ଦୂର କିନ୍ତୁ ଅଗାଧ ପ୍ରବେଶ
Monday, January 27, 2025
ଦୂର କିନ୍ତୁ ଅଗାଧ ପ୍ରବେଶ
------------
ବାସନାର ପୀଡ଼ା କମିଲା ବେଳକୁ
ବଢ଼ାଉଛି ସ୍ୱର, ମୂର୍ଚ୍ଛନା, ଝଙ୍କାର
ବେତାର କାମନା ସ୍ୱରର ମାଦକ
ଗୁପ୍ତାଙ୍ଗ ସୁଆକୁ ଓଦା ଓ ଅମୃତ !
ସାରି, ଶୁଆ ଖେଳ, କିଏ ଅବଗତ
ଥଣ୍ଟରେ ପ୍ରକାଶ ଭାବ ଓ ଉଦ୍ରେକ
ଧମନୀ ଜାଣୁଛି ତା ଆନନ୍ଦ ମହତ୍ତ୍ଵ
କହିଲା ବେଳକୁ ମିଳୁନି ସୁସବଦ !
ବେତାର ଭାବନା ଯଦି ଏତେ ଶକ୍ତ
ତାରର ଭାବନା କେତେ ଥିବ ଶକ୍ତ
ତରି ଯିବାକୁ ସମୁଦ୍ର ହେଉଛି ମନ
ଏ ଦିବା ସ୍ବପ୍ନ ହେବ କେମିତି ପୂର୍ଣ୍ଣ !
ଥଣ୍ଟକୁ ଥଣ୍ଟ ପକ୍ଷକୁ ପକ୍ଷ
ଲାଞ୍ଜ ପ୍ରସାରି କରନ୍ତି କଣ
ବ୍ୟାକୁଳ ହେବାକୁ ବିଲିନ
ବେତାର ହେଉନି ବାସ୍ତବ !
ଡୁଇଟ ଡେଭିଡ ଫିଲିପ୍
ଜୟୀପୂର୍ ରୁ ଭବାନୀାଟଣା,
୨୪/୦୧/୨୦୨୫
edit
No comments:
Post a Comment