ମହିଳା ଦିବସ ୨୦୨୨ର ସ୍ଲୋଗାନ

ମହିଳା ଦିବସ ୨୦୨୨ର ସ୍ଲୋଗାନ
----------------------------------
ନାରୀ ଅଧିକାର ନାରୀ ସ୍ୱାଧୀନତା ଆମ ସ୍ଲୋଗାନ
ଜମି ବାଡ଼ିରେ ଲେଖାଉଛ ପୁଅର ନାମ

ଗର୍ଭ ଧାରଣ ନହେଲେ ଝିଅର ଦୋଷ
ଝିଅ ନହୋଇ ପୁଅ ହେଲେ ଖୁସି, ହେଉଛ 

କିଏ ଖାଉଛି ପ୍ରଥମେ ଦେଖୁଛ
ପୁଅକୁ ନଦେଲେ ମନଟି ଦୁଃଖ

ଘର ଜ୍ୱାଇ ଲାଗେ ସଭିଙ୍କୁ ଲଜ୍ଜା
ବହୁ ଦିଏ ସିନା ଜ୍ୱାଇ ଦିଏନି ଚା

ଦିବ୍ୟାଙ୍ଗ ପୁଅବି ପାଏ ଅଧିକାର
ଚିନ୍ତା, ଦିବ୍ୟାଙ୍ଗ ଝିଅ ହେବ କେମିତି ପାର

ଫୁଲ ଓ ପ୍ରକୃତିକୁ ନାରୀର ଉପମା
ନାରୀ ଜନ୍ମ ହେଲେ ଶବ୍ଦ ଅବଳା

ଭାଷଣ, ସ୍ଲୋଗାନ, କବିତା, ଗଳ୍ପରେ ନକରି ସୀମିତ
ପାଠ, ଜମି, ଖାଦ୍ୟ, ବିଶ୍ରାମ ଦେବାର ନିଷ୍ପତ୍ତି ନିଅ

ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ, 
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩
Labels:
edit

No comments:

Post a Comment

Contact Here

Name

Email *

Message *