ପ୍ରଭାତି ତାରା,

ତୁମେ ଗୋ ଯୁଗ ଜନମା ପ୍ରଭାତି ତାରା,
ତୁମେ ଗୋ ପବିତ୍ର ଜୀବନ ଅନ୍ତର ଆତ୍ମା,
ଉଭା ମୋ ପ୍ରାଣେ ଢାଳି ଆତ୍ମା,
ପୂଜୁଛି ହୃଦୟେ ତୁମ ପବିତ୍ରତା, ହାଲେଲୁୟା, ହାଲେଲୁୟା, ୨ - ଘୋଷା -

ପାପିର ପ୍ରେମିକ, 'ନାହିଁ ସଂସାରେ' ୨
କ୍ଷମା କଲ ମୋତେ, 'ବାରେ ବାରେ' ୨
ଢ଼ାଳୁଛି କୃତାର୍ଥ, ଅନ୍ତରରୁ ପ୍ରେମ
ପ୍ରତାରଣାର ଚୁମ୍ବନ ଭୁଲି ଯାଇଛ
ପ୍ରସନ୍ନେ ବୋଲୁଛି, ହାଲେଲୁୟା ହାଲେଲୁୟା - ୧ -

ତୁମ ଶରୀର, ତୁମେ ଖୁଆଇଛ ୨
ତୁମ ରକତ, ତୁମେ ପିଆଇଛ ୨
ବକ୍ଷ ବିନ୍ଧିବାକୁ ତୁମେ ହିଁ ଦେଇଛ
ତୁମ ପାଇ ପତିତ, ତୁମେହିଁ କହିଛ
କାହିଁକି ଗାଇବିନି, ହାଲେଲୁୟା ହାଲେଲୁୟା - ୨ -
Labels:
edit

No comments:

Post a Comment

Contact Here

Name

Email *

Message *