ଭିଡ଼ ଭିତରେ ନ୍ୟାୟ ମିଳୁନି।
Monday, June 23, 2025
ଭିଡ଼ ଭିତରେ ନ୍ୟାୟ ମିଳୁନି।
ଗଣତନ୍ତ୍ର, ବେଳେ ବେଳେ ଲାଗୁଛି ଏକ ଭିଡ। ଭିଡ଼ ଭିତରେ ଭିନ୍ନ କ୍ଷମ, ଅନ୍ଧ, ଛୋଟା କାଲା, ଜନ୍ଦି ହୋଇ ଯାଉଛନ୍ତି। କାଁ ଭାଁ କାହାକୁ କେତେବେଳେ ସାହାରା ମିଳି ଯାଉଛି। କିଏ କେତେବେଳେ ଜନ୍ଦି ଦେଇ ଚାଲି ଗଲାଣି, ଜାଣି ହେଉନି। ପାଠୁଆ, ପଦାଧିକାରୀ ଓ ବଳୁଆ, ଜାଣି ଜାଣିବି ଜନ୍ଦି ଦେଇ ଯାଉଛନ୍ତି। କିନ୍ତୁ ସେମାନଙ୍କୁ ପ୍ରକୃତ ବଳୁଆ ବା ପାଠୁଆ କାହିଁକି କହାଜ୍ବାଇବ ? ଜନ୍ଦିଦେଲା ବାଲାଙ୍କୁ ଉଠାଇବା ଲୋକ ଏବେ ଏ ଜଗତରେ ବହୁତ୍ କମ। ହିନ୍ଦୀ ଚଳଚ୍ଚିତ୍ର "ଶ୍ରୀ ଚାର୍ଶୋ ବିଶ" ର ଡାଇ ଲଗ୍ ମନେ ପଡେ, "ୟେ ମୁମ୍ବାଇ ହେ ମେରେ ଜାନ, ୟାହା ଗିର୍ନେ ବାଲୋକୋ ଉଠାନେ ବାଲା କୋଇ ନହିଁ ହୋତା", "ୟାହା ଗିର୍ନେ ବାଲୋକୋ ହସ୍ନେ ବାଲା ବହୁତ୍ ହୋତେ ହେ"। ଏବେ ପୁରା ଭାରତ ଟା ଯାକ ସେମିତି ହେବାକୁ ବସିଲାଣି।
ଗଣତାନ୍ତ୍ରିକ ରାଜ୍ୟ ମାନଙ୍କରେ କମିଟି ମାନଂକର ନେତା ମାନେ ଗଣତାନ୍ତ୍ରିକ ଭାବେ ନିର୍ବାଚିତ ହେଉଛି, କିନ୍ତୁ ପ୍ରଚ୍ଛଦ ପଟରେ ଚାଟୁବାଦ ଓ ପଇସା ବଡ କାମ କରୁଛି। ସମାଜରେ, ଶିକ୍ଷା ଅନୁଷ୍ଠାନଠୁ ଆରମ୍ଭ କରି, କୃଷି ହେଉ କି ଶିଳ୍ପ କ୍ଷେତ୍ରରେ ହେଉ, ନିଜ ନିଜ ଜାତିର ସମାଜ ହେଉ, କିମ୍ବା ଗାଁ ପଞ୍ଚାୟତ ମାନଙ୍କର କଥା ହେଉ, ଗାଁ ଓ ସହରଠୁ ଆରମ୍ଭ କରି ସର୍ବଦେଶୀୟ ସ୍ଥରରେ କମିଟି ଗୁଡିକ ଅଛି। କିନ୍ତୁ ଏହି ଗଠନ ପ୍ରକ୍ରିୟାରେ ଅବହେଳିତ, ଭିନ୍ନକ୍ଷମ, ମହିଳା ଓ ଶିଶୁ ସବୁବେଳେ ସବୁ କମିଟିରେ ସ୍ଥାନ ପାଉନାହାନ୍ତି। ଏମାନେ ସ୍ଥାନ ପାଇଲେବି, ଅନେକ ସମୟରେ ସେମାନେ ସଭା ମାନଙ୍କରେ ଆଖି ଦୁଶିଆ ହୋଇ ପାରନ୍ତି ନାହିଁ। ଭିଡ଼ ଭିତରେ ନ୍ୟାୟ ନାହିଁ।
ସମସ୍ୟା ସମାଧାନର ଯୋଜନା, ସଭା ମାନଙ୍କରେ ହୁଏ, କିନ୍ତୁ ଭିଡ ଭିତରେ ସେସବୁ ହଜିଯାଏ। ଭିଡ଼ ହେଉଛି ବାସ୍ତବ ଦୁନିଆ, ଯେଉଁଠି ସମସ୍ୟାର ସମ୍ମୁଖୀନ ହେବାକୁ ହୁଏ, ଓ ସମସ୍ୟା ସେଇଠି ବାଲି ପରି ଛୋଟ ଠୁ ଆରମ୍ଭ କରି ପାହାଡ ପରି ରୂପ ନିଏ। ଭାରତ ପରି ଜନ ବହୁଳ ଦେଶରେ ସମସ୍ୟା ଭିଡ ମାନଙ୍କରେ ଦିଶୁଛି ଓ ସଭା ମାନଂକର ବାହାରେତ ସମସ୍ୟା ସଂଖ୍ୟା ଅସମ୍ଭାଳ। କୁହା ଯାଉଛି ସମସ୍ତଙ୍କୁ ସନ୍ତୁଷ୍ଟ କରା ଯାଇ ପାରିବ ନାହିଁ।
ଭାରତର ନ୍ୟାୟିକ ପ୍ରକ୍ରିୟାରେ ମୁଦଲା ବା ମୁଦେୟୀ, ନ୍ୟାୟାଳୟର ଦ୍ବାରସ୍ଥ ବା ସମ୍ମୁଖୀନ ହେଉଛନ୍ତି। ଭିଡ଼ ଭିତରୁ ନ୍ୟାୟଲୟରେ ପହଞ୍ଚି, ନିଜେ ଓକିଲାତି କଲେ କିମ୍ବା ଓକିଲ ଧରିଲେ ନ୍ୟାୟ ବହୁ କଷ୍ଟରେ ମିଳୁଛି। ସେଇଠିବି ଅତୃପ୍ତ ହେବାଟା, ଉଭୟ ମୁଦଲା ଓ ମୁଦେୟୀଙ୍କଠୁ ଶୁଣିବାକୁ ମିଳେ। ତାଙ୍କ ମତ ସବୁଯେ ସତ ଏହାବି ନୁହେଁ।
ଦୁନିଆଟା ଏକ ବଜାର। ଆମେ ସମସ୍ତେ ବଜାର ଭିତରେ ଗ୍ରହାକ। ବିନା ଗ୍ରାହକ ହୋଇ କିଏ ଜନ୍ମ ହେଉନି। ଜନ୍ମ ପୂର୍ବରୁ, ମାଁ ପେଟକୁ ଆସିବା ପୂର୍ବରୁ ଆମେ ପ୍ରାୟ ସମସ୍ତେ ଆସନ୍ନ ଗ୍ରାହକ। ଜନ୍ମ ପରେ ଆମେ ସମସ୍ତେ ସମ୍ପୂର୍ଣ୍ଣ ଗ୍ରାହକ। ଆଉ ଏହି ଗ୍ରାହକ ମାନଙ୍କ ପାଇଁ ପରିବାର କିମ୍ବା ରାଷ୍ଟ୍ର ଗ୍ରାହାକର ବା ଖାଉଟିର ପରିଚୟ ସୃଷ୍ଟି କରି ରଖିଛି। ଏଠି ମୂଲ୍ୟର ଚଢ଼ା ଉତ୍ତୁରା ଚାଲେ। ଆମେ ସମସ୍ତେ ଭୁସମ୍ପତ୍ତି, ଜଳ, ଖାଦ୍ୟ, ବାସ ଗୃହ, ସୁବିଧା ସୁଯୋଗ ଓ ନାମର ଗ୍ରାହକ। ଯେ ଏସବୁର ବେପାରୀ ସେ ବଡ। ସୃଷ୍ଟି କର୍ତ୍ତା ଏସବୁର ବେପାର ହେବ ବୋଲି ଭାବି ନଥିବେ। କିଏ ଜାଣି ଜାଣି ବେପାରିତ କିଏ ଅଜାଣତରେ, କିନ୍ତୁ ସମସ୍ତେ ଗ୍ରାହକ କିମ୍ବା ଖାଉଟି। ଖାଉଟି ଅଧିନିୟମ ବା ଆଇନ ସବୁଠି କାମରେ ଆସୁନି ଓ ଖାଉଟି ନ୍ୟାୟାଳୟକୁ ସବୁ ମାମଲା ଯାଉନି। ଯାହା ଦ୍ରବ୍ୟ ଭିତ୍ତିକ ନୁହେଁ ବା ସେବା ଭିତ୍ତିକ ନୁହେଁ ତାହା କାହିଁକି ବା ଯିବ।
ନା ବାଳିକା ଗର୍ଭ ବତି ହେବା, ବିକଳାଙ୍ଗ ଗର୍ଭ ବତି ହେବା, ଶିଶୁଙ୍କ କିଡନୀ ବା ଫୁସଫୁସ ବା ଆଖି ଗାଏବ ହୋଇଯିବା, ସନ୍ଦିଗ୍ଧ ଅବସ୍ଥାରେ ମୃତ ଦେହ ମିଳିବା, ଏସବୁ ଗଣତନ୍ତ୍ରର
ଭିଡ଼ ଭିତରେ ସବୁଦିନିଆ "ବେପାରର ଚାପ" ଏବଂ ଏହା ନିତିଦିନର କଥା ହୋଇ ସାରିଛି।
ସମସ୍ତଙ୍କ ପାଇଁ ଥୟୀଥାନର ବ୍ୟବସ୍ଥା, ଗଣତନ୍ତ୍ରଯେ କରିନି ଓ କରୂନି ଏହା କହିବା ଭୁଲ। କିନ୍ତୁ କେତେ ଶତକଡା ସେଥିରେ ତୃପ୍ତ। ଭିଡ଼ ଭିତରେ ଦଳା ଚକଟା ସବୁଦିନ ଚାଲିଛି ଓ ଆମେ ସମସ୍ତେ ଦେଖୁଛୁ।
ଟିକେଟ ନେବା ବେଳେ, କାଉଣ୍ଟରରେ ପଛରୁ ହାତ ଗଲାଇବା, ପଛ କବାଟରୁ ଚାକିରି ପାଇବା ଓ ଦେବା, ଜମି ଦଲାଲକୁ ଧରିଲେ ମାଟି ଖଣ୍ଡେ ପାଇବା, ବେସରକାରୀ ଟିୟୁସନ, କୋଚିଙ୍ଗ ନପାଇ, ଡାକ୍ତର, ଇଞ୍ଜିନିୟର, କଲେକ୍ଟର ନହୋଇ ରହି ଜିବା, ଏସବୁ ଗୁଡ଼ିକ ଭିଡ଼ ଭିତରେ ନ୍ୟାୟ ନମିଳିବାର ବଳିଷ୍ଠ ଉଦାହରଣ ନୁହେଁକି। କଥା ହେଲା, ଜୀବନ ଆଉଥରେ ଦୋହରା ଯାଇ ପରେ ନାହିଁ।
ନେତା, ମନ୍ତ୍ରୀ, ଏମଏଲ୍ଏ, ଏମପିଙ୍କ ରାଜନୈତିକ ସଭାରେ ଅନେକ ଭିଡ ଜମେ, ଅନେକ ସିକୁରିଟି ଥାଆନ୍ତି। ସେଇଠି କେବେ କେବେ ଦେଖିବାକୁ ମିଳେ, ବିନା ଅନୁମତିରେ ଭିଡ ଚିରି, ବାରିକେଟ ଚଢ଼ି, ନେତା, ମନ୍ତ୍ରୀ, ଏମଏଲ୍ଏ, ଏମପିଙ୍କ ପାଖରେ ଆବେଦନ ପତ୍ର ଦାଖଲ କରିବାକୁ ବାଧ୍ୟ ହୁଅନ୍ତି। କିନ୍ତୁ ଏହା ସବୁବେଳେ ସମ୍ଭବ ହୁଏ ନୁହେଁ।
ଏସବୁ ଭିନ୍ନକ୍ଷମ ଓ ଦଳିତ ମାନେ କେବେବି କରି ପାରନ୍ତି ନାହିଁ। ଭିଡ଼ରେ ଦଳିତ ଓ ପଛୁଆ, ଦଳି ହୋଇ ଯାଏ। ବାଇବଲର ଗୋଟିଏ ଘଟଣା ମନେ ପଡେ, ଭିଡ ଭିତରୁ ଜଣେ ପକ୍ଷାଘାତି ରୋଗୀ ଉଚ୍ଚ ସ୍ଵରରେ ପଛରୁ ଡାକି କହିଲା, ହେ ଦାଉଦ ସନ୍ତାନ ଯୀଶୁ, ମୋତେ ସୁସ୍ଥ କର। ଯୀଶୁ ତାକୁ ସୁସ୍ଥ କଲେ। କିନ୍ତୁ ଏହାବି ସତ, ସମସ୍ତେ ଭିଡ଼ ଭିତରୁ ଡାକି ପାରନ୍ତି ନାହିଁ।
ମୁକ, ବଧିର, କାଲା, ଖଞ୍ଜ କେବଳଯେ ଭିନ୍ନ କ୍ଷମ ଓ ଦଳିତ ତାହା ନୁହେଁ, ପଞ୍ଚେନ୍ଦ୍ରୀୟ ଥାଇ ଅନେକେ ସାମାଜିକ ବ୍ୟବସ୍ଥା ପାଇଁ ମାନସିକ ଭାବେ ପଇସା ଓ ଚାଟୁ ବାଦ୍ ପାଇଁ ବିକଳାଙ୍ଗ।
ପଇସା ଓ ଚାଟୁ ବାଦ୍ ଗଣତନ୍ତ୍ରକୁ ଦୁର୍ବଳ କରିଦେଇଛି। ବିଶେଷ କରି ବଜାରରେ ପଇସା ବାଲାଙ୍କ ପାଇଁ ଓ ଚାଲାକିଆ ଲୋକଙ୍କ ପାଇଁ, ଅନେକେ ଆଜି ଭିଡ ଭିତରେ ପାଦେ ଦଳିତ।
ଦଳିତ କେବଳ ଆଦିବାସୀ ଓ ହରିଜନ ନୁହେଁ, ଭିଡ଼ ଭିତରେ, ବଜାରରେ ଯୋଗ୍ୟତା ଥାଇ ଅନେକେ ଅନ୍ୟାୟର ଶିକାର ହେଉଛନ୍ତି।
ଉଆସ ବା ପ୍ରକୋଷ୍ଠ ତିଆରି ଫଳକରେ, ମୂଲିଆ ସ୍ଥାନ ପାଏ ନାହିଁ, ଫୁଲ ମାଳଟେତ ସ୍ବପ୍ନ। ଉଦ୍ଘାଟନ କରିବା ଅତିଥି ଓ ଆବାହକ ଏଥିରେ ନାମ, ସ୍ଥାନ ଓ ଫୁଲ ପାଆନ୍ତି। ହଜି ଯାଆନ୍ତି, ଏହାର ଖଜଣା ଦାତା ଓ ଦାତ୍ରି ଯାହାଙ୍କ ପାଇଁ ଏସବୁ ତିଆରି ସମ୍ଭବ ହୁଏ। ଏହାର କୋଷାଧ୍ୟକ୍ଷ, ଅଡିଟ ବା ସମିକ୍ଷାର ସମ୍ମୁଖୀନ ହୁଅନ୍ତି, କିନ୍ତୁ ସେ ଉଦ୍ଘାଟନ ଫଳକରେ ସ୍ଥାନ ପାଏ ନାହିଁ। ବେତନ ଖାଲି କୋଷାଧ୍ୟକ୍ଷ ଓ ସମୀକ୍ଷକ ପାଉନି। ବେତନ, ଟଙ୍କା ଆକାରରେ ହେଉ କି ଦ୍ରବ୍ୟ ରୂପରେ ହେଉ କିମ୍ବା ନାମ ସ୍ଵୀକୃତି ଆକାରରେ ହେଉ, ଆଗଧାଡ଼ିର ପଇଶା ବଲା ଓ ଚାଟୁ କାର ଓ ଚାଲାକିଆ, କମିଟି ମାନଂକର ନେତା, ସେମସ୍ତେ କୌଣସି ନା କୌଣସି ରୂପରେ ପାଇ ଜଉଛନ୍ତି।
ଶ୍ରେଣୀରେ ପ୍ରଶାସକଙ୍କ ଛୁଆ ଓ ଧନୀଙ୍କ ଛୁଆ ଆଗରେ, ଯେପରି ମଜୁରିଆର ଛୁଆ ପାଦେ ଦଳିତ, ସେପରି ହସ୍ପିଟାଲରେ ଦଳିତ। ଶ୍ରେଣୀ ଓ ହସ୍ପିଟାଲ, ପ୍ରଶାସକଙ୍କ ଦପ୍ତର ଓ ମାଜିଷ୍ଟ୍ରେଟ ମାନଙ୍କର ପ୍ରକୋଷ୍ଠ, ବଜାରର ବହିର୍ଭୁତ ନୁହେଁ ବଜାରର ଅନ୍ତର୍ନିହିତ। ଆମେ ସବୁ ପାଠକ ଓ ଲେଖକ ପାଇଁ ଶ୍ରେଣୀ ଗୃହ କାହିଁକି, ରାଷ୍ଟ୍ର ଗୋଟିଏ ବଜାର। ପଇସା ଓ ନାମ ପାଇଁ ବିକ୍ରି ଓ ଖରିଦ୍ ଚାଲିଛି। କଲେକ୍ଟର ଛୁଆ ଓ ଧନୀର ଛୁଆ ସାଧାରଣ ବଜାରରେ ସେମାନେ ସଫଳ।
ଏହି ଅବହେଳିତ ମାନଙ୍କ ଛୁଆ ବଡ ହୋଇ କଣ ନ୍ୟାୟାଳୟର ଦ୍ୱାରସ୍ଥ ହେଉଛି। ଦୁନିଆ ରୂପକ ବଜାରରେ, କୌଣସି ନା କୌଣସି ସ୍ଥାନରେ ସେ ଜଣେ ଗ୍ରାହାକ। ଦୁନିଆଟି ଯଦି ନ୍ୟାୟାଳୟ, କୌଣସିନା କୌଣସି ସ୍ଥାନରେ ଆମେ ସମସ୍ତେ, ମୁଦେୟି କିମ୍ବା ମୁଦାଲା କିମ୍ବା, ଓକିଲ କିମ୍ବା ବିଚାର ପତି, ନଚେତ୍ ଆମେ କେବଳ ଏକ ସାଧାରଣ ଦର୍ଶକ। ଦର୍ଶକ ଯିଏ ଚୁପ୍, ତାକୁ କହନ୍ତି, "ୟାର ମାଇ ନାହିଁ କି ଗାଈ ନାହିଁ"। ତେଣୁ, ଆମକୁ ନ୍ୟାୟ ପାଇଁ ପଦକ୍ଷେପ କେବଳ ସଭାରେ ନୁହେଁ, ବଜାରର ଭିଡ ଭିତରେବି ନ୍ୟାୟ ପାଇଁ ପଦେ କହିବାକୁ ହେବ ଓ ପଦକ୍ଷେପ ନେବାକୁ ହେବ। ସମୟ ଅସମୟରେ, ବଜାର ବି ଗୋଟିଏ ନ୍ୟାୟାଳୟର ପ୍ରସସସ୍ଥ ସ୍ଥାନ। ସେଇଠି ଯେ ନିଷ୍ପତ୍ତି ନିଏ, ମୁଁହ ଖୋଲେ ସେ ଯୀଶୁ ଖ୍ରୀଷ୍ଟ ବା ଗାନ୍ଧୀ ବୋଲାଯାଏ। ଇଶ୍ଵର ବା ମହା ମାନବ। ଏମାନେବକେବଳ ନ୍ୟାୟାଳୟର ସମ୍ମୁଖୀନ ହେଲେ ତାହା ନୁହେଁ। ସେମାନେ ବଜାର ଓ ଭିଡ଼ର ସମ୍ମୁଖୀନ ହେଲେ। ଲେଖିଲେ ବି ଓ କହିଲେ ମଧ୍ୟ। ଯୀଶୁ, ଭିଡ ଭିତରେ ବାଲି ଉପରେ ଲେଖିଲେ, ପିଲାତ ଓ ହେରୋଦକୁ ଭିଡ଼ ଦେଖି ଡରିଲେ ନାହିଁ, ଭୟ କଲେ ନାହିଁ, କହିଲେ। ଗାନ୍ଧୀ ଡିଗ୍ରୀ ଓ ବସ୍ତ୍ର ନିଆଁ ଉପରେ ଫିଙ୍ଗି ଦେଲେ। କଲମ ଉଠାଇଲେ, ରାଣୀ ଭିକ୍ତ୍ତୋରିଆଙ୍କ ଭୟରେ ଭିଡ଼ ଭିତରେ ସେ ସାଲିସ କଲେ ନାହିଁ।
ମୁଁ ଆଜି କଣ ଭିଡ ଭିତରେ ନିଷ୍ପତି ନେଇ ପାରୁଛିକି, ନା ଭିଡ଼ ଦେଖି ମୁଣ୍ଡ ଲୁଆଇଁ ଚାଲି ଯାଉଛି।
ଏକସିଡେଣ୍ଟ, ଅନ୍ୟାୟ, କୋର୍ଟ ଭିତରେ ନୁହେଁ କୋର୍ଟ ବାହାରେ, ସମାଜରେ, ବଜାର ର ଦୁନିଆରେ ସାଧାରଣତଃ ହୁଏ, ଅନ୍ୟ ଅର୍ଥରେ ବଜାର ର ଭିଡ଼ ଭିତରେ, ସମାଜର ଭିଡ ଭିତରେ ଅନ୍ୟାୟ ହେଉଛି। ଆଜିର ସମାଜ ଏକ ବଜାର ବା ଭିଡ କିନ୍ତୁ ତାହା ମଧ୍ୟ ଏକ ବାସ୍ତବ କୋର୍ଟ ଓ ବାସ୍ତବ ନ୍ୟାୟାଳୟ, ଆମେ ସେଇଠି, ମୁଦେୟି କିମ୍ବା ମୁଦାଲା କିମ୍ବା, ଓକିଲ କିମ୍ବା ବିଚାର ପତି, ନଚେତ୍ ଆମେ କେବଳ ଏକ ସାଧାରଣ ଦର୍ଶକ। ଭିଡ଼ ଭିତରେ ଆପଣ କଣ। ଭିଡ଼ ଭିତରେ ନ୍ୟାୟ ମିଳୁନି!
ଡୁଇଟି ଡେଭିଡ ଫିଲିପ
ଓକିଲ ଓ ସମାଜ ସେବକ
ଭବାନୀପାଟଣା, କଳାହାଣ୍ଡି।
୯୪୩୭୧୦୪୩୦୩,
edit
No comments:
Post a Comment