ଟିକି

ମୋ ଭାଗ୍ୟରେ ଥିଲୁ ଟିକି
ଦୁରରରୁ ଲେଖୁଛି ଏହି ଚିଠି,
ଟିକି ନୁହଁ ତୁ ପ୍ରକୃତିର ଏକ ପ୍ରତି ମୂର୍ତି,
କଥା ଓ ଯାତନା ସହେ, କାନ୍ଦେ ସିନା କହେନି ମୋତେ କିଛି।

ବିବାହ ବେଳେ ସବୁ ଗୁଣ ତୋର କଣ ଜାଣି ଥିଲି,
ବେଦୀରେ ସେ ଦିନ ଦିସୁ ଥିଲୁ ସୁନ୍ଦର,
ଆଜି ଦୁରେ ଥାଇ ତୋ ଗୁଣରେ ମୁଁ ଆହ୍ଲାଦିତ ଓ ପୂଜକ।

କେତେ ବେଳେ ପଢ଼ୁଛୁ ତାଙ୍କ ବାକ୍ୟ,
ଗୁଣରେ ଦେଖାଉଛୁ ଧରି ସାହସ,
ଆସୁଛି ବଳ କେଉଁଠୁ, 
ପ୍ରଣାମ କରୁଛି ଏଇଠୁ ।

ସୂକ୍ଷ୍ମ ପବିତ୍ର ମୋ ଭାଗ୍ୟରେ ତୋ କୋଳ,
ଶରୀର ଭୋଗନ୍ତି ଜାଗତିକ,
ମୋର କି ଗୁଣ ଚରିତ୍ର,
ଭୋଗେ, ଜାଇ ନ ଜାଇ ତୋ ସୂକ୍ଷ୍ମ ଅଣୁ ପରମାଣୁ ଓ ସ୍ମିତ ହସ।

ରାଗି ଯାଉ ସିନା ମୋ ଉପରେ
ହସ ଟିଏ ଦେଲେ, ଉଷ୍ମ ହୋଇ ଯାଏ ମୁଁ ବରଫରେ ।

କୁଲୁ ମନାଲି ର ତୁ ସେ ରମଣୀ,
ଧର୍ମ, ପ୍ରେମ, ସରଳ, ଉଦାର, ଏ ବୟସରେ ବି କରିଛି ତୋତେ ସୁନ୍ଦରୀ।

ବିବାହ ଆଉ କାହା ସହିତ ଠିକ୍ ହୋଇ ତୋର ବି ଓ ମୋର ବି ଭାଙ୍ଗିଲା,
ଲାଗୁଛି ଶୟତାନ ଯୋଡକୁ ଡରୁ ଥିଲା ।

ଏଥର ଗଲେ ଆସିବୁ ମୋ ସଙ୍ଗେ ଚାଇବାଶା,
ରହିବା ସାଙ୍ଗ ହୋଇ ଏକାନ୍ତରେ ମନେ ପକାଇବା ଅନେକ କଥା ।

edit

No comments:

Post a Comment

Contact Here

Name

Email *

Message *