ସତ
Tuesday, January 20, 2026
ସତ
----------
ତୁମେ ଆସିବ ବୋଲି ମୁଁ ତାଙ୍କଠୁ ଶୁଣିଲି,
ସେ ଯେ କହିଲେ, ଜାଣିଲି ତୁମେ କହିଛ ବୋଲି,
ଭାୟା ମିଡ଼ିଆ ଖବର ଭଲ ଲାଗୁନି,
ସ୍ପଷ୍ଟ ବାଦି ସାହସୀ, ଏମିତି କାହିଁକି,
ଆସିବ ଯଦି, ସିଧା ମୋତେ କହୁନ କହିକି?
ପ୍ରସ୍ତୁତ ହେବି ନୂଆ ପିନ୍ଧି
ପ୍ରସ୍ତୁତ ହେବି ଘର ସଜାଡି
ପ୍ରସ୍ତୁତ ହେବି ବ୍ୟଞ୍ଜନ ତିଆରି
ପ୍ରସ୍ତୁତ ହେବି ଦୀପ ଜାଳି
ଜଗିବି ପଥ, ତୁମକୁ ଚାହିଁ
ଆଶିବ ଯଦି କହୁନ କାହିଁକି
ମୁଁ ବି ତୁମର ହୋଇ ସାରିଛି
ବର୍ଷା ହୋଇଛି ଭିଜି ଯାଏନି
ଖରା ଆସିଛି ମଉଳି ଯାଏନି
ଶୀତ ଆସିଛି କାକର ସହିଛି
ଜାଗିବି ଯଦି, ସ୍ବପ୍ନ ରେ ଯଦି ଆସିବ?
ଶୋଇବି ଯଦି, ଫେରି ଯଦି ଯିବ?
କହିବ ଯଦି, ଉଜାଗାର ରହିବି
କହିବ ଯଦି, ପଡ଼ି ଉଠି ଜଗିବି
କହୁନ କାହିଁକି, ଖବର ସତ ନା ମିଛ?
ସତ, ସେ ଆସୁଛନ୍ତି କହୁଛିତ ଗ୍ରନ୍ଥ!
ଖାଲି ଗ୍ରନ୍ଥ ନୁହେଁ, ମନବି କହୁଛି ସତ।
ଡୁଇଟ୍ ଡେଭିଡ ଫିଲିପ୍
୫/୧୨/୨୦୨୫
edit
No comments:
Post a Comment