ବିବାହ ବର୍ଷିକ କେକ୍
Wednesday, June 3, 2026
ତୋ ପଠାଇ ଥିବା ବିବାହ ବର୍ଷିକ କେକ୍ ପାଇ,
ଆଶ୍ଚର୍ୟ୍ଯ ହେଲି ସ୍ୱପ୍ନଟି ଦେଖି।
ଦେଖିବାକୁ ଆକୃତି ସବ ପରି,
ମୁଣ୍ଡ ଓ ଶରୀରର ଧଳା କପଡାରେ ଘୋଡାହୋଇଛି,
ତା ଉପରେ ଫୁଲ ପଡ଼ି ଲାଗୁଛି ସେଶକୃତି,
ତା ଉପରେ ତୁ ବସି ହସୁଛୁ ସୁନ୍ଦରୀ ହୋଇ......?
ପାଖରେ ଅଛନ୍ତି ସାଥୀ ଜଣା ଶୁଣା ରମଣି,
ଚଳ ଚଞ୍ଚଳା ଅଟନ୍ତି ସବ ସଜାଡ଼ି,
ସବ ଆକୃତିର ବଡ କେକ, ବଡ଼ ପ୍ରଶ୍ନ, ପଠାଇଲୁ କେମିତି?
ସ୍ୱପ୍ନରେ ଆସିଲା କେମିତି?
ଦେଖୁଛି, ତା ପୂର୍ବରୁ, ତୁ ସୁନ୍ଦର ଶାଢୀରେ ଚଉକିରେ ବସି,
ଓକିଲ ପଣ୍ଡାଙ୍କୁ କହୁଛୁ, ବିରହ ବେଦନାର ଦୁଃଖ କାହାଣୀ,
ପ୍ରେମ ବଖାଣି, ଲୁହ ଝରୁଛି........
ଆଜି ୨୪ ତମ ବିବାହ ବାର୍ଷିକୀ,
ତିନି ଦିନ ଧରି ମତରେ ଅନ୍ତରି,
ଶୋଇଛି ସ୍ତ୍ରୀ ମୋଠି ଚାପି ହୋଇ,
ଦେଖୁଛି ସ୍ୱପ୍ନରେ, କେକ୍ କୁ ତୋର, ଆଶ୍ଚର୍ୟ ହୋଇ।
ଡୁଇଟ୍ ଡେଭିଡ ଫିଲିପ୍
ଓକିଲ
ଭବାନୀପାଟଣା
୯୪୩୭୧୦୪୩୦୩
edit
No comments:
Post a Comment