ଆସିବନିକି

ଆସିବନିକି
------------
ଆସିବନିକି ଫୁଲ ଉପରକୁ ଭ୍ରମର,
ଫଗୁଣକୁ କୋଇଲିର କୁହୁ କୁହୁ ସ୍ୱର,
ପ୍ରେମିକାକୁ ପ୍ରେମିକର ମନ,
ଟିକେଟ ନାହିଁ, ଫୋନ୍ ନାହିଁ, 
ଆସୁଛି କେବଳ ସ୍ବପ୍ନ ଓ ତାପରେ ଧଡ ଧଡ ସ୍ପନ୍ଦନ ।

ଧୂଆଁ ଯାଉଛି ଆକାଶକୁ,
ଫେରାଇ ଦେଉଛି କଳା କାର୍ବନକୁ,
ବାଷ୍ପ ଯାଉଛି ଶୂନ୍ୟକୁ,
ଫେରାଇ ଦେଉଛି ମେଘ ହୋଇ ଜଳ ରାଶିକୁ,
ପ୍ରେମିକା ହୋଇ ଦେଲି ମୋର ଦେହ ଆତ୍ମାକୁ,
ଫେରି ପାଇଲି ନଅ ମାସର ଦୀର୍ଘ କଷ୍ଟକୁ।

ଦୁଃଖ ନାହିଁ ଫୁଲ, ଫଗୁଣ ଓ ପ୍ରେମିକାକୁ,
ଯଦି କହନ୍ତ ଫେରି, ଖୋଜୁଥିଲି, ଫୁଲ, ଫଗୁଣ ଓ ପ୍ରେମିକାକୁ ।

ଡୁଇଟି ଡେଭିଡ ଫିଲିପ
ଆମା ଟୋଲା, ଚାଇବାଶା, 
ଝାଡଖଣ୍ଡ,
୨୨/୦୭/୨୦୨୨
୯୪୩୭୧୦୪୩୦୩
Labels:
edit

No comments:

Post a Comment

Contact Here

Name

Email *

Message *