ନୂଆ ପ୍ରଦୂଷଣ ଧର୍ମ ଓ ଜାତି
Sunday, July 30, 2023
ନୂଆ ପ୍ରଦୂଷଣ ଧର୍ମ ଓ ଜାତି
------------
ଶୁଦ୍ର ଚାହୁଛି ହେବାକୁକି ବ୍ରାହ୍ମଣ,
ବ୍ରାହ୍ମଣ ଚାହିଁଛିକି ହେବାକୁ ପରମ ବ୍ରହ୍ମ
କିଏ ଦେଖିଛି କଣ?
ମାଟି ଦେଖିଥିଲା ପ୍ରଥମେ କେବଳ ମଣିଷ।
ଯେବେ ଦେଶରେ ଥିଲା କେବଳ ଗୋଟିଏ ଗାଁ,
କି ବ୍ରାହ୍ମଣ, କି ଶୁଦ୍ର, କି ଗିରି ଜନ, କି ଧର୍ମର ନାଁ !
ନାନା ଜାତି, ନାନା ଧର୍ମ ଛୋଟ, ବଡ଼, କଳି କରିବା ବାହାନା।
ସମୁଦ୍ର ସେହି, ମାଟି ସେହି, ବାୟୁ ବି ସେହି
ପ୍ରଦୂଷଣ ହେଲା ସମ୍ପର୍କ ଭାଇ ଭାଇ,
ପ୍ରଦୂଷଣ ହେଲାଣି ପ୍ରକୃତି,
କିଛି କାଳ ପରେ ନାଶ ହେବ ଜାଣିନି।
ଧର୍ମ କାହିଁକି, ଜାତି କାହିଁକି,
ପୋଥି ନ ଜାଣି ବ୍ରହ୍ମା କୁ ନଦେଖି ବକ୍ତୃତା ଦେବାକୁ ପଛାଉନି,
ଚାହୁଛି କେବଳ କଳି, କଳି, କଳି,
କିଏ କହିଦିଅନ୍ତା କି ଶ୍ରେଷ୍ଠ ପ୍ରଦୂଷଣ, ନୂଆ ପ୍ରଦୂଷଣ ଧର୍ମ ଓ ଜାତି।
ଡୁଇଟ ଡେଭିଡ ଫିଲିପ
ଭବାନୀପାଟଣା, କଳାହାଣ୍ଡି
୧୭/୦୭/୨୦୨୩
edit
No comments:
Post a Comment