୁଏତ କିଏ, ମଝି ରାସ୍ତାରେ, ଅନ୍ୟ ଷ୍ଟେସନରେ, ରାତି ଅଧରେ ଓହ୍ଲାଇ ଅନ୍ୟ ବସକୁ ସକାଳ ଯାଏଁ ଅପେକ୍ଷା କରିବେ, ତାପରେ ଯିବେ। କିଏ ପୁରୁଣା ରୋଗୀ, ଶୀଘ୍ର ଗଡ଼ି ରହିବାକୁ ଚାହୁଁଛନ୍ତି ତାହା ସେ ଜାଣୁ ନାହାନ୍ତି, ସେ ବୁଝି ପାରୁନାହାନ୍ତି। ଏହା ଘଟିବା ବେଳକୁ ରେଳ ଗାଡି, ଭବାନୀପାଟଣା ରୁ ରାଇଗଡା, ବ୍ରହ୍ମପୁର୍ ଓ ବିଶାଖାପାଟଣା ଦେଇ ଭୁବନେଶ୍ୱର ଯାଉଛି।
ମନେ ପଡେ ଜିଲ୍ଲା ଯୋଜନା ଆୟୋଗର ଭିନ୍ନ କ୍ଷମ ମାନଙ୍କ ଉପରେ ଏକ କର୍ମ ଶଳା। ଶିକ୍ଷକ, ପ୍ରଶାସକ, ସ୍ବେଚ୍ଛାସେବୀ, ରାଜନୀତିର ନେତା, ଛାତ୍ର ଏହି କର୍ମଶାଳାର ନିମନ୍ତ୍ରିତ ଭାଗୀଦାର ଥିଲେ। ଜଣେ ଭିନ୍ନ କ୍ଷମ ଗାଁରୁ ଆସିଥିବା ସପ୍ତମ ଶ୍ରେଣୀର ଛାତ୍ରୀ ସୁଦ୍ଧ ଓଡ଼ିଆ ସାହିତ୍ୟରେ, ଶିଶୁ କନ୍ୟାଙ୍କ ଅଧିକାର ଓ ସେମାନେ କିପରି ଉପେକ୍ଷିତ ତା ଉପରେ ବିସ୍ତୃତ ବ୍ୟାକ୍ଷା ଦେଇ ଥିଲେ। ଛାତ୍ରୀ ଜଣଙ୍କର ବାକ୍ୟ ବିନ୍ୟାସ ଶୁଣି ଜଣେ ଶିକ୍ଷକ ପଚାରିଲେ ତୁମ ନାମ କଣ? କେଉଁ ସ୍କୁଲର ଛାତ୍ରୀ। ନାମ ଆଉ ଠିକଣା ଶୁଣି ଶିକ୍ଷକ ଜଣକ କହିଲେ, ଜାତୀ ତ ହରିଜନ, ଜଣେ ଅଣ ସୂଚିତ ଜାତୀ ହରିଜନ, ଭିନ୍ନ କ୍ଷମ, ପୁଣି ଗାଁର, ପୁଣି ଛାତ୍ରୀଟେ ହୋଇ ଏପରି ତାତ୍ୱିକ ଓ ତର୍କ ବିନ୍ୟାସ। ଶିକ୍ଷକ ପୁଣି ପଚାରିଲେ, କେଉଁଠୁ ଏତେ କଥା ସିଖିଲୁ? ପରିଚାଳିକା ମହାଶୟା, ଶିକ୍ଷକଙ୍କର କଟୋକ୍ତି ଉପରେ ଦୁଃଖ ପ୍ରକାଶ କଲେ ଓ ଶିକ୍ଷକଙ୍କର ସଂକୀର୍ଣ୍ଣ ଚିନ୍ତା ପାଇ, ଶିକ୍ଷକଙ୍କ ତରଫରୁ ଉପସ୍ଥିତ ଭାଗିଦାରୀ ମାନଙ୍କୁ କ୍ଷମା ମାଗି, ଛାତ୍ରୀ ଜଣଙ୍କୁ ସରି କହିଲେ।
ଅନେକ ସମୟରେ ପ୍ରଶାସକ ମାନେ ଆଗତୁରା ନିଜ ଅଫିସରେ ପରିଦର୍ଶକଙ୍କୁ ଚୌକି, ପାଣି, ନମସ୍କାର ନ ଯାଚି ପରେ ପରିଦର୍ଶକଙ୍କ ବାସ୍ତବ ପରିଚୟ ପାଇ, ଲଜ୍ଜିତ ହେବା, ସାଧାରଣ କାହାଣୀ ଓ ସେପ୍ରକାର ଅନୁଭୂତି ଗୁଡ଼ିକ ଅନେକ ଦେଖିଛନ୍ତି ଓ ନିଭାଇଛନ୍ତି ।
ଅନେକ ସମୟରେ ମୋତେ ମୋର ବାପା, ମାଁ, ଅଜା ଆଇ, ଶିକ୍ଷକ, ଶିକ୍ଷୟତ୍ରି କହିଛନ୍ତି, ତୁବି ଏମିତି ଦିନେ ଲେଖିବୁ, କହିବୁ, ଭାବିବୁ ଭାବି ନଥିଲୁ। ଏହା ମୋତେ ସେବେଠୁ ଅପମାନିତ କରି ଆସିଛି, ଯେବେଠୁ ମୁଁ ମୋର ଭାବନା ଗର୍ଭ ଗୌହରରେ ଅସାଧାରଣ ବିଷୟ ସବୁ ବୁଝି ପାରୁଥିଲି କିନ୍ତୁ ଲେଖାରେ ବ୍ୟକ୍ତ କରି ପାରୁ ନଥିଲି ଓ ପିଲାଟି ଦିନୁ ଉପେକ୍ଷିତ ହେଉଥିଲି।
ଡାକ୍ତର ଖାନାରେ ଡାକ୍ତର ମାନେ ପେସେଣ୍ଟକୁ ତୁ ତା କରି ବ୍ୟବହାର ଓ ପରାମର୍ଶ ଦେଲା ପରେ, ରୋଗୀର ବାସ୍ତବ ପରିଚୟ ଜାଣି, ଲଜ୍ଜିତ ଅନୁଭବ କରନ୍ତି। ଏହି ଉଦାହରଣ ସ୍ପଷ୍ଟ କରେ ଯେ, କେତେ କେତେ ବେଳେ ନିଜ ବୃତ୍ତିର ପଣ୍ଡିତଙ୍କୁ ବି ନଜାଣି ଆମେ ଉପେକ୍ଷା କରିଥାଉଁ।
କେବଳ ଟ୍ରେନ, ବସ ଓ ଉଡାଜାହାଜରେ ନୁହେଁ, ଦପ୍ତର, ସର୍ବ ସାଧାରଣ ସ୍ଥାନରେ ଓ ବ୍ୟକ୍ତି ଗତ କକ୍ଷରେବି, ସାଧାରଣ ପୋଷାକରେ ଥିବା ବ୍ୟକ୍ତିଙ୍କୁ, ପରେ ବାସ୍ତବତା ଜାଣି, ଲଜ୍ଜିତ ଅନୁଭବ କରିବାବି ଏକ ସାଧାରଣ ବିଷୟ।
ଅନେକ ସମୟରେ, ଦେଶ ଓ ବିଦେଶର, ଦର୍ଶନ ଶାସ୍ତ୍ର, ଗଣିତ, ବିଜ୍ଞାନ, ରାଜନୀତି ଓ ଅର୍ଥନୀତିର ଗପ, ବିଭିନ୍ନ ସ୍ଥାନରେ ଆମେ ଆଲୋଚନା କରିଚାଲୁ। ଶିଶୁ ଟିଏ ତାର ତଥ୍ୟ ଭିତ୍ତିକ ମତ, ମଝିରେ ପଡ଼ି ଦେଲେ ସମୟ ଅସମୟରେ ଆମେ ନିଜର ସୀମିତ ଜ୍ଞାନରେ ବୁଝି ଅତର୍କିତ ହୋଇ ଯାଉଁ।
ଆଜିକାଲି ଶିଶୁ ମାନଙ୍କ, ଟିଭି ଓ ସମ୍ବାଦ ପତ୍ରରେ, ବିଜ୍ଞାନ ଓ ଗଣିତର ଫଳ, ବିନା କଷ୍ଟରେ ଓ ଅତି ଶୀଘ୍ର, ମୁହଁରେ ବିନା କଷ୍ଟରେ କହିଦେବା ବଡ ମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଉଛି। 
ନିକଟରେ ବାର ବର୍ଷର ଏକ ଛାତ୍ର, ସ୍ନାତକ ସ୍ତରର ଛାତ୍ର ମାନଙ୍କ ସହିତ ପଢ଼ିବା ସମ୍ବାଦ, ଅନେକଙ୍କୁ ଚକିତ କରିଛି।
ପୋଷା ପଶୁ ଓ ପକ୍ଷୀ, ରଙ୍ଗ, ସଂଖ୍ୟା, ସ୍ୱର, ବାସ୍ନା ଜାଣିବା ମଧ୍ୟ ଆମକୁ ଆଶ୍ଚର୍ଯ୍ୟ କରି ଦେଉଛି। ତେଣୁ ଲାଗୁଛି, ମଣିଷ ମଣିଷକୁ କାହିଁକି ଏତେ ଉପେକ୍ଷା କରୁଛି।
ଗାନ୍ଧୀ ଆଫ୍ରିକାରେ, ଗୋରା ଟ୍ରେନ ଟିକେଟ ଅଧିକାରୀଙ୍କ ଦ୍ବାରା, ଭାରତୀୟ ରଙ୍ଗ ପାଇଁ ଉପେକ୍ଷିତ ହେଲେ। ଟ୍ରେନରେ ଫାଷ୍ଟ କ୍ଲାସ ଟିକେଟ ଥାଇ, ବେଗ ସଙ୍ଗେ ଫୋପଡ଼ା ଗଲେ। ପରବର୍ତ୍ତୀ ସମୟରେ, ବ୍ରିଟିଶ ସରକାର ଗାନ୍ଧୀଙ୍କୁ ରାଉଣ୍ଡ ଟେବୁଲ୍ ବୟିଠକରେ ସମ୍ମୁଖୀନ ହୋଇ, ନତ ମସ୍ତକ ହେଲେ। ଆଜିବି ଭାରତରେ ଅନେକେ, ଗାନ୍ଧୀଙ୍କୁ ଓ ଗାନ୍ଧୀ ପରି ଲୋକ ମାନଙ୍କୁ ଉପେକ୍ଷା କରୁଛନ୍ତି ଓ ଉପେକ୍ଷିତ ହେଉଛନ୍ତି।
ଜାତୀକୁ ନେଇ ଉପେକ୍ଷା, ଧର୍ମକୁ ନେଇ ଉପେକ୍ଷା, ଲିଙ୍ଗକୁ ନେଇ ଉପେକ୍ଷା, ବୟସକୁ ନେଇ ଉପେକ୍ଷା, ରଙ୍ଗକୁ ନେଇ ଉପେକ୍ଷା, ଆର୍ଥିକ ଅବସ୍ଥା, ବେଶ ଭୂଷା, ଭିନ୍ନ କ୍ଷମ ଜାଣି ଉପେକ୍ଷା ଇତ୍ୟାଦି, ଭାରତରେ ସାଧାରଣ ବିଷୟ। ଆଜି ନୁହେଁ, ଇତିହାସରେ, ଧର୍ମ ଗ୍ରନ୍ଥରେ, ରୂଢି, ଢ଼ଗ ଓ ଢାମଣି ଗୁଡିକରେ ଏହାର ପ୍ରମାଣ ରହିଛି। 
ଉଦାହରଣ ସ୍ୱରୂପ: ଦ୍ରୋଣ ସମ୍ମୁଖରେ ଧନୁର୍ଦ୍ଧର ଶ୍ରବଣ, କାଳିଦାସଙ୍କୁ ରାଜାଙ୍କ ଉପେକ୍ଷା ଇତ୍ୟାଦି। ଗାଁ, ସହର, ପ୍ରଦେଶ ଇତ୍ୟାଦି କୁ ନେଇ ରୂଢି, "ଯାହା ନ ହେଲା ବାଲ୍ୟ କାଳେ ତାହା କି ହେବ, ପାଚିଲା ବାଳେ"।
ସମ୍ୱୋଧନରେ ଉପେକ୍ଷା, ଯେପରିକି, "ଏ ଶାଗ ବାଲି, ତୋର ଶାଗ ବିଡା କେତେ", "ଏ କୁଲି, ଷ୍ଟେସନ ପାର କରିଦେବୁ କି", "ଏ ପିଲା, ପ୍ଲେଟ ଉଠା", "ଏ ରିକ୍ସା ବାଲା, ଆମ ସାହିକି ଯିବୁ କି"। ଶାଗ ବାଲି, କୁଲି, ହୋଟେଲ ପିଲା, ରିକ୍ସା ବାଲା ଆମକୁ ସେବା ଦିଅନ୍ତି। ପାଉଣା ଦେଉ ସତ, କିନ୍ତୁ ତାଙ୍କ ବିନା ସେହି ସମୟରେ ବିକଳ୍ପ ଆମ ପାଖରେ ନଥାଇବି ଆମେ ଯେଉଁ ବ୍ୟବହାର କରୁ, ତାହା ନା ସଂସ୍କୃତ ଆଚାର, ନା ବ୍ରହ୍ମା ଯେ ପ୍ରତ୍ୟେକ ଆତ୍ମା ରେ ବସନ୍ତି, ତାଙ୍କୁ ପ୍ରେମ, ତାହା ଆମେ ଜାଣି ପାରି ନଥାଉ। ତାହା ଯେ ଅଗଣତାନ୍ତ୍ରିକ ଆଚାର ଓ ଅମାନବିକତା, ତାହା ଆଜି ଯାଏଁ ଆମେ ଜାଣି ପାରିଲୁ ନାହିଁ।
ବିଦେଶରେବି ମଣିଷ ମଣିଷକୁ ଉପେକ୍ଷା କରି ଥାଏ। ଏହା ସ୍ପଷ୍ଟ। ଖେଳାଳିଙ୍କୁ, ମହିଳାଙ୍କୁ, ଛାତ୍ର ଓ ଛାତ୍ରୀଙ୍କୁ, ସରକାରୀ ଓ ବେସରକାରୀ ସୁଯୋଗ ଗୁଡିକରେ, ବୟସ, ଭାଷା, ରଙ୍ଗ, ସ୍ଥାନ, ଲିଙ୍ଗକୁ ନେଇ ଯୁଦ୍ଧ, ସଂଗ୍ରାମ ଓ ବିପ୍ଳବ ଆଜି ଯାଏ ଚାଲିଛି। ଆଫ୍ରୀକାରେ ଆପାଥାଏଡ, ଆମେରିକାରେ ନିଗ୍ରୋ ପ୍ରତି ଉପେକ୍ଷା, ଇଉରୋପରେ ମୁସଲମାନଙ୍କୁ ସନ୍ଦେହ ଇତ୍ୟାଦି, ସାଧାରଣ ସାମାଜିକ ରୋଗ। ସରକାରୀ ସ୍ଥରରେବି ଭାଷା, ରଙ୍ଗ, ସ୍ଥାନ, ଲିଙ୍ଗ ବାରଣ ଗୁଡ଼ିକ ଆଜି ଯାଏଁ ଚାଲିଛି। 
ଯଦିଓ ଏହା ବ୍ୟକ୍ତିଗତ ମତ, ତଥାପିବି ପ୍ରତ୍ୟେକ ମଣିଷ ଓ ବିଶ୍ଵର ମଣିଷ ସମାଜ, ନିଜ ଘରଠୁ ଆରମ୍ଭ କରି, ସର୍ବଦେଶ ସ୍ଥରରେ ବିଭିନ୍ନ ପରିସ୍ଥିତିରେ ଉପେକ୍ଷା କରୁଛି ଓ ଉପେକ୍ଷିତ ହୋଇ ଆଶୁଛି। କିଛି ଜଣ ଜୀବନସାରା ଭୂଲ ନଥାଇ ଉପେକ୍ଷିତ ଓ ମଲା ବେଳକୁ ସେବା ଦେଇବି ମାଟି ଟିକେ ପାଆନ୍ତି ନାହିଁ। କିଛି ଲୋକ ମରି ସିନା ଯାଆନ୍ତି, ଉପେକ୍ଷା କରିବା ଭୂଲ ଥିଲା ବୁଝି ପରନ୍ତିନି। ଛୁଆଙ୍କ ଯତ୍ନ ନେଉଥିବା ଚାକର, ମାଲିକଙ୍କ ଦ୍ବାରା ପ୍ରାୟ ସବୁ ବେଳେ ଉପେକ୍ଷିତ।
ଭାରତର ରାଜନୀତିରେ 'ଉପେକ୍ଷା ଓ ଉପେକ୍ଷିତ ', ମନସ୍ତାତ୍ତ୍ୱିକ ସ୍ତରରେ ଓ ବ୍ୟବହାରିକ ସ୍ତରରେ ଦେଖିବାକୁ ମିଳୁଛି। ଏହା ପ୍ରତ୍ୟେକ ରାଜନୀତି ଦଳର ସଦସ୍ୟ ଓ ଏହାର ଦର୍ଶକ, ଦେଖିଛନ୍ତି ଓ ଦେଖୁଛନ୍ତି। ଭାରତର ସମ୍ୱିଧାନ ସେସମୟର ଗୁଣି ଓ ମହାନ ବ୍ୟକ୍ତିତ୍ଵ ଦ୍ଵାରା ପ୍ରଣେତ। ସମ୍ବିଧାନର ପ୍ରଣେତା ମାନଙ୍କ ମଧ୍ୟରେ କେବଳ ପଟେଲ, ନେହେରୁ, ଆମ୍ବେଦକର ନଥିଲେ। ଥିଲେ, ଆଲାଦି କ୍ରିଷ୍ଣା ଆୟର, ଏନ ଗୋପାଲ ସ୍ବାମୀ, କେ ଏମ ମୁନସୀ, ମହମ୍ମଦ ସଦୁଲା, ବି ଏଲ୍ ମିତ୍ତର, ଡି ପି ଖୟତାନ, ଇତ୍ୟାଦି। ଏମାନଙ୍କ ନାମ ଆଜିର ନାଗରିକ ଓ ଗଣ ମାଧ୍ୟମ ଦ୍ଵାରା ଉପେକ୍ଷିତ। କେବଳ ଜଣେ ଦୁଇ ଜଣକୁ ଛାଡ଼ି ଦେଲେ ଅନ୍ୟ ମାନଙ୍କୁ ପ୍ରାୟ ମନେ ପକା ଯାଉ ନାହିଁ।
ମୋର ବିଶ୍ୱାସ ଉପେକ୍ଷା କରିଥିବା ଓ ଉପେକ୍ଷିତଙ୍କ ଭିତରେ ଏକ ସାମ୍ୟତା ରକ୍ଷା, ଭାରତର ସମ୍ୱିଧାନର ବିଶେଷ ବ୍ୟିଶିଷ୍ଟ୍ୟତ୍ତା ଓ ମହତ୍ତ୍ଵ। ସମସ୍ତଙ୍କର ବିକାଶ ଓ ସମସ୍ତଙ୍କ ଶାନ୍ତି ପାଇଁ, ସମ୍ୱିଧାନରେ ଯଥେଷ୍ଟ ସ୍ଥାନ ଓ ସୁଯୋଗ ଗୁଡ଼ିକ, ସୁବ୍ୟବସ୍ଥିତ ହୋଇ ରହିଛି। ପ୍ରଗତିରେ ଉପେକ୍ଷିତ ବ୍ୟକ୍ତିବିଶଷଙ୍କୁ ଏକଜୁଟ କରି, ରାଜନୈତିକ ଦଳ ଗୁଡିକ, କାର୍ଯ୍ୟ ଖସଡ଼ା ତିଆରି କରି ପାରୁଛନ୍ତି। ଆଜି ଉପେକ୍ଷା ଓ ଉପେକ୍ଷିତ ବୋଲି ଅନେକ ସ୍ଥାନରେ କୁହାଯାଉଛି ଓ ଚର୍ଚ୍ଚା ହେଉଛି।କିନ୍ତୁ ରାଜନୀତିର ବର୍ତ୍ତମାନର ପାଣି ପାଗ କହୁଛି, ଆଜିର ରାଜନୀତିର ଉପେକ୍ଷିତ୍ତଙ୍କ ପାଇଁ ନୁହେଁ ବରଂ ଏହା ଆଜି ବହୁ ସଂଖ୍ୟକଙ୍କୁ ତୃପ୍ତ କରିବାର ରାଜନୀତି ସାଜିଛି। ବିଭିନ୍ନ ପ୍ରକାରର ଇର୍ଷା ଓ ଇର୍ଷୀତ ସ୍ଥାନ ପାଉଛନ୍ତି। ଏର୍ଷା ଓ ଇର୍ଷୀତଙ୍କୁ ତତାଇ, ଭୋଟ ସଂଗ୍ରହ କରିବାର ରାଜନୀତି ଚାଲିଛି। ଆକ୍ରମଣ ଓ ପ୍ରତ୍ତି ଆକ୍ରମଣ, ରାଷ୍ଟ୍ର ଗଠନ ପାଇଁ ନୁହେଁ, କିନ୍ତୁ ଇର୍ଷା ଓ ଉପେକ୍ଷା କରିବା ଇତିହାସକୁ ଜାରି ରଖିବା ପାଇଁ ରାଜନୀତି ହେଉଛି। 
ଜୁଆର ଗଲେ ଭଟ୍ଟା ଆସେ ଓ ସମୁଦ୍ର ଶାନ୍ତ ହୁଏ। ସେମିତି ଦିନେ ନା ଦିନେ, ବୁଦ୍ଧି, ଜ୍ଞାନ ଓ ଅନୁଭୂତିର କ୍ଷୀପ୍ର ଝଡ଼ ଦ୍ଵାରା, ଇର୍ଷୀତ ଓ ଉପେକ୍ଷା କରୁଥିବା ଲୋକଙ୍କ ପ୍ରତିପତ୍ତି ଶେଷ ହୋଇଯିବ। ରାଷ୍ଟ୍ର ଗଠନର ଚେତନା, ଚିନ୍ତା, ଇର୍ଷୀତ ଓ ଉପେକ୍ଷା କାରୀଙ୍କ ହାତରୁ ନିଶ୍ଚୟ ଚାଲିଯିବ। ଟ୍ରେନ, ବସ, ହସ୍ପିଟାଲ, ସ୍କୁଲ, ପଡ଼ା ଓ ସାହି ବ୍ୟତୀତ, ଭାରତର ଯେକୌଣସି ସ୍ଥାନରେ, ସମସ୍ତେ ସମୁଚିତ ସ୍ଥାନ ଓ ବ୍ୟବହାର ପାଇବେ। କିନ୍ତୁ ଆଜିର ଭାରତରେ କେବଳ ନୁହେଁ, ସାରା ବିଶ୍ବରେ, ଉପେକ୍ଷା ଓ ଇର୍ଷାର ଜୁଆର ଏତେ ଉଚ୍ଚଯେ କେବେ ଭଟ୍ଟା ଆସିବ କହି ହେଉନାହିଁ।

ଡୁଇଟି ଡେଭିଡ ଫିଲିପ୍
ଆଇନ ଜୀବୀ ଓ ସମାଜ ସେବୀ
କଳାହାଣ୍ଡି
୯୪୩୭୧୦୪୩୦୩
www.pensofdavid.com

 

edit

No comments:

Post a Comment

Contact Here

Name

Email *

Message *