ଲୁଗା

ଥିଲେ, କେବେ ସୁବିଧା ତ କେବେ ଅସୁବିଧା,
ନଥିଲେ, କେବେ ସୁବିଧା ତ କେବେ ଅସୁବିଧା

ଅଳ୍ପରେ ଗରିବ ହୁଏ ଅସନ୍ତୁଷ୍ଟ,
ଅଧିକ ହେଲେ ମଣିଷର ଗୌରବ,

ସର୍ବ ସାଧାରଣେ ତାବିନା ଅପମାନ,
ବନ୍ଦ୍ କୋଠରୀରେ ତାବିନା ସ୍ଵାଧୀନ

ଛୋଟ ହେଲେ କାହାକୁ ଲାଗେ ହିନ, 
ବଡ଼ ହେଲେ କାହାକୁ ପୁରାତନ କାହାକୁ ନୂତନ

ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ,
ପ୍ରସାରି ଦେବା ତାହାରି କାମ ।

ସୂତା, ଛନ୍ଦା ଛନ୍ଦି ହୋଇ ହୁଏ ଲୁଗା,
ମଣିଷ ଛନ୍ଦା ଛନ୍ଦି ହେଲେ ହୁଏ ଅଲଗା ।
Labels:
edit

No comments:

Post a Comment

Contact Here

Name

Email *

Message *