‎ଆମେ ଭାରତୀୟ, ଆମର ସହିବା ଶକ୍ତି ବହୁତ୍‎

‎ଆମେ ଭାରତୀୟ, ଆମ ସହିବା ଶକ୍ତି ବହୁତ୍
‎________
‎ବସ ଯାଉଥାଏ, ଜଣେ ସହେ କିଲୋମିଟର ରୁ ଅଧିକ ଯାତ୍ରା କଲା ପରେ ବସ ପରିଶ୍ରା ଯିବା ପାଇଁ ଙ୍କୌନଶି ଜାଗାରେ ନ ରଖୁଥିବା ପାଇଁ କଣ୍ଡକ୍ଟର ଙ୍କୁ ବସ୍ ରଖି ପରିସ୍ରା କରାଇବାର ବ୍ୟବସ୍ଥା କରିବାକୁ କହିଲା କହିଲେ ଆଉ କୋଡ଼ିଏ ଲ କମିଟିର ପରେ ଡାକି ଦେବୁ କହିଲେ। ବସ ଟି ଭାଲ୍ଭୋ ଏସି, ଥଣ୍ଡରେ ପରିସ୍ରା ଆହୁରି ମାଡ଼ି ଆସୁଛି। ପ୍ୟାଣ୍ଟ୍ ଭିଜି ଲଜ୍ଜିତ ହେବି ଲାଗୁଥାଏ। ଅନୁରୋଧ ରକ୍ଷା କରି ମୁଁ ବସ୍ ରୁ ଓହ୍ଲାଇ ପଡ଼ିଲି। ରଖିଲି ମୋ ପଛେ ଅନେକ ଭାଇ ଓ କିଛି ଭାଉଣି ମଧ୍ୟ ଦୀଘା ସମୟ ଯାଏଁ ପରିସ୍ରା କରି ଚାଲିଛନ୍ତି। ବସ ରେ ମୁଁ ପ୍ରଥମେ ଓହ୍ଲାଇଥିଲେ ତେଣୁ ପ୍ରଥମେ ସାରି ବସ ରେ ପଶି ଦେଖିଲି ପ୍ରାୟ ବସ ଟି ଖାଲି।
‎ବଉଜିଲି ବୁଝିଲି, ଆମେ ଭାରତୀୟ, ଆମର ସହନ ଶକ୍ତି ଅଧିକ। 
‎ଟ୍ରେନ ରେ କେସିଙ୍ଗା ରୁ କଲିକତା ଯାଏଁ। ସମଲେଶ୍ଵରୀ ଏକ୍ସପ୍ରେସରେ ବାର ବର୍ ଦେଖିଛି, ଏସି ଖରାପ ହୋଇଯାଏ। କଅଁଳ ଶିଶୁ ବୃଦ୍ଧା ମାଁ, ବ୍ୟାକୁଳ ହେଉଥିଲେ ବି, ପ୍ରାୟ କେହି ଯାଇକି ଅଭିଯୋଗ କରନ୍ତି ନାହିଁ। ଯଦି ସମ୍ବଲପୁର କିମ୍ବା ରାଉରକେଲା ରେ କିଛି କରଗଲତ ଭଲ ନ ହେଲେ, କଷ୍ଟେ ମାଷ୍ଟେ ପହଞ୍ଚିବାକୁ ପଡ଼େ। ସେହି ପ୍ରସାଧନ ଏରୀୟା ର ସ୍ବଚ୍ଛତା କଥା ନ କହିଲେ ଭଲ। 
‎ ପ୍ୟାଣ୍ଟି କାର ସାଧା ଖାଦ୍ୟ ୮୦ ରେ ରେଲୱେ ଚାଟ କହିଲା ବେଳକୁ ସର୍ଭିସ ବଏ ଦାମ୍ ତାଠୁ ଅଧିକା ନିଅନ୍ତି। ଥରେ କଣ ଅନେକ ଥର ଅଭିଯୋଗ ଦେଇ, ଖାଦ୍ୟ ନ ପାଇ ହଇରାଣ ହେବାକୁ ପଡ଼ିଛି। 
‎ ପାଣି ଗଲିବା, ଶିଟ ଭିଯିଥିବା, ଷ୍ଟେସନ ନ ଥାଇ ରଖିବା ଓ ଷ୍ଟେସନ ଥାଇ ନ ରଖିବା ତ ସାଧାରଣ ବିଷୟ। କାରଣ ବୋଧେ, ଆମ ନିଷ୍ପତ୍ତି ନେବା ଅଭିଭାବକ, ମନ୍ତ୍ରୀ, ବିଚାର ପଟି, ଆଇ ଏ ଏସ ଏହି ପ୍ରକାର ଗାଡ଼ି ମାନଙ୍କରେ ଯାଆନ୍ତି ନାହି କିମ୍ବା ଗଲେବି, ବାଛି ବାଛି ସେ ପ୍ରକାର ଗାଡ଼ିରେ ଯାଆନ୍ତି। ବା ସେମାନଙ୍କୁ ଅଧିକାରୀ ମାନେ ବ୍ୟବସ୍ଥା ନିଶ୍ଚିତ କରାଇ ଦିଅନ୍ତି।
‎ଭାରତରେ ରେଳ, ବସ, ଉଡାଜାହାଜ ଏକସି ଡେଣ୍ଟ ସାଧାରଣରେ ଘଟୁ ଛି । ଆମ ସବୁ ପାଠକ ଘରେ ଏଲକସିଦେଣ୍ଟ ମୃତ୍ୟୁ ହୋଇ ଥିବ। ଯଦି ହୋଇନି, ଏସ୍ୱରଙ୍କୁ ଅଶେଷ ଧନ୍ୟବାଦ୍। ଗାଡ଼ି ନ ଚଲେଇ ଆଠଟି ଏକସିଦେଣ୍ଟର ଶିକାର ହୋଇଛି।
‎କିନ୍ତୁ ଆମେ ପରିଣାମ ଭୋଗି ସାରି ବି ଆମେ ଅଭିଯୋଗ ଦେଉନାହିଁ।
‎ରଅହୁଲ ରାହୁଲ ଗାନ୍ଧୀ ଅଭିଯୋଗ ଆଣି ଆଣି ଲଜ୍ଜିତ ଓ ହେୟ ମିନିତ। ନ୍ୟାୟାଳୟ ଉତ୍ତର ଦେବ। କିନ୍ତୁ ଭାରତର ଅନ୍ୟକ୍ ବିଚାର ଦଲିଲ, jurisprudenc ଓ ବତୁରାଇ ଜଷ୍ଟିସ ପଢ଼ିଲବଲକାଙ୍କୁ ରୁଚି ଲାଗୁ ନାହିଁ। ତେବେ ଆରୁଚା ହେଲେ ଆମେ କେତେଜଣ ଅଭିଯୋଗ ନେଇ ଠିଆ ହୋଇ ପାରିଛୁ। ସୂଚନାର ଅଧିକାର ଥାଇ ଆମ ଉଚିତ୍, ଅଜଆଗର୍ତା।
‎ଆଭିଯୋଗ, ବିକ୍ଷୋଭ ଓ ପ୍ରତିବାଦ କେବଳ ଗଣତାନ୍ତ୍ରିକ ଅଧିକାର ନୁହେଁ। ଏହା ଏକ ମାନବୀୟ ପ୍ରବୃତ୍ତି। ଶିଶୁ କାନ୍ଦେ। ମାଁ ଓ ଅଭିଭାବକ ଶୁଣନ୍ତି। ସୁଣିଚଳିଲେ ସମସ୍ୟା ସମାଧାନ ହୋଇ ଚାଲେ। ଶିଶୁ ଯିବାରୁ ବୃଦ୍ଧ ହେବାଯାଏ ଗୁଣାତ୍ମକ ଜୀବନ ବିତାଏ। ମାଁ କି ଅଭିଭାବକ ନ ଶୁଣିଲେ ଧୀରେ ଧୀରେ ଶିଶୁ ସେହିବାଟ ଟା କୁ ଅଭ୍ୟାସରେ ପାରି ଣତ ହୋଇ ଯାଏ। 
‎ଦାରିଦ୍ରୀୟତା, ଅବହେଳା, ସାହିବା ପରିସ୍ଥିତିର ପ୍ରତିଫଳନ। ଦରିଦ୍ରତାର ଚକ୍ର କୁ ଭାଙ୍ଗିବାକୁ ହେଲେ, ଆନ୍ଦୋଳନ, ବିପ୍ଳବ ଅର୍ଥାତ ସ୍ୱର ଉତ୍ତୋଳନ ଆବଶ୍ୟକ। 
‎ଆଜି ଓଡ଼ିଶାରୁ ଦୁଇ ଜଣ ଆଦିବାସୀ ବିକାଶର ବ୍ୟବସ୍ଥାର ପ୍ରମୁଖ ଭୂମିକାରେ। ନ୍ୟାୟ ଦେବା ଓ ପ୍ରଶାସନ ପରିଚାଳନା କରିବା ଓ ରାଜନୀତିର ଗୋଟି ଚାଳନା ତାଙ୍କରି ହାତରେ। କିନ୍ତୁ, ଆଦିବାସୀ, ଗିରିଯନ୍, ମୂଳ ନିବାସୀ, ପାନୀୟ ଜଳ, ଛାତ୍, ରାସ୍ତା, ପ୍ରସାଧନ, ବସନ ଇତ୍ୟାଦି ସୁବିଧରୁ ବାଞ୍ଛିତ। ଓଡ଼ିଶାରେ ଶ୍ରପ୍ରକର ଉପେଖିତଙ୍କ ସଂଖ୍ୟା ଦସ ଶତକଡା ନିଶ୍ଚିତ ହେବ। ଭାରତରେ ରାଷ୍ଟ୍ରପତି ଆଜି ମୁର୍ମୁ, ଓଡ଼ିଶାରେ ମୁଖ୍ୟ ମନ୍ତ୍ରୀ ମୋହନ।
‎ଗାନ୍ଧୀଙ୍କ ରାମ ରାଜ୍ୟ, ସ୍ବପ୍ନ ହୋଇ ରହିଲା ଏହି ଦଶନ୍ଧିରେ ବି। ମୋଦୀଙ୍କ ଘର ଘର ପାଇଖାନା, ଘର ଘର ପାଣି, ବିକଲି ଆଉ କେତେ ଦଶନ୍ଧି ଲାଗିବ ପ୍ରଶ୍ନ। 
‎ରଅସ୍ତ୍ରପତୀଙ୍କ ଶାଢ଼ୀ, ମୁଖ୍ୟ ମନ୍ତ୍ରୀଙ୍କ କୋର୍ଟ, ଦେଖି ମୋତେ ବକାସ କର୍ମିକୁ ଲାଗେ, ମୁଁ ତ ପାଇନି, ମୋର ଲାଞ୍ଜିଗଡ଼, ଥୁଆମୂଲ୍ ରାମପୁର ଓ ବାଇପରିଗୁଡ଼ା, ମଲ୍ଲଗିରି ର ଭାଇ ଭାଉଣୀ , ଲାଗେ ଦାଇପର ବା ସାନିଟାରୀ ପେଡ କଥା ଛାଡ, ଚଢ଼ି, ବ୍ଲାଉଜ, ବ୍ରା ଟେ କିଣିବାଠୁ ତେଲ ଲୁଣ କିଣିବା ପାଇଁ ବର୍ଷ ସାରା ଅର୍ଥ ରୋଜଗାର କରି ପାରୁନାହାନ୍ତି। ବ୍ୟବସାୟୀ ଓ ବୁଦ୍ଧିଜୀବୀ ୩୦ ଶତକଡା ଲକ୍ଷ୍ୟ ଉପରେ ମାସିକ ରୋଜଗାର କଲାବେଳକୁ, ୫-୧୦ ଶତକଡା ବିଶେ ସ କରି primitive tribe ଏବେବି କୁପୋଷଣ ର ଶିକାର। ଝାଡ଼ଖଣ୍ଡ ର ମାଲତୋ ଓ ହୋ, କଳାହାଣ୍ଡିର କୁଟିଆ, ମାଲକାନଗିରି ର ବଣ୍ଡା ଯାହାଙ୍କୁ ମୁଁ ୨୦୨୩-୨୫:ଭିତରେ ଏବେ ବି ଦେଖିଛି। ଲାଗେ ମୁଁ କଣ କରୁଛି। ମୁଁ କଣ ସ୍ୱର ଉଟୁଲାନ କରିଛି, ସଂଗ୍ରାମ, ବିପ୍ଳବ ଓ ଅଭିଯୋଗ କରିଛି।
‎ବଣ୍ଡା ଦସ୍ ପନ୍ଦ୍ର୍ବ କିଲୋମିଟର ଚାଉଳ ପଚିଶ କେଜି ପାଇଁ ପାହାଡ ଚଢ଼ି ଉତ୍ତୁରୁଛନ୍ତି। ଆମେ ଲିଫ୍ଟ ନାହିଁ ବୋଲି, ଟ୍ରେନ ବସ ରେ ନ ଜାଇ ଏରୋପ୍ଲାନ ରେ ଯାଉଛୁ।
‎ମୁତ୍ୟୁର ସମୟକୁ ଘୁଞ୍ଚାଇ ନେବାକୁ ଲୋକେ ସହର ବାସି। ଏମ୍ସ, ଆଇ ଆଇ ଏମ୍ମ, କୁଟିଆ, ମାଲତୋ ଓ ହୋ ଜନ ଜାତିଙ୍କ ଗହଣରେ ହୋଇ ପାରିନି। ସହର ବାସି ସେଠିକୁ ଜିବେନେ। ଜନ ଜାତି ଆସିବେ ସହରକୁ। କିନ୍ତୁ ବେଦାନ୍ତ, ରୁଗଟା, ତାତସେ କିନ୍ତୁ ତାଙ୍କ ଖଣି ଖନନ ପାଇଁ ଜଙ୍ଗଲ ଭିତରେ ଯାହାବି କରୁଛନ୍ତି।
‎ଦୁଃଖ ଲାଗେ ବେଦାନ୍ତ, ରୁଗଟା, ଟା ଟା ବୋଉନ୍ଦ୍ରୀକୁ ଲାଗି ଜରି ଘରେ ରହୁଛନ୍ତି ଆମ ଆଦିବାସୀ।
‎ଆଭିଯୋଗା ଥିଲେ ଆନ୍ଦୋଳନ ହେବ, ଆନ୍ଦୋଳନ ବିପ୍ଳବ ସୃଷ୍ଟି କରିବ ଓ ବିପ୍ଳବ ପରିବର୍ତ୍ତନ ଆଣିବ। ଫ୍ରାନ୍ସ, ଋଷିଆ, ଚିନ, ଭାରତ, ଆଫ୍ରିକା ଆମେରିକା, ବିପ୍ଳବର ପରିଣାମ।
‎ କିନ୍ତୁ ଆଜିର ଜନଜାତି ଓ ତାଙ୍କ ହେତେଶି କଣ ଫ୍ରାନ୍ସ, ଋଷିଆ, ଚିନ, ଭାରତ, ଆଫ୍ରିକା ରେ ନାହାଁନ୍ତି। 
‎ବହରତାର ଦଳିତଙ୍କ କଥା ନ କହିଲେ ଭଲ। ଅଛୁଆ ପ୍ରଥା, ସ୍କେଭେଙ୍ଗିଂ, ଭୂମିହୀନ ତା, କୁପୋଷଣ, ସାଇକଲ ସେଲ ସୋକେଶ ପରି ଦଳିତଙ୍କ ମଧ୍ୟରେ ରଖି ହଜି ନଯାଉ ବୋଲି ରଖା ଯାଇଛି।
‎ ରୁସୋ, ଗାନ୍ଧୀ, ଲିଙ୍କନ, ଲୁଥାର ବୋଧେ ଆଦିବାସୀ ଭିତରେ ଜନ୍ମ ନେଇ ନାହାଁନ୍ତି। କିନ୍ତୁ ବର୍ଷ ମୁଣ୍ଡା, ରିନ୍ଦୋମଜି ତ ଉଦାହରଣ ସୃଷ୍ଟି କରି ସାରିଛନ୍ତି।
‎ମଅଟେ ମୋତେ ଲାଗୁଛି ଆଜିର ରାଜ ନେତା ଓ ରାଜନୀତି ଦଳ କ୍ଷମତା ଓ ପ୍ରଚୂର୍ଯ୍ୟତର ଲୋଭରେ ଅଭିଯୋଗ, ଆନ୍ଦୋଳନ ଓ ବିପ୍ଳବ କରୁଛନ୍ତି କିନ୍ତୁ ହର୍ଡିକତା ନାହିଁ। ହର୍ଡିକଟତା ଥିଲେ ଶାସନକୁ ଆସିଲା ପରେ ଏତେ ଦାମି କପଡା ଅଭାବିଙ୍କୁ ଦେଖି ଦେଖି ପିଢ଼ି ହେବକି। ଗାନ୍ଧୀ ଭାରତ ସ୍ଵାଧୀନ ହେଲା ପରେ ଧୋତି ଓ ଗାମୁଛା ପିନ୍ଧା ଛାଡ଼ି ନଥିଲେ। ଦାମୀ ଆସବାବ ପତ୍ର ବ୍ୟବ ହର କରିନଥିଲେ। 
‎ଆର୍ ଏସ ଏସ ହେଉ କି କଂଗ୍ରେସ ଦଳ ହେଉ ବା ଆଉ କୌଣସି ଦଳ ହେଉ, ଦଳ ଅଭିଯୋଗ, ଆନ୍ଦୋଳନ ଓ ବିପ୍ଳବର ମାଧ୍ୟମ ହେବା ଉଚିତ୍ ଏହା ନିଜର ବା ଦଳ ର ଶେଷ ଉଦ୍ୟେଶ ନହୋଇ ଏକ ବିକାଶ କରାଇବାର କେବଳ ଏକ ମଧ୍ୟମ ହେବା ଉଚିତ୍।
‎ଆଅଣ ଆନ୍ନା ଆନ୍ଦୋଳନ ର ଅନେକ ନେତା ଗଣ ପ୍ରଶାସନ ଓ କ୍ଷମତା ପାଇ ଖାଦ୍ୟ, ବସ୍ତ୍ର, ଆସବାବ ପତ୍ର ଇତ୍ୟାଦି ଭୋଗ କଲେ, ସୁରକ୍ଷା ପାଇଁ ଯାହା ଆବଶ୍ୟକ ତାକୁ ପ୍ରଶ୍ନ ଉଠାଇ ହେବ ନାହି, କିନ୍ତୁ ଦେଶରେ ମୂଲ ନିବାସୀ ଓ ବସ୍ତି ବାସି ଥାଉ ଥାଉ, ରାଷ୍ଟ୍ରପତି, ପ୍ରଧାନ ମନ୍ତ୍ରୀ, ଗଭର୍ଣ୍ଣର ଓ ମୁଖ୍ୟ ମନ୍ତ୍ରୀ ଉଆସ ଓ ଖାଦ୍ୟ, ବସ୍ତ୍ର, ଆସବାବ ପତ୍ର ଇତ୍ୟାଦି କେମିତି ଜଣେ ଅଭିଯୋଗ କାରୀ , ଆନ୍ଦୋଳନ କରି, ବିପ୍ଳବୀ ଭୋଗ କରି ପାରିବ। 
‎ଆଜିର ରଜନ୍ୟତିକ ଅଭିଯୋଗ, ଆନ୍ଦୋଳନ ଓ ବିପ୍ଲବ କେବଳ ସୁବିଧା ପାଇ ବାର ଛଦ୍ମ ରୂପ ନ ହୋଇ ବାସ୍ତବ ରୂପ ନେଉ। ମୋର ପ୍ରାର୍ଥନା ଆଜିର ଗାଳି ଶୁଣା ମାଁ ଅଭିଯୋଗ କାରୀ, ଆନ୍ଦୋଳନ କାରୀ ଓ ବିପ୍ଲବ କାରୀ ଶିଶୁ ମାନଙ୍କୁ ଜନ୍ମ ଦେଉ ଯିଏ କି ସମ୍ବିଧାନ ଜନ ଜାତିଙ୍କ ପାଇଁ ଲେଖିବ ଓ ଯଥେଷ୍ଟ ସ୍ଥାନ ସମ୍ବିଧାନରେ ନ ମିଳିଲେ ଦିରେକ୍ଟିଭ ପ୍ରିନ୍ସିପ୍ଲେସ ଅଫ ଷ୍ଟେଟ ପଲିସି ଲେଖିବ।
‎ରାମାୟନ,ମହାଭାରତ, କୋରାନ, ଗ୍ରନ୍ଥାସହିବ ଓ ବାଇବେଲ ଆମ ଦେଶ ପାଇଁ ବୋଧ ହୁଏ କମ ପଡ଼ିଗଲା। ଏବେ ଏହିଗ୍ରନ୍ତର ଭୁମିକା ଗୁଡ଼ିକ ପୁରୁଣା ହୋଇ ଗଲେ ଣି। ଏବେ ଆମ ନୂଆ ବିବାହିତା କୁପୋଷଣ ଗ୍ରସ୍ଥା ମାଁ ମାନଙ୍କୁ ନୂଆ ଭୂମିକା ରେ ନୂଆ ଏକ୍ଟରଙ୍କୁ ଜନ୍ମ ଦେଇ ନୂଆ କାହାଣୀ ଲେଖିବାକୁ ପଡ଼ିବ। 
‎ଦୁଇଟ ଡେଭିଡ ଫିଳିପ୍ 
‎ବହୱାନିପାଟଣା 
‎କଳାହାଣ୍ଡି

edit

No comments:

Post a Comment

Contact Here

Name

Email *

Message *