ତୁ ଗୁହାରି କରିବୁ ଜାହାକୁ, ମୁଁ ଘଇତା କରିଛି ତହାକୁ।
Wednesday, June 3, 2026
ତୁ ଗୁହାରି କରିବୁ ଜାହାକୁ, ମୁଁ ଘଇତା କରିଛି ତହାକୁ।
---------
ଶେଷରେ କଣ ହେଲା,
ଦେଶକୁ ଆଉ ଥରେ ଜାତି ଓ ଧର୍ମରେ ଭାଗ କରିଦେଲ। SIR କରି ଖ୍ରୀଷ୍ଟିଆନ, ମୁସଲମାନ ମାନଙ୍କୁ ନାଗରିକତାରୁ ବାହାର କରୁଛ, ଆମେ ଯିବୁ କେଉଁଠିକି। ଆମର ଡି.ଏନ୍.ଏ. ଭାରତର। ତୁମ ଧର୍ମ ଓ ତୁମ ଜାତି ବାଦ୍ କୁ କାହିଁକି ଗ୍ରହଣ କରିବୁ।
ମୁଖ୍ୟ ନିର୍ବାଚନ ଆୟୋଗ ଯଦି ପକ୍ଷ ନିଅନ୍ତି ତୁମର, ମୁଖ୍ୟ ବିଚାରପତି ଯଦି ପକ୍ଷ ନିଅନ୍ତି ତୁମର, ରାଷ୍ଟ୍ର ପତି ଯଦି ପକ୍ଷ ନିଅନ୍ତି ତୁମର, ମୁୁଖ୍ୟ ସୂଚନା ଅଧିକାରୀ ଯଦି ପକ୍ଷ ନିଅନ୍ତି ତୁମର, କାହିଁକି ନ କହିବ, "ତୁ ଗୁହାରି କରିବୁ ଜାହାକୁ, ମୁଁ ଘଇତା କରିଛି ତହାକୁ" । ୧୯୪୭ ପୂର୍ବରୁ ଯାହା ନଥିଲା ଆମ ଭାରତ ସମାଜ, ତାହା ଆଜି ଆମର ସମାଜ ହୋଇ ସାରିଛି। ଆଜିର ସମାଜ, ଆଗଠୁ ଆଉ ବିଭାଜିତ।
ଏବେତ ଦେଶକୁ କିଏ ଆକ୍ରମଣ କରିବେନି, ତୁମେ ଆମକୁ, ଖ୍ରୀଷ୍ଟିଆନ, ମୁସଲମାନ, ଶୁଦ୍ର ଓ ଦଳିତଙ୍କୁ, ଆଉ ଜଙ୍ଗଲ ନ ଛାଡ଼ିଲେ ଆଦିବାସୀଙ୍କୁ ଆକ୍ରମଣ କରୁଛ। କିନ୍ତୁ ତୁମେ ଏଥିପାଇଁ ଦାୟୀ ନୁହଁ, ତୁମ ପଛର ଉପନିବେଶବାଦ ଏହାର ଗୋଟି ଚାଳକ। ସେମାନେ ମାରୁଛନ୍ତି। ପଇସା ବା ସମ୍ପତି ସର୍ବସ୍ୱ ଏହା ଧର୍ମଗୁରୁ ଓ ରାଜନେତାଙ୍କ ଚିନ୍ତା ନୁହେଁ, ଏହା କମ୍ପାନୀ ବାଦି ମାନଙ୍କର। ସେ ପଇସା ବା ସମ୍ପତି ପାଇଁ ଜୀବନ ନେଇ ପାରନ୍ତି। ଟ୍ରମ୍ପ ଓ ନିତେୟାହୁଙ୍କୁ କମ୍ପାନୀ ଯୁଦ୍ଧ ଖୋର୍ କରିଛି ଓ ମଣିଷଙ୍କୁ ମାରୁଛି। ଶିଶୁ, ମହିଳା, ବିକଳାଙ୍ଗ, ବୃଦ୍ଧଙ୍କୁ ବି ଛାଡୁନାହିଁ।
ତୁମେ ଆମକୁ କେମିତି ମାରୁଛ, ଭୋଟର ଲିଷ୍ଟରୁ ବାହାରକରି ମାରୁଛ, ସାମାଜିକ ସୁରକ୍ଷା ସ୍କିମ୍ସରୁ ବାହାର କରି ମାରୁଛ, ସରକାରୀ ଜମି ବୋଲି ଅଧିଗ୍ରହଣ କରି ମାରୁଛ। ତୁମ ପାର୍ଟିରେ ଥିଲେବି ନିର୍ବାଚିତ ହେବା ପାଇ ପାର୍ଟି ଟିକେଟରୁ ବାଦ ଦେଇ ମାରୁଛ। ନବାଜ ଅଦା କରିଗଲେ, ଗୀର୍ଜା ଗଲେ ମାରୁଛ, ଆମ ତିଆରି ଓ ପରିଚାଳିତ ସ୍କୁଲ କଲେଜ, ହସ୍ପିଟାଲରେ ତୁମ ନିୟମ ଗୁଡ଼ିକ ଲଗାଇ ଆମକୁ ମାରୁଛ।
ଆମେ ବା ଆମ ପରିବାର ର ଲୋକ କଣ କରିବୁ? ତୁମ ଧର୍ମରେ କେମିତି ମିଶିବୁ? ତୁମର କେଉଁ ଜାତିରେ ମିଷିବୁ? ତୁମ ଜାତି ଓ ଧର୍ମ କଣ ଆମକୁ ବଞ୍ଚିବାକୁ ଦେବ? ଆମ ପୁଅ ଝିଅ କାହାକୁ ବାହା ହେବେ। ଆମେ କଣ ମନ୍ଦିରର ପୂଜାରୀ ହୋଇ ପାରିବୁ?
ତୁମେ ବି ଏସବୁ କରି ନିଜ ଧର୍ମର ଓ ଜାତିର ଉନ୍ନତି କରୁ ନାହଁ। ତୁମେ ଜନ ସାଧାରଣଙ୍କ ଧର୍ମ ଓ ଜାତି ଭିତ୍ତିକ ମନସ୍ତାତ୍ତ୍ୱିକ ସ୍ଥିତିକୁ ଓ ଶିକ୍ଷାକୁ ଓ ଅପରିପକ୍ୱ ଭାବନାକୁ ଉଦ୍ରେକ କରି, ଭଗବାନ ମାନଙ୍କ ନାମ ନେଇ, ଭୋଟ ଟାଣି ଶାସନରେ ରୀତିମତ ରହିବା ପାଇଁ ଚାଲ ଖେଳୁଛ।
ତୁମର ଆର୍ଥିକ ନୀତିକୁ, ମୋନଟେକ୍ସ ଆଲୁୱାଲିଆ, ଅମର୍ତ୍ତ୍ୟ ସେନ୍, ଅଭିଜିତ୍ ବାନାର୍ଜୀ, ରଘୁରାମ ବାନାର୍ଜୀ, କାହିଁକି ପସନ୍ଦ କରୁନାହାନ୍ତି? ତୁମର ଇତିହାସ ବ୍ୟାଖ୍ୟା, ସାମାଜିକ ଓ ରାଜନୀତି ଗୋଟି ଚାଳନାକୁ ରାମ ପୁନିଆ, ରୋମିଲା ଥାପର କାହିଁକି ପସନ୍ଦ କରୁ ନାହାନ୍ତି?
ଜିଡିପି ଓ ହ୍ୟୁମାନ ଡେଭଲପମେଣ୍ଟ ଇଣ୍ଡେକ୍ସରେ ଭାରତ କାହିଁକି ଖସୁଛି? ତୁମେତ ବିଦେଶରେ ତୁମର ପଇସା ଲଗାଉଛ, ଭାରତରେ ନିବେଶ କମାଉଛ କାହିଁକି?
ସରକାରୀ ସ୍କୁଲ ବନ୍ଦ ହୋଇ ପ୍ରାଇଭେଟ୍ ସ୍କୁଲ କାହିଁକି ଖୋଲୁଛ? ସରକାରୀ ହସ୍ପିଟାଲ୍ ନ ବଢ଼ାଇ ପ୍ରାଇଭେଟ୍ ହସ୍ପିଟାଲ୍ ଏତେ କାହିଁକି ଖୋଲୁଛ?
ଭାରତକୁ ଆକ୍ରମଣ କରିଥିବା ହିଂସ୍ରକ ଶାସକଙ୍କୁ ଆମେବି ତିରସ୍କାର କରୁଛୁ, କିନ୍ତୁ ସେମାନଙ୍କର ତିଆରି ଧରୋହରକୁ ଭାଙ୍ଗି ଓ ତାଙ୍କ ନାମରେ ନାମିତ ସ୍ଥାନକୁ, ରାସ୍ତାକୁ, ଛକକୁ ନାମ ପରିବର୍ତ୍ତନ କରି ଆମକୁ ତାଙ୍କ ସହିତ କାହିଁକି ଯୋଡୁଛ? ଏହା ଧର୍ମ ବିରୋଧୀ ଭାବନାକୁ ଉଦ୍ରେକ କରିବାର ପ୍ରୟାସ ନୁହେଁକି?
ନାମ ବଦଳିଲେ ଇତିହାସ ବାଦେଳିବ ନାହିଁ। ମନସ୍ତାତ୍ତ୍ୱିକ ଭାବନାକୁ ଉଦ୍ରେକ କରି ମଣିଷ ମଣିଷ ଭିତରେ ବଇରି ସୃଷ୍ଟି କରି ସମାଜକୁ ଭାଙ୍ଗି ରଣ ଖେତ୍ରରେ ପରିଣତ କରିବାର ତୁମର ଏହିଁ ସବୁ ପ୍ରୟାସ।
ଜାତିବାଦ ଓ ସାମାଜିକ ନ୍ୟାୟ ପାଇଁ ଯେଉଁମାନେ କାମ କଲେ, ଯୋତିବା ଫୁଲେ, ମହାତ୍ମା ଗାନ୍ଧୀ, ରାଜା ରାମ ମୋହନ ରାୟ ଇତ୍ୟାଦିଙ୍କ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣ କରି ଆଗକୁ ବଢ଼ିବା ନା ପଛକୁ ଯିବା। ଭାରତରେ ଅନେକ ଦର୍ଶନ ଶାସ୍ତ୍ର ଓ ସ୍ଵୀକୃତ ପଥ ଗୁଡ଼ିକ ରହି ଆସିଛି। ନାସ୍ତିକ ଓ ଆସ୍ତିକ ବି ସେଥିରେ ଅନ୍ତର୍ନିହିତ। ତୁମେ କିଏ ଯେ କହିବ, କିଏ କେଉଁ ଧର୍ମ ଗ୍ରହଣ କରିବ, କଣ ଖାଇବ ଓ ପିନ୍ଧିବ। ତୁମେ ବିତ ବିଦେଶ ଯାଇ ଯାହା ଇଚ୍ଛା ତାହା କରୁଛ। ଭାରତ ଭିତରେ ତୁମର ଦୋହୋରା ନୀତି କାହିଁକି?
ଆମେ ଉପେକ୍ଷିତ ହୋଇ ରହିବୁ, କିନ୍ତୁ ମଣିଷ ମଣିଶକୁ ହିନ କରିବା, ମଣିଷ ପଣିଆ ନୁହେଁ। ଆଜି ନିଜକୁ ବ୍ରାହ୍ମଣ ଘରେ ଜନ୍ମ ପାଇ, ନିଜକୁ ବ୍ରାହ୍ମଣ ବୋଲାଇବା ପାଇଁ ଅନେକ ବ୍ରାହ୍ମଣ ବନ୍ଧୁ ଉଚିତ୍ ମନେ କରନ୍ତି ନାହିଁ। ବରଙ୍ଗ, ଜାତିବାଦ ବିରୁଦ୍ଧରେ ସେମାନେ ମୁଖ୍ୟ ଭୂମିକା ନିଭାଇ ଆସିଛନ୍ତି। ସେମାନଙ୍କୁ ଅନେକ ଅନେକ ପ୍ରଣାମ।
ରଙ୍ଗ ବାଦ, ଭାଷା ବାଦ, ଧର୍ମ ବାଦ, ଜାତି ବାଦ ଯୁଗେ ଯୁଗେ ସମାଜକୁ ଭ୍ରଷ୍ଟ ଓ ବିଭାଜିତ କରି ରାଷ୍ଟ୍ରକୁ ଦୁର୍ବଳ କରିଛି ଓ ମଣିଷ ଓ ରାଷ୍ଟ୍ରର ଇତିହାସ ପୃଷ୍ଠାକୁ ଦୁର୍ଗନ୍ଧ ମୟ କରିଛି।
ସବୁ ଖ୍ରୀଷ୍ଟିଆନ ଓ ମୁସଲମାନ, କେବେ ଧର୍ମ ବଦଳାଇ ପାରିବେ ନାହିଁ। ଧର୍ମ ନିର୍ବିଶେଷରେ, ଅନେକ ନାସ୍ତିକ ହେଉଛନ୍ତି, କିନ୍ତୁ ଧର୍ମବାଦି ହେଉ ନାହାନ୍ତି। ଧର୍ମ ଓ ବିଚାର ପରିବର୍ତ୍ତନ ଏକ ବ୍ୟକ୍ତିଗତ ବିଷୟ ଓ ମାନବିକ ଅଧିକାର।
ତେବେ ଜାତି ଓ ଧର୍ମକୁ ନେଇ ଭୋଟ ପଲିଟିକ୍ସ କେତେ ଦିନ କରିବ। ହଁ କରିବ, ଯେତେ ଦିନ ଯାଏଁ ପୁଞ୍ଜି ଓ ଚୌକି ମିଳୁଥିବ। କିନ୍ତୁ ଯେଉଁ ଦିନ କମ୍ପାନୀ ସ୍ପୋନ୍ସର କରିବା ଛାଡ଼ିବ ସେଦିନ, ଏସବୁ ଖେଳ ସରିଯିବ।
ଆଜି କମ୍ପାନୀ ମାନେ ଭାରତର ଧର୍ମ ଓ ଜାତିକୁ ନେଁଇ, ନିଜର ଉପନିବେଶ ବାଦକୁ ରୂପ ଦେବା ପାଇଁ ଧର୍ମ ଭିତ୍ତିକ ରାଜନୀତିକୁ ପ୍ରୋତ୍ସାହିତ କରୁଛି। ଏହା ପାଇଁ ରାଜନୈତିକ ଦଳ ଦାୟୀ ନୁହନ୍ତି। ଗୋଟି ଚାଳକ ପଇସା ବାଲା ଦାୟୀ।
ଡୁଇଟ ଡେଭିଡ୍ ଫିଲିପ୍
ଓକିଲ
ଭବାନୀପାଟଣା
ଓଡିଶା ୭୬୬୦୦୧
ଫୋନ: ୯୪୩୭୧୦୪୩୦୩
edit
No comments:
Post a Comment