ପୁରୁଣା ଦର୍ପଣରେ ନୂଆ ଦର୍ଶନ

ପୁରୁଣା ଦର୍ପଣରେ ନୂଆ ଦର୍ଶନ
---------
ଦେଖୁ ଥିଲି ସିନା ମୁଁ ତୁମକୁ ପ୍ରତି ଦିନ 
ତୁମେ ଦେଖୁଛ ବୋଲି ମୋତେ କହିଲା ମୋ ମନ, 
ଜାଣିନଥିଲି ତୁମେ ଦେଖୁଛ,
ବିଶ୍ୱାସ କରିବ, ପୁଣି ନିରନ୍ତର,
ମୁଁ ବି ଜଣେ, ଜାଗ୍ରତ ହେଲା ଭାବ,
ତୁମେ ଦେଖାରେ ମୋର ବ୍ୟକ୍ତିତ୍ୱ
ଆସିବେନିତ
ବ୍ୟକ୍ତିତ୍ୱ ଓ ଆତ୍ମ ବିଶ୍ୱାସ, ତୁମେ ଦେଖିଲେ ଆସିବ

ଯାହା ସବୁ ଏଯାଏଁ କରିଗଲି,
ତୁମେ ଦେଖୁ ଥିଲ, ସ୍ଵୀକୃତି ଥିଲା, ତେଣୁ କଲି,
ଆଜି ଜାଣିଲି, ତୁମେ ଆଉ ଦେଖୁନ ବୋଲି,
ମୋ ଦ୍ଵାରା ବି କିଛି ହେଉନି

ଆଜି ଯାହାକିଛି ମୁଁ, ତୁମ ପାଇଁ
ତୁମେ ଭାଙ୍ଗି ଗଲେବି
ତୁମେ ଅଳ୍ପ ଦେଖିଲେ ବି ଚଳେଇ ନେବି
କିନ୍ତୁ ତୁମେ ଦେଖିବ ଯଦି।
 
ମୁଁ ସିନା ତୁମକୁ ଦେଖୁଥିଲି,
ମୋ ଆଖିରେ ତୁମେ ମୋର ଉଲଙ୍ଗତା ଦେଖୁଥିଲ,
ଆଜି ମୁଁ ଦେଖିଲି ମୋର ଉଳଙ୍ଗତା ତୁମ ଆଖିରେ,
ତାହା ତ ମୋର ଆଖି ବାସ୍ତବରେ,
ଭଲ ଦିଶିବାର ଇଚ୍ଛା, ମୋର ଉଲଙ୍ଗତାକୁ ଢ଼ାଙ୍କୁଥିଲା।


Labels:
edit

No comments:

Post a Comment

Contact Here

Name

Email *

Message *