କିଏ ସେ ଇଶ୍ଵର
Saturday, July 23, 2022
କିଏ ସେ ଇଶ୍ଵର
Labels:
#କିଏ ସେ ଇଶ୍ଵର
---------------
ଆଶିର୍ବାଦ ଦେଲେ ଆଶୀର୍ବାଦ ନିଯଠୁ ଚାଲି ଯାଉଥାନ୍ତା ଯଦି,
ଅଧିକାରୀ ବିହୁନେ, ସୁନା ଗହଣା ଦୋକାନ
ଥାନ୍ତା ଯଦି,
ଏକାନ୍ତ ରମଣୀ, ରାତିରେ ବୁଲନ୍ତା ଯଦି,
ଇଶ୍ଵର ମାନଙ୍କ ଦୁନିଆ ହୁଅନ୍ତା ପୃଥିବୀ।
ଦେହର ଝାଳ,
ପେଟର ମଳ,
ପାଟିର ଲାଳ,
ନ ବାହାରିଲେ କାଳ,
ବାହାରିଲେ ଭଲ,
ଇଶ୍ଵର କଳ୍ପନା, ଅଟେ ବାସ୍ତବ ।
ସମାଜକୁ ମଣିଷ,
ପ୍ରକୃତିକୁ ଇଶ୍ଵର,
ପରିସ୍ଥିତିକୁ ନେଇଁ ବିଭିନ୍ନ ପ୍ରକାର ଇଶ୍ଵର,
ପଛରେ ମଣିଷର ନୁହେଁ କି ସମସ୍ତ ଚକ୍ରାନ୍ତ,
ରହିଯାଉଛି କହିବାକୁ, ମୁଁ ଅଟେ ପରମ ବ୍ରମ୍ମ।
ଦେଖା ହେଲେ ପଚାରିବି, ସତ କଣ ।
ଡୁଇଟି ଡେଭିଡ ଫିଲିପ
ଚାଇବାଶା, ଝାଡଖଣ୍ଡ
୧/୦୭/୨୦୨୨
edit
No comments:
Post a Comment