ବେଶ୍ୟା କି ମୁଁ, ପତି କେହି ନୁହେଁ ମୋର?

ବେଶ୍ୟା କି ମୁଁ, ପତି କେହି ନୁହେଁ ମୋର?
-------------------
ଆଉ ଏକ ଗର୍ଭ ବେଦନାକୁ ମୋର ପ୍ରଣାମ,
ଆଉ ଏକ ରକ୍ତାକ୍ତ ଶିଶୁକୁ ଦେଖିବ ନୟନ,
ଆଉ ଏକ କରାଳ ସ୍ୱର ଶୁଣିବ ମୋ କାନ,
ଖୁଆଇବି ବକ୍ଷରେ ଲଗାଇ ମୋଦେହ କ୍ଷୀର।

ହେବ କଣ ବଡ ହୋଇ ସେ ମାଁ ଜନନୀର!
ହେବ କଣ ବୃଦ୍ଧି ପାଇ ନିଜ ପରିବାରର!
ହେବ କଣ ଗାଦି ପାଇ ତା ଦେଶବାସୀର!
ପୁଅଟେ ମାରିଲା ମାଁଙ୍କୁ ଗଳା ଦାବି ଖବର।

ନିର୍ବାଚନୀ ଗର୍ଭ ବେଦନା, ଯେବେଠୁ ସ୍ଵାଧୀନ,
ଲୀଳା ବାଲ୍ୟ ନୁହେଁ, ଦେହ ନୁହେଁ ଯୌବନ,
କଂଗ୍ରେସ, ଜନତା, ଭାଜପା ସ୍ବାମୀ ଥର କୁଥର,
ଜନ୍ମ ଦେଉଛି ଫଟାଇ ଗର୍ଭ, କିଏ କୁହ ମୋର?

ଡୁଇଟ୍ ଡେଭିଡ ଫିଲିପ୍
ଓକିଲ ଓ ସମାଜ ସେବୀ
କଳାହାଣ୍ଡି, ୯୪୩୭୧୦୪୩୦୩

edit

No comments:

Post a Comment

Contact Here

Name

Email *

Message *