ଖଟର ବିଶ୍ଵସ୍ତତା

ଖଟର ବିଶ୍ଵସ୍ତତା
----------------------
ପୁଅରେ ଆଉ କେବେ ହେବୁ ସାହାରା 
ଚଲା ବୁଲା ଯେ ବନ୍ଦ ହେଲା
ତୁ ତ ଗଲୁ
ନିର୍ଜୀବ ଖଟ ହୋଇଛି ସାହାରା, 

ଦୁଇ ଜଣଙ୍କୁ ତିଆରି କଲ
ନିର୍ଜୀବ ଖଟ ନୀତି ବିଶ୍ଵସ୍ତ ତୁମର

ଜୀବନ ନ ଥାଇ ଟେକି ଧରିଛି
ତୁ ତ ନାହୁଁ, ତାଗୁଣ ଗାଉଛି ଦିନ ରାତି, 

ଆସୁ ଯେବେ ତୁ ପାଖରେ ବସୁ, ଦେହ ଆଉସୁ
ଖଟ ମୋ ଜାଣିଛି କେଉଁଠି, ମାଂସ ପେଶି ଓ ଅଶ୍ରୁ

ଆସିବୁ କେବେ ଜଗିରହିଛି
ଖଟ ତ କହୁଛି ମୁଁ ତ ଅଛି, ରାତିର ବି କାନ୍ଦ ଶୁଣୁଛି

ଖୁଆଇ ଦେଉଛି ମାଁ ତୋର
ଝାଡା, ପରିସ୍ରା, ଫିଙ୍ଗୁଛି ମୋହର
ବୁଡି ହୋଇ ସମ୍ଭାଳୁଛି ବୁଢ଼ାର ବୋଝ
ତୁ କେବେ ଫେରିବୁ ଯେ ଚିକିତ୍ସା ହେବ

ବାପା ତୁମ ବ୍ୟଗ୍ରତା ଭୂଳିନି କେବେ
ଜଗି ରହୁଥିଲ ମୋତେ ଅସୁସ୍ଥ ଯେବେ
ପେଟକୁ ଡରି, ବିଦେଶ ଚାକିରି 
ଜାଣିଛି କେବେ ବି ପଳାଇବ ପାଇବିନି ଫେରି

ଧିକ୍କାର ମୋର ଚାକିରି ଜୀବନ
ଓକିଲାତି କରିଥିଲେ ରହିଥାନ୍ତି ହୋଇ ତୁମର

ଉପାର୍ଜନ ଭୟ ସେବେ ବି ଥିଲା
ଆଜି ବି ଅଛି ଓ ଜାଣିଛି ଆଜୀବନ ରହିଲା

ଜଗିବ କି ଥରେ ସୁଯୋଗ ଦେଇ
ଚିକିତ୍ସା ପାଇ ନେବି ବିଶ୍ୱାସ କରି

ଖଟକୁ ଧନ୍ୟବାଦ୍ କରୁଛି ସବୁଠୁ ବେଶୀ
ଜୀବିତ ଓ ପୁଅ ହୋଇ ମୁଁ ହାସ୍ୟାସ୍ପଦ ହୋଇଛି

ଜୀବିକା କର ସଭିଏଁ, ଭାବି ଏମିତି ଗୋଟେ, 
ସାହାରା ମାନେ, ବେସାହାରା କେବେ ନହେବେ 


ପୁଅ, ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ, 
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩
Labels:
edit

No comments:

Post a Comment

Contact Here

Name

Email *

Message *