ରାଞ୍ଚି ଆଦିବାସୀ ଅଧିକାର ମିଟିଂ
Saturday, October 22, 2022
ରାଞ୍ଚି ଆଦିବାସୀ ଅଧିକାର ମିଟିଂ
----
ରିକ୍ସା ରେ ମୁଁ ବସିଛି, ରିକ୍ସା ବାଲା ଟାଣୁଛି,
ବେରିଂ ଖସି ଖସି ଯାଉଛି, ଓହ୍ଲାଇ ଓହ୍ଲାଇ ଆଉ ଥରେ ଟାଣୁଛି,
ମଣିଷ ମୁଁ କେମିତି, ଉଲ୍ଲାଇବକୁ ଇଚ୍ଛା ନାହିଁ,
ଝାଳ ନାଳ ବା କେମିତି ହେବି,
ବସି ଥିଲେ ଭଲ, ସେ କହୁଛି,
କାହିଁକି ସେ ଟାଣୁଛି, ମୁଁ କାହିଁକି ବସିଛି?
ମଣିଷ ସେବି, ମୁଁ ବି, ଏମିତି କାହିଁକି ମୁଁ କଣ ଜାଣିନି।
"ହାତୀ ପିଠିରେ ବାଘ ବସିଛି,
ବାଘ ପିଠିରେ ଛେଳି,
ବଇଦ ହୋଇ ହନୁ ବୁଢାଟି
ଚିପେ ଗଧିଆ ନାଡି"।
ଚିପେ ଗଧିଆ ନାଡି
ଝାଡ଼ଖଣ୍ଡ, ଭାରତ, ୨୦୨୨ ଶତାବ୍ଦୀ
ସେ ପାଏ ୩୦୦ ଟାଣିକି,
ମୁଁ ଚାହେଁ ୧୦ ଗୁଣା ବସିକି,
ଘରେ ପିଲା ମା ତାର ଜଗିଛନ୍ତି,
ନେଲେ ଖାଇବେ କହୁଛି,
ମୋପାଇ ସରକାରି କିଛି ନାହିଁ,
ସେ ପାଉଛି ୫kg ଚାଉଳ ମୁଣ୍ଡ ପ୍ରତି।
ପ୍ରଶ୍ନ, ମୁଁ କାହିଁକି ଓହ୍ଲାଇଲୀ ନାହିଁ?
ମୋ ପକେଟ୍ ରେ ପଇସା ଅଛି?
ତା ପକେଟ୍ ଖାଲି?
ନା ଆଉ କିଛି, ଜାତି ତାର ଓବିସି!
ଡୁଇଟି ଡେଭିଡ ଫିଲିପ
ରାଞ୍ଚି,
୨୨/୧୦/୨୦୨୨
edit
No comments:
Post a Comment