କହି ଦିଅ ତୁମେ କାହିଁକି ଲୁଚିଛ
Wednesday, March 20, 2024
------------
ବର୍ଷା ତୁମେ ମୋତେ ଭିଯାଇ ଦେଲ,
ଭିଜେଇ ଭିଜେଇ ଥଣ୍ଡା କଲ,
ତୁମେ ବୋହିଲ ଯେଉଁଠୁ ତା ନାଁ କହିଲ?
ତା ନାଁ କୁହ ତାକୁ ଡାକି ମୁଁ ହେବି ଗେଲ!
ପବନ ତୁମେ ମୋ ଉପରେ ବୋହି ଗଲ,
ବୋହି ବୋହି ସୁଖେଇ ଦେଲ,
ତୁମେ ବୋହିଲ ଯେଉଁଠୁ ତା ନାଁ କହିଲ?
ତା ନାଁ କୁହ ତାକୁ ଡାକି ମୁଁ କରିବି ପ୍ରଶ୍ନ!
ଖରା ତୁମେ ମୋତେ ତତାଇଦେଲ,
ତତେଇ ତତେଇ ଫଟାଇ ଦେଲ,
ତୁମେ ତତେଇଲ ଜାହାଠୁ ତା ନାଁ କହିଲ?
ତାକୁ ଡାକି ପଚାରିବି ମୋ ଦୋଷ କଣ!
ଖରା ବର୍ଷା ଓ ପବନର ଜନକ
ତୁମେ ଏତେ ରୁକ୍ଷ, ଏ ତୁମ ପୌରୁଷ
ଭିଜେଇ, ତତେଇ, ଶୁଖାଇ, ତୁମେ କଣ କଲ?
ପଶୁ, ପକ୍ଷୀ, ବୃକ୍ଷ, ଲତା, ସେ ଖାଲି କଣ ମୋର!
ବିକଳାଙ୍ଗ ଝିଅ, ଭୁଲି ଗଲି ପାଇ ବର୍ଷା, ଖରା, ପବନ,
କହି ପାରିବିନି, ମୁଁ ନିସ୍ତବ୍ଧ,
ଗର୍ଭ ପାତ କରିନି, କାହାକୁ ଯାଇ କହିବ ସତ?
ଗର୍ଭ ବେଦନାକୁତ ଥରେ ଆସି ଦେଖି ଯାଇ ଥାଆନ୍ତ!
ଡୁଇଟ୍ ଡେଭିଡ ଫିଲିପ୍
ଓକିଲ ଓ ସମାଜ ସେବୀ
କଳାହାଣ୍ଡି, ୯୪୩୭୧୦୪୩୦୩
(ଅନ୍ଧ ମୂକ ଓ ବଧିରା ନିଯ୍ୟାତିତାଙ୍କ ପାଇଁ ସମର୍ପିତ)
edit
No comments:
Post a Comment