ଶ୍ରେଷ୍ଟ ନାଁ
Sunday, August 20, 2023
ଶ୍ରେଷ୍ଟ ନାଁ
------------
ପୃଷ୍ଠା ପୃଷ୍ଠା, ଫର୍ଦ୍ଦ ଫର୍ଦ୍ଦ, ଭିତରେ ମୁଁ ନୁହେଁ ଯାହା ଭାବୁଛ,
ଯାହା ଦିଶେ, ଲାଗେ ତାହା ନୁହେଁ ସମ୍ପୂର୍ଣ,
ମୋ ନାଁ କହ ମୁଁ ନୁହେଁ ଦର୍ପଣ,
ମୋତେ ଦେଖିବାକୁ ଚାହାନ୍ତି କେବଳ ବିଜ୍ଞ।
ଅର୍ଦ୍ଧ ସତ୍ୟ ସବୁ ବିତିଗଲା ସମୟ,
ଜଳ, ସ୍ଥଳ, ଆକାଶ, ଉତ୍ତାପ, ପବନ,
ପଞ୍ଚ ଭୂତ ନୁହେଁ ସବୁର ସମଷ୍ଠୀ କେବଳ,
ମୋ ନାଁ କହ, ମୁଁ ନୁହେଁ ଦର୍ପଣ।
ତାହାର ବକ୍ଷ ମହା ବିଶାଳ,
ନିଯକୁ ଖୋଜିବା ସେଠି ଭାରି କଷ୍ଟ,
ତଥ୍ୟ ପ୍ରମାଣ ରହୁଥାଉ ଅପର୍ଯ୍ୟାପ୍ତ,
ତାହା ହୁଏ ନାହିଁ କେବେ ସମ୍ପୂର୍ଣ।
ତଥ୍ୟ ଅନେକ ଓ ସତ୍ୟ ଏକ,
ତଥ୍ୟର ସମଷ୍ଟି ଆଙ୍ଗସିକ ସତ୍ୟ,
ସତ୍ୟ ସେ, ଯଦି ନାହିଁ ତାର ଅନ୍ୟ ବିପରୀତ ପ୍ରମାଣ,
ସେ ହୁଏ ଲଜ୍ଜିତ, ଯଦି ବିପରୀତ ସମଷ୍ଟି ହୁଏ ଆବିଷ୍କାର।
କାହାର ପ୍ରମାଣ କିଏ ଦେବ,
ପୁନରଉଦ୍ଧାର କେବେ ନୁହେଁ ସଂପୂର୍ଣ୍ଣ,
ଜାତି, ଧର୍ମ, ରଙ୍ଗ, ଭାଷା, ଶାସନ ବିଭିନ୍ନ,
ମୁଁ ହିଁ ଆଦ୍ୟ, କେବେ ଶାନ୍ତ, କେବେ ବର୍ବର, ମହାନ, ମହା ଯୁଦ୍ଧ, ନାମ ' ଇତିହାସ ' ।
ଡୁଇଟ ଡେଭିଡ ଫିଲିପ
ଟ୍ରେନରେ, ଭାବାବନିପଟଣା, କଳାହାଣ୍ଡି
www.pensofdavid.com
୨୦ August ୨୦୨୩
edit
No comments:
Post a Comment