ଧାଡ଼ି ବାନ୍ଧି ମୁଁ ଠିଆ ହୋଇଛି

ଧାଡ଼ି ବାନ୍ଧି ମୁଁ ଠିଆ ହୋଇଛି
--------------------------------
ସ୍ୱାଭିମାନ ଏହା ମୋର ମୁଁ ଧାଡ଼ି କରିଛି 
ପିଲା ଛୁଆ, ସ୍ତ୍ରୀ, ବାପା ମାଁ ପଛରେ ଜଗିଛି
ଲୁଣ, ମାଚିସ ଯାହା ଦରକରି କିଣି ଖଜଣା ଦେଇଛି
ଟଙ୍କା କିଆ ଚାଉଳ ପାଇ ମୁଁ ଧାଡ଼ି ବାନ୍ଧିଛି

ଖଣି, କାରଖାନା, ରାସ୍ତା, ରେଳ ସବୁ ତୁମର
ଜମି ନାହିଁ, ଗୃହ ନାହିଁ ଶିକ୍ଷା ନାହିଁ ଦୋଷ ମୋହର

ତୁମ ପିଲା ପଇସା ଦେଇ ପାଠ ପଢୁଛି
ଆମ ପିଲା ପାଇ ମୋଡେଲ ସ୍କୁଲ୍ 'ତ' ହୋଇ ସାରିଛି
ପୂଳା ପୂଳା ପିଲା ଭାତ ଖିଆ ସ୍କୁଲରେ ଅଛନ୍ତି
ନବମ ଦଶମରୁ ଆଗକୁ ଆଉ ଯାଉନାହାନ୍ତି

ବାବୁ ଭୋଜି କଲେ ଦେଶୀ କୁକୁଡ଼ା କିମ୍ଵା ଛେଳି ମାଂସ ଜୁଟୁଛି
ପର୍ବ ହେଲେ, ରକ୍ତି, ପୁଟି, ଚମଡା, ଆଣି ହସି ହସି ମୁଁବି ଖାଉଛି

ଯାତ୍ରା, ସ୍ବାସ୍ଥ୍ୟ, ରେଶନ୍ ପାଇ ବ୍ୟବସ୍ଥା ଅଛି,
ଗନ୍ଧ, ଭିଡ଼, ଗାଳି, ଝାଳ ନଖାଇଲେ କିଛି ହେଉନି,
ଏସି, ଇଂଲିଶ, ଡାକ୍ତର, ଇଞ୍ଜିନିୟର, ଆକାଶ ମୋପାଇଁ,
ଲାଇନ କଲେବି ଶୁଣୁଛି ଆଗରୁ ସରି ଯାଉଛି

ବ୍ରୁଏଲର, ପ୍ଲାଷ୍ଟିକ ଆଣି ବାବୁ ସତରେ ଭଲ ହୋଇଛି,
ପର୍ବ, ହେଉକି ସବୁଦିନିଆ ଜରୁରୀ, ଶସ୍ତାରେ ହେଉଛି
ଛାତ, ଆସବାବ ପ୍ଲାଷ୍ଟିକ ବର୍ଷା, ଖରା, ଶୀତ ଖାଉଛି
ଲାଇନ କରି ଜଗିଛି ଘର, ବାହା ହେଲେ ପୁଅର ହନିମୁନ କରିବି

ଛାଟ  ଖାଇଛି ବାବୁ ସବୁଠି ଲାଇନ ଭାଙ୍ଗି ନଭାଙ୍ଗି,
ଭୂଲ କରୁନି ବାବୁ ଏବେ ମୁଁ ବୁଢ଼ା ହେଲିଣି

କାମ ସିନା ଦେଲନି ସବୁ ଭତ୍ତା ମୁଁ ପାଉଛି,
ମୋ ପିଲାବି ମଜବୁର, ତୁମକୁ ସେମିତି ଚାହୁଁଛି

ଭୋଟ ଦେବୀ ବାବୁ ତୁମେ ସବୁ ମାଲିକ ପ୍ରଣାମ କରୁଛି,
ପେଟରେ ଲାତ ମାରିବିନି ମୋର, ତୁମର ଚିହ୍ନ ଜାଣିଛି

ଭୋଟ ଦେବି ବାବୁ, ଧାଡ଼ି ବାନ୍ଧି ମୁଁ ଠିଆ ହୋଇଛି

ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ, 
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩
Labels:
edit

No comments:

Post a Comment

Contact Here

Name

Email *

Message *