ଅଣ ନିଶ୍ବାସୀ
Saturday, January 17, 2026
ଅଣ ନିଶ୍ବାସୀ
-------------
ମୁଁ ନିଶ୍ୱାସ ପାଇ ପାରୁନି
ବାୟୁ କମି କମି ଯାଉଛି
ମୁଁ ତ ପାରୁନି, ଛୁଆ ମୋ କରିବେ କେମିତି!
ଦଉଡ଼ି ଯିବି କି ସେଠିକି
ପାଇବି ନିଶ୍ୱାସ ଯେଉଁଠି
ମୁଁ ତ ପାରୁନି, ଛୁଆ ମୋ କରିବେ କେମିତି!
ବଞ୍ଚିଲେ ବଞ୍ଚାଇବି, ସେ ହେବନି
ଅଣନିଶ୍ୱାସର ସମାଧାନ କାହିଁ?
ନାକ ଫୁସ୍ ଫୁସ୍ ଆମରି, ବଦଳାଇ ବି, ହେବନି!
ପ୍ରାଣ ମୋ ଯିବ ଏଇଠି
ବଞ୍ଚିବାକୁ ଦେବନି ଏ ସ୍ଥିତି
ଦଳୀତ ମାଁ ଭୂମିହୀନ, ଅଛୁଆଁ, ମଜୁରିଆ ମୋ ଜାତି!
ଥିଲା ସମ୍ବିଧାନ ଅକ୍ସିଯେନ୍ ହୋଇ
ଆସୁଛି ମନୁସ୍ମୁତ୍ତି ପାଣି ଓ ପବନ ନେଇ,
ଅଣ ନିଃଶ୍ୱାସିତ ଏବେବି, ଆସିଲେ କହିବ, "ତୋ କି ଜାତି" ?
କଥା କଥା କେ, "କି ଜାତି"
ଏବେତ ଅଣନିଶ୍ୱାସି, ସେ ଆସିଲେ ହେବ କେମିତି
କାମେ, ବିବାହେ, ଦୋକାନେ, ଦେଖା କହିବେ "ଜାତି"!
ମନ୍ଦିର ଓ ଦିଅଁ ସାଜିବି
ନିଃଶ୍ୱାସ ନେବି ସେଇଠି,
କହିବେନିତ...... "ପୋଥି, ମନ୍ଦିର ଓ ଦିଅଁ, ତୁ ଛୁଇବୁ ନାହିଁ"!
ଆମ ଲୋକ ତାଙ୍କ ହାତ ବାରିଶି, ବିପ୍ଳବର ବାୟୁ ବହିବନି,
ଆତ୍ମହୁତୀ ଦେବା, ତାଟି ଦେଇ,
ମାଟି କହିବ, ଦିନେ ଥିଲେ ଏଠି, ଦଳିତ ଓ ଆଦିବାସୀ, ଅଣ ନିଶ୍ବାସୀ
ଡୁଇଟ ଡେଭିଡ ଫିଲିପ
ଭବାନୀପାଟଣା
କଳାହାଣ୍ଡି
edit
No comments:
Post a Comment