ସତ

ସତ
‎----------
‎ତୁମେ ଆସିବ ବୋଲି ମୁଁ ତାଙ୍କଠୁ ଶୁଣିଲି, 
‎ ସେ ଯେ କହିଲେ, ଜାଣିଲି ତୁମେ କହିଛ ବୋଲି,
‎ ଭାୟା ମିଡ଼ିଆ ଖବର ଭଲ ଲାଗୁନି,
‎ ସ୍ପଷ୍ଟ ବାଦି ସାହସୀ, ଏମିତି କାହିଁକି,
‎ ଆସିବ ଯଦି, ସିଧା ମୋତେ କହୁନ କହିକି? 
‎ ପ୍ରସ୍ତୁତ ହେବି ନୂଆ ପିନ୍ଧି
‎ ପ୍ରସ୍ତୁତ ହେବି ଘର ସଜାଡି
‎ ପ୍ରସ୍ତୁତ ହେବି ବ୍ୟଞ୍ଜନ ତିଆରି
‎ ପ୍ରସ୍ତୁତ ହେବି ଦୀପ ଜାଳି
‎ ଜଗିବି ପଥ, ତୁମକୁ ଚାହିଁ
‎ ଆଶିବ ଯଦି କହୁନ କାହିଁକି
‎ ମୁଁ ବି ତୁମର ହୋଇ ସାରିଛି
‎ ବର୍ଷା ହୋଇଛି ଭିଜି ଯାଇନି
‎ ଖରା ଆସିଛି ମଉଳି ଯାଇନି
‎ ଶୀତ ଆସିଛି କାକର ସହିଛି
‎ ଜାଗିବି, ସ୍ବପ୍ନ ରେ ଯଦି ଆସିବ?
‎ ଶୋଇବି ଯଦି, ଫେରି ନଯିବ?
‎ କହିବ ଯଦି, ଉଜାଗାର ରହିବି
‎ କହିବ ଯଦି, ପଡ଼ି ପଡ଼ି ଜଗିବି
‎ କହୁନ କାହିଁକି, ଖବର ସତ ନା ମିଛ? 
‎ ସତ, ସେ ଆସୁଛନ୍ତି କହୁଛି ଗ୍ରନ୍ଥ! 

ଡେଭିଡ
୫/୧୨/୨୦୨୫

edit

No comments:

Post a Comment

Contact Here

Name

Email *

Message *