ଗଲେ ଆସିଲେ ଭଲ

ଗଲେ ଆସିଲେ ଭଲ
------------------
କିଛି ଗଛ ମରି ଗଲେ ଭଲ
ଅନାବନା ସଫା ହୋଇଯାଏ
ଜିନିଷ ଡିଆ ଖାଇଲେ ଭଲ
ଅନାବଶ୍ୟକ ଜିନିଷ ଫିଙ୍ଗି ହୁଏ
କିଛି ଲୋକ ମରି ଗଲେ ଭଲ
ପୋଲ ପଟି ସବୁ ଢାଙ୍କି ହୁଏ

ମରଣ ଓ ଡିଆ ଉଭୟେ ଭଲ
ନୂଆ ପଞ୍ଜି କରଣକୁ ସୁବିଧା ମିଳେ

ମରୁଡି ଆସିଲେ ଭଲ
ଭୁଇଁ ବିଶ୍ରାମ ପାଏ 
ବଢ଼ି ଆସିଲେ ଭଲ
ଜମି ହିଡ ଲିଭି ଯାଏ 
କଳୀ ଆସିଲେ ଭଲ
ପରିବାର ଭାଙ୍ଗି ଯାଏ
ପିଢ଼ି ଚାଲି ଗଲେ ଭଲ
କହିବା ଲୋକ ନଥାଏ

ଏପ୍ରକାର ଚିନ୍ତକ ଭଲ
ସମାଜ ତାକୁ ଚିନ୍ନେ 

ଭାରତ ଏବେ କଣ?
ନୂଆ ପିଢ଼ି ସେ କହିବେ...... !

ଡୁଇଟ ଡେଭିଡ ଫିଲିପ୍ 
ଓକିଲ ଓ ସମାଜ ସେବୀ
ଭବାନୀପାଟଣା

ଭଲ
------------------
କିଛି ଗଛ ମରି ଗଲେ ଭଲ
ଅନାବନା ସଫା ହୋଇଯାଏ
ଜିନିଷ ଉଇ ଖାଇଲେ ଭଲ
ଅନାବଶ୍ୟକ ଜିନିଷ ଫିଙ୍ଗି ହୁଏ
କିଛି ଲୋକ ମରି ଗଲେ ଭଲ
ପୋଲ ପଟି ସବୁ ଢାଙ୍କି ହୁଏ

ମରଣ ଓ ଉଇ ଉଭୟେ ଭଲ
ନୂଆ ପଞ୍ଜି କରଣକୁ ସୁବିଧା ମିଳେ

ମରୁଡି ଆସିଲେ ଭଲ
ଭୂଇଁ ବିଶ୍ରାମ ପାଏ 
ବଢ଼ି ଆସିଲେ ଭଲ
ଜମି ହିଡ ଲିଭି ଯାଏ 
କଳୀ ଆସିଲେ ଭଲ
ପରିବାର ଭାଙ୍ଗି ଯାଏ
ପିଢ଼ି ଚାଲି ଗଲେ ଭଲ
କହିବା ଲୋକ ନଥାଏ

ଏପ୍ରକାର ଚିନ୍ତକ ଭଲ
ସମାଜ ତାକୁ ଚିହ୍ନେ 

ଭାରତ ଏବେ କଣ?
ନୂଆ ପିଢ଼ି ସେ କହିବେ...... !

ଡୁଇଟ ଡେଭିଡ ଫିଲିପ୍ 
ଓକିଲ ଓ ସମାଜ ସେବୀ
ଭବାନୀପାଟଣା

edit

No comments:

Post a Comment

Contact Here

Name

Email *

Message *