ବସନ୍ତ ଫେରିଛି କଳା ରଙ୍ଗର

ବସନ୍ତ ଫେରିଛି କଳା ରଙ୍ଗର
--------
ଯୌବନ ଆସିଛି ଶୁଖା ଡାଳରେ
ଫୁଟେଇଛି ଫୁଲ ପୁରା ଗଛରେ
ଫଳିବ ଫଳ ଖତ ପାଣି ଦେଲେ
ଆଦର ପାଉଛି ସବୁରି ଆଖିରେ
ଫଳ ଖାଇବ ଭାଗ୍ୟରେ ଯୁଟିଲେ

ରାତିରେ କଳା ଆଉ ଗାଢ଼ ହେବ?
ଆଖିକୁ ସବୁ ସମାନ ଦେଖା ଜିବ?
ପାଖକୁ ଗଲେ ମହ ମହହିଁ ବାସିବ?
ଛୁଇଲେ ହୁଅନ୍ତା କେମିତି କିଏଯିବ?
ମେଘ ପାଖ ନମାଡୁ ଫୁଲ ଝଡିଜିବ।

ବସନ୍ତ ଫିରିଛିକି ଆଖିକୁ ମୋହର?
ଭାବୁଛି କଳା ମୋହିନୀ ତାନୟନ,
ହଳଦୀୟା ନାଲୀୟା ଲାଗୁନି ଭଲ,
ଗହମୀୟା ଡାଳକୁ କଳାର ବସନ୍ତ,
ବାଃରେ ବସନ୍ତ ଖାଇଲୁ ଏଇ ମନ!


କବିତା ଲେଖିବାକୁ ନାହି ମନ 
------
କବିତା ଲେଖିବାକୁ ନାହି ମନ 
ଲେଖିବାକୁ କରିଲ ତୁମେ ବାଧ୍ୟ
କେଉଁଠୁ ଆରମ୍ଭ କେଉଁଠି ଶେଷ
ଥକି ଗଲିଣି ହୋଇ ରଚକ
ଥକୁନ ତୁମେ ପଢି ଚାଲିଛ।

କବିତା ସୃଜନ ଶକ୍ତିର ରମ୍ୟ କୌଶଳ
ଲେଖିବା କଷ୍ଟ ଓ ପରିଶ୍ରମ ଜମା ବୁଝୁନ
ସମୟ ଦେଲେ ହେଉଛି ସୃଜନ ସତ 
ପଢି ପଢ଼ି ଏବେ କେମିତି ତୁମେ ଥକୁଛ 

ତୁମେ ଟିକେ କବି ହୋଇ ଲେଖ 
ମୁଁ ଟିକେ ପଢେ ପାଠିକାର ସୃଜନ
ତଉଲିବା କିଏ କେତେ ପାରଙ୍ଗମ
ଝାଳ ନାଳ ହେଲୁ ନେବା ବିଶ୍ରାମ।

edit

No comments:

Post a Comment

Contact Here

Name

Email *

Message *