ନଜାଣି ମୁଁ ବିଚାର ପତି

ସମ୍ମାନନୀୟ ମହାଶୟ
ପ୍ରଣାମ
ନିମ୍ନ ଲିଖିତ କବିତାକୁ ପ୍ରକାଶ କରିବାପାଇଁ ବିନମ୍ର ଅନୁରୋଧ କରୁଛି।
ଇତି
DAVID 

ନଜାଣି ମୁଁ ବିଚାର ପତି
--------
ଯାହା କୁ ମୁଁ ଧରିଛି,
ସିଏ ମୋତେ ଧରିଛି,
ନା ତାକୁ ମୁଁ ଜାଣିଛି, ନା ସେ ମୋତେ ଜାଣିଛି,

ସବୁ ନଜାଣି, 
ତାକୁ ଛାଡ଼ିବା, ସେ ମୋତେ ଛାଡ଼ିବା, ସମୟ ଆସି ସାରିଛି,
ଛଡା ଛଡ଼ି ପୂର୍ବରୁ, ଯାହାକୁ ନେଇ ଯିବିନି, ତା ପାଇ ବ୍ୟସ୍ତ ହେଉଛି,

ଥରେ ଆସିଛି, ଆଉ ଆସିବି ନା ନାହିଁ ଜାଣିନି,
ଗୋଟିଏ ଠାରେ ସୀମିତ, ଅନେକ ଦିନ ହୋଇ ସରିଛି,

ଦୁଃଖ, ସୁଖ, ଭଲ, ମନ୍ଦ ମୋର, 
ମୋର ଅନୁଭୁତିରେ ମୁଁ ସୀମିତ।

ଆଉ କାହାର ଠାରେ ପଶି ହେବା ବାଟ ଥିଲା କି, 
କେବେ ଚିନ୍ତା କରନି?

ମାଁ, ବାପା ନିଜ ସନ୍ତାନ ଠାରେ ପଶି ଜାଣନ୍ତି,
ସ୍ବେଚ୍ଛାସେବୀ ବି ଜାଣୁ ଛନ୍ତି,
ମୁଁ ନଜାଣି ବିଚାର ପତି ସାଜିଛି,

କ୍ଷତି ମୁଁ ନୁହେଁ ତ କିଏ କରୁଛି?
ଆଜିଠୁ, ମୁଁ ଅନ୍ୟ ଠାରେ ପଶି ବଞ୍ଚିବି।
ନିଜ ଯାଗାରେ ମୁଁ ଆଉ ତୁମେ, ଆମେ ସବୁ ବିଚାର ପତି।

ମୋ କାମ, ମୋ ପାଇ ଅତ୍ୟଧିକ, 
ଖୁସି ଓ ସମ୍ପତି, ଆହୁରି ଆବଶ୍ୟକ, ମୋଠାରେ ନାହିଁ ସମୟ।
ଶରୀର ଓ ଆତ୍ମା ଏକ ଓ ଭିନ୍ନ।

ଡୁଇଟ ଡେଭିଡ ଫିଲିପ୍
ଚାଇବସା, ଝାଡ଼ଖଣ୍ଡ
୧୫/୧୧/୨୦୨୨
9437104303
klddavid@rediffmail.com

edit

No comments:

Post a Comment

Contact Here

Name

Email *

Message *