ବିଜୟ ଯାତ୍ରା
Tuesday, April 12, 2022
ବିଜୟ ଯାତ୍ରା
----------------
ଖଜୁରୀ ବହୁଙ୍ଗା ନୁହେଁ ଏ ଜମା,
ବିଜୟର ଏ ଅଟଇ ବାନା,
ସବୁ ସାଧୁ ଆତ୍ମାଙ୍କ ଅଟେ ଏ ବାନା,
ଫଟାଉଛନ୍ତି ଗାଇ, ହୋଶନ୍ନା, ହୋଶନ୍ନା
ଶାନ୍ତି ଚୁକ୍ତି କରି ଦେଶ ଶାନ୍ତି ଜମା ପାଉ ନି,
ଫସଲ ପର୍ଯ୍ୟାପ୍ତ, ଭୋକ-କୁପୋଷଣ ଯାଉନି,
ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ, ନାମେ ଶାସନ ମାଡ଼ି,
ସମାଜ, ମଣ୍ଡଳୀ, ଦଳ, ରାଷ୍ଟ୍ରର କିନ୍ତୁ, ବିଜୟ ନାହିଁ
ମହିଳା, ବିକଳାଙ୍ଗ, ଭୋକିଲା, ଦଳିତର ବନ୍ଧୁ,
ପାଦ ଧୁଆ ସମାଜ, ମଣ୍ଡଳୀ, ରାଷ୍ଟ୍ରର ନୀତି ବୋଲାଉ,
ବିଜୟ ବାଣୀ, "ଏ ଆମ୍ଭ ପୁତ୍ର, ଏହାଙ୍କ କଥା ଶୁଣ"
"କ୍ଷମା କର ପ୍ରଭୁ, ଏ କଣ କରୁଛନ୍ତି ଜାଣନ୍ତି ନାହିଁ"
ଯୀଶୁଙ୍କ କୃଶ ଓ ଗଲଗଥା, ହାରର ଏ ବୃହତ୍ ଚିତ୍ର
ପଦ ଧାରି କହିଲେ ଏ ଆମ ଶକ୍ତିର ଚିହ୍ନ ଓ ବିଜୟ
ମଢ଼କୁ ବାନ୍ଧି, ପୋତି, ପଥର, ଜଉ, ସଇନିକ କଶି,
ସାମ୍ରାଜ୍ୟ ଥାଇ ମଢ଼କୁ କବରେ ଆଉ ପାଇଲେ ନାହିଁ
ଆଧିପତ୍ୟ, ଚୁକ୍ତି, ଗାଦି, ତୋପ, ଟଙ୍କା ଥାଇ ତାଙ୍କରି ହାର
ଯୀଶୁଙ୍କୁ ପାଇ ମହିଳା, ବିକଳାଙ୍ଗ, ଭୋକିଲା, ଦଳିତ ଛୁଆର ବିଜୟ
ହୋଶନ୍ନା, ହୋଶନ୍ନା ଆସ ଆମେ ଗାଇବା
ଯୀଶୁଙ୍କୁ ପାଇଛୁ ତାଙ୍କ, ବିଜୟ ବାନା ଉଡ଼ାଇବା
ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ,
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩
edit
No comments:
Post a Comment