ତାକୁ ମାରିବ କେମିତି

ତାକୁ ମାରିବ କେମିତି
---------
କିଏ ମୋତେ ବଳରେ ମାରୁଛି
କିଏ ମୋତେ କଳରେ
କିଏ ମୋତେ ଧର୍ମରେ ମାରୁଛି
କିଏ ମୋତେ ନୀତିରେ,

କିଏ ମୋତେ ପେଟରେ ମାରୁଛି,
କିଏ ମୋତେ ପିଠିରେ,
କିଏ ମୋତେ ହାତରେ ମାରୁଛି,
କିଏ ମୋତେ ବମରେ,
ମାଡ଼ ଖାଇ ବୁଝି ପାରୁଛି, 
ବୁଝି ପାରୁନି ତୁମ ହସର ରହସ୍ୟ।

କେବେ ଦେଉଛ ଖାଦ୍ୟ,
କେବେ ଦେଉଛ ଘର,
ଦରଦ ମୋର ବଢ଼ି ଯାଉଛି, 
କହିଲେ ମୋତେ ନିରୀହ।

ନିରୀହ, ଅଳ୍ପ ସଂଖ୍ୟକ,
ରକ୍ତର ନାହିଁ ମୂଲ୍ୟ, 
"ରକ୍ତ ବହିଲେ ଭଲ" ?
ଦେଶଟା ଦିଶିବ ରଙ୍ଗୀନ।

ପ୍ରଜାତି, ଗରିବୀ, ରୋଗୀ, ଭିକାରୀ, 
ପାହାଡେ, ସହରେ, ରାଜଧାନୀରେ ଯେତେ ନାହିଁ 
ହୃଦୟ ଭିତରେ ବେଶି ଅଛି,
ତାକୁ ମାରିବ କେମିତି?

ଡୁଇଟି ଡେଭିଡ ଫିଲିପ୍
ଭବାନୀପାଟଣା
୦୨/୦୭/୨୦୨୩

edit

No comments:

Post a Comment

Contact Here

Name

Email *

Message *