ବିଷର ବାପ୍ତିସ୍ମ
Tuesday, April 12, 2022
ବିଷର ବାପ୍ତିସ୍ମ
---------------
ତାଡନା, ଉପେକ୍ଷା, ପ୍ରତାରଣା, ଲୁଣ୍ଠନ
ତାସଙ୍ଗେ ତାଛଲ୍ୟ, ହୀନ, ଅସମ୍ମାନ
ଅଟେ ସେ ବିଷ ଓ ବିଷାଦର ବାପ୍ତିସ୍ମ
ଯୀଶୁଙ୍କୁ ଖ୍ରିଷ୍ଟ
ମୋହନଙ୍କୁ ମହାତ୍ମା
ସିଦ୍ଧାର୍ଥଙ୍କୁ ବୁଦ୍ଧ
ଏଗନାସାଙ୍କୁ ମଦର
ପାନ କରୁ ଯଦି ନେଇ ବାପ୍ତିସ୍ମ ଓ ଧରି ସାହସ
ଏ ଧାମେ ନା ସେ ଧାମେ ହେବାନି କେହି ନିରାଶ
ଯଥେଷ୍ଟ ହେଉନି ମଣିଷ ପେଟ, ଅଣ୍ଟା, ମୁଣ୍ଡକୁ
ମଣୁନୁ ଯେ ମହାତ୍ମା, ବୁଦ୍ଧ ଆଉ ଖ୍ରୀଷ୍ଟ ହେବାକୁ
ତାଙ୍କ ଭାଷା, ବାଣୀ ପାଟିରେ ପାକୁଳି
ନେତା ହେବା ସିନା, ହେବାନି କାହାରି
ବିଷର ବାପ୍ତିସ୍ମ
ବିଶାଦେ ସାହସ
ମଦର, ମହାତ୍ମା, ବୁଦ୍ଧ ଆଉ ଆମ ଖ୍ରୀଷ୍ଟ
ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ,
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩
edit
No comments:
Post a Comment