ସ୍ଵୟଂ ସହାୟକ ଗୋଷ୍ଟି ନାରୀ ସୁରକ୍ଷାର ଏକ ବିକଳ୍ପ
Friday, July 25, 2025
ସମ୍ମାନନୀୟ sir
ପ୍ରଣାମ,
ମୋ ଲେଖାକୁ ସ୍ଥାନ ଦେଉଛନ୍ତି ସେଥି ପାଇଁ କୃତଜ୍ଞତା ଜଣାଉଛି।
ବର୍ତ୍ତମାନର ନାରୀ ସୁରକ୍ଷା ସମସ୍ୟା ଉପରେ ଏହି ଲେଖାଟି ଲେଖିଲି।
ମୋର ସମାଜରୁ ପାଇଥିବା ଅନୁଭୂତି ଓ ଦେଖିଥିବା ସମାଧାନର ବିକଳ୍ପକୁ ଲେଖିଲି।
ପଢ଼ିବେ, ଦରକାର ହେଲେ କାଟ ଛାଟ କରିବେ ଓ ପ୍ରକାଶନରେ ସ୍ଥାନ ଦେବେ।
ଭାବୁଛି ମୋର ଏହି ଦୃଷ୍ଟି କୋଣ ବି ଏକ ସୁଧାର ପାଇଁ, ଏକ ଉତ୍ତମ ପଦକ୍ଷେପ
ଇତି
ଡେଭିଡ ଫିଲିପ୍
ସ୍ଵୟଂ ସହାୟକ ଗୋଷ୍ଟି ନାରୀ ସୁରକ୍ଷାର ଏକ ବିକଳ୍ପ
------------
ଓଡିଶାରେ ବାର ବାର ଘଟୁଥିବା ନାରୀ ନିର୍ଯ୍ୟାତନାକୁ ଓ ସରକାର ମାନଙ୍କୁ ଯେତେ ନିନ୍ଦା କଲେବି, ନିନ୍ଦା ସେତେ କମ ହେବ ସତ, କିନ୍ତୁ ଏସବୁ ଘଟଣା ଗୁଡ଼ିକ ପାଇଁ ଓ ହାତ ଛଡା, ଲଗାମ ବିହିନ ସ୍ଥିତି ପାଇଁ, ସରକାର ମାନେ ଦାୟୀ କାହିଁକି ନହେବେ? ଯେହେତୁ, ସରକାରଙ୍କ ମାଧ୍ୟମରେ ନାଗରିକଙ୍କୁ ସୁରକ୍ଷା ଦେବା, ରାଷ୍ଟ୍ରର କର୍ତ୍ତବ୍ୟ ଓ ରାଷ୍ଟ୍ରର ଦାୟିତ୍ଵ ।
ସୁରକ୍ଷା ବ୍ୟବସ୍ଥା ପାଇଁ ଆଇନ, ଅନୁଷ୍ଠାନ ଓ କର୍ମକର୍ତ୍ତାଙ୍କ ଆବଶ୍ୟକ ରହିଛି। ଓଡ଼ିଶାର ଚାରି କୋଟି ଜନତା ୫୩୮୪୫ ଗ୍ରାମର, ୬୭୯୪ ପଞ୍ଚାୟତ ରେ ରହନ୍ତି। ଛୋଟ ବଡ ସହର ଏଥିରେ ଗଣା ଯାଇ ନାହିଁ। ସୁରକ୍ଷା ଦୁଇ କୋଟି ନାରୀଙ୍କ ପାଇଁ କେତୋଟି ଅନୁଷ୍ଠାନ ଓ କର୍ମକର୍ତ୍ତାଙ୍କ ମୁତ୍ତୟନ କଲେ ଯଥେଷ୍ଟ ହେବ ପରିଚାଳନା ବିଜ୍ଞାନ ତାହା କହିବ। ଏହି ଆଲେଖ୍ୟଟି ଚାହୁଁଛି, ନାରୀ ନିର୍ଯ୍ୟାତନାର ଏକ ସ୍ଥାୟୀ ପ୍ରତିକାର।
ଇଣ୍ଡିଆ ଟୁଡେ ଜଣାଏ, ଓଡ଼ିଶରେ ୧୧ ଜାନୁଆରୀ ୨୦୨୪ ରୁ ୩୧ ଜାନୁଆରୀ ୨୦୨୫, ଏଗାର ମାସ ମଧ୍ୟରେ ୨୭୯୭୩ ମହିଳା ଓ ଶିଶୁ ଅନ୍ୟାୟର ଶିକାର ହୋଇଛନ୍ତି। ଏହା ଯଦି ସତ, ଆଇନ ଭାଙ୍ଗିବାରେ ବର୍ତ୍ତମାନର ପିଢ଼ି ଅତି ଲଗାମ ଛଡା ଓ ଆଇନ ଓ ପ୍ରଶାସନ ଏହାକୁ ଦମନ କରିବାରେ ବିଫଳ। ସମାଜ, ଆଇନ ଓ ପ୍ରଶାସନ ଦୂର୍ବ୍ୟୁତ୍ୟଙ୍କ ଭିତରେ ଭୟ ସୃଷ୍ଟି କରିପାରି ନାହିଁ।
"ଆମେ ଯେପରି ଦେଖିଛୁ, ଅଧିକାର ହେଉଛି ନଗରିକର ଦାବୀ ସମୂହ, ଯାହାକି ଜଣେ ବ୍ୟକ୍ତି ବଞ୍ଚିବା ଓ ଉନ୍ନତି କରିବା ପାଇଁ ନିହାତି ଦରକାର କରେ। ସେହି ଅର୍ଥରେ ଅଧିକାର ଗୁଡ଼ିକର ଏକ ଲମ୍ବା ତାଲିକା ରହିଛି। ଏହି ସମସ୍ତ ଅଧିକାର ସମାଜ ଦ୍ଵାରା ସ୍ଵୀକୃତ, କିନ୍ତୁ କେତେକ ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ ଅଧିକାର ରାଷ୍ଟ୍ରଦ୍ଵାରା ସ୍ଵୀକୃତ ଓ ସମ୍ବିଧାନରେ ଲିପିବଦ୍ଧ ହୋଇଛି। ଏହି ଅଧିକାର ଗୁଡିକକୁ ମୌଳିକ ଅଧିକାର କୁହାଯାଏ। ଏହି ଅଧିକାର ଗୁଡିକ ଦୁଇଟି କାରଣ ପାଇଁ ମୌଳିକ ବୋଲି କୁହାଯାଏ। ପ୍ରଥମତଃ, ଏଗୁଡିକ ସମ୍ବିଧାନରେ ଲିପିବଦ୍ଧ ହୋଇଛି, ଯିଏକି ସେମାନଙ୍କୁ ଏହି ଅଧିକାରର ପ୍ରତିଶୃତି ଦେଉଛି ଲ। ଦ୍ଵିତୀୟତଃ ଏଗୁଡିକ ଆଇନସିଦ୍ଧ ଅର୍ଥାତ ନ୍ୟାୟାଳୟ ଦ୍ଵାରା ବାଧ୍ୟତାମୂଳକ ଅଟେ। “ନ୍ୟାୟ ପାଇବାର ଯୋଗ୍ୟ” ର ଅର୍ଥ ହେଉଛି, ଯଦି କୌଣସି ସ୍ଥଳରେ ଏହାର ବିଚ୍ୟୁତି ଘଟେ, ଜଣେ ବ୍ୟକ୍ତି ତାର ସୁରକ୍ଷା ପାଇଁ ନ୍ୟାୟାଳୟର ଆଶ୍ରୟ ନେଇପାରିବ। ଯଦି ସରକାର ଆଇନ ପ୍ରଣୟନ କରି ଏଥିରୁ କୌଣସି ଅଧିକାରକୁ ସଙ୍କୁଚିତ କରିଦିଅନ୍ତି, ଏହା ନ୍ୟାୟାଳୟ ଦ୍ଵାରା ଅଯୋଗ୍ୟ ଘୋଷଣା କରାଯାଏ। ଏହି ଅଧିକାର ସମ୍ବିଧାନର ୩ୟ ଭାଗରେ ପ୍ରଦାନ କରାଯାଇଛି ସମ୍ବିଧାନ ନାଗରିକକୁ ଛଅଟି ମୌଳିକ ଅଧିକାର ପ୍ରଦାନ କରିଅଛି। ଯଥା – (କ) ସମାନତାର ଅଧିକାର, (ଖ) ସ୍ଵାଧୀନତାର ଅଧିକାର (ଗ) ଶୋଷଣ ବିରୋଧୀ ଅଧିକାର (ଘ) ଧର୍ମଗତ ସ୍ଵାଧୀନତାର ଅଧିକାର (ଙ) ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର (ଚ) ସାମ୍ବିଧାନିକ ପ୍ରତିକାର ଅଧିକାର । ଯଦିଓ ଏହି ଅଧିକାର ଗୁଡିକ ସମସ୍ତଙ୍କ ପାଇଁ ପ୍ରଜୁର୍ଯ୍ୟ, ସମ୍ବିଧାନ କେତେକ ସ୍ଵତନ୍ତ୍ରତା ଓ ସୀମିତତା ରକ୍ଷା କରିଛି।" (ବିକାଶ ପେଡିଆ)।
ସ୍ଵାଧୀନତା, ବ୍ୟକ୍ତିର ବ୍ୟକ୍ତିତ୍ୱକୁ ବିକାଶ କରିବାରେ ସାହାଯ୍ୟକରେ। ରାଜ୍ୟ ଏହା ନାଗରିକ ପାଉ ବୋଲି ପୋଲିସ ଓ ନ୍ୟାୟାଳୟ ମାଧ୍ୟମରେ ନିଶ୍ଚିତ କରେ। ଆଇନ ନିଶ୍ଚିତ କରାଇବା ପାଇଁ ଏକ ଉପାଦାନ। ଆଇନ କିନ୍ତୁ ବ୍ୟବହାର କରି ହେଉନି କିମ୍ବା ଆଇନ ଅପାରାଙ୍ଗମ ଜେଉଁଥି ପାଇଁ ପୀଡ଼ିତା ଓ ପୀଡ଼ିତ ନ୍ୟାୟ ପାଉ ନାହାଁନ୍ତି ଓ ବିକ୍ଷୋଭ ଦେଖିବାକୁ ମିଳୁଛି।
ତେବେ ନାରୀ ସୁରକ୍ଷାର ଭୟା ଭୟ ପରିସ୍ଥିତିରେ, ବିରୋଧୀ ଦଳ ସବୁ ହୋହାଲ୍ଲା କରିବା ସ୍ବଭାବିକ। କିନ୍ତୁ ସରକାର, କ'ଣ ସବୁ ପଦକ୍ଷେପ ନେବା ଉଚିତ୍, ତାହା ଉପରେ ବିରୋଧୀ ଦଳ ନେତା ମାନେ ସ୍ପଷ୍ଟ କରୁନାହାନ୍ତି। କିଛି ଜଣ କେତେକ ପଦକ୍ଷେପକୁ ଗୁରୁତ୍ବ ଦେଉଛନ୍ତି। ଯେପରିକି, ମହିଳା କମିଶନ ଗଠନ, ଗୃହ କମିଟି ଗଠନ, ସରକାର, ମନ୍ତ୍ରୀ, ନିର୍ବାଚିତ ସାଂସଦ ଓ ବିଧାୟକଙ୍କ ଇସ୍ତଫା, ଇତ୍ୟାଦି।
ସାଧାରଣ ଜନତା ମତା ମତ ଦେଉଛନ୍ତି, ସାମାଜିକ ସଚେତନତା କିମ୍ବା କଠୋର ଦଣ୍ଡ ବିଧାନ, ଯେପରିକି ୨୪ ଘଣ୍ଟା ଭିତରେ ବିଚାର, ଦୋଷୀକୁ ଦଣ୍ଡ । ହାଇଦ୍ରାବାଦ ସହରରେ ଉସ୍ମାନିଆ ଛାତ୍ରିଙ୍କୁ ନିର୍ଯ୍ୟାତନା ଓ ମର୍ଡର ପାଇଁ ପୋଲିସ ସନ୍ଦିଗ୍ଧ ଯୁବକଙ୍କୁ ପଳାତକ ବାହାନାରେ ଅତ୍ୟାଚାରୀଙ୍କୁ ଏନକାଉଣ୍ଟରରେ ଗୁଳି କରି ମାରିଥିଲା। ଏହା ଏକ ଭୟ ଶ୍ରୁଷ୍ଟି କରିବାର ବିରଳ ଉଦାହରଣ।
ଯେକୌଣସି ପୁରୁଷର ପ୍ରଥମ ଶିକ୍ଷକ ନାରୀ, ସେ ମାଁ। କିନ୍ତୁ ଆମ ସମାଜରେ ମାଁ ର ପାଳନ ପୋଷଣରେ ଭୁଲ ରହି ଯାଉଛି କି ଓ ସେ ପ୍ରାୟ ଉପେକ୍ଷିତ୍ତ ନୁହେଁ କି? ଆମ ମାଁ ମାନେ ପୁଅକୁ ସୁଶିକ୍ଷା ଦେଇ ପାରୁନାହାନ୍ତି କି? ବାପା ମାନେ ନାରୀକୁ ସମ୍ମାନ ଦେବା ଶିଖାଇ ପାରୁନାହାନ୍ତି କି? ନାରୀ ପରିବାରରେ ଉପେକ୍ଷିତ୍ତା। ସେ ଏକ ବ୍ୟବହାର୍ଯ୍ୟ ସାମଗ୍ରୀ ବା ଏକ ଉପକରଣ ମାତ୍ର ହୋଇ ରହିଛି। ରାକ୍ଷି ବାନ୍ଧିବା ସଂସ୍କୃତି ଥାଇ ଆମ ଝିଅ ଅସୁରକ୍ଷିତା।
ବସ ଷ୍ଟାଣ୍ଡରେ ଆଜି ସକାଳୁ ଜୟପୁର ବସ ଧରିବାକୁ ଜଗିବା ସମୟରେ ମୋ ୫୦ ବର୍ଷୀୟା ସ୍ତ୍ରୀ ପ୍ରାୟ ୨୩ ବର୍ଷୀୟା ଗୋଟିଏ ଝିଅର ଜିନ ପ୍ୟାଣ୍ଟ୍ ଓ ଟି ସାର୍ଟ ପିନ୍ଧା ଦେଖି କହିଲା, "ଏମିତି ଭେଶ ପାଇଁ ବି ଝିଅ ମାନେ ନିର୍ଯ୍ୟାତନାର ଶିକାର ହେଉଛନ୍ତି"। ଆମର ଯାହାବି ପିନ୍ଧିବାର ଅଧିକାର ଅଛି ପିନ୍ଧି ପାରିବା କିନ୍ତୁ, ଝିଅ ର ନାଭି ଓ ପେଟ ଦିଶୁଥିବା ଓ ଉପର ଭାଗ ସ୍ପଷ୍ଟ ଦେଖା ଜିବା, ମୋ ସ୍ତ୍ରୀଙ୍କୁ ଭଲ ଲାଗିନଥିଲା। ପିନ୍ଧିବା ଉପରେ ଘରେ ଓ ସ୍କୁଲ ରେ ଶିକ୍ଷା ଦେବା ନିତାନ୍ତ ଆବଶ୍ୟକ ଏବଂ ଏହା ପ୍ରତ୍ୟେକ ଗର୍ଭବତୀ ସ୍ତ୍ରୀ କୁ, କିଶୋରୀ ବାଳିକାଙ୍କୁ, ଅଙ୍ଗନୱାଡ଼ି ଓ ସ୍କୁଲ ଶିକ୍ଷକଙ୍କ ଦ୍ଵାରା ଶିକ୍ଷାଦେବା, ଶିକ୍ଷା ଖସଡ଼ାରେ ବଧ୍ୟାତା ମୂଳକ ରହିବା ଆବଶ୍ୟକ।
ବର୍ତମାନ୍ ର ଆଧୁନିକ ବ୍ୟଞ୍ଜନ, ଫାର୍ଷ୍ଟ ଫୁଡ୍, ଖୋଲା ଖୋଲି ନିଶା ସେବନରେ ଛୁଟ ଇତ୍ୟାଦି, ଯୌନ ଉଦ୍ରେକ ବଢ଼ାଏବାରେ ସହାୟତା ପ୍ରଦାନ କରୁଛି ବୋଲି ଅନେକ ମତ ରଖନ୍ତି।
ଜଉଁ ମାତ୍ରାରେ ଫାର୍ଷ୍ଟ ଫୁଡ୍ ଦୋକାନ ଗୁଡ଼ିକ ଗ୍ରାମେ ଗ୍ରାମେ ଖୋଲିଲା, ବ୍ରୟେଲର କୁକୁଡ଼ା ଓ ସାର ଦିଆ ଗହମ, ଚାଉଳ ପନିପରିବା ମିଳିଲା, ଖାଦ୍ୟ ସୁରକ୍ଷା ହୋଇଛି ସତ, ୧୯୪୭ ର ୩୩ କୋଟି ଜନତା ଖାଦ୍ୟ ପାଇଁ ଅଭାବରେ ବିଦେଶକୁ ନିର୍ଭର କରୁଥିଲେ ସତ, କିନ୍ତୁ ବିଗତ ୨୫ ବର୍ଷରୁ ଉର୍ଦ୍ଧ ହେଲାଣି ରସାୟନ ଖତ, ଔଷଧ, ଭେକ୍ସିଁନ ଇତ୍ୟାଦି ପାଇଁ ତଥା ଖାଦ୍ୟ ଉତ୍ପାଦନ ଓ ଯୋଗାଣର ସମସ୍ୟା ନିବାରଣ ପାଇଁ, କିଛି ବନ୍ୟଞ୍ଚଳକୁ ଓ ସହରଙ୍କୁ ଛାଡ଼ିଲେ, ଖାଦ୍ୟ ଅସୁରକ୍ଷା ୧୪୦ କୋଟି ଜନସଂଖ୍ୟା ପାଇଁ ପ୍ରାୟ ହୋଇ ସାରିଛି। କିନ୍ତୁ ପରୋକ୍ଷରେ ବିଷାକ୍ତ ରସାୟନ ଖତ, ଔଷଧ, ଭେକ୍ସିଁନ ଘରେ ଘରେ ପ୍ରତ୍ୟେକ ଶରୀରକୁ ପଶିଯାଇଛି।
ତେବେ କହିବା କଥା, ସାର, ଔଷଧ, ଏବଂ ଖାଦ୍ୟ ଓ ଆଧୁନିକ ପାନୀୟ ରେ adultaration ବା ମିଲାବଟ, ପର୍ଯ୍ୟାପ୍ତ ଯୌନ ଉଦ୍ରେକ ସୃଷ୍ଟି କରୁ ନାହିତ?
ସହର ମାନଙ୍କରେ ଡାନ୍ସ ବାର, ଥିଏଟର, କ୍ଲବ ମାନଙ୍କରେ କାହିଁକି ଆଜି ଫ୍ରିଜ୍ ରେ ମଦ ରଖି କିଛି କିଛି ପରିବାର ମାନଙ୍କରେ ସପରିବାର ପାନ କରି ନାଚୁଛନ୍ତି।
ମଲ୍ଟୀ ପ୍ଲେକ୍ସ, ମଲ ଓ ଲୁଗା ଦୋକାନର ଉଦ୍ରେକ ଭରା ପୋଷ୍ଟର ଓ ସିନେମା ପୋଷ୍ଟର, ଯୁବା କାହିଁକି ବୃଦ୍ଧା ଓ ବୃଦ୍ଧଙ୍କ ଶରୀରରେବି ଯୌନ ଉଦ୍ରେକ ରାସ୍ତା ଉପରେ ସୃଷ୍ଟି କରୁଛି। ଗାଁ ଗାଁ କୁ ଅନେକ ଔଷଧ ଦୋକାନ ଖୋଲି ଲାଣି। ସେହି ଦୋକାନ ମାନଙ୍କରେ ନଗ୍ନ ଚିତ୍ରର କଣ୍ଡୋମ୍ ଡବା ସବୁଠୁ ଆଗରେ ସଯା ହୋଇ ରଖା ହୋଇ, ସବୁ ପ୍ରକାର ଗ୍ରାହାକର ଆଖିକୁ ଅନାବଶ୍ୟକ ଭାବରେ ଆକର୍ଷିତ କରି ଦୋକାନରୁ ସମାଜକୁ ଓ ଘରକୁ ପ୍ରେରିତ କରୁଛି।
ଭ୍ରୁଣ ହତ୍ୟା, ଅନିଚ୍ଛା ଗର୍ଭ ଧାରଣ, ବିବାହ ବହିର୍ଭୂତ ସମ୍ପର୍କ, ବିବାହ ପୂର୍ବରୁ ଯୌନ ଅନୁଭୂତି, କଣ୍ଡୋମ୍, ନିଶା ସେବନ, ଇତ୍ୟାଦି ଶବ୍ଦ, ଆଜିର ସମାଜରେ ସାମାନ୍ୟ ହୋଇ ସାରିଛି। ଏସବୁର କାରଣ ଓ ପ୍ରଭାବ ହେଉଛି, ଯୌନ ନିର୍ଯ୍ୟାତନା, ନାରୀ ଉତ୍ପିଡ଼ନ, ହତ୍ୟା ଇତ୍ୟାଦି।
ଆଗେ ନିଜ ଗ୍ରାମ ଓ ନିଜ ସହରରେ ହୋଟେଲ ଖିଆ ଲାଜ ଲାଗୁଥିଲା, ଆଜି କିନ୍ତୁ ଆୟ ଏତେ ବୃଦ୍ଧି ହେଲାଣି ଓ ସମୟ ଏତେ କମ ମିଲୁଛିଯେ ଅନେକେ ଜଳ ଖିଆଠୁ ଆରମ୍ଭ କରି ରାତିର ଡିନର ବା ରାତ୍ର ଭୋଜନ ବି ହୋଟେଲରୁ ଆଣି ଖାଉଛନ୍ତି। ସେଥିର ଦେଶୀ ବିଦେଶୀ ମସଲା, ତେଲ, ପ୍ରସ୍ତୁତି ପ୍ରଣାଳୀ ସନ୍ଦେହ ଜନକ।
ରୋଗକୁ ରୋଗ, ତା ସାଙ୍ଗକୁ ଯୌନ ଉଦ୍ରେକ ସୃଷ୍ଟି କରୁଛି ବୋଲି ଅନୁମାନ କରାଯାଏ। ଛୋଟ ଝିଅ ଆଠ, ନଅ ବର୍ଷରୁ ଋତୁ ଶ୍ରାବର ସମ୍ମୁଖୀନ ହେବାଟା, ଦେଖିବାକୁ ମିଳୁଛି। ପୁଅ ପିଲା ସେହି ବୟସରେ ଗାର୍ଲ୍ ଫ୍ରେଣ୍ଡ୍ ଖୋଜୁଛନ୍ତି। ପିତା ମାତାବି ଉତ୍ସାହିତ କରୁଛନ୍ତି। ଜନ୍ମ ଦିନ ପାଳନ ଦୃଶ୍ୟ, ପ୍ରିୱେଡିଂ ଦୃଶ୍ୟ ଗୁଡ଼ିକ ଏହା ସ୍ପଷ୍ଟ କରୁଛି।
ତାଉପରେ ଯୌନ ଉଦ୍ରେକ ଔଷଧବି ଆଜି ବଜାରରେ ଯଥେଷ୍ଟ ମିଳୁଛି। ବିକ୍ରୀ କରିବା ଉପରେ କିଛି ଲଗାମ ଓ ଆଇନ ଅଛି କି ନାହିଁ କହି ହେବନି।
ପାରିବାରିକ ଅଭାବ ଯୋଗୁ ପୁଅ ଓ ଝିଅ, ଅନ୍ୟ ସହରକୁ ଯାଇ ଅଳ୍ପ ବୟସରୁ ଉପାର୍ଜନ କ୍ଷମ ହେଉଛନ୍ତି। ଅଳ୍ପ ବୟସରୁ ଏକୁଟିଆ ରହି, ଉପାର୍ଜନ କ୍ଷମ ହେବା, ସ୍ଵାଧୀନ ଅନୁଭବ କରି ବିଳାସ ପ୍ରେମୀ ମାଲିକଙ୍କୁ ଅନୁସରଣ କରି ବଞ୍ଚୁଛନ୍ତି।
କର୍ପୋରେଟ ସଂସ୍କୃତି (ପାର୍ଟି କଲଚର) ରେ ପଶି ଅନେକ ଯୁବା ଯୁବତୀ, ମଦ ଓ ମଦ୍ୟପିଙ୍କ ଅଭ୍ୟାସ ଗୁଡିକକୁ ହାତଉଛନ୍ତି। ସି.ଇ.ଓ ଓ ସଂସ୍ଥା ମାନଙ୍କର ମୁଖ୍ୟ କାର୍ଯ୍ୟ ଭାର ହାଲୁକା କରିବା ପାଇଁ ମଦ ଓ ଅସ୍ବାଭାବିକ ସମ୍ପର୍କକୁ ପ୍ରୋତ୍ସାହିତ କରୁଛନ୍ତି। କର୍ମଚାରୀ ଓ ନୂଆ ପିଢ଼ି ଏହାକୁ ପ୍ରଗତିର ଚିହ୍ନ ଓ ଆଦର୍ଶ ଭାବି ବଂଚୁଛନ୍ତି।
ଅନେକ୍ ଛାତ୍ର ଛାତ୍ରୀ, ଉଚ୍ଚ ଶିକ୍ଷା ଓ ଭଲ ସିକ୍ଷା ପାଇଁ ଦୂରକୁ ଜାଇ, ଭୁଲ ଶିକ୍ଷକ ଓ ଶିକ୍ଷୟତ୍ରୀ ବା ଫାକଲ୍ଟୀଙ୍କ ବଡବଡିଆ ଅଭ୍ୟାସର ଶିକାର ହେଉଛନ୍ତି। ଭୁବନେଶ୍ୱର ଯାଇ ୧୯୯୫ ରେ ଏକ ହାଇ ଫାଇ ଅନୁଷ୍ଠାନରେ ପଢ଼ି ଏପ୍ରକା ବିଷୟ ଗୁଡ଼ିକ ସେ ସମୟରୁ ଦେଖିବାକୁ ମିଳିଥିଲା। ଶିକ୍ଷା ଅନୁଷ୍ଠାନ କୁ ଯାଇ ପିଲା ମଦ୍ୟପ ଓ ବ୍ୟଭିଚାରର ଶିକାର ହେବା ସେବେଠୁ ଦେଖିବାକୁ ମିଳିଛି।
ଜଉନ ନିର୍ଯ୍ୟାତନା, ସହରରେ ପାଠୁଆ ଓ ଧନୀ ମାନଙ୍କ ମଧ୍ୟରେ ହେଲେ, ହୂଆ ହଟ୍ଟା ହେଉଛି ଓ ଲୋକ ଲୋଚନକୁ ଆସୁଛି। କିନ୍ତୁ କୋର୍ଟ କଚେରୀରେ ଏହା ନିତିଦିନିଆ ଉଦାହରଣ। ଭିନ୍ନକ୍ଷମ, ଦରିଦ୍ର, ଗରିବ, ଅପାଠୁଆଙ୍କ ଯୌନ ନିର୍ଯ୍ୟାତନା ଗୁଡ଼ିକ ଲୋକ ଲୋଚନକୁ ଆସୁ ନାହିଁ।
ଭାରତରେ, ବୃଦ୍ଧା ଓ ଶିଶୁ ମାନଙ୍କ ପ୍ରତି ଯୌନ ଉତ୍ପୀଡନବି ଏକ ବ୍ୟାପକ ସମସ୍ୟା। ଏହି ଦୁଇ ଗୋଷ୍ଠୀ ପ୍ରାୟ, ଅଭିଯୋଗ କରନ୍ତି ନାହିଁ, କାରଣ ସେମାନଙ୍କ ଠାରେ ଅଭିଯୋଗ ସମ୍ବନ୍ଧୀୟ ସୂଚନା ଓ ଯାତାୟାତ ପାଇଁ ସକ୍ଷମତା ନଥାଏ।
ଉପରୋକ୍ତ ଆଲୋଚନା ଗୁଡିକରୁ ଏହା ଜଣା ପଡୁଛି, ଯୌନ ନିର୍ଯାତନା ଉପରେ preventive ଓ qurative ଉଭୟ ନିବାରଣତ୍ମକ ଓ ଦୂରୀକରଣ ବା ଚିକିଶାତ୍ମକ ପଦକ୍ଷେପ ନେବାକୁ ପଡିବ।
ସରକାର ଉଭୟ ପ୍ରତିକାର ଋଣ ନୀତି ପାଇଁ ଗାଁ ଠୁ ଆରମ୍ଭ କରି ସାଂସଦ ଯାଏଁ, ସଭା ସମିତି ଆୟୋଜନ କରି ଜନ ମତ ସଂଗ୍ରହ କରି, ପଦକ୍ଷେପ ନେବା ଉଚିତ୍।
ଭୟ ସୃଷ୍ଟି କରିବା ପାଇଁ ଆଇନ ପ୍ରଣୟନ କରାଯାଇ ପରେ କିନ୍ତୁ ଅନୁଷ୍ଠାନ, ବ୍ୟବସ୍ଥା ଓ ଦାୟିତ୍ଵ ଗ୍ରାମ୍ୟ ସ୍ତରରୁ ଆରମ୍ଭ କରି ବଜାର, ଅଫିସ, ସାଂସଦ ଓ ବନ୍ଦ କୋଠରୀ ରି ଠୁ ଆରମ୍ଭ କରି ମଲ୍ ଓ ଷ୍ଟାଡିୟମ ଯାଏଁ ପୋଲିସିଂ ବ୍ୟବସ୍ଥା ଓ ଅଧିକାରୀ ମୁତୟନ କରିବା ଉଚିତ୍। ଏହା ବେତନ ଦେଇ କରିବା ସମ୍ଭବ ଜଣା ପଡୂ ନାହିଁ।
ଏଇଥି ପାଇଁ, ଛତିଶଗଡର ନିଶା ନିବାରଣ ରେ ମହିଳା କମାଣ୍ଡୋଙ୍କ ଉଦାହରଣ ମନେ ପଡେ।
ପରତ୍ୟେକ ସ୍ଵୟଂ ସହାୟକ ଗୋଷ୍ଠୀକୁ ମହିଳା କମାଣ୍ଡୋ ଘୋଷଣା କରି ସେମାନଙ୍କୁ ରାତିରେ ଓ ଦିନରେ ନିଶା ନିବାରଣ, ନାରୀ ନିଜ୍ୟତାନା, ପ୍ରତିରୋଧ କରିବା ପାଇଁ, ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାଧ୍ୟମରେ ନାଲି ଟୋପି, ୱିସିଲ ଓ ଠେଙ୍ଗା ଦିଆଯାଇଛି। ଏମାନେ ମଦ୍ୟପଙ୍କୁ ଓ ନାରୀ ନିର୍ଯ୍ୟାତନା କରୀଙ୍କୁ ମିଳିତ ଭାବରେ ଦମନ୍ କରନ୍ତି ଓ ପୋଲିସକୁ ରିପୋର୍ଟ ଦିଅନ୍ତି। ପରେ ପୋଲିସ ଏହା ଉପରେ କାର୍ଯ୍ୟାନୁଷ୍ଠାନ କରନ୍ତି।
ସେମାନେ ଗ୍ରାମରେ ତଳସ୍ତରୀୟ ସୂଚନା ସଂଗ୍ରହକରି ଓ ପୋଲିସଙ୍କୁ ଅବିଳମ୍ବେ ସୂଚନା ପ୍ରଦାନ କରନ୍ତି। ଆବଶ୍ୟକ ସ୍ଥଳେ ଘାଟନା ସ୍ଥାନରେ ପହଞ୍ଚି ୱିଶିଲ ବଜାଇ ଏକଜୁଟ ହୋଇ ମହିଳା ନିର୍ଯ୍ୟାତନାକୁ ପ୍ରତିରୋଧ କରନ୍ତି। ଏହି କାର୍ଯ୍ୟକୁ ସମ୍ମାନ ଦେଇ ଭାରତ ସରକାର ଗୁଣ୍ଡର୍ଦେହି, ଦୁର୍ଗ, ଛତିଶଗଡ଼ର ଶ୍ରୀମତୀ ସମଶାଦ୍ ବେଗମ୍ ଙ୍କୁ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଛନ୍ତି।
ଓଦିଶାର ମିଶନଶକ୍ତି ମାଧ୍ୟମରେ ଗ୍ରାମେ ଗ୍ରାମେ ସ୍ଵୟଂ ସହାୟକ ଗୋଷ୍ଟିଙ୍କୁ ସହାୟତା ପ୍ରଦାନ କରା ଯାଉଅଛି। ଏହି ମିଶନ, ମହିଳାଙ୍କୁ ଆତ୍ମ ନିର୍ଭର କରିବା ପାଇଁ ଅନେକ ତାଲିମ ଦେଇ ସାରିଲାଣି। ଏବେ ନାରୀ ସୁରକ୍ଷା ଉପରେ, କିଛି ଆଇନ ବ୍ୟବସ୍ଥା ଉପରେ, ଯେପରିକି ପୋଲିସ କାମ, ଯେପରିକି ସନ୍ଦିଗ୍ଧଙ୍କ ଉପରେ ସୂଚନା ସଂଗ୍ରହ, ପୋଲିସକୁ ସୂଚନା ବିତରଣ ଓ ଜରୁରି କାଳୀନ ଅବସ୍ଥାରେ ଠେଙ୍ଗା ଦେଖାଇ ଦମନ କରିବା ଇତ୍ୟାଦି ଅଧିକାର ଗୁଡ଼ିକ ଦେବା ଉଚିତ୍।
ଆତ୍ମ ସୁରକ୍ଷା କରିବା ଅଧିକାର ପ୍ରତ୍ୟେକ ନାଗରିକଙ୍କୁ ଆଇନ ଦେଇଛି। କିନ୍ତୁ ଆମ ଦେଶରେ ମହିଳା ଏହାର ସତବିନିଯୋଗ କରି ପାରୁ ନାହିଁ ଓ ମହିଳାଙ୍କ ପାଇଁ ପୋଲିଶିଂ ବ୍ୟବସ୍ଥା ନାହିଁ। ମହିଳା ଥାନା ସବୁଜଗରେ କରିହେବ ନାହିଁ। କିନ୍ତୁ ପ୍ରତ୍ୟକ୍ ସ୍ଵୟଂ ସହାୟକ ଗୋଷ୍ଟି ଆଙ୍ଗସିକ ଭାବର ଏହି ଦାୟିତ୍ଵ ନେଇ ପାରିବେ। ମହିଳାଙ୍କୁ ଗୋଷ୍ଟି ଗତ ଭାବରେ ନିଜର ଓ ଅନ୍ୟ ମହିଳାଙ୍କର ଆଇନ ଗତ ସୁରକ୍ଷାର ଅଧିକାର ଦେବା ଅତି ଆବଶ୍ୟକ ହୋଇ ସାରିଛି।
ସହରରେ, ବଜାରରେ ପ୍ରତ୍ୟେକ ୫୦ ରୁ ୧୦୦ ପରିବାର ମଧ୍ୟରେ ବା ଗାଁ କୁ ଗୋଟିଏ ଦଳକୁ ଦାୟିତ୍ଵ ଦେଲେ, ସଚେତନତାବି ବଢିବ, ଦୂର୍ବ୍ୟୁତ୍ତଙ୍କ ଭିତରେ ଭୟ ସୃଷ୍ଟି ହେବ, ସୂଚନା ଆଦାନ ଓ ପ୍ରଦାନ ବି ସହଜରେ କରି ହେବ।
ସୋସିଆଲ ମିଡ଼ିଆ, ଯୌନ ଉଦ୍ରେକରେ କିଛି କମ କାରଣ ହୋଇକି ରହିନାହିଁ। ଏହାର ଦମନ ପାଇଁ ମଧ୍ୟ ସରକାର ସ୍କେନର, ସେନ୍ସର୍ ଓ ତଦାରଖ ର ମାଧ୍ୟମ ଗୁଡ଼ିକ ଆପଣାଇବାକୁ ପଡିବ।
ସର୍ବୋପରି, ବୟସ ପୁର୍ବରୁ ମା ଓ ବାପା ହେବା, ଶିକ୍ଷକ ଓ ଶିକ୍ଷୟତ୍ରୀ ଆଇନକୁ ଭୟ ନକରିବା, ଶିକ୍ଷା ପ୍ରାପ୍ତ ଅଧିକାରୀ କଠୋର ଆଇନ ଓ କାର୍ଯ୍ୟ ଶିଳ ଆଇନ ଦ୍ୱାରା ଆୟତ୍ତରେ ନ ଆସିବା ଯଦି ଲାଗିରହେ, ତେବେ, ଅସାମାଜିକ ଯୌନ ଉତ୍ପୀଡନ, ଏହି ଦେଶରେ ଓ ବିଶେଷ କରି ଓଡ଼ିଶାରେ ଯୌନ ଉତ୍ତ୍ପିଡନ ଓ ଯୌନ ଜନିତ ହତ୍ୟାକୁ କାବୁ କରି ହେବ ନହିଁ।
ଡୁଇଟ ଡେଭିଡ ଫିଲିପ,
ଓକିଲ ଓ ସମାଜ ସେବକ,
edit
No comments:
Post a Comment