ସମୟ କହିବ
Friday, September 5, 2025
ଅକ୍ଷର ଅ ଠୁ କ୍ଷ ନୁହେଁ କାହାର
ପାତାଳଠୁ ଆକାଶେ ଲେଖିପାର
ସମୟ ଓ ଲେଖନୀ ସବୁ ହାତେ
ଇତିହାସ ସୃଜନ ଯେ ଜନଙ୍କୁ ଗଣେ
ସମୟ ତୁମେ ଅତି ସ୍ପଷ୍ଟ
ପ୍ରମାଣ ଓ ଛଳନା ତୁମ ବକ୍ଷ
ଗାନ୍ଧୀବାଦ କି ଗଡସେବାଦ
ମନୁବାଦ କି ସମ୍ବିଧାନ ଆମକୁ ପ୍ରଶ୍ନ
ଆସିବ ନିଶ୍ଚେ ଭଲ ଦିନ,
ଲହରିବ ତ୍ରିରଙ୍ଗା ପାଇ ପବନ
ଗାଇବା ମିଶି ଜନ ଗଣ ମନ,
ଖୁସିରେ ଗାଇବେ ପିଲାଗଣ
ହିନ୍ଦୁ ମୁସଲମାନ ଶିଖ ଇସାଇ
ଗଢିବେ ଭାରତ ସାଙ୍ଗ ହୋଇ
ସମୟ କହୁଛି ଭୁଲ ହେଲା
ସମୟ କହିବ ଠିକ୍ ହେଲା
ଗାନ୍ଧୀ ମରି ଗାନ୍ଧୀ ଜନ୍ମିଲା,
ଗାନ୍ଧୀ ହାରି ଗାନ୍ଧୀ ଆସିଲା,
edit
No comments:
Post a Comment