ବାପା ତୁମ ପ୍ରେମ
Tuesday, June 21, 2022
ବାପା ତୁମ ପ୍ରେମ
ବେଷ୍ଟ ପ୍ରଡକ୍ସନ ଦେଲ ମୋ ନାମ
ଡୁଇଟ ଡେଭିଡ ନାମ ଆଉ ଏକ ନାମ
ସେଠୁ ଜାଣୁଛି ତୁମ ଚିନ୍ତା ଥିଲା ମୋ ପାଇ କଣ।
ଓକିଲ କରିବା ସ୍ବପ୍ନ,
ବଳ ଭାବୁଥିଲ ଦେଖି ମୋର ଗୁଣ,
ତୁମ ଚିନ୍ତା ଓ ଜ୍ଞାନ ପ୍ରଣାମ କେ ନକରିଛି ଶୁଣ
ଇତିହାସ, ଭୂଗୋଳ, ରାଜନୀତି, ବ୍ୟାକରଣ,
ପଣ୍ଡିତ ଅଟନ୍ତି ଫୀଳିପ ସେନାପତି ଯାଣନ୍ତି ତୁମ ନାମ,
ପ୍ରଧାନ ଶିକ୍ଷକ ଠୁ ଛାତ୍ର, ସବେ କରୁଥିଲେ ମାନ ।
କଳାହାଣ୍ଡିର ଫୋଲିପ ସେନାପତି ନାମ,
ପୁରୁଣା ଖ୍ରୀଷ୍ଟିଆନ ପାଉଥିଲେ ସେ ନାମେ ସ୍ଥାନ,
ଉଚ୍ଚ ବିଦ୍ୟାଳୟର ଶିକ୍ଷକ,
ଏମ୍.ଏ, ବି.ଏଡ, ସି.ଆଇ.ଏଫ୍.ଏଲ୍ ପାଠ,
କଥା, ଲେଖା ଓ କାମରେ ପ୍ରୟୋଗ,
ବିଗିଡି ଯାଆନ୍ତି, ଯଦି ନାହିଁ, ପ୍ରେମ, ଧର୍ମ, ଜ୍ଞାନ।
ଖୁଏଇବା, ଖାଇବା, ପକେଟ୍ କୁ ନ ଦେଖିବା
ଚାକିରି ଓ ବ୍ୟବସାୟ ଧରାଇବା, ଏ ଥିଲା ତାଙ୍କ ଅନ୍ୟ କାମ ।
ଅନ୍ୟ ପାଇ ଲଢ଼ିବା, ହାରିଲାକୁ ଜିତାଇବା
କାହିଁକି କରନ୍ତି, ଦେଖିଛୁ ତାଙ୍କ ଗୁଣ ।
ଶେଷ ନିଃଶ୍ୱାସ ହେଵ ତାଙ୍କ
ଦେଇ ଯାଉଛନ୍ତି ଅନେକ ଦାନ,
କାହାକୁ ଜ୍ଞାନ, କାହାକୁ ଘର, କାହାକୁ ବିବାହ, କାହାକୁ କାମ
ପାସ୍ କରାଇବାରେ ସେ ଥିଲେ ଧୁରନ୍ଧର ।
ଆତିଥ୍ୟ କରିବା ତାଙ୍କରି ବ୍ରତ
ପିଠା ପଣା ମାଛ ମାଂସ ତାଙ୍କ ପ୍ରିୟ
ବିଛଣା, ପାଉଣା, ଦିଅନ୍ତି ମାଗଣା
ଦେଖନ୍ତିନି କେବେ କିଏ ଫିରାଇଲା
ବହି କିଣା ତାଙ୍କ ଆଉ ଏକ ସଉକ,
କେବେ ପଡ଼ି ସାରାନ୍ତି ଜାଣି ହୁଏନି ସତ
ମୁଁ ଯେବେ ପଢେ କିଣି କିଛି ଏକ ପୁସ୍ତକ
ଲାଗେ ମୋଠୁ ବାପା ଏସବୁ ଜାଣିଛନ୍ତି ଆଗ।
edit
No comments:
Post a Comment