ଗନ୍ଧୁଛି ଫଣ ଫଣ,
Sunday, September 3, 2023
ଗନ୍ଧୁଛି ଫଣ ଫଣ,
------------
ଗନ୍ଧୁଛି ଫଣ ଫଣ,
ଯିବାକୁ, ପାଖକୁ ଚାହୁନି ମନ,
କେମିତି ଜାଣିବ ସେ କଣ,
ମୃତ ନୁହଁ, ଜୀବିତ, ତାର ରହିଛି ପ୍ରାଣ।
କେତେ ଦିନରୁ ବାସୁଥିଲା,
ବାସି, ନା ସଢ଼ି-ପଚି ଯାଇ ଥିଲା?
ପୋକ ହୋଇ ସାରି ଥିଲା,
ଆଜି ନୁହ, ପ୍ରାରମ୍ଭରୁ ଏହି କଳା?
କଥା-ବାର୍ତ୍ତା, ଆଚାର-ବ୍ୟବହାରରେ ନାହିଁ ମେଳ,
କହୁଛି 'ଏହି ବ୍ୟବସାୟରେ ରଖିବାକୁ ହେବ ଏହି ଗୁଣ',
ହେଲେ, ଜୀବିତ ହୋଇ ଫଣ ଫଣ?
ମଲେ, ପୋକ ଖାଇବ ନା ଆଉ କଣ?
ରାମ ନାମ ସତ୍ୟ ହେ,
ମରା ହୁଆ ପବିତ୍ର ହେ,
ଖ୍ରୀଷ୍ଟିଆନ ପୁନର ଜନ୍ମ କହେ,
କୋଇ କ୍ୟୁଁ ଜିହାଦି ହେୟେ।
'ବ୍ୟବସାୟରେ କରିବାକୁ ହେବ',
ମଣିଷର, ମଣିଷକୁ ଉତ୍ତର,
ମୃତକୁ ମିଳେ ଅତର,
ଜୀବିତ ପାଇଁ ମିଳୁଛି ବଡ ବଡ ପଥର।
ଡୁଇଟ ଡେଭିଡ ଫିଲିପ
ଆଇନ ଜୀବୀ, କଳାହାଣ୍ଡି
୯୪୩୭୧୦୪୩୦୩.
edit
No comments:
Post a Comment